ଆଜି ପ୍ରଥମାଷ୍ଟମୀ: ଖୋଜାପଡ଼ିଛି ହଳଦୀପତ୍ର

କେନ୍ଦୁଝର, ୮ା୧୨(ସ୍ବ.ପ୍ର.)-ଓଡ଼ିଆ ଘରେ ବାର ମାସରେ ତେର ପର୍ବ। ସବୁ ପର୍ବରେ ଘର ପିଠାପଣାରେ ମହକି ଉଠେ। ଓଡ଼ିଆଣୀ ଘରେ ବିଭିନ୍ନ ପ୍ରକାରର ପିଠା ମଧ୍ୟରୁ ଏଣ୍ଡୁରୀ ପିଠା ନିଆରା। ପ୍ରଥମାଷ୍ଟମୀରେ ଏଣ୍ଡୁରି ପିଠା ଘରେ ଘରେ ହୋଇଥାଏ। ଏଣୁ ପ୍ରଥମାଷ୍ଟମୀ ଅସିଲେ ଓଡ଼ିଆ ଘରମାନଙ୍କରେ ହଳଦୀପତ୍ର ଖୋଜା ପଡ଼େ। ତେବେ ଏହି ପତ୍ର ଏକଦା ସମସ୍ତଙ୍କ ବାଡ଼ିବଗିଚାରେ ହେଉଥିଲା। ଏଣୁ ଏହାର ଆବଶ୍ୟକତା ଘରେ ବା ଗ୍ରାମରେ ପୂରଣ ହୋଇଥାଏ। ତେବେ ଆଜିକାଲି ହଳଦୀ ପତ୍ରର ଚାହିଦା ମୁତାବକ ମିଳୁ ନ ଥିବାରୁ ହାଟବଜାରରେ ବିକ୍ରି ହେଉଛି। ହଳଦୀପତ୍ର କିଣାବିକା ଏବେ ବ୍ୟବସାୟରେ ପରିଣତ ହୋଇଗଲାଣି। କେନ୍ଦୁଝର ଜିଲାରୁ ବେପାରୀମାନେ ବାହାର ଜିଲାକୁ ହଳଦୀପତ୍ର ନେଇ ବିକି ବେଶ ଲାଭବାନ ହେଉଛନ୍ତି। ଏଣୁ ଏହାର ଦାମ ବୃଦ୍ଧି ପାଇବା ସହ ଅନେକ ସମୟରେ ଚଢ଼ା ଦାମରେ ବିକ୍ରି ହେଉଛି।
ଅରୁଆ ଚାଉଳ ଓ ବିରି ମିଶାଇ ପିଠଉ କରି ସେଥିରେ ନଡିଆ କୋରା ପୁର ଦେଇ ଏହି ପିଠା ପ୍ରସ୍ତୁତ କରାଯାଏ ା ଏହି ଦିନରେ ହଳଦୀପତ୍ର ପିଠା ସହିତ ଚକୁଳି, ମଣ୍ଡା ଆଦି ପିଠା ଓ ଖିରି ଆଦି ଓଡ଼ିଆ ଘରେ ଘରେ ଖାଇଥାନ୍ତି ା ହଳଦୀପତ୍ର ସୁମଧୁର ବାସ୍ନା ପିଠାର ସ୍ବାଦକୁ ଦ୍ୱିଗୁଣିତ କରିଥାଏ। ପ୍ରଥମାଷ୍ଟମୀ ଦିନ ଏହି ହଳଦୀପତ୍ର ପିଠାର ଶୁଭାରମ୍ଭ ହୋଇଥାଏ। ପଢୁଆଁ ଘରର ବଡ ପୁଅ/ଝିଅ ନୂଆ ବସ୍ତ୍ର ପିନ୍ଧି ପୂଜାପାଠ କରି ଏହି ପିଠା ଖାଇଥାନ୍ତି। ଚାଷୀ ତଥା ବନବାସୀମାନେ ଏହି ଦିନରେ ହଳଦୀପତ୍ର କାଟି ଆଣି ହାଟବଜାରରେ ବିକ୍ରି କରନ୍ତି। ତେବେ ଏହି ହଳଦୀପତ୍ରର ଚାହିଦାକୁ ଦେଖି ଚାଷୀମାନେ ବେଶ୍‌ ସକ୍ରିୟ ହୋଇଉଠନ୍ତି ା ତେବେ କିଛି ବର୍ଷ ହେଲା ଏହି ହଳଦୀପତ୍ର ବେପାରୀମାନଙ୍କ କବ୍‌ଜାକୁ ଚାଲିଯାଉଥିବାରୁ ସାଧାରଣ ଲୋକେ ବହୁ ଅସୁବିଧା ଭୋଗୁଛନ୍ତି। ବେପାରୀମାନେ ଚାଷୀ ବା ବନବାସୀଙ୍କଠାରୁ ହଳଦୀପତ୍ର ବହୁତ କମ୍‌ ଦାମରେ କିଣି ଗଛିତ ରଖି କୃତ୍ରିମ ଅଭାବ ସୃଷ୍ଟି କରିଥାନ୍ତି ା ପରେ ହଳଦୀପତ୍ର ବିଡ଼ା ୧୦ ଟଙ୍କାରୁ ୨୦ ଟଙ୍କାରେ କିଣି ବିଡ଼ାକୁ ଖୋଲି ଛୋଟ ଛୋଟ ବିଡ଼ା କରି ବେପାରୀମାନେ ୩ରୁ ୪ ଗୁଣା ଦରରେ ବିକି ବେଶ ମୁନାଫା କମାଇଥାନ୍ତି ବୋଲି ସ୍ଥାନୀୟ ଚାଷୀ କହିଛନ୍ତି। ଏଥିରେ ଚାଷୀ କିମ୍ବା ବନବାସୀ ବହୁ କଷ୍ଟରେ ବଜାରକୁ ବୋହି ଆଣି ସେତେ ଲାଭ ପାଆନ୍ତି ନାହିଁ ା ଏଣୁ ଏହି ଚାଷକୁ ପ୍ରୋତ୍ସାହିତ କରାଗଲେ ବିଶେଷ କରି ବନବାସୀମାନେ ଉପକୃତ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?