ଆଜି ଜାତୀୟ ହସ୍ତତନ୍ତ ଦିବସ: ସରକାରୀ ଯୋଜନାରୁ ପ୍ରକୃତ ବୁଣାକାର ବଞ୍ଚିତ

ଅମରପାଲି,୭ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ସମୃଦ୍ଧ ବାନ୍ଧକଳା ଓ ହସ୍ତତନ୍ତ ପରମ୍ପରା ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଛି। ସମ୍ବଲପୁରୀ ଶାଢ଼ି ଏବଂ ସୋନପୁରୀ ବାର୍ତ୍ତାପାଟ ପାଇଁ ଦେଶବ୍ୟାପୀ ଖ୍ୟାତି ଅର୍ଜନ କରିଥିବା ଏହି ଜିଲାର ବୀରମହାରାଜପୁର ଉପଖଣ୍ଡ ଆଜି ବି ବାନ୍ଧକଳାର ଏକ ପ୍ରମୁଖ କେନ୍ଦ୍ର। ଏଠାରେ ହାତରେ ବୁଣାଯାଉଥିବା ସୋନପୁରୀ ବାର୍ତ୍ତାପାଟ ଓ ବାନ୍ଧ ଶାଢ଼ିର ଦେଶ, ବିଦେଶରେ ବେଶ୍‌ ଚାହିଦା ରହିଛି। ଶୁକ୍ରବାର ଜାତୀୟ ହସ୍ତତନ୍ତ ଦିବସ ପାଳନ ହେବାକୁ ଥିବା ବେଳେ ସରକାରୀ ଯୋଜନାର ସୁଫଳରୁ ପ୍ରକୃତ ବୁଣାକାର ବଞ୍ଚତ୍ତ ହେଉଥିବା ଅଭିଯୋଗ ହେଉଛି।
ଜିଲାରେ ବର୍ତ୍ତମାନ ୬,୬୩୩ଟି ତନ୍ତ ଥିବାବେଳେ ୧୩,୧୧୨ ବୁଣାକାର ଏହି ପାରମ୍ପରିକ ବୃତ୍ତି ସହ ଜଡ଼ିତ ଅଛନ୍ତି। ସେମାନଙ୍କ ସହାୟତା ପାଇଁ ୭୦ ସମବାୟ ସମିତି କାର୍ଯ୍ୟ କରୁଛି। ବୀରମହାରାଜପୁର ବ୍ଲକରେ ୨,୮୧୭ ବୁଣାକାର ଓ ୨,୦୦୪ ତନ୍ତ ଥିବାବେଳେ ଉଲୁଣ୍ଡା ବ୍ଲକରେ ୩,୫୧୯ ବୁଣାକାର ଓ ୧,୬୬୭ ତନ୍ତ ରହିଛି। ବୀରମହାରାଜପୁର ବ୍ଲକର ସୁବଳୟା, ଟିକ୍ରାପଡ଼ା, ଆମ୍ବସରଭଟ୍ଟା, କେନ୍ଦୁପାଲି, ରଥିପଡ଼ା, ହନୁମାନପାଲି, ଚମ୍ପାପୁର, କମଳପୁର ଓ ଖମ୍ବେଶ୍ୱରୀପାଲି ସମେତ ଉଲୁଣ୍ଡା ବ୍ଲକର ଜଗନ୍ନାଥପାଲି, ଲିମ୍ବପାଲି, ନିମ୍ନା, ଦଶରାଜପୁର, ମାଟଖାଇ, ଚଡେଇପଙ୍କ, ଇଚ୍ଛାପୁର, କୁମରକେଳି, ମାନପୁର ଏବଂ ନାରାୟଣଟିକ୍ରା ଆଦି ଗ୍ରାମରେ ପ୍ରତିଦିନ ଅନେକ ହଜାର ହସ୍ତତନ୍ତ ବସ୍ତ୍ର ବୁଣାଯାଉଛି। ବୀରମହାରାଜପୁର ବ୍ଲକରେ ୮ ଏବଂ ଉଲୁଣ୍ଡା ବ୍ଲକରେ ୧୨ ସମବାୟ ସମିତି ବୁଣାକାରମାନଙ୍କ ସହାୟତା ପାଇଁ କାର୍ଯ୍ୟରତ ଅଛି। ହସ୍ତତନ୍ତ କାରିଗରଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସୂତାରେ ସବ୍‌ସିଡି, ଆଧୁନିକ ତନ୍ତ, ଯନ୍ତ୍ରପାତି କ୍ରୟ ପାଇଁ ବ୍ୟାଙ୍କ ଋଣ ଏବଂ ସୁଧ ରିହାତି, ବୀମା ସୁବିଧା, ନୂତନ ଡିଜାଇନ, ରଙ୍ଗକରଣ ସମ୍ପର୍କିତ ପ୍ରଶିକ୍ଷଣ, ବିପଣନ ସହାୟତା, ସମବାୟ ସମିତି ମାଧ୍ୟମରେ କଞ୍ଚାମାଲ ଯୋଗାଣ, ୱିଭର୍ସ ସର୍ଭିସ ସେଣ୍ଟରର ପ୍ରଯୁକ୍ତିଗତ ସହାୟତା ଏବଂ ବୟନିକା ମାଧ୍ୟମରେ ବିପଣନ ସହ ବିଭିନ୍ନ ସୁବିଧା ଯୋଗାଇ ଦେଉଛନ୍ତି। ତେବେ ଏସବୁ ସୁବିଧାର ପ୍ରକୃତ ଲାଭ ସମସ୍ତ ବୁଣାକାରଙ୍କ ପାଖରେ ପହଞ୍ଚୁ ନ ଥିବା ଅଭିଯୋଗ ଉଠୁଛି।
ବୀରମହାରାଜପୁର ବ୍ଲକ କେନ୍ଦୁପାଲି ଗ୍ରାମର ବୁଣାକାର ମନୋଜ ମେହେର କହିଛନ୍ତି, ବୁଣାକାରଙ୍କ ପାଇଁ ଥିବା ଅନେକ ଯୋଜନା ଏବେ ବି ଅଧିକାଂଶ କାରିଗରଙ୍କ ପାଖରେ ପହଞ୍ଚତ୍ ପାରୁନାହିଁ। ଅନେକ ଯୋଗ୍ୟ କାରିଗର ଆଜି ମଧ୍ୟ ବୁଣାକାର ପରିଚୟପତ୍ର ପାଇନାହାନ୍ତି। ବିଭାଗ ସାମୂହିକ ଭାବେ ବୁଣାକାରଙ୍କ ଉନ୍ନତି ଦିଗରେ ଅଧିକ ପଦକ୍ଷେପ ନେଲେ ସ୍ଥିତିରେ ସୁଧାର ଆସିପାରିବ। ଉଲୁଣ୍ଡା ବ୍ଲକ ମାନପୁର ଗ୍ରାମର ବୁଣାକାର ସସ୍ମିତା ମେହେର କହିଛନ୍ତି, ସରକାରଙ୍କ ପକ୍ଷରୁ ଅନେକ କଲ୍ୟାଣକାରୀ ଯୋଜନା ରହିଥିଲେ ମଧ୍ୟ ତାହାର ସୁଫଳ ଉପଯୁକ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚୁନାହିଁ। ଫଳରେ ଯୋଗ୍ୟ ବୁଣାକାରମାନେ ନିରାଶ ହେଉଛନ୍ତି। ସୁବଳୟା ଟିକ୍ରାପଡ଼ାର ଜାତୀୟ ପୁରସ୍କାରପ୍ରାପ୍ତ ବୁଣାକାର ଘନଶ୍ୟାମ ମେହେର କହିଛନ୍ତି, ସ୍ଥାନୀୟ ଅଞ୍ଚଳରେ ବଜାରର ଅଭାବ ଯୋଗୁ ବୁଣାକାରମାନେ ନିଜ ଉତ୍ପାଦିତ ବସ୍ତ୍ରକୁ ଦଲାଲ ଓ ବ୍ୟବସାୟୀଙ୍କୁ କମ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଏହାର ସର୍ବାଧିକ ଲାଭ ବ୍ୟବସାୟୀମାନେ ପାଉଥିବାବେଳେ ପ୍ରକୃତ ବୁଣାକାର ଉଚିତ ମୂଲ୍ୟରୁ ବଞ୍ଚତ୍ତ ହେଉଛନ୍ତି। ସରକାର ବୁଣାକାର ବହୁଳ ଅଞ୍ଚଳରେ ସ୍ଥାୟୀ ବଜାର ବ୍ୟବସ୍ଥା କରିବା ସହ ହସ୍ତତନ୍ତ ବସ୍ତ୍ର କ୍ରୟକୁ ପ୍ରୋତ୍ସାହନ ଦେଲେ କାରିଗରମାନେ ଅଧିକ ଉପକୃତ ହେବେ। ସୁବର୍ଣ୍ଣପୁର ଜିଲା ବୟନିକା ଭାରପ୍ରାପ୍ତ ଉପନିର୍ଦ୍ଦେଶକ ସୁନୀଲ ଲାଲ ମଣ୍ଡଳଙ୍କୁ ପଚାରିବାରେ ବୁଣାକାରମାନେ ବିଭିନ୍ନ ଯୋଜନା ପାଇଁ ଆବେଦନ କଲେ ତାଙ୍କୁ ଏକ ଟିମ ତର୍ଜମା କରି ସହାୟତା ଯୋଗାଇ ଦେଉଛନ୍ତି। ଜିଲାରେ ବୟାନ ଶିଳ୍ପର ଉନ୍ନତି ପାଇଁ ସରକାର ସବୁବେଳେ ଚେଷ୍ଟିତ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ବୀରମହାରାଜପୁର ଅଞ୍ଚଳର ଲବ କୁମାର ମେହେର ଓ ଘନଶ୍ୟାମ ମେହେର ବାନ୍ଧକଳା ପାଇଁ ଜାତୀୟ ପୁରସ୍କାର ଲାଭ କରିଥିବାବେଳେ ଗଣେଶ ମେହେର, ତ୍ରିପୁରାରୀ ମେହେର, ମଙ୍ଗୁଳୁ ମେହେର ପ୍ରମୁଖ ରାଜ୍ୟ ପୁରସ୍କାର ପାଇଛନ୍ତି। ଜାତୀୟ ହସ୍ତତନ୍ତ ଦିବସରେ ବାନ୍ଧକଳାର ଐତିହ୍ୟ ଓ ବୁଣାକାରଙ୍କ ଅବଦାନକୁ ସମ୍ମାନ ଜଣାଯାଉଥିବା ବେଳେ, ପ୍ରକୃତ କାରିଗରଙ୍କ ପାଖରେ ସରକାରୀ ସୁବିଧା ପହଞ୍ଚାଇବା, ବଜାର ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଦଲାଲ ପ୍ରଥା ଉପରେ ନିୟନ୍ତ୍ରଣ କରାଯିବା ଦରକାର ବୋଲି ବୁଦ୍ଧିଜୀବୀ ଓ ବୁଣାକାରମାନେ ମତ ପ୍ରକାଶ କରିଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?