ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ: ଅପରାହ୍ନ ୪ଟାରେ ହେବ ପହଣ୍ଡି

ପୁରୀ ଅଫିସ,୨୩ା୭:ନବଦିନାମତ୍କ ଯାତ୍ରା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି ମହାପ୍ରଭୁ। ଭଉଣୀ ଭାଇଙ୍କ ସହ ସିଂହଦ୍ୱାର ସମ୍ମୁଖରେ ତିନିରଥ ଉପରେ ଅଛନ୍ତି ମହାପ୍ରଭୁ। ଗୁରୁବାର ଅଧରପଣା ନୀତି ସମ୍ପନ୍ନ ହୋଇଥିବା ବେଳେ ଶୁକ୍ରବାର ନୀଳାଦ୍ରିବିଜେ ନୀତି ହେବ। ରନତ୍ବେଦିକୁ ବିଜେ କରିବେ ଦାରୁବିଗ୍ରହ। ଏଥିସହ ଶେଷ ହେବ ଚଳିତବର୍ଷ ଘୋଷଯାତ୍ରା। ଏହାପରେ ଶନିବାର ଭକ୍ତମାନେ ନୀଳାଚଳ ଅବଢ଼ା ପାଇବେ। ତେବେ କଟକଣା ଯୋଗୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇବେନି ଭକ୍ତ।
ନୀଳାଦ୍ରିବଜେ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ମଙ୍ଗଳ ଆଳତି ପ୍ରାତଃ ୪ଟାରେ ହେବ। ମଇଲମ ତଡ଼ପଲାଗି ୪ଟା ୩୦, ଅବକାଶ ଭୋର ୫ଟା, ବେଶ ଶେଷ ୫ଟା ୩୦, ଗୋପାଳବଲ୍ଲଭ ସକାଳ ୬ଟା ୩୦, ସକାଳ ଧୂପ ୭ଟାରୁ ୮ଟା, ମଇଲମ ୮ଟା ୩୦, ମହାସ୍ନାନ ଓ ସର୍ବାଙ୍ଗ ୯ଟା ୩୦, ବେଶ ଶେଷ ୧୦ଟା, ମଧ୍ୟାହ୍ନ ଧୂପ ୧୦ଟା ୩୦ରୁ ୧୧ ଟା ୩୦, ମଇଲମ ଓ ବେଶ ୧୧ଟା ୪୫ରୁ ୧୨ଟା, ଚାରମାଳବନ୍ଧା ୧ଟା ୩୦ରୁ ୩ଟା ୩୦, ସିଂହାସନ ମାଜଣା ୩ଟା ୩୦, ପୁଷ୍ପାଞ୍ଜଳି ୩ଟା ୫୦, ପହଣ୍ଡି ଆରମ୍ଭ ୪ଟା, ପହଣ୍ଡି ଶେଷ ରାତି ୧୦ଟା, ଶ୍ରୀମୁଖ ଖଣ୍ଡୁଆ ୧ଟା ୧୦, ଚାରମାଳ ଫିଟା ୧ଟା ୧୫ରୁ ୨ଟା ୧୫, ସୁଦର୍ଶନ ସିଂହାସନକୁ ବିଜେ ୨ଟା ୩୦, ଶ୍ରୀମୁଖ ଖଣ୍ଡିଆ ମଇଲମ ୨ଟା ୩୦, ଚକା ପୋଛା ୨ଟା ୪୫, ସିଂହାସନ ଧୁଆ ୩ଟା, ମାଧବ, ଶ୍ରୀଦେବୀ ଓ ଭୂଦେବୀ ସିଂହାସନକୁ ବିଜେ ୩ଟା ୧୦, ମହାସ୍ନାନ ଶେଷ ୩ଟା ୩୦, ରୋଷହୋମ ୩ଟା ୩୫, ମଇଲମ ୩ଟା ୩୫, ଚନ୍ଦନଲାଗି ୩ଟା ୪୫, ସୂର୍ଯ୍ୟପୂଜା ୪ଟା, ଦ୍ୱାରପାଳ ପୂଜା ୪ଟା ୧୫, ବଡ଼ସିଂହାର ବେଶ ୪ଟା ୧୫, ବଡ଼ସିଂହାର ଭୋଗ ୪ଟା ୪୫ ଏବଂ ରାତ୍ର ପହୁଡ ଭୋର ୫ଟାରେ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri