ଆଜି ଜାଗର: ଚଳଚଞ୍ଚଳ ଏକାମ୍ରକ୍ଷେତ୍ର

ଭୁବନେଶ୍ୱର,୮।୩(ଶର୍ମିଷ୍ଠା ପାଣିଗ୍ରାହୀ): ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ରାଜଧାନୀର ସମସ୍ତ ଶୈବପୀଠ। ଶିବଙ୍କ ମନ୍ତ୍ରଧ୍ୱନିରେ ଶୁକ୍ରବାର ଏକାମ୍ରକ୍ଷେତ୍ର କମ୍ପି ଉଠିବ। ପ୍ରଭୁ ଶ୍ରୀଲିଙ୍ଗରାଜଙ୍କଠୁ ନେଇ କପିଳେଶ୍ୱର, ମେଘେଶ୍ୱର, ମୁକ୍ତେଶ୍ୱର, କେଦାରଗୌରୀ, ବ୍ରହ୍ମେଶ୍ୱର, ଭାସ୍କରେଶ୍ୱର ଭଳି ଅନେକ ଶୈବପୀଠରେ ଶିବଙ୍କ ଆରାଧାନରେ ମଗ୍ନ ହେବେ ଭକ୍ତ। ପ୍ରଭୁ ଶିବଙ୍କ ପ୍ରତି ଥିବା ଅଖଣ୍ଡ ବିଶ୍ୱାସକୁ ଉପବାସ, ଭକ୍ତି, ଆରାଧନାର ସହ ଭକ୍ତମାନେ ପାଳନ କରିବେ। ମହାମୃତ୍ୟୁଞ୍ଜୟ ମନ୍ତ୍ର ସହ ଶିବଙ୍କ ମନ୍ତ୍ର ଓ ଭଜନରେ ଗୁଣୁଗୁଣୁ ହେବେ । ଏଥର ପ୍ରାୟ ସବୁଠି ରାତି ୯ଟାରୁ ନେଇ ୧୦ଟା ୩୦ ମଧ୍ୟରେ ମହାଦୀପ ଉଠିବ। ସମସ୍ତ ମନ୍ଦିରରେ ପ୍ରସାଦ ସେବନର ବ୍ୟବସ୍ଥା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଭାସ୍କରେଶ୍ୱର ମନ୍ଦିର: ୧୦ଟା ୧୫ରେ ଉଠିବ ମହାଦୀପ

ଭାସ୍କରେଶ୍ୱର ମନ୍ଦିରରେ ୧୦ଟା ୧୫ରେ ମହାଦୀପ ଉଠିବ। ଭୋର ୩ଟା ୩୦ରେ ମଙ୍ଗଳ ଆଳତି, ସକାଳ ୭ଟାରେ କର୍ପୁର ଆଳତି ଏବଂ ଅପରାହ୍ନ ୧ଟା ୩୦ରେ ରୁଦ୍ରାଭିଷେକ କରାଯିବ। ସା ୬ଟା ୩୦ରେ ଭଜନ ସମାରୋହ ହେବ। ରାତି ୧୦ଟା ୩୦ରେ ପ୍ରସାଦ ସେବନର ବ୍ୟବସ୍ଥା ରହିଛି।

ବ୍ରହ୍ମେଶ୍ୱରରେ ୧୦ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା

ଭୋର ୪ଟା ସୁଦ୍ଧା ବେଶ ନୀତି ସମ୍ପନ୍ନ ହେବ। ଭୋର ୪ରୁ ୬ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ନିମନ୍ତେ ଅନୁମତି ଦିଆଯିବ। ସେହିପରି ଅପରାହ୍ନ ୩ଟାରୁ ସାଢେ ୫ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ଶ୍ରଦ୍ଧାଳୁଙ୍କ ନିମନ୍ତେ ଉପଲବ୍ଧ ହେବ। ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ବେଦ ପାଠ କରାଯିବ। ସାରେ ଭଜନ କାର୍ଯ୍ୟକ୍ରମ ରହିଛି। ଏଥିରେ ମୁମ୍ବାଇର ଅନନ୍ତ ଭରଦ୍ବାଜଙ୍କ ସହିତ ଶୈଳଭାମା, ଆଦର୍ଶ, ଉର୍ମି, ତୃପ୍ତି ନାୟକ, ସତ୍ୟବ୍ରତ ମଲ୍ଲିକ ପ୍ରମୁଖ ବହୁ କଣ୍ଠଶିଳ୍ପୀ ଭଜନ ପରିବେଷଣ କରିବେ। ୧୦ଟା ୩୦ରେ ମହାଦୀପ ଉଠିବ। ପ୍ରାୟ ୧୦ ହଜାର ଶ୍ରଦ୍ଧାଳୁଙ୍କ ପ୍ରସାଦ ସେବନର ବ୍ୟବସ୍ଥା ହୋଇଛି।

କପିଳେଶ୍ୱରରେ ୯ଟା ୫୬, ଭୀମେଶ୍ୱରରେ ୧୦ଟା ୩୦ରେ ଉଠିବ ମହାଦୀପ

କପିଳେଶ୍ୱର ମନ୍ଦିରରେ ୯ଟା ୫୬ରେ ମହାଦୀପ ଉଠିବ। ସମସ୍ତ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ସରି ପରେ ପ୍ରସାଦ ସେବନର ବ୍ୟବସ୍ଥା ରହିଛି। ସେହିପରି ଭୀମେଶ୍ୱର ମନ୍ଦିରରେ ରାତି ୧୦ଟା ୩୦ରେ ମହାଦୀପ ଉଠିବ। ପ୍ରାତଃ ୫ଘଟିକାରୁ ମଧ୍ୟାହ୍ନ ୧୨ଟା ଏବଂ ଅପରାହ୍ନ ୨ଟାରୁ ସା ୬ଟା ୩୦ ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନ ପାଇଁ ସମସ୍ତ ସୁବିଧା କରାଯାଇଛି। ମହାଦୀପ ଉଠିବା ପରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?