୧୮ ସେପ୍ଟେମ୍ବର ଭିତରେ ଏହି ୩ ରାଶିଙ୍କର ହେବ ବଡ଼ ଚମତ୍କାର: କର୍କଟ ରାଶିରେ ପ୍ରବେଶ କରିବା ପୂର୍ବରୁ ନୂଆ ସୁଯୋଗ ଦେଇଯିବେ ମଙ୍ଗଳ

ଭୁବନେଶ୍ୱର: ବର୍ତ୍ତମାନ ମଙ୍ଗଳ ମିଥୁନ ରାଶିରେ ବିରାଜମାନ ଅଛନ୍ତି। ଖୁବଶୀଘ୍ର ମଙ୍ଗଳ ନିଜ ରାଶି ପରିବର୍ତ୍ତନ କରିବେ। ଜ୍ୟୋତିଷ ଗଣନା ଅନୁଯାୟୀ, ୧୮ ସେପ୍ଟେମ୍ବର ୨୦୨୬, ଶୁକ୍ରବାର ସନ୍ଧ୍ୟା ୫ଟା ୦୩ ମିନିଟ୍‌ରେ ମଙ୍ଗଳ କର୍କଟ ରାଶିରେ ପ୍ରବେଶ କରିବେ। କର୍କଟ ମଙ୍ଗଳଙ୍କ ନୀଚ ରାଶି ହୋଇଥିବାରୁ ଏହି ଗୋଚର କିଛି ରାଶି ପାଇଁ ଚ୍ୟାଲେଞ୍ଜ ଆଣିପାରେ।

ତେବେ ମଙ୍ଗଳ କର୍କଟରେ ପ୍ରବେଶ କରିବା ପୂର୍ବରୁ, ଅର୍ଥାତ୍‌ ୧୮ ସେପ୍ଟେମ୍ବର ପର୍ଯ୍ୟନ୍ତ କିଛି ରାଶିର ଜାତକଙ୍କ ପାଇଁ ସମୟ ବେଶ ଶୁଭ ରହିପାରେ। ଭାଗ୍ୟର ସାଥ୍‌ ମିଳିବା ସହ କ୍ୟାରିୟରରେ ସଫଳତା, ନୂଆ ସୁଯୋଗ ଓ ଚାକିରି କ୍ଷେତ୍ରରେ ଭଲ ଖବର ମିଳିବାର ଯୋଗ ରହିଛି। ବ୍ୟବସାୟୀଙ୍କୁ ମଧ୍ୟ ଲାଭର ନୂଆ ରାସ୍ତା ମିଳିପାରେ। ଆସନ୍ତୁ ଜାଣିବା, କେଉଁ ୩ ରାଶି ପାଇଁ ଏହି ସମୟ ଖାସ ରହିବ।

ମିଥୁନ ରାଶିର ଜାତକଙ୍କ ପାଇଁ ଏହି ସମୟ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇପାରେ। ଦୀର୍ଘଦିନ ଧରି ଅଟକି ରହିଥିବା କାମଗୁଡ଼ିକ ପୂରଣ ହେବାର ଯୋଗ ରହିଛି। ଭାଗ୍ୟର ସାଥ ମିଳିବାରୁ ସଫଳତା ପାଇବାର ରାସ୍ତା ସହଜ ହୋଇପାରେ। ପରିବାରରେ ଖୁସିର ମାହୋଲ ରହିବ।
ବ୍ୟବସାୟୀଙ୍କୁ ଆଶାନୁଯାୟୀ ଲାଭ ମିଳିପାରେ। ଆପଣଙ୍କ ପରିଶ୍ରମର ଫଳ ମିଳିବା ସହ ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ଆଗକୁ ବଢ଼ିବା ପାଇଁ ନୂଆ ରାସ୍ତା ଖୋଲିବ। ବନ୍ଧୁମାନଙ୍କ ସହ କୌଣସି ଯାତ୍ରାର ଯୋଗ ମଧ୍ୟ ରହିଛି।

କନ୍ୟା ରାଶିର ଜାତକଙ୍କ କାମକାର୍ଯ୍ୟରେ ଅନେକ ସକାରାତ୍ମକ ପରିବର୍ତ୍ତନ ଦେଖାଦେଇପାରେ। ବ୍ୟବସାୟ ସହ ଜଡ଼ିତ ବ୍ୟକ୍ତିଙ୍କୁ କୌଣସି ବଡ଼ ଓ ଭଲ ଡିଲ ମିଳିବାର ସମ୍ଭାବନା ରହିଛି, ଯାହା ଭବିଷ୍ୟତରେ ଲାଭଦାୟକ ହୋଇପାରେ।
ସଠିକ ରଣନୀତି ପ୍ରସ୍ତୁତ କରି ନିଆଯାଇଥିବା ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ଯାଇପାରେ। କଳା ଓ କୌଶଳରେ ନିଖାର ଆସିବାରୁ ଆପଣଙ୍କ ପ୍ରଭାବ ବଢ଼ିପାରେ। ଚାକିରିଆଙ୍କ ପାଇଁ ମଧ୍ୟ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ଆସିପାରେ। ଆପଣଙ୍କ ପରିଶ୍ରମକୁ ଉଚିତ୍‌ ସ୍ବୀକୃତି ମିଳିବାର ସମ୍ଭାବନା ରହିଛି।

ଧନୁ ରାଶି ପାଇଁ ଆସନ୍ତା ସମୟ ସଫଳତା ଓ ଉନ୍ନତିର ସଙ୍କେତ ଦେଉଛି। ନୂଆ ଲୋକଙ୍କ ସହ ପରିଚୟ ହେବା ସହ ଏହି ସମ୍ପର୍କ ଭବିଷ୍ୟତରେ ଲାଭଦାୟକ ହୋଇପାରେ। ପରିବାରରେ ଖୁସିର ମାହୋଲ ରହିବ।
କୌଣସି ନୂଆ ଯୋଜନାରୁ ବଡ଼ ଲାଭ ମିଳିବାର ଯୋଗ ରହିଛି। ବିବାହଯୋଗ୍ୟ ଜାତକଙ୍କ ପାଇଁ ଭଲ ପ୍ରସ୍ତାବ ଆସିପାରେ। ଆତ୍ମବିଶ୍ୱାସକୁ ଆଧାର କରି ଆପଣ କୌଣସି ବଡ଼ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇପାରନ୍ତି। ଜ୍ୟୋତିଷ ଗଣନା ଅନୁଯାୟୀ, ଆଗାମୀ ସମୟ ଧନୁ ରାଶିର ଜାତକଙ୍କ ପାଇଁ ନୂଆ ସୁଯୋଗ ଓ ସଫଳତା ନେଇ ଆସିପାରେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କଟକରେ ଚାଞ୍ଚଲ୍ୟ: ଘରୋଇ କଲେଜରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

କଟକ,୯।୯(ପ୍ରଭୁ କଲ୍ୟାଣ ପାଲ୍‌): କଟକର ସିଡିଏ ଅଞ୍ଚଳରେ ଚାଞ୍ଚଲ୍ୟ। ଏକ ଘରୋଇ କଲେଜରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଝୁଲନ୍ତା ଅବସ୍ଥାରେ ମିଳିଛି ଛାତ୍ରଙ୍କ ମୃତଦେହ। ସିଡିଏ…

ଦୁନିଆର ସବୁଠୁ ଧନୀ ପ୍ରଧାନମନ୍ତ୍ରୀ ଜାଣନ୍ତୁ କିଏ? ଟ୍ରମ୍ପଙ୍କଠାରୁ ୭ ଗୁଣ ଅଧିକ ଦରମା

ନୂଆଦିଲ୍ଲୀ, ୯।୯: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ଦରମା ଏବେ ପୁଣି ବଢ଼ିବାକୁ ଯାଉଛି। ଏହି ବୃଦ୍ଧି ପରେ ସେ ବିଶ୍ୱର ସର୍ବାଧିକ ଦରମା ପାଉଥିବା ସରକାରୀ…

ସିକନ୍ଦରାବାଦରୁ ଓଡ଼ିଆ ଶ୍ରମିକ ନିଖୋଜ: ସୁପରଫାଷ୍ଟ ଟ୍ରେନରେ ଗାଁକୁ ଫେରୁଥିବାବେଳେ ବାଟରୁ ଉଭାନ୍‌

ଦିଗପହଣ୍ଡି,୯।୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ନନ୍ଦ ଗାଁ ର ସମୀର ଗୌଡ଼(୨୬) ଦାଦନ ଶ୍ରମିକ ଭାବେ ମହାରାଷ୍ଟ୍ରର ପୁଣେ ନିକଟ…

ଗ୍ରହଙ୍କ ରାଜା ସୂର୍ଯ୍ୟଙ୍କ ବଡ଼ ପରିବର୍ତ୍ତନ: ୪ ରାଶି ହେବେ ମାଲାମାଲ, ୪ ରାଶିଙ୍କୁ କରିଦେବେ କାଙ୍ଗାଳ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କ ରାଜା ବୋଲି କୁହାଯାଏ। ଆତ୍ମବିଶ୍ୱାସ, ମାନ-ସମ୍ମାନ, ଯଶ, ପଦ ଓ ପ୍ରତିଷ୍ଠାର କାରକ ଭାବେ ସୂର୍ଯ୍ୟଙ୍କୁ ବିବେଚନା କରାଯାଏ। ତେଣୁ…

ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା: ବଢିଲା ଉତ୍ତେଜନା

ନୂଆଦିଲ୍ଲୀ,୯।୯: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ (CENTCOM) ଅନୁଯାୟୀ, ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ…

ଓଭରବ୍ରିଜ ନିର୍ମାଣ ଦାବି: ଗମନାଗମନରେ ଲୋକେ ହେଉଛନ୍ତି ହନ୍ତସନ୍ତ

କେସିଙ୍ଗା,୯।୯(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଡୁମେରମୁଣ୍ଡା ଗ୍ରାମ ଦେଇ କେସିଙ୍ଗା ସହରକୁ ଯାଇଥିବା…

ଧୁରନ୍ଧରକୁ ପଛରେ ପକାଇଲା ଫିଲ୍ମ ‘ହନୁମାନ ଅଂଶ’

ମୁମ୍ବାଇ: ଆଧ୍ୟାତ୍ମିକ ଗୁରୁ ନୀମ କରୋଲି ବାବାଙ୍କ ଜୀବନ ଏବଂ ଶିକ୍ଷା ଉପରେ ଆଧାରିତ ଫିଲ୍ମ ‘ହନୁମାନ ଅଂଶ’ ବକ୍ସ ଅଫିସରେ ୧୫୦ କୋଟିରୁ ଅଧିକ ଟଙ୍କା…

୧୧ରେ ମୋଦି-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ,୯ା୯: ନୂଆଦିଲ୍ଲୀରେ ହେବାକୁ ଯାଉଥିବା ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୧ ତାରିଖ ଶୁକ୍ରବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri