ଦୁର୍ବିଷହ ହୋଇପଡ଼ିଛି ଭୂଷଣଙ୍କ ଜୀବନ: ସହାୟତା ପାଇଁ ଜିଲାପାଳଙ୍କୁ ଫେରାଦ ହେଲେ ଦିବ୍ୟାଙ୍ଗ

ବରଗଡ଼,୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡେନ୍‌ ବ୍ଲକ ରେମଣ୍ଡା ହରିଜନପଡ଼ା ନିବାସୀ ଭୂଷଣ ଭାଏନାଙ୍କ ଜୀବନଯାପନ ଦୁର୍ବିଷହ ହୋଇ ପଡ଼ିଛି। ସେ ୨୦୨୪ରେ ସଂକ୍ରମଣ ହେବା କାରଣରୁ ତାଙ୍କ ଗୋଡ଼ କାଟିବାକୁ ପଡ଼ିଥିଲା। ଫଳରେ ସେ ଦିବ୍ୟାଙ୍ଗ ହୋଇ ପଡ଼ିଛନ୍ତି। ଅନ୍ୟପଟେ ତାଙ୍କ ସ୍ତ୍ରୀଙ୍କ ମଧ୍ୟ ଦେହାନ୍ତ ହୋଇଥିଲା। ଫଳରେ ବୃଦ୍ଧା ମା’, ବାପାଙ୍କ ସମେତ ଶିଶୁପୁତ୍ର ପ୍ରିୟାଂଶୁ(୮) ଓ ଶିଶୁକନ୍ୟା ପ୍ରିୟାଂଶୀ ଭାଏନା (୬)ଙ୍କ ବୋଝ ଭୂଷଣଙ୍କ ଉପରେ ପଡ଼ିଛି। ସେ ନିଜେ ଦିବ୍ୟାଙ୍ଗ ହୋଇଥିବାରୁ ପରିବାର ପୋଷଣ କଷ୍ଟସାଧ୍ୟ ହୋଇ ପଡିଥିବା ସେ କହିଛନ୍ତି। ତାଙ୍କୁ କେବଳ ଦିବ୍ୟାଙ୍ଗ ଭତ୍ତା ମିଳୁଛି। ଅନ୍ୟ କୌଣସି ସ୍ଥାୟୀ ଆୟ ନଥିବାରୁ ପରିବାର ଚଳାଇବାରେ ବହୁବିଧ ଅସୁବିଧାର ସମ୍ମୁଖୀନ ହେଉଛି ବୋଲି ଭୂଷଣ କହିଛନ୍ତି। ଏଭଳି ସ୍ଥିତିରେ ସେ ଥିବାବେଳେ ପ୍ରାୟ ୩୫ ଦିନ ପୂର୍ବରୁ ବର୍ଷାରେ ତାଙ୍କ ଘର ମଧ୍ୟ ଭାଙ୍ଗିଯାଇଛି ବୋଲି ସେ କହିଛନ୍ତି। ଫଳରେ ପରିବାର ସହିତ ସୁରକ୍ଷିତ ଭାବେ ରହିବା ପାଇଁ ମଧ୍ୟ ବହୁତ ଅସୁବିଧା ହେଉଛି। ଏଭଳି ସ୍ଥିତିରେ ତାଙ୍କୁ ଘର ମରାମତି ତଥା ପୁନଃ ନିର୍ମାଣ ସହାୟତା କିମ୍ବା ଏକ ସୁରକ୍ଷିତ ଆବାସ ଯୋଗାଇଦେବା, ଏକ ଇ-ରିକ୍ସା କିମ୍ବା ଅନୁରୂପ ଗାଡ଼ି ପ୍ରଦାନ, ପରିବାରର ଆର୍ଥିକ ଅସୁବିଧାକୁ ବିଚାର କରି ସରକାରଙ୍କ ପ୍ରଚଳିତ ସରକାରୀ ଯୋଜନାରେ ୨ ଶିଶୁ ସନ୍ତାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଭୂଷଣ ଜିଲାପାଳଙ୍କୁ ନିବେଦନ କରିଛନ୍ତି। ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ଦାବିପତ୍ର ଗ୍ରହଣ କରିଥିଲେ ଏବଂ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ। ଦାବିପତ୍ର ପ୍ରଦାନ ସମୟରେ ଛାତ୍ର କଂଗ୍ରେସ ନେତା ଗୌରବ ପତି ଆଜାଦ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଧୁରନ୍ଧରକୁ ପଛରେ ପକାଇଲା ଫିଲ୍ମ ‘ହନୁମାନ ଅଂଶ’

ମୁମ୍ବାଇ: ଆଧ୍ୟାତ୍ମିକ ଗୁରୁ ନୀମ କରୋଲି ବାବାଙ୍କ ଜୀବନ ଏବଂ ଶିକ୍ଷା ଉପରେ ଆଧାରିତ ଫିଲ୍ମ ‘ହନୁମାନ ଅଂଶ’ ବକ୍ସ ଅଫିସରେ ୧୫୦ କୋଟିରୁ ଅଧିକ ଟଙ୍କା…

୧୧ରେ ମୋଦି-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ,୯ା୯: ନୂଆଦିଲ୍ଲୀରେ ହେବାକୁ ଯାଉଥିବା ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୧ ତାରିଖ ଶୁକ୍ରବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ…

ଭାରତ ସହ ସହଯୋଗ ବଢ଼ାଇବ ଇରାନ

ନୂଆଦିଲ୍ଲୀ,୯ା୯: ଆଞ୍ଚଳିକ ଉତ୍ତେଜନା ବୃଦ୍ଧି ଏବଂ ଆମେରିକାର କଟକଣା ନୀତିକୁ ନେଇ ଲାଗିରହିଥିବା ଅନିଶ୍ଚିତତା ସତ୍ତ୍ୱେ ଚାବହାର ବନ୍ଦରର ରଣନୀତିକ ମୂଲ୍ୟବୋଧ ଓ ଭାରତ ସହ ସମ୍ପର୍କ…

ବିଚାରପତି ବି ଅସହାୟ

ଭାରତୀୟ ଗଣତନ୍ତ୍ରରେ ବିଧାନପାଳିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ତିନୋଟି ପ୍ରମୁଖ ସ୍ତମ୍ଭ ଭାବେ ଜଣାଶୁଣା। ତନ୍ମଧ୍ୟରୁ ନ୍ୟାୟପାଳିକା ଉପରେ ଜନସାଧାରଣ ନ୍ୟାୟ ପାଇଁ ସବୁଠାରୁ ଅଧିକ ଭରସା…

ରାଜଧାନୀରେ ଚାଞ୍ଚଲ୍ୟ: ଗୋଟିଏ ରାତିରେ ଯୁବତୀ-ମହିଳାଙ୍କୁ ବଳାତ୍କାର, ଘରେ ପଶି…

ଭୁବନେଶ୍ୱର,୯ା୯(ତ୍ରିନାଥ ମହାନ୍ତି):ରାଜଧାନୀରେ ଗୋଟିଏ ରାତିରେ ଯୁବତୀ ଏବଂ ମହିଳାଙ୍କୁ ବଳାକତ୍ାର କରାଯାଇଛି। ଭରତପୁର ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ପଡୋଶୀ ବଳାତ୍କାର କରିଥିବା ବେଳେ ଚନ୍ଦ୍ରଶେଖରପୁର ଥାନାଞ୍ଚଳରେ…

ଆସୁଛି ପୁଣି ଲଘୁଚାପ: ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ, ଆଜିଠାରୁ…

ଭୁବନେଶ୍ୱର, ୯ା୯(ବନ୍ଦନା ସେଠୀ):ଆସନ୍ତା ୧୧ ତାରିଖ ବେଳକୁ ପଶ୍ଚିମ-ମଧ୍ୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି…

ଶିଶୁ ପୁତ୍ରକୁ ଛାଡ଼ି ଦୌଡ଼ି ପଳାଉଥିଲେ ମା’: ଆଉ ତା’ପରେ ଘଟିଲା…

ବାରଙ୍ଗ,୯ା୯(ଲିଙ୍ଗରାଜ ରାଉତ):ବାରଙ୍ଗ ଥାନା ଅଧୀନ ନରାଜମାର୍ଥାପୁର ରେଳଷ୍ଟେଶନ୍‌ ବାହାରୁ ଜଣେ ମହିଳା ତା’ର ଶିଶୁ ପୁତ୍ରକୁ ଛାଡ଼ି ପଳାଇଯାଉ ଥିବାବେଳେ ମଙ୍ଗଳବାର ରାତିରେ ସ୍ଥାନୀୟ ଲୋକେ ଧରି…

ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର: ପୀଡ଼ିତା ୪ ମାସର ଗର୍ଭବତୀ, ଓ୍ବାଚ୍‌ମ୍ୟାନ୍‌…

କେନ୍ଦ୍ରାପଡ଼ା,୯ା୯(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାର ଏକ ସରକାରୀ ଅନୁଦାନପ୍ରାପ୍ତ ଶିଶୁ ଯତ୍ନ ଅନୁଷ୍ଠାନ (ସିସିଆଇ)ରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri