Posted inଖେଳ

ଆଜି ପ୍ରଥମ ଟି୨୦: ଭାରତ-ଆୟର୍ଲାଣ୍ଡ ମୁକାବିଲା

ବେଲଫାଷ୍ଟ,୨୬ା୬: ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଗୁରୁବାର ଦୁଇ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ସହିତ ଶ୍ରେୟସ ଆୟାର ଅନ୍ତର୍ଜାତୀୟ ସ୍ତରରେ ତାଙ୍କର ନେତୃତ୍ୱ ଅଭିଯାନ ଆରମ୍ଭ କରିବେ। ଟିନ୍‌ଏଜ୍‌ ବ୍ୟାଟିଂ ସେନସେଶନରେ ବୈଭବ ସୂର୍ଯ୍ୟବଂଶୀଙ୍କୁ କେଉଁ ଭଳି ପ୍ଲେଇଂ ଇଲେଭେନରେ ସାମିଲ କରାଯାଇପାରିବ, ତାହା ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ବଡ଼ ପ୍ରଶ୍ନ ପାଲଟିଛି।

ନିକଟରେ ଶ୍ରୀଲଙ୍କା ବିପକ୍ଷ ତ୍ରି-ରାଷ୍ଟ୍ରୀୟ ଦିନିକିଆ ସିରିଜ୍‌ ଫାଇନାଲରେ ୨୯ ବଲରେ ୯୪ ରନର ବିସ୍ଫୋରକ ଇନିଂସ ଖେଳିବା ପରେ ଏହି ୧୫ ବର୍ଷୀୟ ବ୍ୟାଟରଙ୍କ ପଦାର୍ପଣ ସମ୍ଭାବନା ଖୁବ୍‌ ବୃଦ୍ଧି ପାଇଛି। କ୍ରିକେଟର ଛୋଟ ଫର୍ମାଟରେ ବର୍ତ୍ତମାନ ଭାରତର ଟପ୍‌ ୩ ବ୍ୟାଟର ହେଲେ ସଞ୍ଜୁ ସାମସନ, ଅଭିଷେକ ଶର୍ମା ଓ ଇଶାନ କିଶନ। ନିକଟ ଅତୀତରେ ସେମାନେ କରିଥିବା ପ୍ରଦର୍ଶନକୁ ଅଣଦେଖା କରାଯାଇପାରିବ ନାହିଁ। ଏହି ୩ ବ୍ୟାଟର ଗତ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ବିଶ୍ୱକପ୍‌ ଫାଇନାଲରେ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଏହାସତ୍ତ୍ୱେ ଯଦି ମ୍ୟାନେଜମେଣ୍ଟ ସୂର୍ଯ୍ୟବଂଶୀଙ୍କୁ ଓପନର ଭଳି ଖେଳାଇବାକୁ ଚାହେଁ, ତେବେ ସାମସନ କିମ୍ବା ଅଭିଷେକଙ୍କ ମଧ୍ୟରୁ ଜଣଙ୍କୁ ବାଦ୍‌ ଦେବାକୁ ପଡ଼ିବ।

ଅନ୍ୟପକ୍ଷେ ସାମସନଙ୍କୁ ମିଡିଲ ଅର୍ଡରରେ ଖେଳାଇବାର ବିକଳ୍ପ ରହିଛି। କାରଣ ସେ ପୂର୍ବରୁ ନଂ.୪ ଓ ୬ ପୋଜିଶନରେ ଖେଳିଛନ୍ତି। କିନ୍ତୁ ନଂ.୪ରେ ଅଧିନାୟକ ଶ୍ରେୟସ ଓ ନଂ.୫ରେ ଉପ ଅଧିନାୟକ ତିଲକ ବର୍ମା ଖେଳିବେ। ଏଣୁ କେବଳ ନଂ.୬ ପୋଜିଶନ ଉପଲବ୍ଧ ରହୁଛି। ହେଲେ ପାରମ୍ପରିକ ଭାବେ ଏହି ପୋଜିଶନରେ ଜଣେ ଅଲରାଉଣ୍ଡର ଖେଳନ୍ତି। ଦଳରେ ଶିବମ ଦୁବେ, ଓ୍ବାଶିଂଟନ ସୁନ୍ଦର, ଅକ୍ଷର ପଟେଲ ଓ ନବାଗତ ସୂର୍ଯ୍ୟାଂଶ ଶେଡ୍‌ଗେଙ୍କ ଭଳି ଅଲରାଉଣ୍ଡର ରହିଛନ୍ତି। ଏହାବାଦ୍‌ ସାମସନ ଷଷ୍ଠ କ୍ରମରେ ଖେଳିଲେ, ଭାରତକୁ ୫ ବୋଲରଙ୍କ ସହ ଖେଳିବାକୁ ପଡ଼ିବ। ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ଓ ବରୁଣ ଚକ୍ରବର୍ତ୍ତୀଙ୍କ ଅନୁପସ୍ଥିତିରେ ବୋଲିଂ ବିଭାଗ ଦୁର୍ବଳ ଜଣାପଡ଼ୁଥିବା ବେଳେ ମ୍ୟାନେଜମେଣ୍ଟ ରିସ୍କ ନେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ ପଛରେ ପିଟିହେଲା ପିକ୍‌ଅପ୍‌, ୨ ଗୁରୁତର

ଛତ୍ରପୁର,୨୬ା୬(ଦିଲ୍ଲୀପ ସାମଲ): ଛତ୍ରପୁର ଅଗସ୍ତି ନୂଆଗାଁ ଛକ ନିକଟ ଜାତୀୟ ରାଜପଥରେ ଶୁକ୍ରବାର ଟ୍ରକ୍‌ ପଛରେ ଏକ ପିକ୍‌ଅପ୍‌ ପିଟି ହେବାରୁ ୨ ଗୁରୁତର ହୋଇଛନ୍ତି। ଫଳରେ…

ବଜ୍ରପାତରେ ଚାଲିଗଲା ୨ ଜୀବନ

ବୌଦ୍ଧ,୨୬।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲା ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗି ରହିଛି। ଏପରିକି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ…

ବଢିବ ସିୟାଙ୍କ ସମସ୍ୟା! କସାବକୁ ମୃତ୍ୟୁଦଣ୍ଡ ଦେଇଥିବା ଓକିଲ ଲଢ଼ିବେ କେତନଙ୍କ ହତ୍ୟା ମାମଲା

ପୁଣେ,୨୬।୬: ପୁଣେର ପ୍ରସିଦ୍ଧ ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡକୁ ନେଇ ସାରା ମହାରାଷ୍ଟ୍ରରେ…

ଅନଶନକାରୀଙ୍କ ସହ ଜିଲାପାଳ-ଏସ୍‌ପିଙ୍କ ରୁଦ୍ଧଦ୍ୱାର ବୈଠକ, ଫଳାଫଳ ଉପରେ ସମସ୍ତଙ୍କ ନଜର

ପଟ୍ଟାମୁଣ୍ଡାଇ,୨୬ା୬(କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଅଳଭା-୨ ଅଧୀନ ୧୬ନଂ କେନାଲ ରାସ୍ତା କାର୍ଯ୍ୟ ପାଇଁ ଆସିଥିବା ଅର୍ଥ ଆଦୌ ବିନିଯୋଗ ନ ହୋଇ ମିଥ୍ୟା ବିଲ୍‌…

ସ୍କୁଲ ବହି ତ୍ରୁଟିକୁ ନେଇ ଆକ୍ସନରେ ମୁଖ୍ୟମନ୍ତ୍ରୀ: ୪ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର,୨୬।୬: ସ୍କୁଲ ବହି ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କମିଟି ସୁପାରିସ ଅନୁଯାୟୀ ମୁଖ୍ୟମନ୍ତ୍ରୀ ୪ଜଣ…

ସାବଧାନ! ୧ ଜୁଲାଇରୁ ବଦଳିଯିବ ଏହି ସବୁ ନିୟମ; ମହଙ୍ଗା ପଡ଼ିବ ନା ଆଶ୍ୱସ୍ତି ମିଳିବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୬: ପ୍ରତି ମାସର ପହିଲା ତାରିଖ ନିଜ ସହିତ କିଛି ନୂଆ ନିୟମ ନେଇ ଆସିଥାଏ। ଜୁନ ମାସ ଏବେ ଶେଷ ହେବାକୁ ଯାଉଛି ଏବଂ ଜୁଲାଇ…

‘ସୂର୍ଯ୍ୟବଂଶୀଙ୍କ ଉପରେ ଖୁବ ଶୀଘ୍ର ବଢ଼ିବ ଚାପ, ତେଣୁ ଏବେ…’: ଭାଇରାଲ ହେଉଛି ଅଶ୍ୱିନଙ୍କ ବିଶେଷ ଉପଦେଶ

ନୂଆଦିଲ୍ଲୀ,୨୬।୬: ପୂର୍ବତନ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀଙ୍କୁ ମୂଲ୍ୟବାନ ପରାମର୍ଶ ଦେଇ କହିଛନ୍ତି ଯେ ଏହି ପର୍ଯ୍ୟାୟରେ ସେ କୌଣସି ଚାପ…

କ୍ରିକେଟ ଦୁନିଆରେ ବଲିଉଡ ଷ୍ଟାର୍‌ ଜନ ଆବ୍ରାହମଙ୍କ ଏଣ୍ଟ୍ରି, ଏହି ଦଳର ହେଲେ ମାଲିକ

ନୂଆଦିଲ୍ଲୀ,୨୬।୬: ବଲିଉଡର ଅନେକ ତାରକା କ୍ରିକେଟ ଦୁନିଆରେ ମଧ୍ୟ ବେଶ ନାଁ କମାଇଛନ୍ତି। କୋଲକାତା ନାଇଟ ରାଇଡର୍ସର ମାଲିକ ଶାହରୁଖ ଖାନ ହୁଅନ୍ତୁ କିମ୍ବା ପଞ୍ଜାବ କିଙ୍ଗସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri