Odisha Elections 2024
Posted inଫୁରସତ

ଆଜି ବିଶ୍ୱ ହସ ଦିବସ

ଶିଶୁଟିର କଅଁଳ ମୁହଁର ହସ କେବଳ ମା’ବାପାଙ୍କୁ ନୁହେଁ, ସମସ୍ତଙ୍କୁ ଖୁସି ଦିଏ। ହେଲେ ସେହି ଶିଶୁ ବଡ଼ ହେଲେ ତା’ ମୁହଁରୁ ହସ ଉଭେଇ ଯାଏ। ସତେଯେମିତି ବୟସ ବଢ଼ିଲେ ଅବସାଦପୂର୍ଣ୍ଣ ହୋଇପଡୁଛି ଜୀବନ। ବ୍ୟସ୍ତତାପୂର୍ଣ୍ଣ ଜୀବନ ଭିତରେ କାହା ମୁହଁରୁ ହୃଦୟର ହସ ଟିକେ ଦେଖିବା କଷ୍ଟକର ହୋଇପଡୁଛି। ମାନସିକ ଚାପ ଏତେ ବଢ଼ି ଯାଉଛି ଯେ ସବୁ ବର୍ଗର ମଣିଷ ଆଜି ଦୁଃଖ, କଷ୍ଟ, ଯନ୍ତ୍ରଣାର ଶିକାର। ପାଠପଢ଼ାଠୁ ନେଇ ଚାକିରି, ପାରିବାରିକ ଅଶାନ୍ତି ଭଳି ଅନେକ ସମସ୍ୟାର ଆଜି ସମସ୍ତେ ଛନ୍ଦି ହୋଇପଡ଼ିଛନ୍ତି। ବିଶେଷକରି ଆଜିର ସୋସିଆଲ ମିଡିଆ ଯୁଗରେ ପରସ୍ପର ହସିବା, ସମୟ ବିତାଇବା ବହୁତ କମିଯାଇଛି। ମଣିଷ ମେଳରେ ଥାଇ ବି ହସ ଖୋଜୁଛି ମଣିଷ। ରବିବାର ହେଉଛି ବିଶ୍ୱ ହାସ୍ୟ ଦିବସ। ଏହିପରିପ୍ରେକ୍ଷୀରେ ଆଜିର ଏହି ବ୍ୟସ୍ତବହୁଳ ଜୀବନ ଭିତରେ ନିଜ ପାଇଁ ସମୟ କାଢ଼ି କିଭଳି ଖୁସିରେ ରହିବା ଓ ଅନ୍ୟ କାହା ମୁହଁରେ ଖୁସି ଭରିଦେବା ତାହାକୁ ନେଇ ‘ଧରିତ୍ରୀ’ର ସ୍ବତନ୍ତ୍ର ଉପସ୍ଥାପନା।

ଏକକ ପରିବାର ଯୋଗୁ ହସ କମିଯାଉଛି
ଆଗରୁ ଯୌଥ ପରିବାର ଥିଲା। ସମସ୍ତେ ଗୋଟିଏ ଗହଳଚହଳ ପରିବେଶ ଭିତରେ ବଡ଼ ହେଉଥିଲେ। ପିଲାଟିଏ ମଧ୍ୟ ସମସ୍ତଙ୍କ ସହ ମିଶିବାର ସୁଯୋଗ ପାଉଥିଲା। ମାତ୍ର ଏବେ ମା’ବାପାଙ୍କର ଗୋଟିଏ ଛୁଆକୁ ନେଇ ପରିବାର। ମା’ବାପା ସହଜେ ପିଲାଙ୍କୁ ଆଜିକାଲି ସମୟ ଦେଇପାରୁ ନାହାନ୍ତି। ପୁଣି ପିଲା ଟିକେ ବଡ଼ ହେଉ ହେଉ ପାଠପଢ଼ାର ଚାପ। ପରେ ଚାକିରି। ଏଭଳି ଭାବେ ପିଲାଟିଏ ଆଜିର ଦିନରେ ହସିବା ଭୁଲିଗଲାଣି। ତେଣୁ ଯୌଥ ପରିବାର କମିବା ମୁହଁରୁ ହସ ଛଡ଼ାଇ ନେବାର ମୁଖ୍ୟ କାରଣ। ୨୪ ଘଣ୍ଟାରେ ୧ଘଣ୍ଟା ମଧ୍ୟ ନିଜ ପାଇଁ ସମୟ କାଢ଼ିପାରୁନେ କି ହସି ପାରୁନେ।
-ମିହିର ରଞ୍ଜନ ନାୟକ, ପ୍ରାଧ୍ୟାପକ, ଏସ୍‌ସିବି ମେଡିକାଲ କଲେଜ

ହସାଇବାଠାରୁ କଷ୍ଟ କାମ ଆଉ କିଛି ନାହିଁ
ହସେଇଲେ ପୁଣ୍ୟ ମିଳେ। ଆଉ ଯିଏ ହସେ, ତା’ର ତ୍ୱଚା ସୁନ୍ଦର ଦିଶେ ଓ ରୋଗ ବି ଭଲ ହୁଏ। ଆଉ ହାପି ହରମୋନ ମଧ୍ୟ କ୍ଷରଣ ହୁଏ। ଏହା ତ ବୈଜ୍ଞାନିକ କାରଣ। କିନ୍ତୁ ହସାଇବାଠାରୁ କଷ୍ଟ କାମ କିଛି ନାହିଁ। ଗୋଟିଏ ଗୋଟିଏ କଣ୍ଟେଣ୍ଟ ବନାଇବାକୁ ସପ୍ତାହେ ଚିନ୍ତା କରିବାକୁ ପଡ଼େ। କ’ଣ କହିଲେ ଲୋକେ ହସିବେ। ଲୋକ ହସିବା ପାଇଁ କଳାକାର କିଛି ବି କରିବାକୁ ପ୍ରସ୍ତୁତ ହୁଏ। ମାତ୍ର ଏହା ଭଲ ଦିଗରେ ହେବା ଦରକାର।
-ଟୁକୁନା, କମେଡିଆନ

କିଛିବା କାରଣ ଖୋଜନ୍ତୁ, ଆଉ ହସନ୍ତୁ
ହସିବା ଜୀବନରେ ବହୁତ ଆବଶ୍ୟକ। କିଛି କାରଣ ନ ମିଳିଲେ ବି କିଛି ଗୋଟେ ଭାବି ନିହାତି ହସିବା ଦରକାର। ନ ହେଲେ ଏ ଯେଉଁ ଚିନ୍ତା ରହୁଛି, ରୋଗରେ ପଡ଼ିଯିବ। ମୋତେ ଲାଗେ ବିଶେଷ କରି ଆମ ଭଳି ଛାତ୍ରାବସ୍ଥାରେ ଥିବା ପିଲାଙ୍କର ଅଧିକ ଚିନ୍ତା। ପାଠପଢ଼ା ଚିନ୍ତାକୁ ଚାକିରି ଚିନ୍ତା ପ୍ରତି ମୁହୂର୍ତ୍ତରେ ରହୁଛି। କାହା ଛୁଆ ଚାକିରି ପାଇଲା, କିଏ ଭଲ ମାର୍କ ରଖିଲା, କିଏ ୧୨ଘଣ୍ଟା ପଢ଼ିଲା – ଏହି ସବୁ ଶୁଣି ଶୁଣି ଦିନ ପଳେଇଯାଉଛି। ମାନସିକ ଅବସାଦ ଆଜିର ଦିନରେ ବଡ଼ ସମସ୍ୟା। ତେଣୁ ସମସ୍ତେ କିଛି ନା କିଛି କାରଣ ଖୋଜନ୍ତୁ ହସିବା ପାଇଁ। ହସନ୍ତୁ ଓ ସମସ୍ତଙ୍କୁ ହସାନ୍ତୁ।
-ଭକ୍ତିସୁଧା ସାହୁ, ଛାତ୍ରୀ

ଲୋକପ୍ରିୟ ହେଉଛି ଷ୍ଟାଣ୍ଡ୍‌ଅପ୍‌ କମେଡି ଶୋ’

ସମସ୍ତେ ଚାହାନ୍ତି ହସିବା ପାଇଁ। ଆଜି ଯେତେବେଳେ ହସିବା କମି ଯାଉଛି, ଲୋକଙ୍କୁ ହସାଇବା ପାଇଁ ବିଭିନ୍ନ କମେଡି ପ୍ଲାଟ୍‌ଫର୍ମ ଦିନକୁ ଦିନ ବୃଦ୍ଧି ପାଉଛି। ୟୁଟ୍ୟୁବ୍‌ରେ ମଧ୍ୟ ଅନେକ ଯୁବ କମେଡ଼ିଆନ ବିଭିନ୍ନ ହାସ୍ୟାତ୍ମକ ବିଷୟବସ୍ତୁ ପୋଷ୍ଟ କରୁଛନ୍ତି। ଏହି ସମୟରେ ଷ୍ଟାଣ୍ଡ ଅପ୍‌ କମେଡି ଶୋ’ର ଲୋକପ୍ରିୟତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ରାଜଧାନୀରେ ଅନେକ ସମୟରେ ଷ୍ଟାଣ୍ଡ୍‌ଅପ୍‌ କମେଡି ଶୋ’ ହେଉଛି, ଯାହାକୁ ଦେଖିବାକୁ ଯୁବପିଢ଼ିଙ୍କର ପ୍ରବଳ ଆଗ୍ରହ ବଢ଼ୁଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସିଧାସଳଖ ସମସ୍ତେ ଯୋଡ଼ି ହୋଇପାରୁଛନ୍ତି। ସାଙ୍ଗସାଥୀଙ୍କ ସହ ହସିବା ଓ ହସି ହସି ସମୟକୁ ଉପଭୋଗ ମଧ୍ୟ କରିପାରୁଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

ନିରାପଦ ଏଚ୍‌ଆଇଭି ଟିକା ପାଇଁ ମିଳିତ ଉଦ୍ୟମ ଦରକାର

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ତଥା ଅନ୍ୟତମ ପ୍ରମୁଖ ରୋଗ ମଧ୍ୟରେ ଏଡ୍‌ସ (ଆକ୍ୟୁଆଡ ଇମ୍ୟୁନ ଡେଫିସିଏନ୍‌ସି ସଣ୍ଡ୍ରୋମ) ଅନ୍ୟତମ। ଏହାର ଏ ପର୍ଯ୍ୟନ୍ତ...

ବଟର ଚିକେନ୍‌ ଉଦ୍ଭାବକ କିଏ

ନୂଆଦିଲ୍ଲୀ,୧୮ା୫: ବଟର ଚିକେନ୍‌ ହେଉଛି ତନ୍ଦୁରରେ ରନ୍ଧାଯାଉଥିବା ଚିକେନ୍‌ ପିସ୍‌ଗୁଡ଼ିକୁ ଟମାଟୋ, କ୍ରିମ୍‌ ଓ ବଟର ସହ ମିଶ୍ରଣ କରି ପ୍ରସ୍ତୁତ କରାଯାଉଥିବା ଏକ ବ୍ୟଞ୍ଜନ।...

ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଏକ ବଡ଼ କଥା କହିଲେ ଭଉଣୀ ପ୍ରିୟଙ୍କା, ଜାଣିଲେ…

ନୂଆଦିଲ୍ଲୀ,୧୭ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ପ୍ରଚାରରେ ବ୍ୟସ୍ତ ଥିବା ପ୍ରିୟଙ୍କା ଗାନ୍ଧୀ ଭାଇ ରାହୁଲ ଗାନ୍ଧୀଙ୍କ ବିବାହ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।...

ଜାଣନ୍ତୁ କେଉଁ ରାଜନେତା କେତେ ପଢ଼ିଛନ୍ତି, କାହାର ଶିକ୍ଷାଗତ ଯୋଗ୍ୟତା ଅଧିକ, କାହାର କମ୍‌

ଆମର ଅନେକ ରାଜନେତା ଅଛନ୍ତି, ଯେଉଁମାନଙ୍କ ହାତରେ ଆମ ଦେଶ ଏବଂ ରାଜ୍ୟ ପରିଚାଳିତ ହେଉଛି। ତେବେ ଏମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଅଧିକାଂଶ ଲୋକ...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର

ସିଙ୍ଗାପୁର:ସମ୍ପ୍ରତି ଯୁବପିଢ଼ି ନିଜ କ୍ୟାରିୟରକୁ ଦୃଷ୍ଟିରେ ରଖି ବିଳମ୍ବରେ ବିବାହ କରିବା ସହ ବିଳମ୍ବରେ ପରିବାର ଆରମ୍ଭ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସିଙ୍ଗାପୁରର ଶିର୍ଲି...

ଆଜି ଜାତୀୟ ଡେଙ୍ଗୁ ଦିବସ

ଆମେ ସମ୍ମୁଖୀନ ହେଉଥିବା ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରେ ଡେଙ୍ଗୁ ଅନ୍ୟତମ। ଏଡିସ୍‌ ମଶା ହେଉଛି ଏହାର ବାହକ। ପ୍ରାରମ୍ଭରୁ ଡେଙ୍ଗୁର ଚିକିତ୍ସା କରା ନ ଗଲେ...

ଭାରତ ପ୍ରେମରେ ଜାପାନୀ ସିଇଓ

ବେଙ୍ଗାଲୁରୁ: ଟେକ୍‌ ଜାପାନ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ନାଓତାକା ନିଶିୟାମା ଗତ ମାସେ ହେବ ଭାରତ ଗସ୍ତରେ ରହିଛନ୍ତି। ଭାରତରେ ସଂସ୍କୃତି, ମୂଲ୍ୟବୋଧ ଓ ବିବିଧତାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri