Posted inଫୁରସତ

ଭାରତ ପ୍ରେମରେ ଜାପାନୀ ସିଇଓ

ବେଙ୍ଗାଲୁରୁ: ଟେକ୍‌ ଜାପାନ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ନାଓତାକା ନିଶିୟାମା ଗତ ମାସେ ହେବ ଭାରତ ଗସ୍ତରେ ରହିଛନ୍ତି। ଭାରତରେ ସଂସ୍କୃତି, ମୂଲ୍ୟବୋଧ ଓ ବିବିଧତାକୁ ବୁଝିବା ଉଦ୍ଦେଶ୍ୟରେ ସେ ଭାରତ ଆସିଛନ୍ତି। କେବଳ ଗୋଟିଏ ମାସ ମଧ୍ୟରେ ଭାରତୀୟଙ୍କ ଜୀବନ ଶୈଳୀ ତାଙ୍କୁ ବହୁଳ ଭାବେ ପ୍ରଭାବିତ କରିପାରିଛି। ଭାରତର ବିବିଧତାକୁ ସେ ପ୍ରଶଂସା କରିବା ସହ ସମ୍ପ୍ରତି କେବଳ ଭାରତୀୟ ନେତୃତ୍ୱ ହିଁ ବିଶ୍ୱର ଅଗ୍ରଗତି କରିବାକୁ ସକ୍ଷମ ବୋଲି ସେ କହିଛନ୍ତି।
ମିଡିଆ ପ୍ଲାଟଫର୍ମ ‘ଲିଙ୍କଡିନ’ରେ ସେ ଲେଖିଛନ୍ତି, ବିଶ୍ୱରେ ବହୁତ ଅଶାନ୍ତି ରହିଛି। ତେଣୁ ବିଶ୍ୱକୁ ଭାରତର ନେତୃତ୍ୱ ଆବଶ୍ୟକ। ଗତ ମାସେ ଧରି ଭାରତରେ ରହିବା ସମୟରେ ଏହାର ବିବିଧତା ଏବଂ ମୂଲ୍ୟବୋଧ ତାଙ୍କୁ ବହୁଳ ଭାବେ ପ୍ରଭାବିତ କରିଥିବା ନିଶିୟାମା କହିଛନ୍ତି। ଅନେକ ଧର୍ମ, ଜାତି ଏବଂ ମୂଲ୍ୟବୋଧ ଥିବା ସତ୍ତ୍ୱେ ଭାରତ ଏକ ହୋଇ ଗୋଟିଏ ସଫଳ ଦେଶ ଭାବରେ ଅଗ୍ରଗତି କରୁଛି, ଯାହା କୌଣସି ଆଶ୍ଚର୍ୟ୍ୟଠାରୁ କମ୍‌ ନୁହେଁ। ଏହି ଅବସରରେ ସେ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନଡେଲା ଏବଂ ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ଉଦାହରଣ ଦେଇଛନ୍ତି। ଉଭୟ ସତ୍ୟ ନଡେଲା ଏବଂ ସୁନ୍ଦର ପିଚାଇ ଭାରତରେ ଜନ୍ମଗ୍ରହଣ କରିବା ସହ ଅଧ୍ୟୟନ ମଧ୍ୟ କରିଥିଲେ। ପରେ ଉଭୟ ଆମେରିକା ଯାଇ ନିଜ ଦକ୍ଷତାକୁ ସଫଳ ଭାବେ ପ୍ରତିପାଦନ କରିଛନ୍ତି। ଏଥିରୁ ଭାରତୀୟ ନେତୃତ୍ୱର ଦକ୍ଷତା ପ୍ରମାଣିତ ହୋଇଥିବା ନିଶିୟାମା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ମୋବାଇଲରେ ଏମିତି ଚାଟ୍‌ ଦେଖି ସ୍ବାମୀଙ୍କ ପାଦ ତଳୁ ଖସିଗଲା ମାଟି, ସିଧା ପହଞ୍ଚିଲେ ଥାନାରେ…

ନୂଆଦିଲ୍ଲୀ,୧୩।୮: ତେଲଙ୍ଗାନାର ମହବୁବାବାଦ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ତାଙ୍କର କଥିତ ପ୍ରେମିକଙ୍କ ବିରୋଧରେ…

ଚାର୍ଜ ବସାଇ ଶୁଣୁଥିଲେ ଗୀତ: ହଠାତ୍‌ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

ନନ୍ଦପୁର,୧୩।୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ରାତ୍ରଠାରୁ ପ୍ରବଳ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିଛି। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ…

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

ଗ୍ରହଙ୍କ ଖାସ୍‌ ଖେଳରେ ୫ ରାଶିଙ୍କ ଚମକିବ ଭାଗ୍ୟ, ଖୋଲିଯିବ ଟଙ୍କା ଆସିବାର ରାସ୍ତା; ବଢିବ…

୧୩ ଅଗଷ୍ଟ, ୨୦୨୬ ରେ ଶ୍ରାବଣ ମାସର ଶୁକ୍ଳ ପକ୍ଷର ପ୍ରତିପଦା ତିଥି ଏବଂ ଦିନ ଗୁରୁବାର ଅଟେ। ଏହା ଚାତୁର୍ମାସର ୨୦ ତମ ଦିନ ଅଟେ।…

ଆସୁଛି ବଡ଼ ବର୍ଷା: ଅବପାତର ପରିଣତ ହେବ ଲଘୁଚାପ, ରେଡ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୩/୮:ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳର ଉତ୍ତର ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ସୃଷ୍ଟ ଲଘୁଚାପ ଅଧିକ…

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର: ଭଙ୍ଗା ଘରେ ଜଣଙ୍କ ପରେ ଜଣେ…

ନିିଶ୍ଚିନ୍ତକୋଇଲି, ୧୩ା୮(ଅଶୋକ ମହାପାତ୍ର):କେନ୍ଦ୍ରାପଡ଼ା ଜିଲା କଳପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ସେଠାରେ ଗାଡ଼ିଚାଳକ ରୂପେ ରହି କାର୍ଯ୍ୟ କରୁଥିବା ନୟାଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri