Posted inଫୁରସତ

ଆଜି ବିଶ୍ୱ ହସ ଦିବସ

ଶିଶୁଟିର କଅଁଳ ମୁହଁର ହସ କେବଳ ମା’ବାପାଙ୍କୁ ନୁହେଁ, ସମସ୍ତଙ୍କୁ ଖୁସି ଦିଏ। ହେଲେ ସେହି ଶିଶୁ ବଡ଼ ହେଲେ ତା’ ମୁହଁରୁ ହସ ଉଭେଇ ଯାଏ। ସତେଯେମିତି ବୟସ ବଢ଼ିଲେ ଅବସାଦପୂର୍ଣ୍ଣ ହୋଇପଡୁଛି ଜୀବନ। ବ୍ୟସ୍ତତାପୂର୍ଣ୍ଣ ଜୀବନ ଭିତରେ କାହା ମୁହଁରୁ ହୃଦୟର ହସ ଟିକେ ଦେଖିବା କଷ୍ଟକର ହୋଇପଡୁଛି। ମାନସିକ ଚାପ ଏତେ ବଢ଼ି ଯାଉଛି ଯେ ସବୁ ବର୍ଗର ମଣିଷ ଆଜି ଦୁଃଖ, କଷ୍ଟ, ଯନ୍ତ୍ରଣାର ଶିକାର। ପାଠପଢ଼ାଠୁ ନେଇ ଚାକିରି, ପାରିବାରିକ ଅଶାନ୍ତି ଭଳି ଅନେକ ସମସ୍ୟାର ଆଜି ସମସ୍ତେ ଛନ୍ଦି ହୋଇପଡ଼ିଛନ୍ତି। ବିଶେଷକରି ଆଜିର ସୋସିଆଲ ମିଡିଆ ଯୁଗରେ ପରସ୍ପର ହସିବା, ସମୟ ବିତାଇବା ବହୁତ କମିଯାଇଛି। ମଣିଷ ମେଳରେ ଥାଇ ବି ହସ ଖୋଜୁଛି ମଣିଷ। ରବିବାର ହେଉଛି ବିଶ୍ୱ ହାସ୍ୟ ଦିବସ। ଏହିପରିପ୍ରେକ୍ଷୀରେ ଆଜିର ଏହି ବ୍ୟସ୍ତବହୁଳ ଜୀବନ ଭିତରେ ନିଜ ପାଇଁ ସମୟ କାଢ଼ି କିଭଳି ଖୁସିରେ ରହିବା ଓ ଅନ୍ୟ କାହା ମୁହଁରେ ଖୁସି ଭରିଦେବା ତାହାକୁ ନେଇ ‘ଧରିତ୍ରୀ’ର ସ୍ବତନ୍ତ୍ର ଉପସ୍ଥାପନା।

ଏକକ ପରିବାର ଯୋଗୁ ହସ କମିଯାଉଛି
ଆଗରୁ ଯୌଥ ପରିବାର ଥିଲା। ସମସ୍ତେ ଗୋଟିଏ ଗହଳଚହଳ ପରିବେଶ ଭିତରେ ବଡ଼ ହେଉଥିଲେ। ପିଲାଟିଏ ମଧ୍ୟ ସମସ୍ତଙ୍କ ସହ ମିଶିବାର ସୁଯୋଗ ପାଉଥିଲା। ମାତ୍ର ଏବେ ମା’ବାପାଙ୍କର ଗୋଟିଏ ଛୁଆକୁ ନେଇ ପରିବାର। ମା’ବାପା ସହଜେ ପିଲାଙ୍କୁ ଆଜିକାଲି ସମୟ ଦେଇପାରୁ ନାହାନ୍ତି। ପୁଣି ପିଲା ଟିକେ ବଡ଼ ହେଉ ହେଉ ପାଠପଢ଼ାର ଚାପ। ପରେ ଚାକିରି। ଏଭଳି ଭାବେ ପିଲାଟିଏ ଆଜିର ଦିନରେ ହସିବା ଭୁଲିଗଲାଣି। ତେଣୁ ଯୌଥ ପରିବାର କମିବା ମୁହଁରୁ ହସ ଛଡ଼ାଇ ନେବାର ମୁଖ୍ୟ କାରଣ। ୨୪ ଘଣ୍ଟାରେ ୧ଘଣ୍ଟା ମଧ୍ୟ ନିଜ ପାଇଁ ସମୟ କାଢ଼ିପାରୁନେ କି ହସି ପାରୁନେ।
-ମିହିର ରଞ୍ଜନ ନାୟକ, ପ୍ରାଧ୍ୟାପକ, ଏସ୍‌ସିବି ମେଡିକାଲ କଲେଜ

ହସାଇବାଠାରୁ କଷ୍ଟ କାମ ଆଉ କିଛି ନାହିଁ
ହସେଇଲେ ପୁଣ୍ୟ ମିଳେ। ଆଉ ଯିଏ ହସେ, ତା’ର ତ୍ୱଚା ସୁନ୍ଦର ଦିଶେ ଓ ରୋଗ ବି ଭଲ ହୁଏ। ଆଉ ହାପି ହରମୋନ ମଧ୍ୟ କ୍ଷରଣ ହୁଏ। ଏହା ତ ବୈଜ୍ଞାନିକ କାରଣ। କିନ୍ତୁ ହସାଇବାଠାରୁ କଷ୍ଟ କାମ କିଛି ନାହିଁ। ଗୋଟିଏ ଗୋଟିଏ କଣ୍ଟେଣ୍ଟ ବନାଇବାକୁ ସପ୍ତାହେ ଚିନ୍ତା କରିବାକୁ ପଡ଼େ। କ’ଣ କହିଲେ ଲୋକେ ହସିବେ। ଲୋକ ହସିବା ପାଇଁ କଳାକାର କିଛି ବି କରିବାକୁ ପ୍ରସ୍ତୁତ ହୁଏ। ମାତ୍ର ଏହା ଭଲ ଦିଗରେ ହେବା ଦରକାର।
-ଟୁକୁନା, କମେଡିଆନ

କିଛିବା କାରଣ ଖୋଜନ୍ତୁ, ଆଉ ହସନ୍ତୁ
ହସିବା ଜୀବନରେ ବହୁତ ଆବଶ୍ୟକ। କିଛି କାରଣ ନ ମିଳିଲେ ବି କିଛି ଗୋଟେ ଭାବି ନିହାତି ହସିବା ଦରକାର। ନ ହେଲେ ଏ ଯେଉଁ ଚିନ୍ତା ରହୁଛି, ରୋଗରେ ପଡ଼ିଯିବ। ମୋତେ ଲାଗେ ବିଶେଷ କରି ଆମ ଭଳି ଛାତ୍ରାବସ୍ଥାରେ ଥିବା ପିଲାଙ୍କର ଅଧିକ ଚିନ୍ତା। ପାଠପଢ଼ା ଚିନ୍ତାକୁ ଚାକିରି ଚିନ୍ତା ପ୍ରତି ମୁହୂର୍ତ୍ତରେ ରହୁଛି। କାହା ଛୁଆ ଚାକିରି ପାଇଲା, କିଏ ଭଲ ମାର୍କ ରଖିଲା, କିଏ ୧୨ଘଣ୍ଟା ପଢ଼ିଲା – ଏହି ସବୁ ଶୁଣି ଶୁଣି ଦିନ ପଳେଇଯାଉଛି। ମାନସିକ ଅବସାଦ ଆଜିର ଦିନରେ ବଡ଼ ସମସ୍ୟା। ତେଣୁ ସମସ୍ତେ କିଛି ନା କିଛି କାରଣ ଖୋଜନ୍ତୁ ହସିବା ପାଇଁ। ହସନ୍ତୁ ଓ ସମସ୍ତଙ୍କୁ ହସାନ୍ତୁ।
-ଭକ୍ତିସୁଧା ସାହୁ, ଛାତ୍ରୀ

ଲୋକପ୍ରିୟ ହେଉଛି ଷ୍ଟାଣ୍ଡ୍‌ଅପ୍‌ କମେଡି ଶୋ’

ସମସ୍ତେ ଚାହାନ୍ତି ହସିବା ପାଇଁ। ଆଜି ଯେତେବେଳେ ହସିବା କମି ଯାଉଛି, ଲୋକଙ୍କୁ ହସାଇବା ପାଇଁ ବିଭିନ୍ନ କମେଡି ପ୍ଲାଟ୍‌ଫର୍ମ ଦିନକୁ ଦିନ ବୃଦ୍ଧି ପାଉଛି। ୟୁଟ୍ୟୁବ୍‌ରେ ମଧ୍ୟ ଅନେକ ଯୁବ କମେଡ଼ିଆନ ବିଭିନ୍ନ ହାସ୍ୟାତ୍ମକ ବିଷୟବସ୍ତୁ ପୋଷ୍ଟ କରୁଛନ୍ତି। ଏହି ସମୟରେ ଷ୍ଟାଣ୍ଡ ଅପ୍‌ କମେଡି ଶୋ’ର ଲୋକପ୍ରିୟତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ରାଜଧାନୀରେ ଅନେକ ସମୟରେ ଷ୍ଟାଣ୍ଡ୍‌ଅପ୍‌ କମେଡି ଶୋ’ ହେଉଛି, ଯାହାକୁ ଦେଖିବାକୁ ଯୁବପିଢ଼ିଙ୍କର ପ୍ରବଳ ଆଗ୍ରହ ବଢ଼ୁଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସିଧାସଳଖ ସମସ୍ତେ ଯୋଡ଼ି ହୋଇପାରୁଛନ୍ତି। ସାଙ୍ଗସାଥୀଙ୍କ ସହ ହସିବା ଓ ହସି ହସି ସମୟକୁ ଉପଭୋଗ ମଧ୍ୟ କରିପାରୁଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri