କରୋନା ପରୀକ୍ଷାକୁ ଡଙ୍ଗରିଆଙ୍କ ନା

ରାୟଗଡ଼ା ଅଫିସ,୧୮।୫: ରାୟଗଡ଼ା ଜିଲା ନିୟମଗିରି ପାଦଦେଶରେ ବସବାସ କରୁଥିବା ୧୭ ଡଙ୍ଗରିଆ ଆଦିବାସୀ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଚିହ୍ନଟଙ୍କ ମଧ୍ୟରେ ଜିଲାର କଲ୍ୟାଣସିଂହପୁର ବ୍ଲକ୍‌ ଅଞ୍ଚଳରୁ ସର୍ବାଧିକ ୧୫ ରହିଛନ୍ତି। ତେଣୁ ସଂକ୍ରମଣକୁ ରୋକିବା ନିମନ୍ତେ ସୋମବାର କଲ୍ୟାଣସିଂହପୁର ବିଡିଓ କାଳୁଚରଣ ନାୟକ ଏବଂ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ସ୍ବାବ୍‌ ପରୀକ୍ଷା ପାଇଁ ସମ୍ପୃକ୍ତ ଅଞ୍ଚଳରେ ପହଞ୍ଚିଥିଲେ। ହେଲେ ନିୟମଗିରି ରାଜାଙ୍କୁ ପୂଜା କରୁଛୁ, ଆମର କିଛି ଅସୁବିଧା ହେବନାହିଁ ବୋଲି ଡଙ୍ଗରିଆମାନେ କହି କରୋନା ପରୀକ୍ଷାକୁ ବିରୋଧ କରିଥିଲେ। ଏଥିସହିତ ପାର୍ସାଲିରେ ହୋଇଥିବା ମିନି କଣ୍ଟେନ୍‌ମେଣ୍ଟ ଜୋନ୍‌କୁ ଭାଙ୍ଗି ଦେଇଥିଲେ।
ସୂଚନା ଅନୁଯାୟୀ, ବିଡିଓ, ପାର୍ସାଲିସ୍ଥିତ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା (ଡିକେଡିଏ) ର ସ୍ପେଶାଲ ଅଫିସର ମଦନ ମୋହନ ଦଳବେହେରା, ଆଶା, ଅଙ୍ଗନଓ୍ବାଡି କର୍ମୀ ଓ ଫାର୍ମାସିଷ୍ଟ ପାର୍ସାଲି ଗ୍ରାମକୁ ଯାଇ ଡଙ୍ଗରିଆମାନଙ୍କୁ କରୋନାର ଭୟାବହତା ବିଷୟରେ ବୁଝାଇଥିଲେ। ସେମାନଙ୍କୁ କରୋନା ପରୀକ୍ଷା କରାଇବା ନିମନ୍ତେ ଉତ୍ସାହିତ କରି ସ୍ବାବ୍‌ ସଂଗ୍ରହ କରିବାକୁ ଡାକିଥିଲେ। ଠିକ୍‌ ସମୟରେ ପରୀକ୍ଷା କରାଇ ଔଷଧ ଖାଇଲେ ସୁସ୍ଥ ହୋଇପାରିବେ ବୋଲି ସେମାନଙ୍କୁ ବୁଝାଇଥିଲେ। ହେଲେ ମାତ୍ର ୩ ଜଣ
ସ୍ବାବ୍‌ ଦେଇଥିବାବେଳେ ଅନ୍ୟମାନେ ରୋକ୍‌ଠୋକ୍‌ ମନା କରିଥିଲେ। ଫଳରେ ଟିମ୍‌ ଅନ୍ୟମାନଙ୍କ ସ୍ବାବ୍‌ ପରୀକ୍ଷା କରି ନ ପାରି ଫେରିବାକୁ ବାଧ୍ୟ ହୋଇଥିଲା। ଆମେ ଏଠାରେ ଯେମିତି ଅଛୁ ଭଲରେ ଅଛୁ, ଆମର କୌଣସି ପରୀକ୍ଷାର ଆବଶ୍ୟକ ନାହିଁ ବୋଲି ଡଙ୍ଗରିଆମାନେ କହିଥିବା ବିଡିଓ ସୂଚନା ଦେଇ କହିଛନ୍ତି। ସେହିପରି ଡାକ୍ତରଖାନାରେ ରୋଗୀଙ୍କ କିଡ୍‌ନୀ, ଆଖି ବାହାର କରାଯାଉଥିବା ଏବଂ ମୃତଦେହ ଫେରାଯାଉ ନ ଥିବା ନେଇ ବିଭିନ୍ନ ମିଥ୍ୟା ଭିଡିଓ ଦେଖି ଡଙ୍ଗରିଆମାନେ ଭୟଭୀତ ଥିବା ଜଣାଇଥିବା ଡିକେଡିଏର ସ୍ପେଶାଲ ଅଫିସର କହିଛନ୍ତି। ଏମିତିକି ଏହା ଏକ ବିଦେଶୀ ରୋଗ, ଆମକୁ ଏହା ଛୁଇଁପାରିବନି ବୋଲି ଗ୍ରାମବାସୀ ଅନ୍ଧବିଶ୍ୱାସରେ ରହିଛନ୍ତି। ଏଭଳି ପରିସ୍ଥିତିରେ ଏମାନଙ୍କୁ ବୁଝାଇବା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ପ୍ରଶାସନ ପକ୍ଷରୁ ଡଙ୍ଗରିଆମାନଙ୍କ ନେତା ଲଦ ସିକକାଙ୍କ ସହ ଆଲୋଚନା କରାଯାଇ ଗ୍ରାମବାସୀଙ୍କୁ ବୁଝାଇବା ନିମନ୍ତେ କୁହାଯାଇଛି। ମଙ୍ଗଳବାର ସ୍ବାସ୍ଥ୍ୟ ବିଭାଗ ଟିମ୍‌ ପୁଣି ସ୍ବାବ୍‌ ସଂଗ୍ରହ ନିମନ୍ତେ ଯିବେ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri