ରୋଗ ପ୍ରତିରୋଧକ ଶକ୍ତି ପାଇଁ ପିଅନ୍ତୁ ଗୋଲମରିଚ-ଲବଙ୍ଗ କାଢ଼ା: ଘରେ ଏପରି କରନ୍ତୁ ପ୍ରସ୍ତୁତ..

ସାରା ବିଶ୍ୱରେ କରୋନା କାୟା ଜାରି ରହିଛି। ଏଥିରେ ସଂକ୍ରମିତ ହୋଇ ହଜାର ହଜାର ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟୁଛି। ବିଶେଷକରି ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବା ବ୍ୟକ୍ତି କରୋନାରେ ପୀଡ଼ିତ ହେଲେ ମୃତ୍ୟୁ ସମ୍ଭାବନା ଅଧିକ ଥିବା ଡାକ୍ତର ତଥା ବିଶେଷଜ୍ଞମାନେ ମତ ରଖୁଛନ୍ତି। ଏସବୁ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଲାଗ ଭରପୁର ଭିଟାମିନ୍‌ ଥିବା ଖାଦ୍ୟ ଖାଇବା ଆବଶ୍ୟକ। ଏହାଛଡ଼ା କାଢ଼ା ମଧ୍ୟ ପିଇପାରିବେ। ଲବଙ୍ଗ ଏବଂ ଗୁଜରାତି ପକାଯାଇ ପ୍ରସ୍ତୁତ ହୋଇଥିବା କାଢ଼ା ରୋଗ ପ୍ରତିରୋଧକ ଶକ୍ତି ମଜଭୂତ କରିବାରେ ସହାୟକ ହୋଇଥାଏ। ଜାଣନ୍ତୁ ଏହାକୁ ପ୍ରସ୍ତୁତ କରିବାର ବିଧି ଏବଂ ସେବନ ପ୍ରଣାଳୀ:

କାଢ଼ା ପ୍ରସ୍ତୁତ ପାଇଁ ସାମଗ୍ରୀ:
-ଏକ ଚାମଚ ଗୋଲମରିଚ
-ଏକ ଚାମଚ ଲବଙ୍ଗ
-ଗୋଟିଏରୁ ଦୁଇଟି ଗୁଜରାତି
– ୨ ରୁ ୩ କିସ୍‌ମିସ
-ଡାଲଚିନି ଖଣ୍ଡ
-୭-୮ ତୁଳସୀ ପତ୍ର
-୨ରୁ ୩ ହଳଦୀ ଖଣ୍ଡ

କିପରି ପ୍ରସ୍ତୁତ କରିବେ: ପ୍ରଥମେ ଗୋଲମରିଚ, ଲବଙ୍ଗ, ଗୁଜରାତି, କିସ୍‌ମିସ୍‌, ଡାଲଚିନି ଏବଂ ହଳଦୀକୁ ଗରମ କରି ନିଅନ୍ତୁ। ପ୍ୟାନ୍‌ରେ ପାଣି ଗରମ କରି ଫୁଟାନ୍ତୁ। ଏହାପରେ ଗୁଣ୍ଡ ପାଉଡରକୁ ପକାଇ ୧୫ରୁ ୨୦ ମିନିଟ୍‌ ଫୁଟାନ୍ତୁ। ଏହା ହୋଇଯିବା ପରେ କାଢ଼ି ଛାଣି ଦିଅନ୍ତୁ। ହାଲ୍‌କା ଥଣ୍ଡା ହେବା ପରେ ପିଅନ୍ତୁ।

କେବେ ପିଇବେ କାଢ଼ା: ପ୍ରତ୍ୟେହ ସକାଳେ ଖାଲି ପେଟରେ କାଢ଼ା ପିଅନ୍ତୁ। ଏହାଛଡ଼ା ଖାଇବା ପରେ ମଧ୍ୟ ଏହାକୁ ପିଇପାରିବେ। ୨ ରୁ ୩ ଥର ପିଇବା ଦ୍ୱାରା ଶରୀର ମଜଭୂତ ହୋଇଥାଏ।

ଅନ୍ୟ ଉପାୟ:
-ଭିଟାମିନ୍‌ ଡି ଥିବା ଫଳ ସେବନ କରିପାରିବେ।
-ଦହି ଖାଇପାରିବେ।
-କ୍ଷୀର-ପନିର ଖାଇପାରିବେ।
-ରସୁଣ, ଅଶ୍ୱଗନ୍ଧା, ଅଦା ଖାଇପାରିବେ।
-ମହୁ ଅଥବା ତୁଳସୀ ପାଣି ପିଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଉଲେନ୍‌ କପଡ଼ାର ଯତ୍ନ

ଶୀତଦିନେ ଭଳିକି ଭଳି ଉଲେନ୍‌ କପଡ଼ାର ବ୍ୟବହାର ନା କେବଳ ଆରାମଦାୟକ ବରଂ ଏହା ବେଶ୍‌ ଆକର୍ଷଣୀୟ ଏବଂ ଷ୍ଟାଇଲିସ୍‌ ଲୁକ୍‌ ବି ଦେଇଥାଏ। ତେବେ...

ବେଳେବେଳେ ଏପରି ହୁଏ: କଥା କହିବାକୁ ବି ଲାଗେ ଡର…

ନୂଆଦିଲ୍ଲୀ: କେତେକ ଲୋକଙ୍କଠାରେ ଏକ ପ୍ରକାର ସମସ୍ୟା ରହିଥାଏ। ସେମାନେ ସମବେତ ଲୋକଙ୍କ ସମ୍ମୁଖରେ କଥା କହିବାକୁ ଭୟ କରନ୍ତି। କିଛି ଲୋକ ନିଜର ପ୍ରଦର୍ଶନ...

ବିବାହ ପୂର୍ବରୁ ଏହି ୫ କଥା ପ୍ରତି ଧ୍ୟାନ ଦିଅନ୍ତୁ

ବିବାହ ସବୁ ଝିଅଙ୍କ ଜୀବନର ଏକ ବିଶେଷ ମୁହୂର୍ତ୍ତ। ଏହି ସମୟକୁ ସେମାନେ ଅପେକ୍ଷା କରି ରହିଥାନ୍ତି। ବଲିଉଡ୍‌ ଅଭିନେତା ଶାହିଦ କପୁରଙ୍କ ସ୍ତ୍ରୀ ମୀରା...

ଫ୍ୟାଶନରେ ‘ହଂସୁଲି’

ଦିନ ଥିଲା ମହିଳାମାନେ ସୁନା କିମ୍ବା ରୁପାରେ ତିଆରି ଏକ ସ୍ବତନ୍ତ୍ର ଧରଣର ମୋଟା ଗହଣା ବେକରେ ପିନ୍ଧୁଥିଲେ, ଯାହାକୁ ହଂସୁଲି ବୋଲି କୁହାଯାଉଥିଲା। ଏହା...

ଏସବୁ ରୋଗରୁ ବି ଦୂରେଇ ରଖେ ଆମ୍ବ ଟାକୁଆ…

ଆମ୍ବ ଶରୀର ପାଇଁ ଉପକାରୀ। ଏହା ସହିତ ଆମ୍ବ ଟାକୁଆ ମଧ୍ୟ ଶରୀର ପାଇଁ ବେଶ୍‌ ଲାଭପ୍ରଦ। ଟାକୁଆରୁ କୋଇଲି ବାହାର କରି ଏହାକୁ ଶୁଖାଇ...

କରୋନା ଭୟରେ ଫିକା ପଡ଼ିପାରେ ହୋଲି: ସୁରକ୍ଷା ପାଇଁ ଘରେ ଏଭଳି ପ୍ରସ୍ତୁତ କରନ୍ତୁ ପ୍ରାକୃତିକ ରଙ୍ଗ

ଆସୁଛି ହୋଲି। ରଙ୍ଗର ଏହି ପର୍ବକୁ ପାଳନ କରିବାକୁ ଏବେଠୁ ରାସ୍ତାକଡ଼ରେ ଖୋଲିଲାଣି ବିଭିନ୍ନ ଦୋକାନ। ହେଲେ ଚଳିତ ବର୍ଷ କରୋନା ଯୋଗୁ ହୋଲି ପାଳନ...

ଶୀତଦିନେ ଖାଆନ୍ତୁ ମେଥି ସାଗ…

ନିୟମିତ ମେଥିସାଗ ଖାଇଲେ ଅନେକ ଫାଇଦା ମିଳିଥାଏ। ଆୟୁର୍ବେଦ ଅନୁଯାୟୀ ମେଥି ବିଶେଷ କରି ଡେଙ୍ଗୁ ରୋଗୀଙ୍କ ପାଇଁ ବେଶ ଲାଭଦାୟକ। ଏହାକୁ ନିୟମିତ ଖାଇଲେ...

ଏସବୁ ଖାଦ୍ୟ ନବଦମ୍ପତିଙ୍କୁ ମନା…

କର୍ନଫ୍ଲେକ୍ସକୁ ଅଧିକାଂଶଙ୍କ ପାଇଁ ଏକ ଲୋକପ୍ରିୟ ଖାଦ୍ୟ। ଏହାକୁ ଖାଇଲେ ମେଦବହୁଳତାରୁ ମୁକ୍ତି ମିଳେ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ତେବେ ଟରୋଣ୍ଟୋ ବିଶ୍ୱବଦ୍ୟାଳୟରେ ହୋଇଥିବା...

Play 250+ Trending Games
Archives

Model This Week

Why Dharitri