ହୃଦ୍‌ରୋଗଠାରୁ ନିଜକୁ ଦୂରେଇ ରଖିବାକୁ ହେଲେ…

ଆଜିର ସମୟରେ ଅନ୍ୟତମ ସ୍ବାସ୍ଥ୍ୟଜନିତ ସମସ୍ୟା ହେଉଛି ହୃଦ୍‌ରୋଗ। ଶାରୀରିକ ପରିଶ୍ରମର ଅଭାବ, ନିଶାଦ୍ରବ୍ୟ ସେବନ, ମାନସିକ ଚାପ, ଖାଦ୍ୟପେୟ ଓ ବିଶ୍ରାମର ଅନିୟମିତତା ଆଦି ହୃଦ୍‌ରୋଗର ଅନ୍ୟତମ କାରଣ। ବର୍ତ୍ତମାନ ସମୟରେ ଅଧିକାଂଶ ଯୁବବର୍ଗ ହୃଦ୍‌ରୋଗର ଶିକାର ହେଉଛନ୍ତି। ହୃଦ୍‌ରୋଗଠାରୁ ନିଜକୁ ଦୂରେଇ ରଖିବାକୁ ହେଲେ ଚାପମୁକ୍ତ ଏବଂ ସନ୍ତୁଳିତ ଜୀବନଶୈଳୀ ଅନୁସରଣ କରନ୍ତୁ। ନିଶାଦ୍ରବ୍ୟ ସେବନଠାରୁ ଦୂରେଇ ରୁହନ୍ତୁ। ଦୈନିକ ଅତି କମ୍‌ରେ ଅଧଘଣ୍ଟା ବ୍ୟାୟାମ କରନ୍ତୁ। ଶରୀରର ଗଢ଼ଣ ଓ ବୟସ ଅନୁସାରେ ଓଜନ କେତେ ରହିବା ଆବଶ୍ୟକ, ତାହା ଜାଣନ୍ତୁ। ଆବଶ୍ୟକତାଠାରୁ ଅଧିକ ଓଜନ ଥିଲେ, ତାହାକୁ କେମିତି ସନ୍ତୁଳିତ ସ୍ତରକୁ ଆଣିହେବ, ସେଥିପାଇଁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ରକ୍ତଚାପ ଏବଂ ରକ୍ତରେ ଶର୍କରା ବା ସୁଗାର ପରିମାଣ ଯେପରି ସନ୍ତୁଳିତ ରହେ ସେନେଇ ସତର୍କ ରହୁନ୍ତୁ। ଖାଦ୍ୟପେୟ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଅନ୍ତୁ। ନିୟମିତ ବ୍ୟାୟାମ କରନ୍ତୁ। ଯେତେ ବ୍ୟସ୍ତ ରହିଲେ ମଧ୍ୟ ନିୟମିତ ସମୟ ବ୍ୟବଧାନରେ ଅଭିଜ୍ଞ ଡାକ୍ତରଙ୍କ ନିକଟରେ ସ୍ବାସ୍ଥ୍ୟ ପରୀକ୍ଷା କରାଇ ନେବାକୁ ଭୁଲନ୍ତୁ ନାହିଁ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ TVK ମୁଖ୍ୟ ବିଜୟ ଥାଲାପତି, ଯୋଗଦେବେ ରାହୁଲ ଗାନ୍ଧୀ

ଚେନ୍ନାଇ,୧୦।୫: ଅଭିନେତାରୁ ରାଜନେତା ହୋଇଥିବା ସି. ଜୋସେଫ ବିଜୟ ରବିବାର ସକାଳ ୧୦ଟାରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଲୋକ ସଭାରେ ବିରୋଧୀ ଦଳ…

୩ ଦିନିଆ ଅସ୍ତ୍ରବିରତି ପାଇଁ ରୁଷିଆ, ୟୁକ୍ରେନ୍‌ ରାଜି: ଟ୍ରମ୍ପ୍‌

ଓ୍ବାଶିଂଟନ,୧୦ା୫(ପି.ଟି.):ରୁଷିଆ ଏବଂ ୟୁକ୍ରେନ୍‌ ମଧ୍ୟରେ ୩ ଦିନ ଅସ୍ତ୍ରବିରତି ଏବଂ ବନ୍ଦୀ ବିନିମୟ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦେଇଥିବା ପ୍ରସ୍ତାବରେ ରୁଷିଆ ଓ ୟୁକ୍ରେନ୍‌…

ପୂର୍ଣ୍ଣ କାର୍ଯ୍ୟକାରୀ ହେଲା ନୂଆ ଶ୍ରମ ଆଇନ

ନୂଆଦିଲ୍ଲୀ,୧୦ା୫(ପି.ଟି.): ଦୀର୍ଘ ୫ ବର୍ଷର ପ୍ରତୀକ୍ଷା ପରେ କେନ୍ଦ୍ର ସରକାର ନିୟମାବଳୀ ପ୍ରକାଶ କରି ୪ ଶ୍ରମ ସଂହିତାକୁ ପୂର୍ଣ୍ଣ କାର୍ଯ୍ୟକାରୀ କରିଛନ୍ତି। ଏହା ସମସ୍ତ ଶ୍ରମିକଙ୍କ…

ହତ୍ୟା ଅଭିଯୁକ୍ତ ମୃତବ୍ୟକ୍ତିଙ୍କ ସମ୍ପତ୍ତି ପାଇପାରିବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୦ା୫(ପି.ଟି.): ଜଣେ ବ୍ୟକ୍ତି ଯଦି ଅନ୍ୟ ଜଣଙ୍କୁ ହତ୍ୟା କରିବା କିମ୍ବା ହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ଅଭିଯୁକ୍ତ ହୋଇଥାନ୍ତି, ତେବେ ସେ ଉତ୍ତରାଧିକାର ସୂତ୍ରରେ ମୃତ…

ଦ୍ୱିତୀୟକୁ ଉଠିଲା ଗୁଜରାଟ

ଜୟପୁର,୯ା୫: ଅଧିନାୟକ ଶୁବମନ ଗିଲ୍‌ ଓ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ପରେ ରଶିଦ ଖାନଙ୍କ ୪ ଉଇକେଟ ସଫଳତା ବଳରେ ଶନିବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ…

ଭିନେଶଙ୍କୁ ଡବ୍ଲ୍ୟୁଏଫ୍‌ଆଇର ନୋଟିସ: ଜୁନ୍‌ ୨୬ ପର୍ଯ୍ୟନ୍ତ କରିପାରିବେ ନାହିଁ ପ୍ରତିଦ୍ୱନ୍ଦ୍ୱିତା

ନୂଆଦିଲ୍ଲୀ,୯ା୫: ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ଶନିବାର ଭିନେଶ ଫୋଗତଙ୍କ ବିରୋଧରେ ଶୃଙ୍ଖଳାଗତ ଓ ଆଣ୍ଟି-ଡୋପିଂ ନିୟମ ଉଲ୍ଲଂଘନ ଅଭିଯୋଗ ଆଣିବା ସହିତ ବିସ୍ତୃତ କାରଣ…

କାର ଭର୍ତ୍ତି ଗଞ୍ଜେଇ ଗଞ୍ଜେଇ ଜବତ

ଡୁଙ୍ଗୁରିପାଲି,୯।୫(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ବେହେରାମାଳ ପଞ୍ଚାୟତ ଲଙ୍ଗଳକଟା ଗାଁରୁ ପୋଲିସ ଶନିବାର ୨ କୁଇଣ୍ଟାଲ ୭୨ କିଗ୍ରା ୨୦୦ ଗ୍ରାମ ଗଞ୍ଜେଇ ଜବତ…

ବାଲିଅନ୍ତା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ, ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ…

ଭୁବନେଶ୍ୱର, ୯।୫(ସୁନିତ୍‌ ମିଶ୍ର):ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ଠିକ୍‌ ଓ ପୁଙ୍ଖାନୁପୁଙ୍ଖ ତଦନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri