ଯାତ୍ରା ପାଇଁ ଭଡ଼ାରେ ବଳଦ

ଭୁବନ, ୨୯।୯(ଡି.ଏନ୍‌.ଏ.): ଜମି ଥିଲା। ବର୍ଷତମାମ ହେଉଥିଲା ଚାଷବାସ। ଲୋଡ଼ା ହେଉଥିଲେ ବଳଦ, ପୋଢ଼ ଭଳି ଭାରବାହୀ ପ୍ରାଣୀ। ଏବେ କିନ୍ତୁ ଯାନ୍ତ୍ରିକ ଯୁଗ। କଳଲଙ୍ଗଳରେ କମ୍‌ ସମୟରେ ହୋଇଯାଉଛି ଚାଷ। ଆଉ ବର୍ଷତମାମ ଖର୍ଚ୍ଚ କରି ବଳଦ ପାଳିବାକୁ ମନ ବଳାଉନାହାନ୍ତି ଚାଷୀ। ତେବେ ଏହାର ପ୍ରଭାବ ଯେ ସାଂସ୍କୃତିକ, ସାମାଜିକ ଜୀବନକୁ ପ୍ରଭାବିତ କଲାଣି, ତାହା ଆଉ ଅଛପା ନାହିଁ। ଢେଙ୍କାନାଳ ଜିଲା ଭୁବନର ଐତିହାସିକ ବଳଦଯାତ୍ରାରେ ଦେଖିବାକୁ ମିଳିଛି ଏହାର ସିଧାସଳଖ ପ୍ରଭାବ। ଏହି ଐତିହ୍ୟସମ୍ପନ୍ନ ଯାତ୍ରା ପାଇଁ ହୃଷ୍ଟପୁଷ୍ଟ ବଳଦ ମିଳୁନାହାନ୍ତି। ତେଣୁ ବାହାର ଗଁାରୁ ଖୋଜାଖୋଜି କରି ମନଲାଖି ବଳଦ ଭଡ଼ାରେ ଆଣୁଛନ୍ତି ବଳଦିଆ। କେବଳ ଏତିକି ନୁହେଁ, ପ୍ରତିଯୋଗିତାପୂର୍ଣ୍ଣ ଯାତ୍ରାରେ ପରମ୍ପରା ବଞ୍ଚାଇ ରଖିବାକୁ ଯାଇ କେତେକ କମିଟି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବଳଦ ମଧ୍ୟ କିଣିଛନ୍ତି।

ବାଣିଜ୍ୟ ବ୍ୟବସାୟକୁ ନେଇ କେଉଁ ଆବହମାନ ଚାଲିଆସିଛି ବଳଦଯାତ୍ରା। ପ୍ରଥମେ ମାତ୍ର ୨ଟି ବଳଦରୁ ଏହାର ଆରମ୍ଭ ହୋଇଥିବାବେଳେ ସମୟକ୍ରମେ ଏହି ସଂଖ୍ୟା ୧୫୦ ପାର୍‌ କରିଥିଲା। ତେବେ ଯାତ୍ରା ମାତ୍ରାଧିକ ବ୍ୟୟବହୁଳ ହେବା ପରେ କମିଆସିଲା ବଳଦଙ୍କ ସଂଖ୍ୟା। ଚଳିତବର୍ଷ ମାତ୍ର ୩୨ ବଳଦ ଯାତ୍ରାରେ ସାମିଲ ହେବେ ବୋଲି ନିଷ୍ପତ୍ତି ହୋଇଛି। ସାଧାରଣତଃ ମହାଳୟା ଅମାବାସ୍ୟାରୁ ଆରମ୍ଭ ହୋଇଥାଏ ଅଭ୍ୟାସ ଯାତ୍ରା। ବଳଦମାନେ ଯେପରି ବୋଲ ମାନିବେ ସେଥିଲାଗି ପାରମ୍ପରିକ ବାଜାବାଣର ତାଳେତାଳେ ସୁସଜ୍ଜିତ ବଳଦଙ୍କୁ ନଗର ପରିକ୍ରମା କରାଯାଇଥାଏ। ଦଶହରା ଦିନ ବଳଦଯାତ୍ରାରେ ସାମୂହିକ ଭାବେ ସୁସଜ୍ଜିତ ବଳଦ ସାମିଲ ହେବା ପରମ୍ପରା ରହିଛି। ତେବେ ଦୁଇବର୍ଷ ହେଲା କରୋନା ପାଇଁ ଯାତ୍ରା ବନ୍ଦ ଥିବାରୁ ବଳଦଙ୍କୁ ଭଲଭାବେ ପ୍ରଶିକ୍ଷଣ ଦେବାକୁ ଗଣେଶ ପୂଜାରୁ ଆରମ୍ଭ ହୋଇଛି ଚଳିତବର୍ଷର ଅଭ୍ୟାସ ଯାତ୍ରା। ପର୍ବ। ତେବେ ଏଥିରେ ଉପୁଜିଛି ସମସ୍ୟା। କାରଣ ଶୋଭାଯାତ୍ରାରେ ଦୃଷ୍ଟି ଆକର୍ଷଣ କରିବା ଭଳି ବଳଦ ମିଳୁନାହାନ୍ତି। ପ୍ରାୟ ୧୦ ବଦଳିଆ କମିଟିର ନିଜସ୍ବ ବଳଦ ଥିବାବେଳେ ଅବଶିଷ୍ଟ ବାହାର ଗଁାରୁ ଭଡ଼ାସୂତ୍ରରେ ଅଣାଯାଇଛି। ଏଥିଲାଗି ବଳଦ ପିଛା ୫,୦୦୦ରୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡୁଛି। କେବଳ ଏତିକି ନୁହେଁ, ଚଳିତ ବର୍ଷ ବଡ଼ହାଟ ମଉଡ଼ମଣି ମହାଲକ୍ଷ୍ମୀ ଯୁବକ ସଂଘ ତଥା ବଳଦଯାତ୍ରା କମିଟିର କର୍ମକର୍ତ୍ତାମାନେ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏକ ବଳଦ କିଣିଛନ୍ତି। ସେମାନଙ୍କ କହିବା କଥା, ଉକ୍ତ ବଳଦକୁ କେବଳ ବଳଦଯାତ୍ରା ପାଇଁ କିଣାଯାଇଛି। ଯାତ୍ରା ସରିବା ପରେ ଏହାକୁ ଯତ୍ନର ସହ ରଖାଯିବାର ବ୍ୟବସ୍ଥା କରାଯାଇଛି। ସେହିପରି ଅନ୍ୟ କେତେକ କମିଟି ମଧ୍ୟ ଅନୁରୂପ ପନ୍ଥା ଆପଣାଇଥିବା ଜଣାପଡ଼ିଛି।

ଭୁବନ ବଣିଆ ସାହି ଦଶହରା କମିଟି ସଭାପତି ତଥା ସୁନା ବ୍ୟବସାୟୀ ଶିବାନନ୍ଦ ସାହୁ କୁହନ୍ତି, ମନଲାଖି ବଳଦ ମିଳୁ ନ ଥିବାରୁ ବାଧ୍ୟ ହୋଇ ଅନେକେ ବଳଦିଆ ବଳଦ ଭଡ଼ାରେ ଆଣୁଛନ୍ତି। ଏଥିରେ ୧୦,୦୦୦ ଟଙ୍କା ଯାଏ ଖର୍ଚ୍ଚ ହେଉଛି। ଏବେ କେତେକ ବଳଦିଆ କମିଟି ଚାଷୀଙ୍କ ସହ ବୁଝାମଣା ମଧ୍ୟ କରୁଛନ୍ତି। ଚାଷୀଙ୍କୁ ବଳଦ କ୍ରୟ ବାବଦ ଅଧା ଟଙ୍କା ଦେଉଛନ୍ତି। ସମ୍ପୃକ୍ତ ଚାଷୀ ବଳଦକୁ ବର୍ଷତମାମ ପୋଷୁଥିବାବେଳେ ଯାତ୍ରା ସମୟରେ ଦେଇଥାଆନ୍ତି। ସେମାନଙ୍କ ସହ ଉତ୍ତମ ସମ୍ପର୍କ ନ ରହିଲେ ବଳଦ ମିଳିବ ନାହିଁ। ଯାତ୍ରା ପ୍ରଭାବିତ ହେବା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ। ତେଣୁ ସମ୍ମାନ ସ୍ବରୂପ ବଳଦ ମାଲିକ ତଥା ଚାଷୀଙ୍କ ଘରକୁ ଯାଇ ଲୁଗାପଟା, ମିଠା ଦେଇ ସମ୍ମାନିତ କରିଥାଉ। ଏହା ବଳଦଯାତ୍ରାକୁ ବଞ୍ଚାଇ ରଖିବାରେ ସହାୟକ ହେଉଥିବାବେଳେ ଭାଇଚାରା ମଧ୍ୟ ବଢ଼ାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଇଓ୍ବା,ବସ୍‌ ମୁହାଁମୁହିଁ: ୧୭ଗୁରୁତର, ୩୨ଆହତ, ସ୍ଥାନୀୟ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ଜମନକିରା,୨୦।୩: ସମ୍ବଲପୁର ଜିଲା ଜମନକିରା ଥାନା ଫାସିମାଲ- କୁଚିଣ୍ଡା ରାସ୍ତାରେ ଶୁକ୍ରବାର ଦୁର୍ଘଟଣା ଘଟି ୧୭ ଗୁରୁତର ଥିବା ବେଳେ ୩୨ ଆହତ ହୋଇଛନ୍ତି। ଏକ...

୮ ବର୍ଷ ହେଲା କାଗଜକଲମରେ ଚାଲିଛି ବିଦ୍ୟାଳୟ

ମାଥିଲି,୧୧ା୩ (ଡି.ଏନ.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକରେ ରହିଛି ବଡ଼ଡୁରାଲ ପଞ୍ଚାୟତର କୁଟୁନିପଦର ଗ୍ରାମ। ଗ୍ରାମରେ ୨୦ରୁ ଊର୍ଦ୍ଧ୍ୱ ଛୋଟ ପିଲା ଥିଲେ ମଧ୍ୟ ସେମାନେ...

ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି

ପୁରୀ ଅଫିସ, ୭ା୯:ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବାମନ ଜନ୍ମ ନୀତି ସମ୍ପନ୍ନ ହୋଇଛି। ମଧ୍ୟାହ୍ନ ଧୂପ ଉଠିବା ପରେ ଜୟବିଜୟ ଦ୍ୱାର ବନ୍ଦ ହୋଇ ଭିତର...

ମନ୍ତ୍ରୀଙ୍କ ଚା ଖଟିରେ ଦୁଇ ଆଶାୟୀଙ୍କୁ ନେଇ ଚର୍ଚ୍ଚା

ସମ୍ବଲପୁର,୧୪ା୨(ବ୍ୟୁରୋ): କିଛିଦିନର ବ୍ୟବଧାନ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ଶନିବାର ସମ୍ବଲପୁର ଗସ୍ତ କରିଥିଲେ। ଏହି ସମୟରେ ରେଢ଼ାଖୋଲଠାରେ ଏକ ଭିନ୍ନ ଦୃଶ୍ୟ...

କ୍ଷେତରେ ଅନେଇ ରହିଥିଲା ମୃତ୍ୟୁ, ଏକାଠି ଚାଲିଗଲେ ୨ ସାଙ୍ଗ

କୋଷାଗୁମୁଡ଼ା,୫।୫: ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ ଟେମରା ଗ୍ରାମର ଦୁଇ ନାବାଳିକାଙ୍କର ବୁଧବାର ବଜ୍ରପାତରେ ମୃତ୍ୟୁ ହୋଇଛି। ମୃତକ ହେଲେ ଊର୍ମିଳା ଭତ୍ରା ଓ ହୀରାଦେଈ...

ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌: ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ଭଦ୍ରକ ଅଫିସ,୨୩।୩ : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ପଳଦାବାଙ୍କ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଜଗାକାଳିଆ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ବସ୍‌ଟି...

ଆଳି ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ

ଆଳି,୨୯ା୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ କଳଦିଆ ଗ୍ରାମର ଜଣେ ଯୁବକଙ୍କୁ ପୋଲିସ ତାଙ୍କ ଘରୁ ଉଠାଇ ଆଣି ଥାନାରେ ନିସ୍ତୁକ ପିଟିଛି। ପୋଲିସର...

କାର୍‌ ସହ ଗଞ୍ଜେଇ ଜବତ, ୨ କୋର୍ଟ ଚାଲାଣ

ଶଙ୍କରାଖୋଲ,୧୮ା୩(ଡି.ଏନ୍‌.ଏ.): ଟିକାବାଲି ଥାନା ବାହାଡାସାହି ଛକଠାରେ ଟିକାବାଲି ପୋଲିସ ପକ୍ଷରୁ ଯାନବାହାନ ଯାଞ୍ଚ କରାଯାଉଥିଲା। ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଏକ କାର ଜବତ କରି...

Advertisement
Archives

Model This Week