ତୁରନ୍ତ ଧାନ କିଣା ଟାର୍ଗେଟ ପୂରଣ କରିବାକୁ ଜିଲାପାଳଙ୍କ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧।୨(ଡି.ଏନ୍‌.ଏ): ଗଞ୍ଜାମ ଜିଲାରେ ଧାନ କିଣା ଧିମା ରହିଛି । କେତେକ ଚାଷୀଙ୍କ ଟୋକନ ଅବଧି ସରିବାକୁ ଥିବାବେଳେ ଏହା ରଦ୍ଦ ହେବାର ଆଶଙ୍କା ଦେଖାଦେଇଛି। ଏ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ର୍ରିୟା ପ୍ରକାଶ ପାଇବା ସହ ଅସନ୍ତୋଷ ଲାଗି ରହିଛି। ଏପରିକି ଜିଲାର ବିଭିନ୍ନ ସ୍ଥାନରେ ଧାନ କିଣା ଧିମା ରହିଥିବାରୁ ଚାଷୀମାନେ ଆନ୍ଦୋଳନ କରିବାରେ ଲାଗିଛନ୍ତି । କେଉଁଠି ରାସ୍ତା ଅବରୋଧ ତ ଆଉ କେଉଁଠି ପାଣି ବନ୍ଦ ଚାଷୀମାନେ କରୁଛନ୍ତି । ଏପରିକି ଦୈନିକ ଚାଷୀମାନେ ଜିଲାପାଳଙ୍କଠାରୁ ଆରମ୍ଭ କରି ଯୋଗାଣ ଅଧିକାରୀ ଓ ସୋସାଇଟି ଅଧିକାରୀଙ୍କୁ ଭେଟି ଏହି ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରୁଥିବା ଦେଖିବାକୁ ମିଳୁଛି ।
ଅପରପକ୍ଷରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ବିଷୟକୁ ଗୁରୁତ୍ୱର ସହ ନେଇଛନ୍ତି । ତୁରନ୍ତ ଧାନ କିଣା ଟାର୍ଗେଟ ପୂରଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେବା ସହ ଚାଷୀଙ୍କ ସମସ୍ୟା ସମାଧାନ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଦୈନିକ ୧ହଜାର କ୍ୱିଣ୍ଟାଲ ଧାନ ଗୋଟିଏ ଲେଖାଏ ମଣ୍ଡିରୁ କିଣିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଧାନ କିଣା ଟାର୍ଗେଟ ପୂରଣ ହେବ ବୋଲି ସେ କହିଛନ୍ତି । ଏଥିରେ ଖିଲାପ କଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ସତର୍କ କରାଇଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭସାଣି ପାଇଁ କମ୍ପୁଛି ବୀରମହାରାଜପୁର

ଅମରପାଲି, ୯।୧୦(ଡି.ଏନ.ଏ.): ସୁବର୍ଣ୍ଣପୁର ବ୍ଲକ ବୀରମହାରାଜପୁର ଅଞ୍ଚଳରେ ହେଉଥିବା ଦଶହରା ପୂଜା ଉଦ୍‌ଯାପିତ ହୋଇଛି। ସଦର ବୀରମହାରାଜପୁରରେ ତିନୋଟି ସ୍ଥାନରେ ପୂଜା ହୋଇଥିଲା। ସ୍ଥାନୀୟ ତ୍ରିବେଣୀ...

ଶାରଳା ମନ୍ଦିର : ନିର୍ଦ୍ଦେଶ ମାନିଲେନି ଦୋକାନୀ, କାର୍ଯ୍ୟାନୁଷ୍ଠାନ ଶୂନ

ଜଗତ୍‌ସିଂହପୁର ଅଫିସ,୨ା୮: ଝଙ୍କଡ଼ବାସିନୀ ମା’ଶାରଳାଙ୍କ ପୀଠ ପରିସରରେ ପାର୍କିଂ ନିଲାମୀ ନେଇଥିବା ବ୍ୟକ୍ତି, ଭୋଗ ଓ ଦୀପ ଦୋକାନୀ ଦୀର୍ଘଦିନ ଧରି ରାଜସ୍ବ ଲୁଟି ଚାଲିଥିଲେ...

ଭଙ୍ଗା କୁଡ଼ିଆରେ ଭଗବାନ

ଢେଙ୍କାନାଳ ଅଫିସ, ୧୬।୨: ଗଛ ତଳେ ଦଦରା କୁଡ଼ିଆ। ଚାରି ଖଣ୍ଡ ଦୁର୍ବଳ ବାଉଁଶକୁ ସାହାର କରି ଛିଡ଼ା ହୋଇଛି। ବେଢ଼ାଯାଇଛି ଫଟା ପଲିଥିନ, କୋତରା...

ମହାନଦୀରେ ଭାସିଗଲା କାର

ଜଗତସିଂହପୁର,୧୮।୯: ଜଗତସିଂହପୁର ରାହାମା ନିକଟ ହରିପୁର ରାସ୍ତାରେ ଏକ କାର ଭାସି ଯାଇଛି । ପ୍ରାୟ ୧୦୦ ମିଟର ଭାସିଗଲା ପରେ ଏକ ସାହାଡ଼ା ଗଛରେ...

ବେଆଇନ ମାଙ୍କଡ଼ା ଖଣି ସିଲ୍‌

ନିରାକାରପୁର,୨୬।୨(ଡି.ଏନ୍‌.ଏ.): ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବନାଞ୍ଚଳରେ ଦିନକୁ ଦିନ ଖଣି ମାଫିଆଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି। ଦୈନିକ ବେଆଇନ ଭାବେ ଖଣି ଖନନ କରିବା ସହିତ...

ଦାବି ନେଇ ରେଳ ଧାରଣା ଉପରେ ଶହ ଶହ ଲୋକେ

କେସିଙ୍ଗା,୩୧।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଅମ୍ବାଦଳା ରେଲୱେ ଷ୍ଟେଶନରେ ଦ୍ରୁତଗାମୀ ଟ୍ରେନ୍‌ ରହଣିକୁ ନେଇ ନାଗରିକ ମଞ୍ଚ ପକ୍ଷରୁ ମଙ୍ଗଳବାର ବିକ୍ଷୋଭ କରାଯାଇଛି।...

ନାବାଳିକା ବଳାତ୍କାରୀଙ୍କୁ ୧୦ ବର୍ଷ କାରାଦଣ୍ଡ

ବାରିପଦା ଅଫିସ, ୧୨ା୨- ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରାଜଜ୍‌ ତଥା ପୋକ୍‌ସୋ କୋର୍ଟର ବିଚାରପତି ଇତିଶ୍ରୀ ମହାପାତ୍ର ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି...

ଓଭରବ୍ରିଜ୍‌ ମରାମତି ଦାବି ତେଜିଲା, ସିଭିଲ୍‌ ସୋସାଇଟିର ଗଣଧାରଣା

ବାଲେଶ୍ୱର ଅଫିସ, ୭।୯-ବାଲେଶ୍ୱର ଫକୀରମୋହନ ଗୋଲେଇସ୍ଥିତ ଓଭରବ୍ରିଜ୍‌ର ସୁରକ୍ଷା ଓ ମରାମତି ଦାବିରେ ରେଳଷ୍ଟେଶନ ନିକଟସ୍ଥ ପୂର୍ତ୍ତବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ସିଭିଲ...

Advertisement
Archives

Model This Week