ଫିଟ୍‌ ରହିବା ପାଇଁ…

ବର୍ତ୍ତମାନ ଯୁବାବସ୍ଥାରୁ ଅନେକଙ୍କ ଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି। ଫିଟ୍‌ ଏବଂ ଏନର୍ଜେଟିକ୍‌ ରହିବା ବୟସରେ ଏପରି ସମସ୍ୟା ଦେଖା ଦେବାର ମୁଖ୍ୟ କାରଣ ହେଉଛି ଅସନ୍ତୁଳିତ ଖାଦ୍ୟାଭ୍ୟାସ, କମ୍‌ ଶୋଇବା, ଶାରୀରିକ ବ୍ୟାୟାମର ଅଭାବ ଏବଂ ଦୀର୍ଘ ସମୟ ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍‌ ବ୍ୟବହାର କରିବା। ତେଣୁ ସୁସ୍ଥ ରହିବା ଲାଗି ଦୈନନ୍ଦିନ ଜୀବନଚର୍ଯ୍ୟାରେ କେତେକ ଦିଗ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ। ଜାଣି ରଖନ୍ତୁ ସେ ସମ୍ପର୍କରେ…
ରୁହନ୍ତୁ ହାଇଡ୍ରେଟ୍‌: ପ୍ରତିଦିନ ସକାଳୁ ଦୁଇ ଗ୍ଲାସ୍‌ ଉଷୁମ ପାଣି ପିଅନ୍ତୁ। ଏହା ଶରୀରକୁ ଡିଟକ୍ସ କରିଥାଏ, ଅର୍ଥାତ୍‌ ସମସ୍ତ ବର୍ଜ୍ୟ ଉପାଦାନ ନିଷ୍କାସନ କରିବାରେ ସାହାଯ୍ୟ କରିଥାଏ। ଏହା ଡିହାଇଡ୍ରେଶନ୍‌ ସମସ୍ୟା ଉପୁଜିବାକୁ ଦେଇ ନ ଥାଏ। ହଜମକ୍ରିୟା ଠିକ୍‌ କରିବା ସହ ପେଟ ସମସ୍ୟା ଦୂର କରିଥାଏ। ଏହା ବ୍ୟତୀତ ଦିନ ମଧ୍ୟରେ ଅତି କମ୍‌ରେ ୩-୪ ଲିଟର ପାଣି ପିଅନ୍ତୁ।
ଅଧିକ ଚାଲିବା ଭଲ: ସକାଳୁ ଚାଲିବା ଏକ ବହୁତ ଭଲ ଅଭ୍ୟାସ। ପ୍ରତିଦିନ ସମୟ ବାହାର କରି ଅତିକମ୍‌ରେ ଅଧଘଣ୍ଟା ଚାଲନ୍ତୁ। ଏହାକୁ ନିଜ ଲାଇଫ୍‌ ଷ୍ଟାଇଲ୍‌ରେ ସାମିଲ୍‌ କରି ଦେଖନ୍ତୁ ନିଶ୍ଚୟ ଉପକୃତ ହେବେ। ମାର୍କେଟ୍‌, କଲେଜ୍‌, ଅଫିସ୍‌ ଆଦି ପାଖ ହୋଇଥିଲେ ଗାଡ଼ି ନ ନେଇ ଚାଲି ଚାଲି ଯାଇପାରିବେ।
– ଉପର ଫ୍ଲୋର୍‌କୁ ଯିବା ଲାଗି ଲିଫ୍ଟ ବଦଳରେ ପାହାଚ ବ୍ୟବହାର କରନ୍ତୁ। ଏହାଦ୍ୱାରା କ୍ୟାଲୋରି ବର୍ନ ହେବା ସହ ଶରୀର ମଧ୍ୟ ଫିଟ୍‌ ରହିବ।
ଠିକ୍‌ ରଖନ୍ତୁ ଖାଦ୍ୟପେୟ- ସନ୍ତୁଳିତ ଖାଦ୍ୟପେୟ ମଧ୍ୟ ଫିଟ୍‌ ରହିବା ଲାଗି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ହେଲେ ବର୍ତ୍ତମାନ ଫାଷ୍ଟଫୁଡ୍‌, ଜଙ୍କଫୁଡ୍‌ ଭଳି ଖାଦ୍ୟ ଅନେକଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି। ତେଣୁ ଇଚ୍ଛା ହେଲେ ଫାଷ୍ଟଫୁଡ୍‌ ବଦଳରେ ଘରୋଇ ହେଲ୍‌ଦି ଖାଦ୍ୟ ଖାଆନ୍ତୁ। ଚିପ୍ସ, ବିସ୍କୁଟ୍‌ ବଦଳରେ ଫଳ, ବାଦାମ, ଗଜାମୁଗ, ବୁଟ, ସାଲାଡ୍‌ ଆଦି ଖାଆନ୍ତୁ ଏବଂ କୋଲ୍‌ଡ ଡ୍ରିଙ୍କ୍ସ ବଦଳରେ ଫ୍ରୁଟ୍‌ଜୁସ୍‌, ପଇଡ ପାଣି, ଲସି, ଆଖୁରସ ପିଇଲେ ବେଶ୍‌ ଭଲ। ନିଜ ପ୍ରତିଦିନ ଖାଦ୍ୟ ତାଲିକାରେ ଫାଇବର ଏବଂ ଭିଟାମିନ୍‌ଯୁକ୍ତ ଖାଦ୍ୟକୁ ସାମିଲ କରନ୍ତୁ। ସକାଳୁ ଉଠି ବେଡ୍‌-ଟି ପିଇବାର ଅଭ୍ୟାସ ଅନେକଙ୍କର ରହିଛି, ଯାହାକି ସ୍ବାସ୍ଥ୍ୟପକ୍ଷେ ହାନିକାରକ। ତେଣୁ ଏହା ବଦଳରେ ଗ୍ରୀନ୍‌-ଟି ପିଇଲେ ଉପକୃତ ହୋଇପାରିବେ।
କମାନ୍ତୁ ଇ-ଗ୍ୟାଜେଟ୍‌ ଟାଇମ୍‌: ଦୀର୍ଘସମୟ ଧରି ମୋବାଇଲ୍‌ ବ୍ୟବହାର କରିବା ଆଜିର ଯୁବିପିଢିଙ୍କର ଯେମିତି ଏକ ପ୍ରମୁଖ କାର୍ଯ୍ୟ ପାଲଟିଯାଇଛି। ହେଲେ ଏଥିପାଇଁ ଦୀର୍ଘ ସମୟ ଜାକି ହୋଇ ବା ବଙ୍କା ହୋଇ ବସିବା ଦ୍ୱାରା ମେରୁଦଣ୍ଡ ସହ ବେକ, ଅଣ୍ଟା ଆଦିରେ ଚାପ ପଡ଼ିଥାଏ। ସେହିପରି ଜାକି ହୋଇ ବସିବା ଦ୍ୱାରା ପେଟ ଚାପି ହୋଇ ରହିବା କାରଣରୁ ହଜମ କ୍ରିୟା, ଶ୍ୱାସକ୍ରିୟା ବାଧାପ୍ରାପ୍ତ ହୋଇଥାଏ, ଯାହାଦ୍ୱାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦିଏ। ଯଦି କମ୍ପ୍ୟୁଟର କିମ୍ବା ଲାପଟପ୍‌ରେ ଅଧିକ ସମୟ କାମ କରିବାକୁ ପଡୁଛି, ତେବେ ଗୋଟିଏ ସ୍ଥାନରେ ଦୀର୍ଘ ସମୟ ବସି ନ ରହି ମଝିରେ ମଝିରେ ଉଠି ଅଳ୍ପ ଚଲାବୁଲା କରନ୍ତୁ। ଏହାଦ୍ୱାରା ଶରୀର ଏବଂ ଆଖି ଉଭୟକୁ କିଛି ସମୟ ଆରାମ ମିଳିଯିବ।
ଠିକ୍‌ ସମୟରେ ଖାଆନ୍ତୁ: ସକାଳ ଜଳଖିଆ ଠିକ୍‌ ସମୟରେ ନ ଖାଇବା କିମ୍ବା ଅଧିକ ସମୟ ଶୋଇ ଜଳଖିଆ ନ ଖାଇ ଏକାଥରେ ମଧ୍ୟାହ୍ନ ଭୋଜନ କରିବାର ବଦଭ୍ୟାସ ଅନେକଙ୍କ ଠାରେ ରହିଛି। ଯାହାକି ସ୍ବାସ୍ଥ୍ୟ ସମସ୍ୟାର ମୂଳ କାରଣ। ତେଣୁ ସକାଳ ଜଳଖିଆ ନିହାତି ଖାଆନ୍ତୁ ଏବଂ ଏଥିରେ କୌଣସି ଫାଷ୍ଟଫୁଡ୍‌ କିମ୍ବା ତେଲମସଲା ଖାଦ୍ୟ ରଖନ୍ତୁ ନାହିଁ। ସେହିପରି ରାତିରେ ଅଧିକ ବିଳମ୍ବରେ ନ ଖାଇ ୮-୯ଟା ମଧ୍ୟରେ ଡିନର କରିନିଅନ୍ତୁ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାତ୍ରଭୋଜନର ତୁରନ୍ତ ପରେ ଆଦୌ ଶୁଅନ୍ତୁ ନାହିଁ। ଅଳ୍ପ ସମୟ ଚାଲନ୍ତୁ କିମ୍ବା ଅନ୍ୟ କୌଣସି କାମ କରିବା ପରେ ଶୁଅନ୍ତୁ।
ଜରୁରୀ ଏକ୍ସରସାଇଜ୍‌: ପ୍ରତିଦିନ କିଛି ସମୟ ଯୋଗ, ବ୍ୟାୟାମ କରନ୍ତୁ। ମ୍ୟୁଜିକ୍‌ ଲଗାଇ କିଛି ସମୟ ଡ୍ୟାନ୍ସ କଲେ ମଧ୍ୟ ଖୁବ୍‌ ଭଲ ଏକ୍ସରସାଇଜ୍‌ ହୋଇପାରିବ। ଯଦି ସୁବିଧା ଅଛି, ତେବେ ସାଇକ୍ଲିଂ କଲେ ବି ବେଶ୍‌ ଉପକୃତ ହୋଇପାରିବେ। ପ୍ରତିଦିନ ଏକ୍ସରସାଇଜ୍‌ କଲେ ମେଦବହୁଳତା, ହୃଦ୍‌ରୋଗ, ଡାଇବେଟିସ୍‌ ଭଳି ଅନେକ ସମସ୍ୟାଠୁ ଦୂରେଇ ରହିପରିବେ। ତା’ଛଡା ଏହା ମାନସିକ ସ୍ବାସ୍ଥ୍ୟ ଠିକ୍‌ ରଖିବାରେ ମଧ୍ୟ ବେଶ୍‌ କାମରେ ଆସିଥାଏ। ଖାଲି ସମୟ ପାଇଲେ ଦୁଇ ହାତର ପାପୁଲିକୁ ଭଲ ଭାବେ ରଗଡ଼ନ୍ତୁ। ଏହାଦ୍ୱାରା ବ୍ଲଡ୍‌ ସର୍କୁଲେଶନ୍‌ ଭଲ ଭାବେ ହୋଇଥାଏ।
ପର୍ଯ୍ୟାପ୍ତ ନିଦ୍ରା: ନିଦ ମଧ୍ୟ ଶରୀରକୁ ସୁସ୍ଥ ରଖିବା ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ପାଠପଢ଼ା, ନାଇଟ୍‌ ଡ୍ୟୁଟି ଜବ୍‌ କିମ୍ବା ରାତିରେ ଅଧିକ ସମୟ ମୋବାଇଲ୍‌ ଦେଖିବାରେ ଅନେକଙ୍କ ନିଦ୍ରା ପ୍ରଭାବିତ ହେଉଛି ଏବଂ ନିଦ୍ରାହୀନତାଜନିତ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଉପୁଜୁଛି। ତେଣୁ ପ୍ରତ୍ୟେକଙ୍କୁ ନିଜର କାର୍ଯ୍ୟ ବା ଶ୍ରମ ଅନୁସାରେ ଶରୀରକୁ ଆବଶ୍ୟକ ଆରାମକୁ ଆଖି ଆଗରେ ରଖି ଶୋଇବା ଦରକାର। ତେଣୁ ପ୍ରତି ୭-୮ ଘଣ୍ଟା କିମ୍ବା କିଛି ନିର୍ଦ୍ଦିଷ୍ଟ ସମୟ ନ ରଖି ଶରୀରର ଆବଶ୍ୟକତା ଅନୁଯାୟୀ ଶୁଅନ୍ତୁ। ଏହାଦ୍ୱାରା ଶରୀରର ମେଟାବୋଲିଜମ୍‌ ଠିକ୍‌ ରଖିବ, ଉଭୟ ଶରୀର ଏବଂ ମନ ଷ୍ଟ୍ରେସ୍‌ ଫ୍ରି ରହିବା ସହିତ ରୋଗ ପ୍ରତିରୋଧକ ଶକ୍ତି ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁରର ୩ ରେସଲର୍‌, ରାଜ୍ୟସ୍ତରରେ ଦେଖାଇବେ ଦମ୍‌: ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ…

ପୁରୁଷୋତ୍ତମପୁର, ୧୩/୯ (ସବିତା ମିଶ୍ର): ଗଞ୍ଜାମ ଜିଲାସ୍ତରୀୟ ରେସଲିଂ କ୍ରୀଡ଼ା ପ୍ରତିଯୋଗିତାରେ ବାଳକ ଓ ବାଳିକା ବିଭାଗରେ ଉତ୍ତମ ଦକ୍ଷତା ପ୍ରଦର୍ଶନ କରି ଚାମ୍ପିୟନ ଆଖ୍ୟା ଅର୍ଜନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଯନ୍ତ୍ରଣା, ବାରଣ୍ଡା-ଚଟାଣରେ ଚାଲିଛି ସେବା: ନାହିଁ ନାହିଁରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନେ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ ହୋଇଛି। ଯେଉଁଠି ସ୍ୱାସ୍ଥ୍ୟ ସମସ୍ୟା ନେଇ ରୋଗୀମାନେ ଉତ୍ତମ…

ଗଣେଶ ପୂଜାରେ ସୃଷ୍ଟି ହେବ ବଡ଼ ରାଜଯୋଗ: ୪ ରାଶି ହେବେ ମାଲାମାଲ୍‌, ଚାକିରିରେ ମିଳିବ ବଡ଼ ଅଫର୍‌…

ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ପର୍ୱର ଏକ ସୱତନ୍ତ୍ର ମହତ୍ତ୍ୱ ରହିଛି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚଳିତ ବର୍ଷ ଗଣେଶ ଚତୁର୍ଥୀରେ ଅନେକ ଶୁଭ ଯୋଗ…

ସମ୍ବଲପୁରରେ ଏନ୍ କାଉଣ୍ଟର: କୁଖ୍ୟାତ ଅପରାଧୀ ଇରଫାନ ଆହତ, ଦୁଇ ସହଯୋଗୀ …

ସମ୍ବଲପୁର, ୧୩।୯ (ପ୍ରମୋଦ ବହିଦାର): ସମ୍ବଲପୁର ସଦର ଥାନା ଅଞ୍ଚଳରେ ପୋଲିସ ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ସୁନାପାଲି ଅଞ୍ଚଳର କୁଖ୍ୟାତ…

ଦାରିଙ୍ଗବାଡ଼ିରେ ପର୍ଯ୍ୟଟନ ବିକାଶର ସମୀକ୍ଷା:ହୋମଷ୍ଟେ କରି ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଲେ ପର୍ଯ୍ୟଟନ ପ୍ରମୁଖ ସଚିବ

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଶନିବାର ଅପରାହ୍ନରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବଳବନ୍ତ ସିଂ ପହଞ୍ଚି ପର୍ଯ୍ୟଟନ କ୍ଷେତ୍ରର ବିକାଶ…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ; ୩ ରାଶିଙ୍କ ଧନଯୋଗ, ହୁ ହୁ ହୋଇ ବଢିବ ଇନକମ୍‌…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଗତିର ପ୍ରଭାବ କେବଳ ରାଶି ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ । ଗ୍ରହ ଯେଉଁ ନକ୍ଷତ୍ରରେ ପ୍ରବେଶ କରେ ତାହାକୁ ମଧ୍ୟ ବହୁତ…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?