କରୋନାରୁ ଦୂରେଇ ରହିବା ଲାଗି ଲୋକେ ବୋଳି ହେଉଛନ୍ତି ଗୋବର-ଗୋମୂତ୍ର: ବିପଦ ଜନକ କହିଲେ ଡାକ୍ତର…

ନୂଆଦିଲ୍ଲୀ,୧୨।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ କେତେକ ଲୋକ ସଂକ୍ରମରରୁ ଦୂରେଇ ରହିବା ପାଇଁ ଗୋବର-ଗୋମୂତ୍ର ବୋଳି ହେଉଛନ୍ତି। ଏହା ସହିତ ଗୋମୂତ୍ର ପାନ ମଧ୍ୟ କରୁଛନ୍ତି। ଏଭଳି ପ୍ରକ୍ରିୟାକୁ ଡାକ୍ତରମାନେ ବିପଦ ଜନକ ବୋଲି କହିଛନ୍ତି। ଏଭଳି ନ କରିବାକୁ ଡାକ୍ତରମାନେ ଲଗାତାର ପରାମର୍ଶ ଦେଉଛନ୍ତି। ଏକ ଫାର୍ମା କମ୍ପାନୀର ସହକାରୀ ମ୍ୟାନେଜର ଗୌତମ ମଣିଲାଲ ବୋରିସାଙ୍କ ଅନୁସାରେ ଗୋଶାଳାକୁ ବହୁ ଡାକ୍ତର ମଧ୍ୟ ଆସୁଛନ୍ତି। ସେମାନେ ମଧ୍ୟ ଏଭଳି କରୁଛନ୍ତି। ଶ୍ରୀ ସ୍ବାମୀ ନାରୟଣ ଗୁରୁକୁଳ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠାନମ୍‌ରେ ଏଭଳି ଥେରାପିର ପ୍ରୟୋଗ କରାଯାଉଛି। ଏନେଇ ଭାରତୀୟ ମେଡ଼ିକାଲ ଆସୋସିଏଶନ୍‌ର ଜାତୀୟ ସଭାପତି ଡାକ୍ତର ଜେ.ଏ. ଜୟଲାଲ୍‌ କହିଛନ୍ତି ଯେ, ଏଭଳି କରିବା ଦ୍ୱାରା ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଥିବାର କୌଣସି ଦୃଢ଼ ପ୍ରମାଣ ନାହିଁ। ଲୋକେ ଆସ୍ଥା ଏବଂ ବିଶ୍ୱାସ ଅଧାରରେ ଏଭଳି କରୁଛନ୍ତି। ମାତ୍ର ଏହା ଦ୍ୱାରା ପ୍ରାଣୀଙ୍କଠାରେ ଥିବା ରୋଗ ମଣିଷକୁ ବ୍ୟାପିବାର ଯଥେଷ୍ଟ ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରୁ ସୁସ୍ଥ ହେଲେ ଆଉ ୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୪ା୫(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୮,୯୮୭ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

୪୬ଘଣ୍ଟା ପରେ ଶେଷ ହେଲା ରେସକ୍ୟୁ ଅପରେଶନ୍‌

ଦେଓଘର,୧୨।୪: ଝାଡଖଣ୍ଡ ଦେଓଘରର ତ୍ରିକୁଟ ପାହାଡ଼ର ରୋପଓ୍ବେ ଦୁର୍ଘଟଣାର ପ୍ରାୟ ୪୬ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ରେସକ୍ୟୁ ଅପରେଶନ୍‌ ଶେଷ ହୋଇଛି। ମଙ୍ଗଳବାର ରୋପଓ୍ବେରେ ଫସିରହିଥିବା...

ଜାଣନ୍ତି ଜିରାଫର ବେକ ଲମ୍ବା କାହିଁକି

ଚିଡ଼ିଆଖାନା ହେଉ କିମ୍ବା କୌଣସି ଜାତୀୟ ଉଦ୍ୟାନ, ଜିରାଫକୁ ନିଶ୍ଚିତ ଦେଖିଥିବେ। ଏହା ପୃଥିବୀର ସମସ୍ତ ପ୍ରାଣୀଙ୍କଠାରୁ ଲମ୍ବା। ଜିରାଫର ଲମ୍ବା ବେକ, ଗୋଡ଼ ଏବଂ...

୫ ସପ୍ତାହରେ ୯ ଲକ୍ଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ: ଚାଇନା ସରକାରଙ୍କ ପର୍ଦ୍ଦାଫାଶ କଲା ଚାଇନା ବିଶ୍ୱବିଦ୍ୟାଳୟ…

ବେଜିଂ,୧୭।୧ : ଚାଇନା ସରକାର ସ୍ବୀକାର କରିଛନ୍ତି ଯେ କରୋନା ମହାମାରୀ ଯୋଗୁଁ ପ୍ରାୟ ଦେଶରେ୬୦ ହଜାର ଲୋକଙ୍କର ମୃତ୍ୟୁ ହୋଇଛି। ଯଦିଓ ବିଶ୍ୱର ବିଶେଷଜ୍ଞମାନେ...

‘ଶେଷ ପର୍ଯ୍ୟନ୍ତ ହଟିବୁ ନାହିଁ’

ଅଟାଓ୍ବା, ୧୪ା୨: କୋଭିଡ୍‌ ଟିକାକରଣ ବାଧ୍ୟତାମୂଳକ କରାଯିବା ଏବଂ କରୋନା କଟକଣା ବିରୋଧରେ କାନାଡାରେ ପ୍ରାୟ ୩ ସପ୍ତାହ ହେଲା ଆନ୍ଦୋଳନ ଜାରି ରହିଛି। ‘ଫ୍ରିଡମ୍‌...

ଡେଲ୍ଟା ପ୍ଲସ୍‌ ପରେ କାପ୍ପା ଭାରିଆଣ୍ଟ: ୟୁପିରେ ୨ ସଂକ୍ରମିତ

ନୂଆଦିଲ୍ଲୀ,୯।୭: କରୋନା ଭୂତାଣୁ ଦିନକୁ ଦିନ ରୂପ ବଦଳାଇ ଚାଲିଛି। ଡେଲ୍ଟା ଏବଂ ଡେଲ୍ଟା ପ୍ଲସ୍‌ ପରେ ଏବେ ଭୂତାଣୁର ଅନ୍ୟ ଏକ ଭାରିଆଣ୍ଟ କାପ୍ପା...

ନାଗରିକତା ସଂଶୋଧନ ବିଲ୍‌କୁ ନେଇ ଜେଡିୟୁରେ ଫାଟ

ପାଟନା,୧୦।୧୨: ନାଗରିକତା ସଂଶୋଧନ ବିଲ୍‌ ସୋମବାର ରାତିରେ ଲୋକ ସଭାରେ ଗୃହୀତ ହେବା ପରେ ଏବେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି।...

୨ ମାସ ପର୍ଯ୍ୟନ୍ତ ମାଗଣାରେ ଜି-ସୋନୀ-ଷ୍ଟାର୍‌-କଲର୍ସ ଚ୍ୟାନେଲ ଦେଖିବେ ଲୋକେ: ଆଇବିଏଫ୍‌ କଲା ଘୋଷଣା

ନୂଆଦିଲ୍ଲୀ,୩୧।୩: କରୋନା ସଂକ୍ରମଣ ଯୋଗୁ ସାରା ଭାରତରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ଡାଉନ୍‌ ଜାରି କରାଯାଇଛି।...

Advertisement
Archives

Model This Week