‘ଢିଙ୍କିଆକୁ ନିନ୍ଦିତ କରା ନ ଯାଉ’

କୁଜଙ୍ଗ,୧୭।୪(ଡି.ଏନ୍‌.ଏ.): ଏରସମା ତହସିଲ ଅନ୍ତର୍ଗତ ଢିଙ୍କିଆ ଚାରିଦେଶର ଜନସାଧାରଣ ଶାନ୍ତିପ୍ରିୟ ଓ ନିରୀହ ହୋଇଥିବାବେଳେ ବାହାର ଅଞ୍ଚଳର କେତେଜଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ନିଜକୁ ଜନ ଆନ୍ଦୋଳନର ନେତା କହି ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି। ସେମାନଙ୍କ ପ୍ରରୋଚନାରେ ପଡ଼ି ଢିଙ୍କିଆରେ ରକ୍ତପାତ ହେବା ସହ ଭାଇଚାରା ନଷ୍ଟ ହେଉଛି ବୋଲି ଢିଙ୍କିଆ ମା’ଫୁଲଖାଇ ସୁରକ୍ଷା କମିଟି ପକ୍ଷରୁ ଅଭିଯୋଗ କରାଯାଇଛି। ଢିଙ୍କିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଶନିବାର କମିଟି ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏଥିରେ ସୁରକ୍ଷା କମିଟି ଉପଦେଷ୍ଟା ନିର୍ଭୟ ସାମନ୍ତରାୟ ଅଧ୍ୟକ୍ଷତା କରିଥିଲେ। ପୂର୍ବତନ ସରପଞ୍ଚ ଶିଶିର ମହାପାତ୍ର, ଗ୍ରାମ କମିଟି ସଭାପତି ନୃସିଂହ ରାଉତ ପ୍ରମୁଖ ଯୋଗଦେଇ ଗ୍ରାମରେ ବିଶୃଙ୍ଖଳା ସୃଷ୍ଟି କଲେ ଜନ ଆନ୍ଦୋଳନର ନେତା କହୁଥିବା ବ୍ୟକ୍ତିମାନଙ୍କ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦେଇଥିଲେ। ଏଥିସହ ଢିଙ୍କିଆକୁ ବିଶ୍ୱଦରବାରରେ ନିନ୍ଦିତ ନ କରିବାକୁ ସେମାନେ ନିବେଦନ କରିଛନ୍ତି।
କମିଟି ପକ୍ଷରୁ ସମ୍ମିଳନୀରେ କୁହାଯାଇଛି, ଢିଙ୍କିଆବାସୀ ଏବେ କୃଷିନୀତିକୁ ଛାଡ଼ି ଶିଳ୍ପନୀତି ଧରିବାକୁ ଯାଉଛନ୍ତି। ମାତ୍ର ପୋସ୍କୋ ସମୟରୁ ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ ପର୍ଯ୍ୟନ୍ତ କେତେଜଣ ବ୍ୟକ୍ତି ଗ୍ରାମକୁ ଆସି ଲୋକଙ୍କୁ ଉସ୍‌କାଇ ଶିଳ୍ପବିରୋଧୀ କାର୍ଯ୍ୟ କରୁଛନ୍ତି। ପୋସ୍କୋ ସମୟରେ ଏଭଳି ତଥାକଥିତ ଜନ ଆନ୍ଦୋଳନକାରୀ ନେତାଙ୍କ ପାଇଁ ୫ ଜଣଙ୍କ ମୁଣ୍ଡ ଗଡ଼ିଥିଲା। ସେମାନଙ୍କ ପାଇଁ ଜାନୁୟାରୀ ୧୪ରେ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପକୁ ନେଇ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏସବୁ ନେତାମାନେ ସାଧାରଣ ଲୋକଙ୍କୁ ମୋହର କରି ନିଜ ସମ୍ପତ୍ତି ବଢ଼େଇ ଚାଲିଥିବାବେଳେ ନିରୀହ ଜନତା କଷ୍ଟ ପାଉଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏହି ଖବରଦାତା ସମ୍ମିଳନୀରେ ନିତ୍ୟାନନ୍ଦ ସ୍ବାଇଁ, ଅକ୍ଷୟ ବେହେରା, ସଂଗ୍ରାମ ସ୍ବାଇଁ, ପ୍ରଶାନ୍ତ ଲେଙ୍କା, ପୁଷ୍କକ ଦାସ, ରାଜୀବ ସାହୁ, ବିବେକ ସ୍ବାଇଁ, ଅକ୍ଷୟ ଦାସ ଓ କୁମର ମଲ୍ଲିକଙ୍କ ସମତେ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ହାତକୁ ଗଲା ସୁନ୍ଦରଗଡ଼ ପୌର ଉପାଧ୍ୟକ୍ଷ ପଦ

ସୁନ୍ଦରଗଡ଼,୭ା୪(ଡି.ଏନ୍‌.ଏ.): ସୁନ୍ଦରଗଡ଼ ପୌର ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬ ନମ୍ବର ଓ୍ବାର୍ଡର ବିଜେଡି କାଉନସିଲର ଲଲାଟେନ୍ଦୁ ପରିଡା ନିର୍ଦ୍ୱନ୍ଦ୍ୱରେ ଉପାଧ୍ୟକ୍ଷ...

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର, ଅଞ୍ଚଳବାସୀ ଆତଙ୍କିତ

କାମାକ୍ଷାନଗର,୩୧।୫(ଡି.ଏନ.ଏ.)-କାମାକ୍ଷାନଗର ଏନ୍‌ଏସି ୧୦ ନମ୍ବର ଓ୍ବାର୍ଡରେ ଶୁକ୍ରବାର ଏକ ଭାଲୁ ଆକ୍ରମଣରେ ଭୁଲୁ ନାଏକଙ୍କ(୬୫) ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରେ...

ଇଡ୍‌କୋ ଜମି ଅଧିଗ୍ରହଣକୁ ବିରୋଧ

ଝାରସୁଗୁଡ଼ା ଅଫିସ୍‌,୩୦ା୧୨: ଲଖନପୁର ତହସିଲ ଅନ୍ତର୍ଗତ ବରତାପ ମୌଜାର ମୂଳବାସିନ୍ଦା ଦୀର୍ଘବର୍ଷରୁ ସରକାରୀ ଜମି ଦଖଲ କରିଆସୁଛନ୍ତି। ଏହି ଜମିକୁ ଝାରସୁଗୁଡା ରାଜସ୍ବ ବିଭାଗ ଇଡ୍‌କୋକୁ...

 ହୋମ୍‌ କ୍ୱାରାଣ୍ଟାଇନରେ ରହିଲେ କେଭିକେ ଅଧିକାରୀ

ଚିପିଲିମା,୧୫ା୪(ଡି.ଏନ.ଏ.): ସମ୍ବଲପୁର ଜିଲା ଧନକଉଡା ବ୍ଲକ୍‌ ବସନ୍ତପୁର ପଞ୍ଚାୟତରେ ସମ୍ବଲପୁର କୃଷି ବିଜ୍ଞାନ କେନ୍ଦ୍ର(କେଭିକେ) କାର୍ଯ୍ୟାଳୟ ରହିଛି। ଲକ୍‌ଡାଉନ ସମୟରେ କେଭିକେର ୩ଜଣ ଅଧିକାରୀ ଭୁବନେଶ୍ବରରେ...

ବରଗଡ଼ ଜିଲାପାଳଙ୍କ ନିର୍ଦ୍ଦେଶ: ନୂଆ ବସ୍‌ଷ୍ଟାଣ୍ଡରେ ଯାତ୍ରୀଗାଡ଼ି ରଖ, ଅନ୍ୟତ୍ର ପାର୍କିଂ କଲେ କାର୍ଯ୍ୟାନୁଷ୍ଠାନ

ବରଗଡ଼ ଅଫିସ, ୨୮।୭- ବରଗଡ଼ ସହରରେ ଘରୋଇ ବସଷ୍ଟାଣ୍ଡ ବିବାଦ ତୀବ୍ର ହେବାରେ ଲାଗିଛି। ନିର୍ମାଣ କାର୍ଯ୍ୟରେ ତୃଟି ଅଭିଯୋଗ କରି ସ୍ଥାନୀୟ ଘରୋଇ ବସ...

ସଙ୍ଗରୋଧ ଗୃହରେ ଯୋଗ କଲେ ପ୍ରବାସୀ

ପାଟପୁର,୧୩।୫- ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ବିଭିନ୍ନ ସଙ୍ଗରୋଧ ଗୃହରେ ୨୦୫୩ ଜଣ ସୁରଟ ଫେରନ୍ତା ରହିଛନ୍ତି। ତେବେ ଅନ୍ୟ ବ୍ଲକ ଅଞ୍ଚଳର ସଙ୍ଗରୋଧ କେନ୍ଦ୍ରମାନଙ୍କରେ...

ଏସ୍‌ଆଇ, ଏଏସ୍‌ଆଇ ସ୍ତରରେ ଅଦଳବଦଳ

ଢେଙ୍କାନାଳ ଅଫିସ୍‌, ୧୨।୪: ଢେଙ୍କାନାଳ ଜିଲା ପୋଲିସର ଏସ୍‌ଆଇ ଏବଂ ଏଏସ୍‌ଆଇସ୍ତରରେ ମଙ୍ଗଳବାର ବଡ଼ ଧରଣର ଅଦଳବଦଳ ହୋଇଛି। ମହାବିରୋଡ ଥାନାରେ କାର୍ଯ୍ୟରତ ଏସ୍‌ଆଇ ପ୍ରଦୀପ...

ଦେବଦମ୍ପତିଙ୍କ ନିର୍ବନ୍ଧ ସମ୍ପନ୍ନ

ପାଟଣା ,୩।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ସ୍ଥିତ ଗିରିଜା-ଶଙ୍କର ଶିବ ମନ୍ଦିରରେ ଆସନ୍ତା ୭ ତାରିଖରେ ଶୀତଳଷଷ୍ଠୀ ତିଥିରେ ମାତା ପାର୍ବତୀ ଓ ଶିବଙ୍କ...

Advertisement
Archives

Model This Week