ପ୍ରମାଣ ନଷ୍ଟ ପାଇଁ ଫନ୍ଦିଫିକର

ବଲାଙ୍ଗୀର ଅଫିସ,୨୬।୧୦: କଳାହାଣ୍ଡି ଜିଲା କେଗଁା ଥାନା ମହାଲିଙ୍ଗସ୍ଥିତ ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ଅପହରଣ ଏବଂ ହତ୍ୟା ଘଟଣାକୁ ଇତିମଧ୍ୟରେ ୧୮ ଦିନ ବିତିଗଲାଣି। ଏହି ଜଘନ୍ୟ ହତ୍ୟା ଘଟଣାରେ ପୋଲିସର ହାବଭାବ ଏବଂ ତଦନ୍ତ ପ୍ରକ୍ରିୟା ସନ୍ଦେହଜନକ ମନେହେଉଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମମିତା କାର୍ଯ୍ୟ କରୁଥିବା ସ୍କୁଲର ମାଲିକ ଗୋବିନ୍ଦ ସାହୁଙ୍କ ସହ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠ ସମ୍ପର୍କ ରହିଥିବା ଚର୍ଚ୍ଚା ହେବା ପରେ ପୋଲିସ ତଦନ୍ତ କମ୍‌ ଓ ପ୍ରମାଣ ନଷ୍ଟରେ ଅଧିକ ଲାଗି ପଡ଼ିଥିବା କୁହାଯାଉଛି। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମନ୍ତ୍ରୀ ମିଶ୍ରଙ୍କ ଇସ୍ତଫା ଓ ବହିଷ୍କାର ଦାବି କରାଯାଇଛି। ଏହି ଦାବିକୁ ନେଇ ଓଡ଼ିଶାର କୋଣ ଅନୁକୋଣରେ ଆନ୍ଦୋଳନ, ବିକ୍ଷୋଭ ଓ ଧାରଣା ଚାଲିଛି। ଏଭଳି ସମୟରେ ପୋଲିସର ତଦନ୍ତ ପ୍ରକ୍ରିୟାକୁ ଅନୁଶୀଳନ କଲେ ଅନେକ ପ୍ରଶ୍ନ ଉଙ୍କି ମାରୁଛି।
ମମିତାଙ୍କ ଅପହରଣ ଘଟଣାକୁ ନେଇ ଗତ ୧୨ ତାରିଖରେ ତାଙ୍କ ଭାଇ ବଣ୍ଟି ମେହେର ସିନ୍ଧେକେଲା ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାଙ୍କ କାର୍‌କୁ ଥାନାକୁ ଆଣିଥିଲା। ସେଠାରେ ତାଙ୍କୁ ପଚରାଉଚରା କରାଯାଇଥିଲା। ୧୭ତାରିଖରେ ଗୋବିନ୍ଦଙ୍କୁ ଟିଟିଲାଗଡ଼ ବାରାକ୍‌କୁ ନିଆଯାଇଥିଲା। ସେଠାରେ ତାଙ୍କୁ ୩ଜଣ କନ୍‌ଷ୍ଟେବଳ ଏବଂ ଜଣେ ପୋଲିସ ଅଧିକାରୀ ଜଗିଥିବାବେଳେ ନାଟକୀୟ ଢଙ୍ଗରେ ଗୋବିନ୍ଦ ଫେରାର ହୋଇଯାଇଥିଲେ। ଫେରାର ହେବାର ପ୍ରାୟ ୪୦ ଘଣ୍ଟା ପରେ ଗୋବିନ୍ଦ ବଙ୍ଗୋମୁଣ୍ଡା ଥାନା ବୁଢ଼ୀପଦର ଗ୍ରାମର ତାଙ୍କ ଭଉଣୀଙ୍କ ଆଖୁ କିଆରିରୁ ଧରାପଡ଼ିଥିଲେ। ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଖବରଦାତା ସମ୍ମିଳନୀ କରି କହିଥିଲେ ଯେ, ପରକୀୟା ପ୍ରୀତି ପ୍ରଘଟ ହେବା ଆଶଙ୍କା କରି ଗୋବିନ୍ଦ ମମିତାଙ୍କୁ କାର୍‌ ଭିତରେ ତଣ୍ଟି ଚିପି ହତ୍ୟା କରିଥିଲେ। ଏହାପରେ ମହାଲିଙ୍ଗର ଏକ ନିର୍ମାଣାଧୀନ ଷ୍ଟାଡିୟମ ଭିତରେ ଗାତ ଖୋଳି ମୃତଦେହକୁ ପୋଡି ପୋତି ଦେଇଥିବା ଡିଆଇଜି କହିଥିଲେ। ତଦନ୍ତ ସମୟରେ ୫ ଜଣ ବ୍ୟକ୍ତିଙ୍କୁ ପଚରାଉଚରା କରାଯିବା ସହ ଗୋବିନ୍ଦଙ୍କ ସହଯୋଗୀ ରାଧେଶ୍ୟାମଙ୍କୁ ସହ ଅଭିଯୁକ୍ତ ଦର୍ଶାଇଥିଲେ। ଅନ୍ୟ ଦୁଇଜଣ ତଥା ଜେସିବି ଡ୍ରାଇଭର ପୁଷ୍କର ଭୋଇ ଓ ମୁନ୍‌ସୀ ଗୁପ୍ତେଶ୍ୱର ତାଣ୍ଟିଙ୍କୁ କ୍ଲିନ୍‌ଚିଟ୍‌ ଦେଇ ପୋଲିସ ଛାଡି ଦେଇଥିଲା। ସେମାନଙ୍କୁ ରାଜସାକ୍ଷୀ କରିବେ ବୋଲି କୁହାଯାଇଥିଲା। ହେଲେ ମମିତାଙ୍କ ମୃତଦେହ ମିଳିନାହିଁ। ତାଙ୍କ ମୋବାଇଲ ଫୋନ୍‌ ମିଳିନାହିଁ। କେବଳ କିଛିଟା ଅସ୍ଥିଖଣ୍ଡ, ଏକ ସୁନାଚେନ୍‌, ପାଉଁଜି, ଚାବିରିଙ୍ଗ୍‌, ବ୍ୟାଗ୍‌, କିଛିଟା କେଶ ମିଳିଥିବା ପୋଲିସ କହିଛି। ମମିତାଙ୍କ ମା’ ସୁନାଚେନ୍‌, ପାଉଁଜିକୁ ଚିହ୍ନଟ କରିଛନ୍ତି। ମିଳିଥିବା ଅସ୍ଥିକଙ୍କାଳ, କେଶର ଡିଏନ୍‌ଏ ଟେଷ୍ଟ କରାଯିବ ବୋଲି ଡିଆଇଜି ଦୀପକ କୁମାର କହିଥିଲେ। ଏଥିସକାଶେ ମମିତାଙ୍କ ମା’ବାପାଙ୍କ ରକ୍ତନମୁନା ସଂଗ୍ରହ କରାଯାଇଛି। ଏତିକି ପ୍ରମାଣ ଯୋଗାଡ଼ କରିବା ଛଡ଼ା ପୋଲିସ ଆଉ କ’ଣ କରିଛି କହିନାହିଁ। ଜଣେ ଛାତ୍ରୀଙ୍କ ସହ ଗୋବିନ୍ଦଙ୍କ ପରକୀୟ ପ୍ରୀତି ଥିବା ପୋଲିସ କହିଥିଲେ ମଧ୍ୟ ଏ ସଂକ୍ରାନ୍ତରେ ଖୋଲାଖୋଲି ସୂଚନା ଦେଇନାହିଁ। ଏତିକି ମାତ୍ର ତଦନ୍ତରେ ପୋଲିସ ୧୩ ଦିନ ବିତାଇଲାଣି। ରିମାଣ୍ଡରେ ଆଣିବା ପରେ ଗୋବିନ୍ଦ ମମିତାଙ୍କୁ ହତ୍ୟା କରିଥିବା ସ୍ବୀକାର କଲେ ଓ ସବୁକଥା ଖୋଲି କହିଲେ ବୋଲି ପୋଲିସ ପକ୍ଷରୁ କୁହାଗଲା। ଡିଆଇଜି ଏବଂ ଏସ୍‌ପି ଅଧିକ ପ୍ରମାଣ ଯୋଗାଡ଼ କରିବାକୁ ମହାଲିଙ୍ଗ ଷ୍ଟାଡିୟମକୁ ଯାଇଥିବା କୁହାଗଲା। ଏପରି କି ଗୋବିନ୍ଦଙ୍କ ମାଲିକାନାରେ ଥିବା କଲେଜ ଛାତ୍ରୀନିବାସର ରହସ୍ୟମୟ ରୁମ୍‌ ନମ୍ବର ୨୦ର ଚର୍ଚ୍ଚା ସାମ୍ନାକୁ ଆସିଲା। ସେ ସମ୍ପର୍କରେ ପୋଲିସ କିଛି ବି ଖୋଲି କହୁନାହିଁ। ଉକ୍ତ ରୁମ୍‌କୁ ସ୍ବତନ୍ତ୍ର ତାଲାରେ ଲକ୍‌ କରାଯିବା ଘଟଣାକୁ ପୋଲିସ ହାଲୁକା ଭାବେ ନେଉଛି। ଏହି କିଛିଦିନର ପୋଲିସ ଗତିବିଧି ଏବଂ ହାବଭାବକୁ ଲକ୍ଷ୍ୟ କଲେ ପ୍ରମାଣ ଯୋଗାଡ଼ ବଦଳରେ ନଷ୍ଟ କରିବାରେ ପୋଲିସ ଅଧିକ ବ୍ୟସ୍ତ ହୋଇଥିବା ବିଭିନ୍ନ ମହଲରୁ ଅଭିଯୋଗ ହୋଇଛି।
ଡିଆଇଜି ଦୀପକ କୁମାର ଏବଂ ଏସ୍‌ପି ନୀତିନ କୁଶଲକର ଗଣମାଧ୍ୟମ ପ୍ରତିନିଧିଙ୍କୁ ଭିନ୍ନ ଭିନ୍ନ ସୂଚନା ଦେଇ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିବା ଚର୍ଚ୍ଚାର ବିଷୟ ହୋଇଛି। ଏପରି କି ରିମାଣ୍ଡ ଅବଧି ସରିବା ପରେ ଗୋବିନ୍ଦଙ୍କୁ କୋର୍ଟ ଚାଲାଣ ପାଇଁ ପୋଲିସ ସୁଚିନ୍ତିତ ଯୋଜନା କରିଥିଲା। ଯେଭଳି ଗଣମାଧ୍ୟମ ପ୍ରତିନିଧିଙ୍କୁ ଚକ୍‌ମା ଦେଇହେବ ସେନେଇ ବ୍ୟବସ୍ଥା ହୋଇଥିଲା। ଏଥିପାଇଁ ରବିବାର ବିଳମ୍ବିତ ରାତିରୁ ଗୋବିନ୍ଦଙ୍କୁ ଏସ୍‌ପି ଅଫିସ୍‌ରୁ ପଛପଟ ଗେଟ୍‌ରେ ରିଜର୍ଭ ପୋଲିସ ବାରାକ୍‌କୁ ନିଆଯାଇଥିଲା। ସେଠାରୁ ସୋମବାର ଭୋର ୪ଟାରୁ ବଙ୍ଗୋମୁଣ୍ଡା ଜେଏମ୍‌ଏଫ୍‌ସି କୋର୍ଟକୁ ନିଆଯାଇଥିଲା। ଗତ ୧୩ ଦିନ ମଧ୍ୟରେ ପୋଲିସର ଗିରଫଦାରି ଗୋବିନ୍ଦ ଓ ରାଧେଶ୍ୟାମ ମଧ୍ୟରେ ସୀମିତ ହୋଇଯାଇଛି। ଏହି ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ସମ୍ପୃକ୍ତ ଅଭିଯୋଗ ହେଉଥିବାରୁ ରାଜ୍ୟ ଏବଂ ଜାତୀୟ ରାଜନୀତି ଜୋର ଧରିବାରେ ଲାଗିଛି। ଘଟଣାର ତଦନ୍ତ ସିବିଆଇ କରିବାକୁ ଦାବି ହେଉଥିଲେ ମଧ୍ୟ ସରକାର ଚୁପ୍‌ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମାର୍ଟ ପୋଲିସିଂ’ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୦ସୂତ୍ରୀ ବ୍ଲୁ-ପ୍ରିଣ୍ଟ: ଜାଣନ୍ତୁ କ’ଣ…

ଭୁବନେଶ୍ୱର, ୩୦।୮ (ସୁନିତ୍‌ ମିଶ୍ର): ଭୁବନେଶ୍ୱରସ୍ଥିତ ରାଜ୍ୟ ପୋଲିସ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଡିଜିପି ଏବଂ ଆଇଜିପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri