ସଫଳ ଅଭିନେତା ହେବାର ଲକ୍ଷ୍ୟ

ତୁଳସୀ ଦୁଇପତ୍ରରୁ ବାସିଲା ପରି ତାଙ୍କ ପ୍ରତିଭାର ବିକାଶ ହୋଇଥିଲା ପିଲାଦିନୁ। ମଞ୍ଚ ନାଟକ ପ୍ରତି ଥିବା ତାଙ୍କର ଦୁର୍ବଳତା ବୟସ ବଢିବା ସହିତ ଏକ ନିଶାରେ ପରିଣତ ହୋଇଥିଲା। ଅବସର ସମୟ ପାଇଲେ ସେ ରଙ୍ଗମଞ୍ଚରେ ନାଟକ ଦେଖିବାକୁ ପହଞ୍ଚତ୍ ଯାଉଥିଲେ। ଏପରି କି ଘରକୁ ଫେରି ନାଟକ ଚରିତ୍ରରେ ନିଜକୁ ହଜାଇ ଦେଇ ଦର୍ପଣ ଆଗରେ ଅଭିନୟ କରି ବସୁଥିଲେ। ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ରଙ୍ଗମଞ୍ଚ ମଧ୍ୟରେ ଅନ୍ୟତମ ଅନ୍ନପୂର୍ଣ୍ଣା ଥିଏଟରରେ ଅଭିନୟ କରିବାର ନିଶା ତାଙ୍କୁ ଯୁବାବସ୍ଥାରେ ଜଣେ ମଞ୍ଚ ଅଭିନେତା ସଜାଇ ଦେଇଥିଲା। କେବଳ ମଞ୍ଚରେ ନୁହେଁ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏହି ଯୁବ ବ୍ୟକ୍ତିତ୍ୱ ହେଉଛନ୍ତି ପୁରୀ ବିଶ୍ୱନାଥ ବିହାର ନିବାସୀ ହରପ୍ରିୟା ଏବଂ ଶରତ ଚନ୍ଦ୍ର ଶତପଥୀଙ୍କ ପୁଅ ସମୀର। ସେ ୨୦୧୧ ମସିହାରେ ଅନ୍ନପୂର୍ଣ୍ଣା ଥିଏଟରରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ, ଯାହାକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ହେଲେ ୨୦୧୩ ମସିହାରେ ନାଟ୍ୟକାର ଲକ୍ଷ୍ମୀଧର ମିଶ୍ରଙ୍କ ନିର୍ଦ୍ଦେଶିତ ସକାଳ ସନ୍ଧାନ ନାଟକରେ ଚରିତ୍ର ଅଭିନୟ ତାଙ୍କ ଜୀବନର ଟ୍ରନିଙ୍ଗ ପଏଣ୍ଟ ଥିଲା। ତା’ ପରଠାରୁ ସେ ଆଉ ପଛକୁ ଫେରି ନାହାନ୍ତି। ବର୍ତ୍ତମାନ ସୁଦ୍ଧା ସେ ସ୍ନେହର ଡୋରି, ପତିତପାବନ, ଆଞ୍ଜୁଳାଏ ସ୍ପପ୍ନ, କହି ହୁଏନା, ଭୁଲି ଯିବେନି ମତେ, କାୟାକଳ୍ପ, ସମ୍ପର୍କ, ଉପହାର, ଶେଷ ଚିଠି, ଗୋଟିଏ ଗୁଳି ବାକି ଅଛି ପ୍ରଭୃତି ୪୦ରୁ ଊର୍ଦ୍ଧ୍ୱ ନାଟକରେ ନିଜ ନିଖୁଣ କଳାର ପରିଚୟ ଦେଇ ସାଉଁଟିଛନ୍ତି ଅନେକ ପ୍ରଶଂସା। ମଞ୍ଚ ନାଟକ ବ୍ୟତୀତ ଚଳଚ୍ଚିତ୍ର ଜଗତରେ ମଧ୍ୟ ନିଜର ସ୍ଥାନ ସୃଷ୍ଟି କରିପାରିଛନ୍ତି ସମୀର। ଗତ ବର୍ଷ ନଭେମ୍ବରରେ ରିଲିଜ୍‌ ହୋଇଥିବା ଜଣେ ଚନ୍ଦା ଲୋକର ଜୀବନ କାହାଣୀ ଉପରେ ଆଧାରିତ ଓଡ଼ିଆ ଫିଲ୍ମ ‘ବାଳ’ରେ ମୁଖ୍ୟ ଭୂମିକାରେ ଅଭିନୟ କରି ଅଭିନୟରେ ଥିବା ଦକ୍ଷତାକୁ ପ୍ରମାଣିତ କରିଛନ୍ତି। ବର୍ତ୍ତମାନ ତାଙ୍କ ଅଭିିନୀତ ଆଉ ଏକ ଓଡ଼ିଆ ଫିଲ୍ମ ସୁପର ବୟ୍‌ ରିିଲିଜ ଅପେକ୍ଷାରେ। ତେବେ ନିଜର ନିଖୁଣ ଅଭିନୟ ଲାଗି ତାଙ୍କୁ ମିଳିଛି ଭୁବନେଶ୍ୱର ହ୍ବାଇଟ କାନଭାସ ଅନୁଷ୍ଠାନ ପକ୍ଷରୁ ଫିଲ୍ମ ଫେୟାର ଆୱାର୍ଡ, ପୁରୀର ୱିନିଙ୍ଗ ଆଣ୍ଡ ସୋଟିଙ୍ଗ କ୍ଲବ ପକ୍ଷରୁ ଶୋ ଟାଇମ ଆୱାର୍ଡ, ଶ୍ରୀକ୍ଷେତ୍ର ଗୌରବ, ଶ୍ରୀକ୍ଷେତ୍ର ଯୁବପ୍ରତିଭା, କୁମାର ଉତ୍ସବ ସମ୍ମାନ, ଭରତମୁନି ସମ୍ମାନ ଭଳି ଅନେକ ପୁରସ୍କାର। ଅଭିନୟ ବ୍ୟତୀତ ଜଣେ ଯୁବ ସାମାଜିକ କର୍ମୀ ଭାବେ ପୁରୀ ସହରରେ ଏକ ଜଣାଶୁଣା ନାଁ ପାଲଟିଥିବା ସମୀର କଳା, ସଂସ୍କୃତିର ବିକାଶ ଲାଗି ବିଭିନ୍ନ ପଦକ୍ଷେପ ନେବା ସହ ଲୋକଲୋଚନ ଆଢୁଆଳରେ ରହିଯାଉଥିବା ଯୁବପିଢିଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିଥାନ୍ତି। ସେ ଭବିଷ୍ୟତରେ ଜଣେ ପ୍ରତିଷ୍ଠିତ କଳାକାର ହେବାକୁ ଲକ୍ଷ୍ୟ ରଖିଛନ୍ତି।
– ପ୍ରଭାତ ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?