ସଫଳ ଅଭିନେତା ହେବାର ଲକ୍ଷ୍ୟ

ତୁଳସୀ ଦୁଇପତ୍ରରୁ ବାସିଲା ପରି ତାଙ୍କ ପ୍ରତିଭାର ବିକାଶ ହୋଇଥିଲା ପିଲାଦିନୁ। ମଞ୍ଚ ନାଟକ ପ୍ରତି ଥିବା ତାଙ୍କର ଦୁର୍ବଳତା ବୟସ ବଢିବା ସହିତ ଏକ ନିଶାରେ ପରିଣତ ହୋଇଥିଲା। ଅବସର ସମୟ ପାଇଲେ ସେ ରଙ୍ଗମଞ୍ଚରେ ନାଟକ ଦେଖିବାକୁ ପହଞ୍ଚତ୍ ଯାଉଥିଲେ। ଏପରି କି ଘରକୁ ଫେରି ନାଟକ ଚରିତ୍ରରେ ନିଜକୁ ହଜାଇ ଦେଇ ଦର୍ପଣ ଆଗରେ ଅଭିନୟ କରି ବସୁଥିଲେ। ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ରଙ୍ଗମଞ୍ଚ ମଧ୍ୟରେ ଅନ୍ୟତମ ଅନ୍ନପୂର୍ଣ୍ଣା ଥିଏଟରରେ ଅଭିନୟ କରିବାର ନିଶା ତାଙ୍କୁ ଯୁବାବସ୍ଥାରେ ଜଣେ ମଞ୍ଚ ଅଭିନେତା ସଜାଇ ଦେଇଥିଲା। କେବଳ ମଞ୍ଚରେ ନୁହେଁ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏହି ଯୁବ ବ୍ୟକ୍ତିତ୍ୱ ହେଉଛନ୍ତି ପୁରୀ ବିଶ୍ୱନାଥ ବିହାର ନିବାସୀ ହରପ୍ରିୟା ଏବଂ ଶରତ ଚନ୍ଦ୍ର ଶତପଥୀଙ୍କ ପୁଅ ସମୀର। ସେ ୨୦୧୧ ମସିହାରେ ଅନ୍ନପୂର୍ଣ୍ଣା ଥିଏଟରରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ, ଯାହାକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ହେଲେ ୨୦୧୩ ମସିହାରେ ନାଟ୍ୟକାର ଲକ୍ଷ୍ମୀଧର ମିଶ୍ରଙ୍କ ନିର୍ଦ୍ଦେଶିତ ସକାଳ ସନ୍ଧାନ ନାଟକରେ ଚରିତ୍ର ଅଭିନୟ ତାଙ୍କ ଜୀବନର ଟ୍ରନିଙ୍ଗ ପଏଣ୍ଟ ଥିଲା। ତା’ ପରଠାରୁ ସେ ଆଉ ପଛକୁ ଫେରି ନାହାନ୍ତି। ବର୍ତ୍ତମାନ ସୁଦ୍ଧା ସେ ସ୍ନେହର ଡୋରି, ପତିତପାବନ, ଆଞ୍ଜୁଳାଏ ସ୍ପପ୍ନ, କହି ହୁଏନା, ଭୁଲି ଯିବେନି ମତେ, କାୟାକଳ୍ପ, ସମ୍ପର୍କ, ଉପହାର, ଶେଷ ଚିଠି, ଗୋଟିଏ ଗୁଳି ବାକି ଅଛି ପ୍ରଭୃତି ୪୦ରୁ ଊର୍ଦ୍ଧ୍ୱ ନାଟକରେ ନିଜ ନିଖୁଣ କଳାର ପରିଚୟ ଦେଇ ସାଉଁଟିଛନ୍ତି ଅନେକ ପ୍ରଶଂସା। ମଞ୍ଚ ନାଟକ ବ୍ୟତୀତ ଚଳଚ୍ଚିତ୍ର ଜଗତରେ ମଧ୍ୟ ନିଜର ସ୍ଥାନ ସୃଷ୍ଟି କରିପାରିଛନ୍ତି ସମୀର। ଗତ ବର୍ଷ ନଭେମ୍ବରରେ ରିଲିଜ୍‌ ହୋଇଥିବା ଜଣେ ଚନ୍ଦା ଲୋକର ଜୀବନ କାହାଣୀ ଉପରେ ଆଧାରିତ ଓଡ଼ିଆ ଫିଲ୍ମ ‘ବାଳ’ରେ ମୁଖ୍ୟ ଭୂମିକାରେ ଅଭିନୟ କରି ଅଭିନୟରେ ଥିବା ଦକ୍ଷତାକୁ ପ୍ରମାଣିତ କରିଛନ୍ତି। ବର୍ତ୍ତମାନ ତାଙ୍କ ଅଭିିନୀତ ଆଉ ଏକ ଓଡ଼ିଆ ଫିଲ୍ମ ସୁପର ବୟ୍‌ ରିିଲିଜ ଅପେକ୍ଷାରେ। ତେବେ ନିଜର ନିଖୁଣ ଅଭିନୟ ଲାଗି ତାଙ୍କୁ ମିଳିଛି ଭୁବନେଶ୍ୱର ହ୍ବାଇଟ କାନଭାସ ଅନୁଷ୍ଠାନ ପକ୍ଷରୁ ଫିଲ୍ମ ଫେୟାର ଆୱାର୍ଡ, ପୁରୀର ୱିନିଙ୍ଗ ଆଣ୍ଡ ସୋଟିଙ୍ଗ କ୍ଲବ ପକ୍ଷରୁ ଶୋ ଟାଇମ ଆୱାର୍ଡ, ଶ୍ରୀକ୍ଷେତ୍ର ଗୌରବ, ଶ୍ରୀକ୍ଷେତ୍ର ଯୁବପ୍ରତିଭା, କୁମାର ଉତ୍ସବ ସମ୍ମାନ, ଭରତମୁନି ସମ୍ମାନ ଭଳି ଅନେକ ପୁରସ୍କାର। ଅଭିନୟ ବ୍ୟତୀତ ଜଣେ ଯୁବ ସାମାଜିକ କର୍ମୀ ଭାବେ ପୁରୀ ସହରରେ ଏକ ଜଣାଶୁଣା ନାଁ ପାଲଟିଥିବା ସମୀର କଳା, ସଂସ୍କୃତିର ବିକାଶ ଲାଗି ବିଭିନ୍ନ ପଦକ୍ଷେପ ନେବା ସହ ଲୋକଲୋଚନ ଆଢୁଆଳରେ ରହିଯାଉଥିବା ଯୁବପିଢିଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିଥାନ୍ତି। ସେ ଭବିଷ୍ୟତରେ ଜଣେ ପ୍ରତିଷ୍ଠିତ କଳାକାର ହେବାକୁ ଲକ୍ଷ୍ୟ ରଖିଛନ୍ତି।
– ପ୍ରଭାତ ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri