Posted inଜାତୀୟ

ଟିଏମ୍‌ସି ଖରାପ, ଭାଜପା ତା’ଠୁ ୧୦୦୦ ଗୁଣ

କୋଲକାତା, ୭।୧୨:ଦୀର୍ଘ ୯ ବର୍ଷର ନିର୍ବାଚନ ପରେ ଘର ତଥା ନିଜର ରାଜନୈତିକ ଗଡ଼ ପଶ୍ଚିମବଙ୍ଗର ପଶ୍ଚିମ ମିଦନାପୁର ଫେରିଥିବା ସିପିଆଇଏମ୍‌ର ହେଭିଓ୍ବେଟ୍‌ ନେତା ସୁଶାନ୍ତ ଘୋଷ ଟିଏମ୍‌ସି ଓ ଭାଜପା ଉପରେ ବର୍ଷିଛନ୍ତି। ୨୦୦୨ରେ ସୁଶାନ୍ତଙ୍କ ପୈତୃକ ଘର ନିକଟରୁ ୭ଟି ମଣିଷ କଙ୍କାଳ ଉଦ୍ଧାର ହୋଇଥିଲା। ୭ ଜଣଙ୍କୁ ହତ୍ୟା ମାମଲାରେ ସମ୍ପୃକ୍ତି ନେଇ ୨୦୧୧ରେ ସୁଶାନ୍ତ ଦୋଷୀସାବ୍ୟସ୍ତ ହୋଇଥିଲେ। ୨୦୧୨ରେ ଜାମିନ ମିଳିବା ସତ୍ତ୍ୱେ ତାଙ୍କୁ ପଶ୍ଚିମ ମିଦନାପୁରରେ ପ୍ରବେଶ ଲାଗି କୋର୍ଟ ଅନୁମତି ଦେଇ ନ ଥିଲେ। ସୁପ୍ରିମକୋର୍ଟ ଉକ୍ତ ସର୍ତ୍ତକୁ ରଦ୍ଦ କରିବା ପରେ ସେ ପଶ୍ଚିମ ମିଦନାପୁର ଫେରିଛନ୍ତି। ଉକ୍ତ ଜିଲାର ଚନ୍ଦ୍ରକୋଣଠାରେ ଏକ ର଼୍ୟାଲି କରି ସେ ଟିଏମ୍‌ସି ଓ ଭାଜପା ଉପରେ ବର୍ଷିଥିଲେ।
ସେ କୌଣସି ଅପରାଧ କରି ନ ଥିଲେ। ଯେଉଁମାନେ ଅପରାଧକୁ ପ୍ରୋତ୍ସାହିତ କରିଥିଲେ, ସେମାନେ ବର୍ତ୍ତମାନ ସରକାରରେ ବିଧାୟକ ଓ ମନ୍ତ୍ରୀ ବୋଲି ସିପିଆଇଏମ୍‌ ନେତା କହିଛନ୍ତି। ଜୋଙ୍ଗୋଲମୋହଲ ଅଞ୍ଚଳର ସମସ୍ତ ନାଗରିକ ଟିଏମ୍‌ସି ସରକାରକୁ ଫିଙ୍ଗିଦେବା ପାଇଁ ପ୍ରସ୍ତୁତ, ଯାହା ନଭେମ୍ବର ୨୬ ଦେଶବ୍ୟାପୀ ଧର୍ମଘଟରୁ ସ୍ପଷ୍ଟ ହୋଇଛି।
ତେବେ ଟିଏମ୍‌ସିଠାରୁ ଭାଜପା ୧୦୦୦ ଗୁଣ ଖରାପ। ଟିଏମ୍‌ସିରୁ ମୁକ୍ତି ପାଇବା ପାଇଁ ଭାଜପା ପତାକା ଧରିବା ଅଧିକ ବିପଜ୍ଜନକ ହେବ। ଏହା ରାଜ୍ୟ ପାଇଁ ବଡ଼ ବିପଦ ହୋଇଥିବାରୁ ଜନସାଧାରଣ ଗୈରିକ ଦଳ ପ୍ରତି ସତର୍କ ରହିବାକୁ ସୁଶାନ୍ତ କହିଛନ୍ତି। ପଶ୍ଚିମବଙ୍ଗରେ ମିଛର ଶାସନ ଚାଲିଥିବାବେଳେ କେନ୍ଦ୍ର କେବଳ ମିଥ୍ୟାରେ ଚାଲିଥିବା ସେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୈନିକ ସଂକ୍ରମଣ ୧୪ ଶହରୁ କମ୍‌ , ସକ୍ରିୟ ମାମଲା ୧୮ ହଜାର ତଳେ…

ନୂଆଦିଲ୍ଲୀ, ୩୧।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି...

ନୌସେରା ସେକ୍ଟରରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ୨ ଭାରତୀୟ ଯବାନ ଆହତ

ଶ୍ରୀନଗର,୬।୭: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ରାଚୌରୀ ଜିଲାର ରୋମାଲି ଧାରାସ୍ଥିତ ନୌସେରା ସେକ୍ଟରରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଭାରତୀୟ...

ଅଟୋରେ ଯାଉଥିଲେ ମହିଳା, ହଠାତ୍‌ ରାସ୍ତାରେ ସୃଷ୍ଟି ହେଲା ୨୫ ଫୁଟର ଗର୍ତ୍ତ, ଆଉ ତା’ ପରେ…

ଜୟପୁର,୨୩।୧: ରାଜସ୍ଥାନର ଜୟପୁରରେ ବିକାଶ ଏବଂ ସରକାରୀ ବ୍ୟବସ୍ଥାରେ ଅନିୟମିତତା ପଦାରେ ପଡ଼ିଛି। ସଚିବାଳୟଠାରୁ ଗୋଟିଏ କିଲୋମିଟର ଦୂର ଚୋମ୍ପୁ ସର୍କଲରେ ଶନିବାର ସକାଳେ ହଠାତ୍‌...

ଅମିତ ଶାହଙ୍କ ପରେ କିଏ ହେବ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ: ଏହି ନେତାଙ୍କ ନାଁ ସବୁଠୁ ଆଗରେ

ନୂଆଦିଲ୍ଲୀ, ୩୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଅମିତ ଶାହ ସ୍ଥାନ ପାଇବା ପରେ ଏବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ହେବ ତାକୁ ଚର୍ଚ୍ଚା...

ସରକାରୀ ଚାକିରି ଦେବାରେ ଏସ୍‌ପି-ବିଏସ୍‌ପିର ରେକର୍ଡକୁ ପଛରେ ପକାଇଛି ଭାଜପା: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୪ ।୭: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଶନିବାର ଦାବି କରିଛନ୍ତି ଯେ ତାଙ୍କ ମୁଖ୍ୟମନ୍ତ୍ରୀ କାଳରେ ଭାରତୀୟ ଜନତା ପାର୍ଟି(ଭାଜପା) ୬.୬୫ ଲକ୍ଷରୁ...

କଂଗ୍ରେସକୁ ଏକ ସୁରକ୍ଷିତ ହାତର ଆବଶ୍ୟକତା ରହିଛି: ମନିଷ ତିୱାରି

ନୂଆଦିଲ୍ଲୀ,୧୪ ।୧୦: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ହେବାକୁ ଯାଉଥିବା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖର୍ଗେଙ୍କୁ ଅନେକ ନେତାଙ୍କର ସମର୍ଥନ ରହିଥିବା...

ମୋଦି ଅଛନ୍ତି ତ ସବୁ ସମ୍ଭବ: ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୨।୯: ସଂସଦରେ ମହିଳା ସଂରକ୍ଷଣ ବିଲ ପାରିତ ହେବା ପରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଖୁସି ବ୍ୟକ୍ତ କରିଛନ୍ତି। ଏହି ଐତିହାସିକ ମୁହୂର୍ତ୍ତ ପାଇଁ...

ଖାଇକୁ ଖସିଲା କ୍ରୁଜର: ୭ ମୃତ

ଶ୍ରୀନଗର,୨୪।୫: ଜମ୍ମୁ-କଶ୍ମୀରର କିଶ୍ଚଓ୍ବରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଧାନ୍ଦୁର ପାଓ୍ବାର ପ୍ରକଳ୍ପର କର୍ମଚାରୀଙ୍କୁ ନେଇ ଯାଉଥିବା ଏକ କ୍ରୁଜ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି...

Advertisement
Archives

Model This Week