ଟିଏମ୍‌ସି କେନ୍ଦ୍ରର ଜିନିଷ ସବୁ ଗାଏବ

ପଟ୍ଟାମୁଣ୍ଡାଇ, ୨୩ା୧୨(ସ୍ବ.ପ୍ର.):ସମଗ୍ର ବିଶ୍ୱରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିଛି। ଚାଇନାରେ ବଢୁଥିବା କରୋନା ଓମିକ୍ରନର ସବ୍‌ ଭାରିଆଣ୍ଟ ବିଏଫ୍‌. ୭ ମାମଲା କାୟା ବିସ୍ତାର କରିବା ପରେ ଭୟର ବାତାବରଣ ଦେଖାଦେଇଛି। ଓଡ଼ିଶାରେ ଓମିକ୍ରନର ସବ୍‌ ଭାରିଆଣ୍ଟ ବିଏଫ୍‌. ୭ ମାମଲା ସାମ୍ନାକୁ ଆସିଛି। ଏହି ଭାରିଆଣ୍ଟ ନେଇ ସତର୍କ ରହିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସତର୍କ ରହିବାକୁ ସବୁ ରାଜ୍ୟକୁ ପରାମର୍ଶ ଦିଆଯିବା ସହ ଜିନୋମ ସିକ୍ୱେନ୍ସିଂ କୁହାଯାଇଛି। ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର ଲୋକମାନଙ୍କ ଉପସ୍ଥିତି ଥିବାରୁ ଚିନ୍ତା ବଢିବାରେ ଲାଗିଛି। କରୋନା ନୂଆ ଭାରିଆଣ୍ଟ ଯଦି ତା’ର କାୟା ବିସ୍ତାର କରେ ତାହାହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପକ୍ଷେ ମୁକାବିଲା କରିବା କଷ୍ଟସାଧ୍ୟ ହୋଇପଡିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ମହାମାରୀ କୋଭିଡ୍‌ ମୁକାବିଲା ଲାଗି ପ୍ରତି ପଞ୍ଚାୟତରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର(ଟିଏମ୍‌ସି) ଖୋଲାଗଲା। ଖଟଠୁ ନେଇ ଗଦି, ବେଡସିଟ୍‌, ତକିଆ, ଫ୍ୟାନ୍‌, ଆକ୍ୱାଗାର୍ଡ, ବାଲ୍‌ଟି, ଟିଭି କିଣାଗଲା। ହେଲେ କୋଭିଡ୍‌ ପ୍ରକୋପ କମିବା ପରେ ଟିଏମ୍‌ସି ପାଇଁ ଯେଉଁ ସବୁ ଭିତ୍ତିଭୂମି ସୃଷ୍ଟି କରାଯାଇଥିଲା, ସେଥିରୁ ଅଧାରୁ ଅଧିକ ଜିନିଷ ଏବେ ନାହିଁ। ବେଡସିଟ୍‌, ତକିଆ, ବାଲ୍‌ଟି, ମଗ ଇତ୍ୟାଦି ସମ୍ପୂର୍ଣ୍ଣ ଗାଏବ ହୋଇଯାଇଛି ବୋଲି ସାଧାରଣରେ ଅଭିଯୋଗ ହେଉଛି।
ଆଇନଜବୀ ପ୍ରମୋଦ ସାହୁ, ସାମାଜିକ କର୍ମୀ କ୍ଷୀରୋଦ ମଲିକ, କଂଗ୍ରେସ ବ୍ଲକ ସଭାପତି ମଳୟ ଦାସ କୁହଛନ୍ତି, ମହାମାରୀ କରୋନାର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ୨୦୨୦ ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁ ଘୋଷଣା କଲେ। ୨୦୨୦ ମାର୍ଚ୍ଛ ୨୫ରୁ କେନ୍ଦ୍ର ସରକର ସମଗ୍ର ଦେଶରେ ଲକ୍‌ଡାଉନ ଘୋଷଣା କରାଗଲା। କେନ୍ଦ୍ରାପଡ଼ା କରୋନା ସଂକ୍ରମଣ ପାଇଁ ଅତ୍ୟନ୍ତ ସମବେଦନଶୀଳ ଜିଲା ଭାବେ ଉଭା ହୋଇଥିଲା। କାରଣ ସମଗ୍ର ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଜିଲାର ପଟ୍ଟାମୁଣ୍ଡାଇ ଲୋକମାନଙ୍କ ଉପସ୍ଥିତି ଥିବାରୁ କରୋନା କ୍ଷେତ୍ରରେ ଏହା ସ୍ପର୍ଶକାତର ଅଞ୍ଚଳ ଭାବେ ସରକାରୀସ୍ତରରେ ଚିହ୍ନଟ କରାଗଲା। ସମଗ୍ର ଦେଶରେ ଲକ୍‌ଡାଉନ ଥିବାରୁ ବିଭିନ୍ନ ଦେଶ ଓ ରାଜ୍ୟରୁ ପ୍ରବାସୀମାନଙ୍କ ଗୃହ ଆଗମନ ହୋଇଥିଲା। ପ୍ରବାସୀମାନଙ୍କ ଆଗମନରେ ସଂକ୍ରମିତ ବଢିବାକୁ ଲକ୍ଷ୍ୟ କରି ପ୍ରଶାସନିକ ତତ୍ପରତା ବଢ଼ିବା ସହ ସରକାରଙ୍କ ନିଷ୍ପତ୍ତିକ୍ରମେ ଜିଲାର ପ୍ରତ୍ୟେକ ପଞ୍ଚାୟତ ଓ ପୌରାଞ୍ଚଳରେ ଏକାଧିକ ଟିଏମ୍‌ସି ଖୋଲାଯାଇଥିଲା। ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଓ ପଞ୍ଚାୟତସ୍ତରରେ ତକତ୍ାଳ ସଙ୍ଗରୋଧ କେନ୍ଦ୍ରମାନ ଖୋଲାଗଲା। ଲକ୍ଷାଧିକ ଟଙ୍କା ବ୍ୟୟରେ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରକୁ ପ୍ରସ୍ତୁତ କରିବା ପାଇଁ ରଙ୍ଗ ଦେବାଠାରୁ ଆରମ୍ଭ କରି ଖଟିଆ, ଗଦି, ବେଡ୍‌ସିଟ୍‌, ତକିଆ, ବାଲଟି, ମଗ, ଆକ୍ୱାଗାର୍ଡ, ସାନିଟାଇଜର ପ୍ରଭୃତି ସବୁକିଛି ଆକ୍ରାନ୍ତମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ର ଠୁଳ କରାଗଲା। ପ୍ରବାସୀ ଓ ଆକ୍ରାନ୍ତମାନଙ୍କ ରହିବା, ଖାଇବାର ସମସ୍ତ ବନ୍ଦୋବସ୍ତ କରାଯାଇଥିଲା। ମାତ୍ର କରୋନା ଟ୍ରେଣ୍ଡ ଖସିବା ପରେ ଏବେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ କିଣା ଯାଇଥରବା ସମସ୍ତ ଆସବାବପତ୍ର ଅଲୋଡ଼ା ହୋଇପଡ଼ିଛି।
ମିଳିଥିବା ତଥ୍ୟ ମୁତାବକ, କରୋନା ସମୟରେ ଜିଲାର ଅନ୍ୟ ବ୍ଲକ ତୁଳନାରେ ପଟ୍ଟାମୁଣ୍ଡାଇ ବ୍ଲକକୁ ସର୍ବାଧିକ ୮,୪୭୯ ଜଣ ପ୍ରବାସୀ ଆସି ରହିଥିଲେ। ବ୍ଲକରେ ପ୍ରବାସୀମାନଙ୍କୁ ଦୃଷ୍ଟିରେ ରଖି ୧୬୬ଟି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲା ଯାଇଥିଲା। ସେଥିପାଇଁ ୬,୪୭୨ଟି ଖଟିଆ କିଣା ଯାଇଥିଲା। ଏସବୁ ଟିଏମ୍‌ସି ସ୍କୁଲ, କଲେଜ, ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକରେ ହୋଇଥିଲେ। ପ୍ରାୟ ଟିଏମ୍‌ସିଗୁଡ଼ିକରେ ପ୍ରବାସୀ ରହି ଜିନିଷ ପତ୍ରର ବ୍ୟବହାର କରୁଥିଲେ। ମାତ୍ର କରୋନା ଟ୍ରେଣ୍ଡ ଖସିବା ପରେ ସ୍କୁଲ, କଲେଜ ଖୋଲାଗଲା। ଏହାପରେ ଏ ସମସ୍ତ ସାମଗ୍ରୀ ଯେମିତି ଅଦରକାରୀ ହୋଇପଡ଼ିଛି। ଖଟିଆଗୁଡ଼ିକ ସେମିତି ପଞ୍ଚାୟତ କାର୍ଯ୍ୟଳୟରେ ପଡ଼ି ଖତ ଖାଉଛି। ବାଲ୍‌ଟି, ମଗ ଓ ବେଡସିଟ୍‌କୁ ଦୁର୍ବୃତ୍ତମାନେ ନେଇଗଲେଣି ବୋଲି କୁହାଯାଉଛି। ଯେତିକି ବି ବେଡସିଟ୍‌ ରହିଛି, ସେସବୁର ରକ୍ଷଣାବେକ୍ଷଣ ଅଭାବ ଯୋଗୁ ମୂଷା ଖାଇଗଲାଣି। କେତେକ ସ୍ଥାନରେ ଉଇ ଚରି ଗଲେଣି। ପଟ୍ଟାମୁଣ୍ଡାଇ ବିଡିଓ କୈଳାସ ଚନ୍ଦ୍ର ପରିଡାଙ୍କୁ ପଚାରିବାରେ ଏଗୁଡ଼ିକ ସରପଞ୍ଚଙ୍କ ଦାୟିତ୍ୱରେ ରହିଛି। ଏ ବାବଦରେ ତରଡିପାଳ ସରପଞ୍ଚ ଦେବବ୍ରତ୍ତ ନାୟକଙ୍କୁ ପଚାରିବାରେ ଟିଏମସିରେ ବ୍ୟବହାର ହେଉଥିବା ଜିନିଷପତ୍ର ଚାର୍ଜ ନେବାବେଳେ ଆମକୁ କିଛି ଦିଆଯାଇନାହଁି। ଏସବୁ ଜିନିଷର ହିସାବ ପୂର୍ବତନ ସରପଞ୍ଚ ଜାଣିଥିବେ ବୋଲି ସେ କହିଥିଲେ। ଅନ୍ୟପକ୍ଷେ ଏମିତି ଜଗିଲେ ଯେ, ସମସ୍ତ ଜିନିଷ ଖତ ହେବାରେ ଲାଗିଛି। ପୁଣି ଥରେ କରୋନା ଫେରୁଥିବାରୁ ଜିଲା ପ୍ରଶାସନ କିପରି ମୁକାବିଲା କରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଟିଏମ୍‌ସିଗୁଡିକୁ ପୁନର୍ବାର ପ୍ରସ୍ତୁତ କରା ନ ଗଲେ ବଡ଼ ସମସ୍ୟା ସୃଷ୍ଟି କରିବ ବୋଲି ଏବେଠୁ ଚର୍ଚ୍ଚା ହେଲାଣି। ତେଣୁ ଜିଲା ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଉ ବୋଲି ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri