୫୦୪ ଗୋରୁ ଲମ୍ଫି ରୋଗରେ ଆକ୍ରାନ୍ତ

ସାକ୍ଷୀଗୋପାଳ,୨୩।୧୨ (ସ୍ବ.ପ୍ର./ଡି.ଏନ୍‌.ଏ.): ଦେଶର କେତୋଟି ସ୍ଥାନରେ ଗୋରୁଙ୍କୁ ଲମ୍ଫି ରୋଗ ହୋଇଥିବାବେଳେ ଏବେ ତାହା ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଡେଇଁଲାଣି। ଏହି ଲମ୍ଫି ରୋଗ ଦ୍ୱାରା ଗୋରୁଙ୍କ ମୃତ୍ୟୁ ହେଉଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟିକାକରଣ ବ୍ୟବସ୍ଥା କରାଯାଇଛି। ଏହି ପରିପ୍ରେକ୍ଷୀରେ ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅଞ୍ଚଳରେ ବହୁ ମାତ୍ରାରେ ଗୋରୁଙ୍କୁ ଲମ୍ପି ରୋଗ ହେଉଥିବା ଦେଖିବାକୁ ମିଳିଛି। ଫଳରେ ଗୋପାଳକମାନେ ଏବେ ଚିନ୍ତା ଓ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏହି ରୋଗରେ ବ୍ଲକରେ ୭ରୁ ଊର୍ଦ୍ଧ୍ୱ ଗୋରୁଙ୍କ ମୃତ୍ୟୁ ହୋଇଥିବା ବେସରକାରୀ ଭାବେ ଜଣାପଡ଼ିଥିବା ବେଳେ ସରକାରୀ ସୂତ୍ରରୁ କୌଣସି ମୃତ୍ୟୁ ହୋଇ ନ ଥିବା ସୂଚନା ମିଳିଛି। ଏହି ଦିଗରେ ବ୍ଲକ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଟିକାକରଣ ଆରମ୍ଭ ହୋଇଛି। ଇତିମଧ୍ୟରେ ଏହି ରୋଗରେ ଆକ୍ରାନ୍ତ ବାଛୁରୀଙ୍କ ଅଧିକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତେଣୁ ପ୍ରତିଷେଧକ ପାଇଁ ଜୋରସୋରରେ ଟିକାକରଣ କରାଯାଉଛି। କିନ୍ତୁ ଏହି କାର୍ଯ୍ୟରେ ପ୍ରାଣୀ ନିରୀକ୍ଷକଙ୍କ ସଂଖ୍ୟା କମ୍‌ ରହିଥିବାରୁ ଜଣେ ପ୍ରାଣୀ ନିରୀକ୍ଷକଙ୍କ ଉପରେ ୧୫ରୁ ଊର୍ଦ୍ଧ୍ୱ ଗାଁରେ ଟିକାକରଣ ଦାୟିତ୍ୱ ଦିଆଯାଇଛି। ଫଳରେ ଟିକାକରଣ କାର୍ଯ୍ୟ ଅତି ମନ୍ଥର ଗତିରେ ଚାଲିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବ୍ଲକରେ ୨୫ ହଜାରରୁ ଊର୍ଦ୍ଧ୍ୱ ଗୋରୁ ଥିବାବେଳେ ଆରମ୍ଭରୁ ବାଛୁରୀଙ୍କୁ ଟିକାକରଣ କରାଯାଇଛି ବୋଲି ବ୍ଲକ ପ୍ରଣୀ ଚିକିତ୍ସା କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ଲମ୍ଫି ରୋଗର ଅନ୍ୟ ନାମ ଚର୍ମବିଣ୍ଡି ବା ଗୋ ବସନ୍ତ ବୋଲି ଲୋକ କହୁଛନ୍ତି। ଉକ୍ତ ରୋଗ ଏକ ବାୟୁ ବାହିତ ଓ ଭୂତାଣୁ ଜନିତ ରୋଗ ହୋଇଥିବାରୁ ମଶା, ମାଛି, ଡାଆଁସ ଦ୍ୱାରା ସୁସ୍ଥ ଗାଈକୁ ପ୍ରଭାବିତ କରେ। ଏହି ରୋଗକୁ ନେଇ ବ୍ଲକରେ ଆଗୁଆ ଟିକାକରଣ ଭଳି ସତର୍କତା ମୂଳକ ପଦକ୍ଷେପ ନିଆଗଲେ ଆକ୍ରାନ୍ତ ଗୋରୁଙ୍କୁ ଶୀଘ୍ର ରକ୍ଷା କରିପାରିବା ବୋଲି ଗୋପାଳକମାନେ ମତ ରଖିଛନ୍ତି। ବିଶେଷ ଭାବେ ଯେଉଁ ଗୋରୁଙ୍କର ରୋଗ ପ୍ରତିଷେଧକ ଶକ୍ତି କମ୍‌ ରହୁଛି ସେମାନଙ୍କୁ ଲମ୍ଫି ରୋଗ ଆକ୍ରାନ୍ତ କରୁଛି। ଏହି ରୋଗ ସାଧାରଣତଃ ବାଛୁରୀ ଓ ଗର୍ଭବତୀ ଗାଈଙ୍କୁ ପ୍ରଭାବିତ କରୁଛି। ରୋଗରେ ଆକ୍ରାନ୍ତ ଗୋରୁଙ୍କ ଚର୍ମରେ ବିଣ୍ଡି ଭଳି ଗଣ୍ଠି ସୃଷ୍ଟି ହୋଇଛି। ପରେ ସେହି ଗଣ୍ଠି ଫାଟି ରକ୍ତ ଝରିବା ସହ ସେହି ଖଣ୍ଡିଆରେ ପୋକ ହୋଇଯାଉଛନ୍ତି। ଏହି ରୋଗରେ ଆକ୍ରାନ୍ତ ଗୋରୁଙ୍କ ପାଟିରୁ ନାଳ ଗଡ଼ିବା, ଖାଇବା ଛାଡ଼ିଦେବା, ଘୁମାଇବା ଭଳି ସ୍ଥିତି ଦେଖାଯାଉଛି। ଏଭଳି ସ୍ଥିତି ଲାଗି ରହିବାର ୩ରୁ ୪ଦିନ ପରେ ଆକ୍ରାନ୍ତ ଗୋରୁଙ୍କ ମୃତ୍ୟୁ ଘଟୁଛି। ତେବେ ଆବଶ୍ୟକ ଔଷଧ ସେବନ କରାଗଲେ ଆକ୍ରାନ୍ତ ଗୋରୁ ସପ୍ତାହ ପରେ ସୁସ୍ଥ ହୋଇଯାଉଥିବା ପ୍ରାଣୀଧନ ଚିକିତ୍ସକମାନେ କହୁଛନ୍ତି। ତେଣୁ ବର୍ତ୍ତମାନ ସମୟରେ ଗୋପାଳକମାନେ ସେମାନଙ୍କ ଗୋରୁଙ୍କୁ ଭିଟାମିନଯୁକ୍ତ ଖାଦ୍ୟ ଦେବା ସହ ବାହାରକୁ ନ ଛାଡ଼ିବା ପାଇଁ ଚିକିତ୍ସକ ପରାମର୍ଶ ଦେଇଛନ୍ତି। ଏହାବ୍ୟତୀତ ହଳଦୀ ଓ ଲିମ୍ବ ପତ୍ରକୁ ଆକ୍ରାନ୍ତ ଗୋରୁଙ୍କ ଚର୍ମରେ ଲେପନ କରିବାକୁ କୁହାଯାଇଛି। ଏଭଳି ହେଲେ ସେମାନଙ୍କ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ଘଟିବ। ଗୋରୁ ଏହି ରୋଗରେ ଆକ୍ରାନ୍ତ ହେଲେ ବି ବିପଦରୁ ମୁକୁଳିପାରିବେ ବୋଲି ଆଶା କରାଯାଉଛି। ଏ ସଂକ୍ରାନ୍ତରେ ସତ୍ୟବାଦୀ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ଜ୍ଞାନରଞ୍ଜନ ମିଶ୍ର କହିଛନ୍ତି, ବ୍ଲକରେ ଲମ୍ଫି ରୋଗକୁ ନେଇ ଟିକାକରଣ ଚାଲିଛି। ଆବଶ୍ୟକ ମୁତାବକ ପ୍ରାଣୀ ନିରୀକ୍ଷକ ନ ଥିବାରୁ ଟିକାକରଣରେ ସାମାନ୍ୟ ବିଳମ୍ବ ହେଉଛି। ତେବେ ପ୍ରଥମ ପର୍ଯ୍ୟାୟରେ ୫୦୪ ଆକ୍ରାନ୍ତ ଗୋରୁଙ୍କୁ ନଜରରେ ରଖି ଚିକିତ୍ସା କରାଯାଉଛି। ଏଥିସହ ବର୍ତ୍ତମାନ ସୁଦ୍ଧା ୮୪୦୦ ଗୋରୁଙ୍କୁ ଟିକା ଦିଆସରିଲାଣି। ଆମ ପାଖରେ ଏବେ ଯଥେଷ୍ଟ ଭାକ୍ସିନ ଓ ଆବଶ୍ୟକ ଔଷଧ ମହଜୁଦ ରହିଛି। ପରିସ୍ଥିତିକୁ ନିୟନ୍ତ୍ରଣ ରଖିବା ପାଇଁ ଏକ କଣ୍ଟ୍ରୋଲ ରୁମ୍‌ କରାଯିବା ପାଇଁ ସ୍ଥିର କରାଯାଇଛି। ଆଗକୁ ପ୍ରତିଷେଧକ ବ୍ୟବସ୍ଥା ଆହୁରି ଜୋରଦାର ହେବ ବୋଲି ଚିକିତ୍ସା ଅଧିକାରୀ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?