Posted inଖେଳ

କଳିଙ୍ଗରେ ବ୍ଲୁ ଟାଇଗର୍ସକୁ ଟାଇଟଲ

ଭୁବନେଶ୍ୱର, ୧୯।୬ (ତପନ ସ୍ବାଇଁ): ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟବଲ ଟୁର୍ନାମେଣ୍ଟ ରବିବାର କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଯାପିତ ହୋଇଛି। ଫାଇନାଲରେ ଲେବାନନକୁ ହରାଇ ଟ୍ରଫି ହାସଲ କରିଛି ବ୍ଲୁ ଟାଇଗର୍ସ ଭାରତ।
ଲିଗ୍‌ ପର୍ଯ୍ୟାୟରେ ୨ଟି ବିଜୟ ଓ ଗୋଟିଏ ଡ୍ର ରଖିଥିବା ଭାରତ ଅପରାଜେୟ ଭାବେ ଟାଇଟଲ ହାସଲ କରିଛି। ଇଣ୍ଟର କଣ୍ଟିନେଣ୍ଟାଲ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ୩ୟ ସଂସ୍କରଣ ମଧ୍ୟରେ ଭାରତ ଦ୍ୱିତୀୟଥର ପାଇଁ ଚାମ୍ପିୟନ ହୋଇଛି। ପୂର୍ବରୁ ଭାରତ ପ୍ରଥମ ସଂସ୍କରଣ ୨୦୧୮ରେ ଚାମ୍ପିୟନ ହୋଇଥିଲା।
ଦୁଇ ଦଳ ମଧ୍ୟରେ ଲିଗ୍‌ ମ୍ୟାଚ୍‌ ପରି ଫାଇନାଲ ମଧ୍ୟ ଆରମ୍ଭରୁ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ୬ଷ୍ଠ ମିନିଟ୍‌ରେ ଗୋଲପୋଷ୍ଟ ଏରିଆ ମଧ୍ୟରେ ଭାରତର ଆଶିକ୍‌ କୁରୁନିଆନଙ୍କୁ ଲେବାନନ୍‌ର ଫାରାନ ଠେଲି ତଳେ ପକାଇ ଦେଇଥିଲେ। ଏଥିରେ ଭାରତ ଏକ ପେନାଲ୍ଟି ଶୁଟ୍‌ ଆଶା କରୁଥିଲେ ହେଁ ରେଫରି ଦେଇ ନ ଥିଲେ। ୨୩ତମ ମିନିଟ୍‌ରେ ମ୍ୟାଚ୍‌ର ପ୍ରଥମ ୟେଲୋ କାର୍ଡ ପାଇଥିଲେ ଲେବାନନ୍‌ର ନାଦିର ମାଟାର। ସେ ଆଶିକ୍‌ଙ୍କୁ ଫାଉଲ ମାରିଥିଲେ। ୨୬ତମ ମିନିଟ୍‌ରେ କୁଲିଂ ବ୍ରେକ୍‌ପରେ ଭାରତୀୟ ଖେଳାଳିମାନେ ଆକ୍ରମଣକୁ ଜୋର୍‌ଦାର କରିଥିଲେ। ୩୮ତମ ମିନିଟ୍‌ରେ ଦ୍ୱିତୀୟ ୟେଲୋ କାର୍ଡ ଆସିଥିଲା। ଏଥର ଏହା ପାଇଥିଲେ ଭାରତୀୟ ଖେଳାଳି ଆଶିକ୍‌। ସେ ପ୍ରତିପକ୍ଷ ଦଳର ଫାରାନଙ୍କୁ ଟାଣି ତଳେ ପକାଇଦେବାରୁ ରେଫରିି ୟେଲୋ କାର୍ଡ ଦେଇଥିଲେ। ନିର୍ଦ୍ଧାରିତ ୪୫ ଓ ୩ ମିନିଟ୍‌ ଇଞ୍ଜୁରି ଟାଇମ୍‌ ମଧ୍ୟରେ ଖେଳ ସଂଘର୍ଷପୂର୍ଣ୍ଣ ହୋଇଥିଲେ ହେଁ ଗୋଲ ହୋଇପାରି ନ ଥିଲା।

ଚାଙ୍ଗ୍‌ଟେଙ୍କ ଚମକ

ଦ୍ୱିତୀୟାର୍ଦ୍ଧ ଆରମ୍ଭରେ କିନ୍ତୁ ଭରା ଷ୍ଟାଡିୟମ କମ୍ପି ଉଠିଥିଲା। କାରଣ ପ୍ରଥମ ମିନିଟ୍‌ (୪୬ତମ)ରେ ହିଁ ଗୋଲ ସ୍କୋର କରିଥିଲେ ତାରକା ଷ୍ଟ୍ରାଇକର ସୁନୀଲ ଛେତ୍ରୀ। ନିଖିଲ ପୂଜାରୀ ଦକ୍ଷତାର ଅପୂର୍ବ ପ୍ରଦର୍ଶନ କରି ବଲ୍‌କୁ ଡାହାଣପଟେ ଥିବା ଲାଲିଆଞ୍ଜୁଲା ଚାଙ୍ଗ୍‌ଟେଙ୍କ ନିକଟକୁ ବଢ଼ାଇ ଦେଇଥିଲେ। ଚାଙ୍ଗ୍‌ଟେ ମଧ୍ୟ ବଲ୍‌କୁ ନେଇ ଆଗକୁ ବଢ଼ି ଗୋଲପୋଷ୍ଟ ନିକଟରେ ଛେତ୍ରୀଙ୍କ ନିକଟକୁ କ୍ରସ୍‌ ପାସ୍‌ ଦେଇଥିଲେ। ଛେତ୍ରୀ କୌଣସି ବିଳମ୍ବ ନ କରି ଏହାକୁ ଗୋଲରେ ପରିଣତ କରି ଭାରତକୁ ୧-୦ ଗୋଲରେ ଅଗ୍ରଣୀ କରାଇଥିଲେ। ଅନ୍ତର୍ଜାତୀୟ ଫୁଟ୍‌ବଲରେ ଏହା ଥିଲା ଛେତ୍ରୀଙ୍କର ୮୭ତମ ଗୋଲ। ଦର୍ଶକଙ୍କ କୋଳାହଳରେ ଉତ୍ସାହୀ ପ୍ରଦର୍ଶନ କରିଥିଲା ଭାରତ। ଲେବାନନ୍‌ ଗୋଲ ପରିଶୋଧ ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ ଭାରତୀୟ ଖେଳାଳି ତାହା ହେବାକୁ ଦେଇ ନ ଥିଲେ। ଦ୍ୱିତୀୟାର୍ଦ୍ଧରେ ଅଧିକାଂଶ ସମୟ ବଲ୍‌ ଲେବାନନ୍‌ ହାଫ୍‌ରେ ରହିଥିଲା। ୬୬ତମ ମିନିଟ୍‌ରେ ଭାରତର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପରିଣତ କରିଥିଲେ ଚାଙ୍ଗ୍‌ଟେ। ମହେଶ ସିଂ ନାଓରେମ ଏକ ଚମତ୍କାର ଶଟ୍‌ ଜରିଆରେ ବଲ୍‌କୁ ଲେବାନନ୍‌ ବକ୍ସରେ ପହଞ୍ଚାଇଥିଲେ। ଲେବାନନ୍‌ର ସାବେ କିନ୍ତୁ ବଲ୍‌କୁ ନିୟନ୍ତ୍ରଣ କରିପାରି ନ ଥିଲେ। ସେ ବଲ୍‌ ନିକଟରେ ପୁଣି ପହଞ୍ଚତ୍ବାକୁ ଉଦ୍ୟମ କରିଥିଲେ ମଧ୍ୟ ତାଙ୍କ ପୂର୍ବରୁ ଚାଙ୍ଗ୍‌ଟେ ପହଞ୍ଚତ୍ ଗୋଲପୋଷ୍ଟକୁ ପଠାଇ ଦେଇଥିଲେ।

୧୨,୬୦୦ ଦର୍ଶକ ଦେଖିଲେ ମ୍ୟାଚ୍‌

ଇଣ୍ଟର କଣ୍ଟିନେଣ୍ଟାଲ ଫୁଟ୍‌ବଲ ଫାଇନାଲ ଦେଖିବା ପାଇଁ ଷ୍ଟାଡିିୟମ ପାଖାପାଖି ଦର୍ଶକରେ ଭରିଯାଇଥିଲା। ଭାରତୀୟ ଦଳକୁ ଦର୍ଶକ ଭରପୂର ଉତ୍ସାହିତ କରିଥିଲେ। ଅଧିକାଂଶ ସମୟ ଭାରତୀୟ ଅଧିନାୟକ ସୁନୀଲ ଛେତ୍ରୀଙ୍କ ନାମ ଉଚ୍ଚାରଣ କରିଥିଲେ ଫୁଟ୍‌ବଲପ୍ରେମୀ। ସେ ବଲ୍‌ ପାଇବା ମାତ୍ରେ ଛେତ୍ରୀ, ଛେତ୍ରୀ ଧ୍ୱନିରେ ଷ୍ଟାଡିୟମ କମ୍ପି ଉଠୁଥିଲା। ଷ୍ଟାଡିୟମରେ ଫାଇନାଲ ଦେଖିବା ପାଇଁ ୧୨,୬୦୦ ଦର୍ଶକ ଉପସ୍ଥିତ ଥିବା ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ କରିନେଲେ ଅପହରଣ: ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ

ଇସଲାମାବାଦ/ପେଶାୱାର,୨୨।୯: ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ପାକିସ୍ତାନରେ ଏବେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ନିଜ ଦେଶର ନିର୍ବାଚିତ ଜନପ୍ରତିନିଧି ଏବଂ ମନ୍ତ୍ରୀମାନେ ମଧ୍ୟ ଏବେ ସୁରକ୍ଷିତ…

ଭୋ ଭୋ ହୋଇ କାନ୍ଦିଲେ ଭାଜପା ମନ୍ତ୍ରୀ: ବିଜୟ ସତ୍ତ୍ୱେ…

ଅଲୱର,୨୨।୯: ରାଜସ୍ଥାନର ଅଲୱର ନଗର ନିଗମରେ ଭାଜପାର ବିଜୟ ପରେ ଭାବବିହ୍ବଳ ହୋଇପଡ଼ିଛନ୍ତି ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ସଞ୍ଜୟ ଶର୍ମା। ଅଲୱର ନଗର ନିଗମର ଦାୟିତ୍ୱ ତାଙ୍କୁ…

କମାଲ୍‌ କଲେ ୧୩ ବର୍ଷୀୟା ବାଳିକା: ଏସିଆନ ଗେମ୍ସରେ ୨ ସ୍ବର୍ଣ୍ଣ ସହ ମହାରେକର୍ଡ

ନୂଆଦିଲ୍ଲୀ,୨୨।୯: ଯେଉଁ ବୟସରେ ଅଧିକାଂଶ ପିଲା ପାଠପଢ଼ା ଓ ଖେଳର ମୌଳିକ ଅଭ୍ୟାସରେ ବ୍ୟସ୍ତ ରହନ୍ତି, ସେହି ବୟସରେ ଚାଇନାର ୧୩ ବର୍ଷୀୟା ସନ୍ତରଣକାରୀ ୟୁ ଜିଦି…

ଆସିଲା ନୂଆ ସିମ୍ କାର୍ଡ ନିୟମ; ନିଜ ସିମ୍‌ ଅନ୍ୟକୁ ଦେଲେ ଏତିକି ବର୍ଷ ଜେଲ୍‌

ନୂଆଦିଲ୍ଲୀ,୨୨।୯: ସିମ୍ କାର୍ଡକୁ ନେଇ ନୂଆ ନିୟମ ଆସିଛି । ଜଣେ ବ୍ୟକ୍ତିଙ୍କ ନାଁରେ ଚାଲୁଥିବା ସିମ୍‌ରୁ ଯଦି ସାଇବର ଠକେଇ କିମ୍ବା ଅନ୍ୟ କୌଣସି ବେଆଇନ…

ବୈଭବ ସୂର୍ଯ୍ୟବଂଶୀ- ଇଶାନ କିଶନଙ୍କୁ ଆପ୍ୟାୟିତ କରିବାକୁ ପ୍ରସ୍ତୁତ ଜାପାନ

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ସାନୋ କ୍ଲବ୍ଠାରେ ଭାରତ ଏବଂ ଜାପାନ ମଧ୍ୟରେ ଏକ ଐତିହାସିକ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଜାପାନରେ ବିହାରର ଲୋକମାନଙ୍କର ଉଲ୍ଲେଖନୀୟ…

CSKର ମୁଖ୍ୟ କୋଚ ହେବା ପରେ ଆସିଲା ଜାହିର ଖାନଙ୍କ ପ୍ରତିକ୍ରିୟା: କହିଲେ…

ନୂଆଦିଲ୍ଲୀ,୨୨।୯: ଚେନ୍ନାଇ ସୁପର କିଙ୍ଗ୍ସର ମୁଖ୍ୟ କୋଚ ଭାବରେ ନିଯୁକ୍ତ ହେବା ପରେ ଭାରତର ପୂର୍ବତନ ଦ୍ରୁତ ବୋଲର ଜାହିର ଖାନ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।…

ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କୁ ବଡ଼ ଝଟକା; ଆମେରିକୀୟ ସର୍ଭେରୁ ସାମ୍ନାକୁ ଆସିଲା ଚକିତ କଲାଭଳି ତଥ୍ୟ

ଓ୍ବାଶିଂଟନ,୨୨।୯: ଆମେରିକା-ଇରାନ ସଂଘର୍ଷ ଏବଂ ମଧ୍ୟ-ପୂର୍ବରେ ଜାରି ରହିଥିବା ଅସ୍ଥିରତା ମଧ୍ୟରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଦେଶ ଭିତରେ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ପିଇଓଙ୍କ ବାସଭବନରେ ଭିଜିଲାନ୍ସର ତନାଘନା

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲା ଗାଇସିଲେଟ ବ୍ଲକ କାଟାବାହାଲ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ବାସଭବନରେ ଭିଜିଲାନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?