ଟିପ୍ପର ଚାଳକ, ମା’ଝିଅଙ୍କ ବଚସା ଭିଡିଓ ଭାଇରାଲ

ଧର୍ମଶାଳା,୨୦।୮(ଡି.ଏନ.ଏ.):  ଯାଜପୁର ଜିଲା ଜେନାପୁର ଥାନା ଅଧୀନ ୫୩ ନମ୍ବର ଜାତୀୟ ରାଜପଥରେ ଗତ ୩ତାରିଖରେ ସୁକିନ୍ଦା ଅଞ୍ଚଳର ଅଶୋକ ଚକ୍ରବର୍ତ୍ତୀଙ୍କ ସ୍ତ୍ରୀ ଶ୍ରୀତିକା ଚକ୍ରବର୍ତ୍ତୀ ଓ ତାଙ୍କ ଝିଅ ଲିପିକା ଚକ୍ରବର୍ତ୍ତୀଙ୍କୁ ଟିପ୍ପର ଚାଳକ ଗାଡ଼ି ଚଢ଼ାଇ ହତ୍ୟା କରିବା ମାମଲାରେ ନୂଆ ତଥ୍ୟ ସାମ୍‌ନାକୁ ଆସିଛି। ସାଇଡ୍‌ମରାକୁ କେନ୍ଦ୍ରକରି ଶ୍ରୀତିକା ଓ ଲିପିକାଙ୍କ ସହ ଚାଳକ ଅମର ସ୍ବାଇଁଙ୍କ ହୋଇଥିବା ବଚସାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଦେଢ଼ ମିନିଟ୍‌ର ଏହି ଭିଡିଓରେ ଲିପିକା ଓ ଶ୍ରୀତିକା ଟ୍ରକ୍‌ ଚାଳକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୋତାରେ ମାରିବାକୁ କହୁଥିବା ଦେଖିବାକୁ ମିଳିଛି। ଚାଳକ ଅଶ୍ଳୀଳ ଭାଷାକୁ ବିରୋଧ କରୁଥିବାବେଳେ ଲିପିକା ଆହୁରି ଜୋତାରେ ପିଟିବେ ବୋଲି କହୁଛନ୍ତି। ଭିଡିଓରେ ଲିପିକାଙ୍କ ମା’କହୁଛନ୍ତି, ବାଟସାରା ଚାଳକ ଆମକୁ ସାଇଡ୍‌ ମାରୁଛନ୍ତି। ବିରୋଧ କଲେ ନାନା ଭାଷାରେ ଗାଳି କରୁଛନ୍ତି। ଏହାପରେ ଶ୍ରୀତିକା ଓ ଲିପିକା ଗାଡ଼ିରୁ କିଛି ଲୁହା ସାମଗ୍ରୀ ଧରି ଚାଳକଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରୁଛନ୍ତି। ଏହାପରେ ଚାଳକ ମଧ୍ୟ ସେମାନଙ୍କୁ ଲୁହା ସାମଗ୍ରୀରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଲୋକେ ଚାଳକଙ୍କୁ ବୁଝାଶୁଝା କରି ବିଦା କରୁଥିବା ଦେଖାଯାଇଛି।
ସୂଚନା ମୁତାବକ, ଶ୍ରୀତିକା ଓ ଲିପିକା କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ାରେ ଏକ ଶୁଦ୍ଧିକ୍ରିୟା କାମରେ ଯୋଗଦେଇ ସ୍କୁଟିରେ ଘରକୁ ଫେରୁଥିଲେ। ୫୩ ନମ୍ବର ଜାତୀୟ ରାଜପଥର ଆରୁହା ଛକ ପୂର୍ବରୁ ଗାଡ଼ି ସାଇଡମରାକୁ କେନ୍ଦ୍ରକରି ଡ୍ରାଇଭର ଏବଂ ଶ୍ରୀତିକା ଓ ଲିପିକାଙ୍କ ମଧ୍ୟରେ ବଚସା ହୋଇଥିଲା। ଶ୍ରୀତିକା ଓ ଲିପିକା ଆରୁହା ଛକ ନିକଟରେ ଗାଡ଼ି ଅଟକାଇ ଡ୍ରାଇଭରଙ୍କ ସହ ଯୁକ୍ତିତର୍କ କରିବା ସହ ଭିଡିଓ ଉତ୍ତୋଳନ କରିଥିଲେ। ଯୁକ୍ତିତର୍କ ସମୟରେ ପାଟି ଶୁଣି ସ୍ଥାନୀୟ ଅଞ୍ଚଳର କେତେଜଣ ଲୋକ ପହଞ୍ଚତ୍ ଆପୋସ ସମାଧାନ କରିଥିଲେ। ଏହାର କିଛି ସମୟ ପରେ ଟ୍ରକ ଡ୍ରାଇଭର ଅମର ଟ୍ରକ ନେଇ ସେହି ରାସ୍ତାରେ ଯାଇ ବରଡ଼ା ଛକ ନିକଟରେ ଶ୍ରୀତିକା ଓ ଲିପିକାଙ୍କ ଉପରେ ଗାଡ଼ି ଚଢାଇ ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ପ୍ରଥମେ ଏହା ଏକ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି କୁହାଯାଉଥିଲା। ତେବେ ସାଇଡମରାକୁ କେନ୍ଦ୍ର କରି ଟ୍ରକ୍‌ ଡ୍ରାଇଭର ଅମରଙ୍କର ଶ୍ରୀତିକା ଓ ଲିପିକାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା କଥା ଜଣାପଡ଼ିବା ପରେ ପୋଲିସ ଆରୁହା ଛକ ନିକଟରେ ପହଞ୍ଚତ୍ ଆପୋସ ସମାଧାନ କରିଥିବା ଲୋକଙ୍କୁ ପଚାରି ବୁଝିବା ସହିତ ଏହି ଥାନା ତୋଟାକଣ ଗ୍ରାମର ଟ୍ରକ୍‌ ଚାଳକ ଅମରଙ୍କୁ ଗିରଫ କରିଥିଲା। ତାଙ୍କୁ ରଗଡ଼ିସ୍ଥିତ ବିଚାରବିଭାଗୀୟ ଜେଲକୁ ପଠାଇ ଦିଆଯାଇଛି। ପୋଲିସ ଚାର୍ଜଶିଟ ଦେବା ପରେ ଏହି କେସ୍‌ର ବିଚାର ଚାଲିବ। ତେବେ ପୋଲିସ ଚାର୍ଜଶିଟ ତିଆରି କରିବା ପୂର୍ବରୁ ଏହି ଭାଇରାଲ ଭିଡିଓ ପୋଲିସ ପାଇଁ ଏକ ବଳିଷ୍ଠ ପ୍ରମାଣ ହୋଇଛି। ପୋଲିସ ଏହି ଭିଡିଓକୁ କୋର୍ଟରେ ଦାଖଲ କରି ଅଭିଯୁକ୍ତଙ୍କ ବିରୋଧରେ ଉପସ୍ଥାପନ କରିପାରିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ଫିରିଙ୍ଗିଆ, ୩୦ା୯-ଗୋଚ୍ଛାପଡା ଥାନା ପୋଲିସ କ୍ରାଣ୍ଡିବାଲି ଛକରେ ଚଢ଼ାଉ କରି ଜଣେ ବାଇକ୍‌ ଚାଳକଙ୍କ ପାଖରୁ ୪୦ କେଜି ଗଞ୍ଜେଇ ଜବତ କରିଛି । ଏହି...

ଜାନୁଆରୀ ୧୪ରୁ ଆଇଆଇଏମ୍‍ସିରେ ‘ଫିଲ୍ମି ଚକ୍କର-୩’

ଢେଙ୍କାନାଳ,୯।୧:: ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା । ଚଳଚ୍ଚିତ୍ର ଉପରେ ଆଲୋଚନା । ପୁଣି ଚଳଚ୍ଚିତ୍ରର ବିଭିନ୍ନ ବିଭବକୁ ନେଇ କର୍ମଶାଳା । ଏସବୁର ସୁଯୋଗ ଆଣିଦେଇଛି...

ପ୍ରବାସୀଙ୍କୁ ନେଇ ଚାଲିଥିବା ଉନ୍ନୟନ କାର୍ଯ୍ୟ ତଦାରଖ

ଭଣ୍ଡାରିପୋଖରୀ,୧୯ା୮(ଡି.ଏନ୍‌.ଏ.): ଭଣ୍ଡାରିପୋଖରୀ ବ୍ଲକର ସରସଦା ଓ ରଣଜିତ ପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଛନ୍ତି ଭଦ୍ରକ ଜିଲା ଗ୍ରାମ୍ୟ ଉନୟନ ସଂସ୍ଥାର...

ମାଟି ରାସ୍ତା ମରାମତି କଲେ ସ୍କୁଲ ପିଲା

କୋରୁକୋଣ୍ଡା, ୧୭।୨(ଡି.ଏନ.ଏ.): ମାଲକାନଗିରି ଜିଲା କୋରକୋଣ୍ଡା ବ୍ଲକ ଅନ୍ତର୍ଗତ ପଟ୍ରେଲ ପଞ୍ଚାୟତର ଏକ ପାଡାଲପୁଟ ଗ୍ରାମରେ ସ୍କୁଲ ଛାତ୍ରୀଛାତ୍ରମାନେ ଗାଁକୁ ଯାଇଥିବା ମାଟିରାସ୍ତା ମରାମତି କରି...

ହାତୀ ଉଠାଇ ପାରି ନ ଥିଲା ଶିଳା

ଛେଣ୍ଡିପଦା, ୨୧ା୨(ଡି.ଏନ.ଏ.) – ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଟାଙ୍ଗିର ପଞ୍ଚାୟତ ପୁରୁଣାଗଡସ୍ଥିତ ଶ୍ରୀ ବରାଳ ବାଲୁଙ୍କେଶ୍ୱର ମନ୍ଦିରରେ ପାଳନ ହେବ ପ୍ରସିଦ୍ଧ ଜାଗର ଯାତ୍ରା।...

ବିପଦ ମୁହଁରେ ୧୬୯ ଗାଁ

ଜଳେଶ୍ୱର,୨୨ା୮(ଡି.ଏନ.ଏ.): ସୁବର୍ଣ୍ଣରେଖାରେ ବଡ଼ ଧରଣର ବନ୍ୟା ଆସୁଥିବାରୁ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ୨୮ପଞ୍ଚାୟତର ୧୬୯ଟି ଗାଁ ପ୍ରତି ବିପଦ ଆଶଙ୍କା ଦେଖାଦେଇଛି। ଶତାଧିକ...

ଲକ୍‌ଡାଉନ୍‌ ଊଲ୍ଲଂଘନ: ୪ ଦୋକାନୀ ଗିରଫ

ଭଣ୍ଡାରିପୋଖରୀ, ୨୮।୪ (ଡି.ଏନ.ଏ.)-ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଖ୍ୟା ବଢ଼ିବାରେ ଲାଗିଛି। ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ସେଥିଲାଗି ପ୍ରଶାସନ ଆଇନକୁ କଡ଼ାକଡି କରିଛନ୍ତି।...

ମୁଗଚାଷୀଙ୍କୁ କାଳବୈଶାଖୀ ଚଡ଼କ

ଭୁବନ, ୨୯।୪(ଡି.ଏନ.ଏ.) – ଚାଷୀଙ୍କ ଉପରେ ଚଡ଼କ ପକାଇଛି କାଳବୈଶାଖୀ ବର୍ଷା। ଅମଳ ପାଇଁ ଉପାଡ଼ି ଖଳାରେ ରଖାଯାଇଥିବା ମୁଗ ଅଦିନିଆ ବର୍ଷାରେ ଭିଜି ଗଜା...

Advertisement
Archives

Model This Week