କଳା ରଙ୍ଗର ଶାଢ଼ିରେ ଟିନାଙ୍କୁ ଦେଖି ହୃଦୟ ଦେଇ ବସିଥିଲେ ଅମ୍ବାନୀ ପରିବାରର ଏହି ଦାୟଦ, ହେଲେ ନିଜର କରିବା…

ବମ୍ବେ: ବ୍ୟବସାୟୀ ପରିବାରର ହୋଇଥିଲେ ହେଁ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଅନିଲ ଅମ୍ବାନୀ। ଏକ ବିବାହରେ ଅତିଥି ଭାବେ ଯୋଗ ଦେଇଥିଲେ ଟିନା। କଳା ରଙ୍ଗର ଶାଢ଼ି ପିନ୍ଧିଥିଲେ ସେ। ପ୍ରଥମ ଦେଖାରେ ଟିନାଙ୍କୁ ପସନ୍ଦ କରିଥିଲେ ଅନିଲ। ଏହାପରେ ଆମେରିକାରେ ଉଭୟଙ୍କ ଦ୍ୱିତୀୟ ଭେଟ ହୋଇଥିଲା। ଅନିଲ ତାଙ୍କୁ ବୁଲି ଯିବାକୁ କହିଥିଲେ। ହେଲେ ଟିନା ମନା କରିଦେଇଥିଲେ। ଏହାଜାଣିପାରି ଟିନାଙ୍କ ଭଣଜା ଅନିଲଙ୍କୁ ଭେଟିବାକୁ ଚାପ ପକାଇଥିଲେ। ସେତେବେଳେ ଅନେକ ଫିଲ୍ମ ଫ୍ଲପ୍‌ ହୋଇଥିବା କାରଣରୁ ସେ କାହାକୁ ଭେଟିବାକୁ ଚାହୁଁ ନ ଥିଲେ।

ଅନିଲ-ଟିନାଙ୍କ ମଧ୍ୟରେ ସବୁକିଛି ଠିକ୍‌ ହୋଇ ଆସୁଥିବା ବେଳେ ପରିବାରଲୋକେ ସେମାନଙ୍କ ସମ୍ପର୍କକୁ ଗ୍ରହଣ କରି ନ ଥିଲେ। ଯେତେ ବୁଝାଇଲେ ବି ଜବାବ ନା ମିଳିଥିଲା। ଏକଥା ଅନିଲ ଟିନାଙ୍କୁ କହିଥିଲେ। ଶେଷରେ ସେମାନେ ପରସ୍ପର ସହ ଚାରି ବର୍ଷ ଯାଏ କଥା ହୋଇ ନ ଥିଲେ। ଏହାପରେ ଟିନା ଆମେରିକା ଚାଲିଯାଇଥିଲେ। ସେଠାରେ ଭୂମିକମ୍ପ ହୋଇଥିବା ଖବର ମିଳିଥିଲା। ଏହା ଜାଣି ଅନିଲ ଫୋନ୍‌ କରି ଟିନା କିଭଳି ଅଛନ୍ତି ପଚାରିଥିଲେ। ଏତେ ଦିନ ପରେ ଉଭୟ ଉଭୟଙ୍କ କଥା ଶୁଣିବା ପରେ ହୃଦୟ ତରଳିଥିଲା। ପୁଣିଥରେ ସେମାନେ ଏକାଠି ହୋଇଥିଲେ।

ପରିବାରଲୋକେ ଅନ୍ୟତ୍ର ବିବାହ ଠିକ୍‌ କଲେ ହେଁ ରାଜି ହୋଇ ନ ଥିଲେ ଅନିଲ। ଶେଷରେ ବାଧ୍ୟ ହୋଇ ଟିନାଙ୍କୁ ବୋହୂ କରିବାକୁ ସେମାନେ ହଁ କହିଥିଲେ। ଏହାପରେ ଟିନା ଭାରତ ଫେରିଥିଲେ। ଅନିଲ ଟିନାଙ୍କ ଘରକୁ ଯାଇ ବିବାହ ପ୍ରସ୍ତାବ ଦେଇଥିଲେ। ୧୯୯୧ରେ ଉଭୟ ବିବାହ କରିନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ମିଳିମିଳାରେ ୪୫୦ ଶିଶୁଙ୍କ ମୃତ୍ୟୁ; ୟୁନୁସ ସରକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଢାକା,୧୮।୫: ମାର୍ଚ୍ଚ ମାସରୁ, ବାଂଲାଦେଶରେ ମିଳିମିଳା ରୋଗରେ ୪୫୦ ରୁ ଅଧିକ ପିଲାଙ୍କ ମୃତ୍ୟୁ ହୋଇଛି। ଏହାକୁ ଦୃଷ୍ଟିରେ ରଖି, ପୂର୍ବତନ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା…

ଯାନ୍ତ୍ରିକ ମାୟାଜାଲ

ଆଧୁନିକ ସଭ୍ୟତାର ଏକ କ୍ଷୁଦ୍ର ଯନ୍ତ୍ର ଆଜି ମାନବ ସମାଜର ଜୀବନଶୈଳୀକୁ ଏମିତି ବଦଳାଇ ଦେଇଛି ଯେ ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଆମର ପ୍ରତିଟି ପଦକ୍ଷେପ ମୋବାଇଲ…

ପାହାଡ଼ ପାଦଦେଶରେ ବେଆଇନ ଗୃହ ନିର୍ମାଣ ଅଭିଯୋଗ: ତଦନ୍ତ ନିର୍ଦ୍ଦେଶ ଦେଲେ ତହସିଲଦାର

ଦାରିଙ୍ଗବାଡ଼ି,୧୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତରେ ରହିଥିବା ଐତିହ୍ୟ ତୀର୍ଥକ୍ଷେତ୍ର ଋଷିମାଳରେ ସଂରକ୍ଷିତ ଜଙ୍ଗଲକୁ ସାଧାରଣ ଲୋକଙ୍କ ପକ୍ଷରୁ ଜବରଦଖଲ କରାଯାଉଥିବା ନେଇ…

ଶପଥ ନେଲେ କେରଳର ନୂଆ ମୁଖ୍ୟମନ୍ତ୍ରୀ

ଥିରୁଭାନନ୍ତପୁରମ,୧୮।୫: ସୋମବାର (୧୮ ମଇ, ୨୦୨୬) ତିରୁଭାନନ୍ତପୁରମର କେନ୍ଦ୍ରୀୟ ଷ୍ଟାଡିୟମରେ କଂଗ୍ରେସ ନେତା ଭି.ଡି. ସାଥୀସାନ୍‌ କେରଳର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଏବଂ ସେ…

୩୦ ମିନିଟ ପର୍ଯ୍ୟନ୍ତ ନେତାନ୍ୟାହୁଙ୍କ ସହ କଥା ହେଲେ ଟ୍ରମ୍ପ, ଯୁଦ୍ଧକୁ ନେଇ ହେଲା ନୂଆ ପ୍ଲାନ? ଜାଣନ୍ତୁ…

ଓ୍ବାଶିଂଟନ,୧୮।୫: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସପ୍ତାହେ ଧରି ଚାଲିଥିବା ତୀବ୍ର ସଂଘର୍ଷ ପରେ ବର୍ତ୍ତମାନ ଏକ ଅସ୍ତ୍ରବିରତି କାର୍ଯ୍ୟକାରୀ ହେଉଛି। ତଥାପି, ଏହା ସତ୍ତ୍ୱେ,…

ସିଆଇଆଇର ଆଦର୍ଶ ମହିଳା ସମ୍ମାନରେ ସମ୍ମାନିତ ହେଲେ ଦାରିଙ୍ଗବାଡ଼ିର ସୁନାଝିଅ ଲକ୍ଷ୍ମୀପ୍ରିୟା

ଦାରିଙ୍ଗବାଡ଼ି,୧୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳର ଝିଅ ଲକ୍ଷ୍ମୀପ୍ରିୟା ପରିଡ଼ାଙ୍କୁ ଦେଶ ସ୍ତରରେ ସିଆଇଆଇ ଆଦର୍ଶ ମହିଳା ସମ୍ମାନ ମିଳିବା ବ୍ରାହ୍ମଣୀଗାଁ ଅଞ୍ଚଳ…

ହଠାତ୍‌ ମାଡ଼ିଆସିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ୨ ଜୀବନ

ଲକ୍ଷ୍ମୀପୁର,୧୮ା୫(ଅନନ୍ତ ପ୍ରସାଦ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଅଞ୍ଚଳରେ ରବିବାର ଅପରାହ୍ନରେ ବଜ୍ରପାତ ଘଟି ୨ ଜଣଙ୍କ ଜୀବନ ଯାଇଛି। ଓଡ଼ିଆ ପେଣ୍ଟ ପଞ୍ଚାୟତର ତଳକାଇପଦର…

ଆହୁରି ମହଙ୍ଗା ହେବ ପେଟ୍ରୋଲ-ଡିଜେଲ? ରୁଷିଆ ତେଲ କିଣି ପାରିବନି ଭାରତ!

ନୂଆଦିଲ୍ଲୀ,୧୮।୫: ହର୍ମୁଜ ପ୍ରଣାଳୀରେ ଅବରୋଧ ଯୋଗୁ, ବିଶ୍ୱ ତୈଳ ସଙ୍କଟ ଗଭୀର ହେଉଛି, ତଥାପି ଏହାର ସମାଧାନର କୌଣସି ଦୃଶ୍ୟ ଦେଖାଯାଉ ନାହିଁ। ପ୍ରାରମ୍ଭରେ, କିନ୍ତୁ, ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri