ଅଚଳ ସ୍ଲୁଇସ୍‌ ଗେଟ୍‌ ଚାଷୀଙ୍କ ପାଇଁ କାଳ

ବାହାନଗା, ୨୯ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ପଞ୍ଚାୟତର ଏକ ଅଚଳ ସ୍ଲୁଇସ୍‌ ଗେଟ୍‌ ଚାଷୀଙ୍କ ପାଇଁ କାଳ ସାଜିଛି। ଫଳରେ ହଜାର ହଜାର ହେକ୍ଟର ଚାଷ ଜମିରେ ଏବେ ବନ୍ୟାଜଳ ପ୍ରବାହିତ ହେଉଛି। ଗତ ତିନିଦିନ ଧରି ଲଘୁଚାପଜନିତ ବର୍ଷା ହେବା ଫଳରେ ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହିତ ହୋଇ କାଂଶବାଂଶ ନଦୀରେ ପ୍ରବେଶ କରି ସମୁଦ୍ରରେ ମିଶିଥାଏ। ମାତ୍ର ଏହି ବନ୍ୟାଜଳ ନଦୀରୁ ଯାଇ ସମୁଦ୍ରରେ ପ୍ରବେଶ କରିବା ପରିବର୍ତ୍ତେ ଚାଷ ଜମିରେ ପଶୁଛି। ଏହିଭଳି ପ୍ରତିବର୍ଷ ହେଉଥିଲେ ମଧ୍ୟ ପ୍ରଶାସନ ସେଥିପ୍ରତି କୌଣସି ସ୍ଥାୟୀ ପଦକ୍ଷେପ ନ ନେବା ପରିତାପର ବିଷୟ। ତେବେ ଜାମୁକା ମୁହାଣ ଓ ନାଳ ଖନନ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟବରାଦ କରିଥିଲେ ମଧ୍ୟ ଚାଷୀକୁଳର କୌଣସି ଦୁଃଖ ଦୂର ହେଉନାହିଁ।
ମୁହାଣ ନିକଟସ୍ଥ ବାଉଁଶଆଡିଆସ୍ଥିତ ବାରମାଣିଆଠାରେ ଥିବା ସ୍ଲୁଇସ୍‌ ଗେଟ୍‌ ଅକାମୀ ହେବାରୁ ସମୁଦ୍ରକୁ ବନ୍ୟାପାଣି ପ୍ରବେଶ କରିପାରୁନାହିଁ। ତେବେ ପ୍ରଶାସନ ଚାଷୀଙ୍କ ହିତ ପାଇଁ ସେହି ଅଚଳ ସ୍ଲୁଇସ୍‌ ଗେଟ୍‌ ସମ୍ପୂର୍ଣ୍ଣ ଭାଙ୍ଗି ଉଠାଇଦେଲେ ଏହି କୃତ୍ରିମ ବନ୍ୟାଦାଉରୁ ଚାଷୀମାନେ ରକ୍ଷା ପାଇବେ। ଏହି ଗେଟ୍‌ କେବଳ ଚିଙ୍ଗୁଡି ମାଫିଆଙ୍କ ହିତ ପାଇଁ ରହିଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ଏହି ବନ୍ୟାପାଣି ବାଲିକ୍‌ତିରଣ, ଛତୁବାଟି, ପାଟିମୁଣ୍ଡା, ବାଂଶରପୁର, ଖରାସାହାପୁର, ଅଠିଲାବାଜ, ରାମତାଳିଆଡି ଓ ବାଉଁଶଆଡିଆ ଆଦି ଅଞ୍ଚଳର ହଜାର ହଜାର ହେକ୍ଟର ଚାଷ ଜମି ଉପରେ ପ୍ରବାହିତ ହୋଇରହିଛି। ଫଳରେ ବିଲରେ ଥିବା ଧାନଗଛ ସବୁ ପାଣିରେ ବୁୁଡି ପଚି ନଷ୍ଟ ହେବାକୁ ବସିଲାଣି। ଖରାସାହାପୁର ପଞ୍ଚାୟତର ଶଙ୍କରପଦା ନାଳଠାରେ ଡ୍ରେନେଜ ବିଭାଗ ଦ୍ୱାରା କରାଯାଇଥିବା ଅନ୍ୟ ଏକ ସ୍ଲୁଇସ୍‌ ଗେଟ୍‌ ଥିଲେ ମଧ୍ୟ ବନ୍ୟାପାଣିକୁ ସେ ଅଟକାଇବାରେ ସକ୍ଷମ ହେଉନାହିଁ। ତେବେ ବନ୍ୟାପାଣି ଉପରମୁଣ୍ଡରୁ ଏତେ ମାତ୍ରାରେ ଆସୁଛି ସେହି ଗେଟ୍‌ ଚାରିପାଖ ଦେଇ ପ୍ରବାହିତ ହୋଇ ଶଙ୍କରପଦା ଗ୍ରାମବାସୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଏମ୍‌ ସୂର୍ଯ୍ୟଘର ଯୋଜନା: ସବ୍‌ସିଡି ଅର୍ଥ ବ୍ୟାଙ୍କ ଖାତାକୁ ଆସିବା ପାଇଁ ମନ୍ତ୍ରୀଙ୍କୁ ଗୁହାରି

କଟକ ସଦର,୨୫ା୮(ସୁଶାନ୍ତ କୁମାର ଜେନା): କଟକ ସଦର ନିର୍ବାଚନ ମଣ୍ଡଳୀରେ ପିଏମ୍‌ ସୂର୍ଯ୍ୟଘର ଯୋଜନା ଆଖି ଦୃଶିଆ ଅଗ୍ରଗତି ହୋଇପାରୁ ନ ଥିବାରୁ ଉପମୁଖ୍ୟମନ୍ତ୍ରୀ ତଥା ବିଦ୍ୟୁତ୍‌…

ଜମିପଟ୍ଟା ପାଇଁ ତହସିଲ ଅଫିସ ଦୌଡୁଥିଲେ ମାଲିକ, ବିଧାୟକ ପହଞ୍ଚି ସମସ୍ତଙ୍କୁ…

ମହାକାଳପଡ଼ା,୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରାଠାରେ ଏକ ସ୍ବତନ୍ତ୍ର ଉତ୍ସବରେ ମଙ୍ଗଳବାର ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ ଯୋଗଦେଇ କୂଳନାଞ୍ଜୁରା, ବିଲ ନାଞ୍ଜୁରା…

ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରୁ ହତ୍ୟା ଅଭିଯୁକ୍ତ ଫେରାର

ସୁନ୍ଦରଗଡ଼, ୨୬।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ହତ୍ୟା ଅଭିଯୁକ୍ତ ମଙ୍ଗଳବାର ରାତିରେ ଫେରାର ହୋଇଯାଇଛନ୍ତି। ପରିସ୍ରା ଯିବା…

ସଞ୍ଜୟ ବିଶ୍ୱାଳ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂଆ ନିର୍ଦ୍ଦେଶକ

ଭୁବନେଶ୍ୱର,୨୬ା୮(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଆଇଏଏସ୍‌ ଅଧିକାରୀ ସ୍ତରରେ ମଙ୍ଗଳବାର ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ସଚିବ ଦାୟିତ୍ୱରେ…

ଆଳୁ ମିଶନ: ଟଙ୍କାଟିଏ ବି ଖର୍ଚ୍ଚ ହୋଇନି

ଭୁବନେଶ୍ୱର,୨୬।୮ (ରବିନାରାୟଣ ଜେନା): ରାଜ୍ୟରେ କୃଷକମାନଙ୍କୁ ସ୍ବାବଲମ୍ବୀ କରିବା ସହିତ ଆଳୁ ଚାହିଦା ମେଣ୍ଟାଇବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୪-୧୫ରେ ‘ଆଳୁ ମିଶନ’ ଆରମ୍ଭ ହୋଇଥିଲା।…

ଓଏଏସ୍‌ ଅଫିସର ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୨୬।୮(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏନେଇ ମଙ୍ଗଳବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ…

୨୨ରୁ ବିଧାନସଭା ଅଧିବେଶନ: ୯ ଦିନ ଚାଲିବ ଗୃହ

ଭୁବନେଶ୍ୱର,୨୬ା୮(ରବିନାରାୟଣ ଜେନା): ଓଡ଼ିଶା ସରକାରଙ୍କ ସପ୍ତଦଶ ବିଧାନସଭାର ୭ମ ଅଧିବେଶନ ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୩ ଯାଏ ଚାଲିବ। ଏନେଇ ବିଧାନସଭା ପକ୍ଷରୁ ସମସ୍ତ…

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri