୩ ବର୍ଷ ହେବ ପିଲା ଖୋଜୁଛନ୍ତି ପୁରସ୍କାର

ଭୁବନେଶ୍ୱର,୬।୭
(ଶର୍ମିଷ୍ଠା ପାଣିଗ୍ରାହୀ)ପିଲାଙ୍କୁ ପୁରସ୍କାର ଲୋଭ ଦେଖାଇ ଭୁଲି ଯାଇଛନ୍ତି ରାଜ୍ୟ ସରକାର। ଇତିମଧ୍ୟରେ ୩ବର୍ଷ ବିତିଯାଇଛି। ‘ମୋ ପ୍ରତିଭା’ ପୁରସ୍କାର ପାଇବାକୁ ୩୫ରୁ ଊର୍ଦ୍ଧ୍ୱ ପିଲା ଚାହିଁବସିଛନ୍ତି। କରୋନା ସମୟରେ ସ୍କୁଲ ବନ୍ଦ ରହିବା ସହ ବାହାରେ ଖେଳିବାକୁ ପିଲାମାନଙ୍କୁ ବାରଣ କରାଯାଇଥିଲା। ଏପରିସ୍ଥିତିରେ ପିଲାଙ୍କ ସ୍ବାସ୍ଥ୍ୟଗତ ତଥା ମାନସିକ ବିକାଶ ଯେପରି ପ୍ରଭାବିତ ନ ହେବ ସେଥିପାଇଁ ରାଜ୍ୟ ସରକାର କେତେକ ପଦକ୍ଷେପ ନେଇଥିଲେ। ଏଥିମଧ୍ୟରେ ‘ମୋ ପ୍ରତିଭା-ମୋ ପରିଚୟ’ କାର୍ଯ୍ୟକ୍ରମ ଅନ୍ୟତମ ଥିଲା। ପରିବାର ସଦସ୍ୟଙ୍କ ଗହଣରେ ସୃଜନଶୀଳତାର ପରିବୃଦ୍ଧି ନିମନ୍ତେ ୨୦୨୦ ଏପ୍ରିଲ ୨ରେ ରାଜ୍ୟ ସରକାର ଏହି ପ୍ରତିଭା ବିକାଶ କାର୍ଯ୍ୟକ୍ରମ ଅନ୍‌ଲାଇନ୍‌ ମାଧ୍ୟମରେ ଆରମ୍ଭ କରିଥିଲେ। ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ୟୁନିସେଫ୍‌ର ସହଯୋଗରେ ଅନ୍‌ଲାଇନ୍‌ରେ ପ୍ରତିଯୋଗିତା କରାଯାଇଥିଲା। ୫ରୁ ୧୮ବର୍ଷ ବୟସର ଶିଶୁ ତଥା କିଶୋରୀକିଶୋରମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ୫ରୁ ୧୦ବର୍ଷ, ୧୧ରୁ ୧୬ବର୍ଷ ଓ ୧୬ରୁ ୧୮ବର୍ଷ ପିଲାଙ୍କ ପାଇଁ ୩ଟି ବର୍ଗରେ ପ୍ରତିଯୋଗିତା ହୋଇଥିଲା। ‘ଲକ୍‌ ଡାଉନ୍‌ ସମୟରେ ଗୃହ ଭିତରେ ରହିବାର ଅନୁଭବ’ ଓ ‘ଜଣେ ଯୁବ ନାଗରିକ ହିସାବରେ କୋଭିଡ୍‌-୧୯ ସମୟରେ ମୋର କର୍ତ୍ତବ୍ୟ’ ଉପରେ ପିଲାମାନେ ଚିତ୍ରାଙ୍କନ, ପୋଷ୍ଟର ତିଆରି, ସ୍ଲୋଗାନ ରଚନା, କ୍ଷୁଦ୍ରଗଳ୍ପ ଓ କବିତା ରଚନା ଆଦି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମ ୫ ସପ୍ତାହ ଧରି ଚାଲିଥିଲା। ପ୍ରତି ଗୁରୁବାର ପ୍ରତି ବର୍ଗର ବିଜେତାଙ୍କ ନାମ ମଧ୍ୟ ଘୋଷଣା କରାଗଲା। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା। ଓଡ଼ିଶା ସରକାର ଓ ୟୁନିସେଫ୍‌ଠାରୁ ବିଜେତାମାନେ ମାନପତ୍ର ପାଇବେ ବୋଲି ସେଥିରେ ଉଲ୍ଲେଖ କରାଯାଇଥିଲା। ଏଥିସହ ଶ୍ରେଷ୍ଠ ପ୍ରସଙ୍ଗଗୁଡ଼ିକୁ କୋଭିଡ୍‌-୧୯ ସୂଚନା ପ୍ରଚାରରେ ବ୍ୟବହାର କରାଯିବ ବୋଲି ମଧ୍ୟ ଘୋଷଣା କରାଯାଇଥିଲା। ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୨୦୨୦ ଜୁନ୍‌ରେ ପ୍ରାୟ ୩୫ରୁ ଅଧିକ ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିବା ନେଇ ଅଭିଭାବକଙ୍କ ପାଖକୁ ସୂଚନା ମଧ୍ୟ ଦିଆଯାଇଥିଲା। ଏହାକୁ ନେଇ ପିଲାମାନେ ଆହୁରି ଉତ୍ସାହିତ ହୋଇପଡିଥିଲେ। କିନ୍ତୁ ତା’ପରେ ପ୍ରତିଯୋଗିତା ହେଲା ନାହିଁ କି ପୁରସ୍କାର ମିଳିଲା ନାହିଁ। କାଳେ ଅନ୍‌ଲାଇନ୍‌ରେ ପୁରସ୍କାର ମିଳିବ, ସେଥିପାଇଁ ପିଲା ଓ ସେମାନଙ୍କ ଅଭିଭାବକ ଦିଆଯାଇଥିବା ଓ୍ବେବ୍‌ସାଇଟ୍‌କୁ ବାରମ୍ବାର ସର୍ଚ୍ଚ କରି ଏପର୍ଯ୍ୟନ୍ତ ପୁରସ୍କାର ଖୋଜି ଚାଲିଛନ୍ତି।
ପୁରସ୍କାର ଜିତିଥିବା ଜଣେ ପିଲାଙ୍କ ଅଭିଭାବକ କହିଛନ୍ତି, ପିଲାମାନଙ୍କ ପାଇଁ ସେତେବେଳେ ଏହା ଏକ ଭଲ ସମୟୋପଯୋଗୀ ଉଦ୍ୟମ ଥିଲା। ଏ ନେଇ ଆମେ ଖୁସି ମଧ୍ୟ ଥିଲୁ। ପିଲାଙ୍କ ପାଇଁ ପୁରସ୍କାରର ପ୍ରାଧାନ୍ୟ ସବୁବେଳେ ରହିଛି। ସେମାନଙ୍କୁ ପୁରସ୍କାର କଥା କହି ନ ଦେଲେ ଆଗାମୀ ଦିନରେ କୌଣସି କାର୍ଯ୍ୟକ୍ରମରେ ଭାଗ ନେବାକୁ ସେମାନେ ଆଗ୍ରହୀ ହେବେ ନାହିଁ।
ନେଇ ୟୁନିସେଫ୍‌ ସହ ଯୋଗାଯୋଗ କରାଯିବାରୁ ‘ମୋ ପ୍ରତିଭା’ ପୁରସ୍କାର ଦାୟିତ୍ୱ କ୍ରୀଡ଼ା ଓ ଯୁବ ସେବା ବିଭାଗ ନେଇଥିବା କୁହାଯାଇଛି। ଅନ୍ୟପକ୍ଷେ କ୍ରୀଡ଼ା ଓ ଯୁବ ସେବା ବିଭାଗର ଯୁଗ୍ମ ସଚିବ ରଞ୍ଜିତ ପରିଡ଼ା କହିଛନ୍ତି, ପୁରସ୍କାର ଦିଆଯିବା କଥା କୁହାଯାଇ ନ ଥିଲା। କିନ୍ତୁ ଏବେ ପୁରସ୍କାର ଦିଆଯିବା ନେଇ ଆଲୋଚନା ଚାଲିଛି। କିଛିଦିନ ମଧ୍ୟରେ ପୁରସ୍କାର ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଜିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡିରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ ଚାଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri