ବିପଦରେ ବାଘ

ସୌଭାଗ୍ୟ ରଞ୍ଜନ ମହାନ୍ତି

 

ଦେଶରେ ମହାବଳ ବାଘଙ୍କ ସଂଖ୍ୟା ନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ୨୦୨୧-୨୨ ବାଘ ଗଣନା ରିପୋର୍ଟରେ ଯେଉଁ ତଥ୍ୟ ପ୍ରକାଶ ପାଇଛି, ତାହା ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଯେତିକି ଆନନ୍ଦଦାୟକ, ସେତିକି ଦୁଃଖଦାୟକ ମଧ୍ୟ ବୋଲି କୁହାଯାଇପାରିବ। ତେବେ ଆନନ୍ଦଦାୟକ ସୁଖଦ ଖବରଟି ହେଉଛି, ଦେଶରେ ଗତ ୪ବର୍ଷ ମଧ୍ୟରେ ବାଘଙ୍କ ସଂଖ୍ୟା ବୃଦ୍ଧି। ଦେଶରେ ମହାବଳ ବାଘଙ୍କ ସଂଖ୍ୟା ୨୦୧୮ ମସିହାରେ ୨୯୬୭ ଥିବାବେଳେ ୨୦୨୨ରେ ଏହି ସଂଖ୍ୟା ବୃଦ୍ଧି ପାଇ ୩୬୮୨ରେ ପହଞ୍ଚତ୍ଛି। ଗତ ଚାରିବର୍ଷ ମଧ୍ୟରେ ଦେଶରେ ବାଘଙ୍କ ସଂଖ୍ୟା ୬ ପ୍ରତିଶତ ବୃଦ୍ଧି ପାଇଛି। କହିବା ବାହୁଲ୍ୟ ଯେ, ଦେଶରେ ବାଘଙ୍କ ସଂଖ୍ୟା ଆହୁରି ଅଧିକ ହୋଇପାରିଥାନ୍ତା। ବାଘ ସଂରକ୍ଷଣ କର୍ତ୍ତୃପକ୍ଷ (ଏନଟିସିଏ) ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ଦେଶରେ ୨୦୧୨ ମସିହାରୁ ୨୦୨୨ମଧ୍ୟରେ ୧୧୦୫ଟି ମହାବଳ ବାଘର ମୃତ୍ୟୁ ଘଟିଛି। ଏଥିମଧ୍ୟରୁ ବୟସାଧିକ ଏବଂ ରୋଗଗ୍ରସ୍ତ ଯୋଗୁ ଯେତିକି ବାଘର ମୃତ୍ୟୁ ଘଟିଛି, ତା’ଠାରୁ ଢେର ଅଧିକ ଶିକାରୀ ଗୁଳିରେ ମୃତ୍ୟୁ ଘଟିଛି। ଗତ ଚାରିବର୍ଷ ଅର୍ଥାତ୍‌ ୨୦୧୮ରୁ ୨୦୨୨ ମଧ୍ୟରେ ମୋଟ ୫୮୧ଟି ମହାବଳ ବାଘର ମୃତ୍ୟୁ ଘଟିଥିବାବେଳେ ଏଥିମଧ୍ୟରୁ ଦୁଇ ତୃତୀୟାଂଶରୁ ଅଧିକ ବାଘଙ୍କ ଶିକାରୀ ଗୁଳିରେ ମୃତ୍ୟୁ ଘଟିଥିବା କୁହାଯାଇଛି। ୨୦୨୧ ମସିହାରେ ଏଥିମଧ୍ୟରୁ କେବଳ ୧୨୭ଟି ବାଘଙ୍କର ମୃତ୍ୟୁ ଘଟିଥିଲା। ଚଳିତ ବର୍ଷ ଜାନୁୟାରୀ ପହିଲାରୁ ଫେବୃୟାରୀ ୧୯ ମଧ୍ୟରେ ଦେଶରେ ୩୬ଟି ମହାବଳ ଏବଂ ୯୯ଟି କଲରାପତିଆ ବାଘର ମୃତ୍ୟୁ ଘଟିଥିବା ୱାର୍ଲଡ ଲାଇଫ ପ୍ରୋଟେକଶନ ଅଫ୍‌ ଇଣ୍ଡିଆ(ଡବ୍ଲ୍ୟୁପିଏସଆଇ) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଚାଂଚ୍ଯଯକର ତ୍ଯଯ ପ୍ରକାଶ ପାଇଥିଲା। ଏଥିରୁ ମହାବଳ ବାଘ ହେଉ ବା କଲରାପତରିଆ ବାଘ ହେଉ ଯେ, ବିପଦରେ ଏହା ନିସନ୍ଦେହରେ କୁହାଯାଇପାରିବ।
ଉଲ୍ଲେଖଯୋଗ୍ୟ ଯେ, ଦେଶରେ ବିଲୁପ୍ତ ‘ଚିତା’ ବାଘ ବଂଶ ବୃଦ୍ଧି ପାଇଁ ଗତବର୍ଷ ଅଗଷ୍ଟ ମାସରେ ଦୁଇଟି ପର୍ଯ୍ୟାୟରେ ୨୦ଟି ଚିତାବାଘ ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ର ନାମିବ୍ୟାରୁ ଅଣାଯାଇଥିଲା। ୧୯୫୪ରୁ ଦେଶରୁ ବିଲୁପ୍ତ ହୋଇଯାଇଥିବା ଚିତା ବାଘ ଆଗମନକୁ ସରକାର ମହାସମାରୋହରେ ସ୍ବାଗତ କରିଥିଲେ। ମାତ୍ର ବର୍ଷେ ନ ପୂରୁଣୁ ୬ଟି ଚିତା ବାଘର ମୃତ୍ୟୁ ଘଟିଛି। ରୋଗ କି ପରିବର୍ତ୍ତିତ ଜଳବାୟୁ କାରଣରୁ ଆଫ୍ରିକାରୁ ଆସିଥିବା ୬ଟି ଚିତାର ମୃତ୍ୟୁ ଘଟିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କେବଳ ଏତିକି ନୁହେଁ, ଗୋଟିଏ ଚିତା ୪ଟି ଛୁଆ ଜନ୍ମ ଦେଇଥିବାବେଳେ ତିନୋଟିର ମଧ୍ୟ ମୃତ୍ୟୁ ଘଟିଥିଲା। ତେବେ ବିଶ୍ୱର ୭୫ଭାଗ ମହାବଳ ବାଘ ଭାରତରେ ଥିବା ରିପୋର୍ଟ ଆମ ପାଇଁ ଆଶ୍ୱସ୍ତିର ବିଷୟ ନିଶ୍ଚିତ। ଅନ୍ୟପକ୍ଷରେ ଦୁଃଖଦ ଖବରଟି ହେଉଛି, ଆମ ରାଜ୍ୟରେ ମହାବଳ ବାଘ ସଂଖ୍ୟା ହ୍ରାସ। ଗତ ୨୦୧୮ରେ ବାଘ ଗଣନା ରିପୋର୍ଟ ଅନୁଯାୟୀ ରାଜ୍ୟରେ ୨୮ଟି ମହାବଳ ଥିବାବେଳେ କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁଯାୟୀ ଏହି ସଂଖ୍ୟା ୨୦କୁ ହ୍ରାସ ପାଇଛି। ବିଗତ ୪ବର୍ଷ ମଧ୍ୟରେ ରାଜ୍ୟରେ ୮ଟି ମହାବଳ ବାଘର ମୃତ୍ୟୁ ଘଟିଛି। ତାହା ବାର୍ଦ୍ଧକ୍ୟ କିମ୍ବା ରୋଗ କିମ୍ବା ଶିକାରୀ ଦ୍ୱାରା ସ୍ପଷ୍ଟ ହୋଇନାହିଁ, ମାତ୍ର ଗତ ୧୦ବର୍ଷ ମଧ୍ୟରେ ରାଜ୍ୟରେ ୬ଟି ମହାବଳ ବାଘର ମୃତ୍ୟୁ ଘଟିଥିବା ବେଳେ ୩ଟି ଶିକାରୀଙ୍କ ଗୁଳିରେ ପ୍ରାଣ ହରାଇଥିବା ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦେଇଥିବା ତଥ୍ୟରୁ ଜଣାଯାଇଛି। ଅନ୍ୟପକ୍ଷରେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ମହାବଳ ବାଘଙ୍କ ସଂଖ୍ୟା ୮ରୁ ୧୬କୁ ବୃଦ୍ଧି ପାଇଛି, ଯାହାକି ରାଜ୍ୟବାସୀଙ୍କ ପାଇଁ ସନ୍ତୋଷ ଆଣିଦେଇଛି। ମାତ୍ର ମହାବାଘ ଓ କଳା ବାଘ ପାଇଁ ବିଶ୍ୱ ଦରବାରରେ ଶିମିଳିପାଳ ପ୍ରସିଦ୍ଧ ଲାଭ କରିଥିବା ବେଳେ ବାଘଙ୍କ ବଂଶ ଆଶାନୁରୂପ ନ ବଢ଼ିବା ଦ୍ୱାରା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉଦ୍ଦେଶ୍ୟ ଠିକ୍‌ ଭାବେ ସାଧିତ ହୋଇପାରିନଥିବା ଅଭିଯୋଗ ହୁଏ।
ଆମ ରାଜ୍ୟରେ ୨୦୦୬ ବାଘ ଗଣନା ରିପୋର୍ଟ ଅନୁଯାୟୀ ୪୫ଟି ମହାବଳ ବାଘ ଥିବାବେଳେ ୨୦୧୦ରେ ଏହି ସଂଖ୍ୟା ୩୨କୁ ଏବଂ ୨୦୧୮ରେ ପୁଣି ହ୍ରାସ ପାଇ ୨୮କୁ କମି ଆସିଥିଲା। ଅବଶ୍ୟ କେନ୍ଦ୍ର ସରକାରଙ୍କ ବାଘ ଗଣନା ସହ ରାଜ୍ୟ ସରକାର ସହମତ ନୁହନ୍ତି। ଆସନ୍ତା ଅକ୍ଟୋବରରେ ରାଜ୍ୟ ସରକାର ରାଜ୍ୟରେ ବାଘ ଗଣନା କରିବେ। କିନ୍ତୁ ଏହା ନିଶ୍ଚିତ ଯେ, ଛାଲ, ନଖ, ନିଶ ପାଇଁ ବାଘ ଯେ ଏବେ ଶିକାରୀଙ୍କ ଲୋଲୁପ ଦୃଷ୍ଟିରେ ଏହା ସ୍ବୀକାର କରିବାକୁ ହେବ। ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ଏବେ ୭୬୦ଟି କଲରାପତରିଆ ବାଘ ଥିବାବେଳେ ବର୍ଷକ ମଧ୍ୟରେ ସ୍ବତନ୍ତ୍ର ଟାସ୍କ ଫୋର୍ସ (ଏସ୍‌ଟିଏଫ) ୪୪ଟି ବାଘ ଛାଲ ଜବତ କରିବା ସହ ୫୦ରୁ ଊର୍ଦ୍ଧ୍ୱ ଶିକାରୀଙ୍କୁ ଗିରଫ କରିଥିବା କୁହାଯାଇଛି। ଏହା ସତ୍ୟ ଯେ, ବାଘ ହେଉଛି ଜଙ୍ଗଲ ସୁରକ୍ଷାର ଜାଗତ ପ୍ରହରୀ। ବ୍ୟାପକ ସଚେତନତା ସୃଷ୍ଟି କରି ବାଘ ସୁରକ୍ଷାକୁ କଡ଼ାକଡ଼ି କରାଯିବାର ଆବଶ୍ୟକତା ରହିଛି।
ଗଙ୍ଗୋତ୍ରୀ ନଗର, ଶିଶୁପାଳଗଡ଼
ମୋ- ୯୪୩୭୯୯୪୩୭୯


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri