ବିପଦରେ ବାଘ

ସୌଭାଗ୍ୟ ରଞ୍ଜନ ମହାନ୍ତି

 

ଦେଶରେ ମହାବଳ ବାଘଙ୍କ ସଂଖ୍ୟା ନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ୨୦୨୧-୨୨ ବାଘ ଗଣନା ରିପୋର୍ଟରେ ଯେଉଁ ତଥ୍ୟ ପ୍ରକାଶ ପାଇଛି, ତାହା ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଯେତିକି ଆନନ୍ଦଦାୟକ, ସେତିକି ଦୁଃଖଦାୟକ ମଧ୍ୟ ବୋଲି କୁହାଯାଇପାରିବ। ତେବେ ଆନନ୍ଦଦାୟକ ସୁଖଦ ଖବରଟି ହେଉଛି, ଦେଶରେ ଗତ ୪ବର୍ଷ ମଧ୍ୟରେ ବାଘଙ୍କ ସଂଖ୍ୟା ବୃଦ୍ଧି। ଦେଶରେ ମହାବଳ ବାଘଙ୍କ ସଂଖ୍ୟା ୨୦୧୮ ମସିହାରେ ୨୯୬୭ ଥିବାବେଳେ ୨୦୨୨ରେ ଏହି ସଂଖ୍ୟା ବୃଦ୍ଧି ପାଇ ୩୬୮୨ରେ ପହଞ୍ଚତ୍ଛି। ଗତ ଚାରିବର୍ଷ ମଧ୍ୟରେ ଦେଶରେ ବାଘଙ୍କ ସଂଖ୍ୟା ୬ ପ୍ରତିଶତ ବୃଦ୍ଧି ପାଇଛି। କହିବା ବାହୁଲ୍ୟ ଯେ, ଦେଶରେ ବାଘଙ୍କ ସଂଖ୍ୟା ଆହୁରି ଅଧିକ ହୋଇପାରିଥାନ୍ତା। ବାଘ ସଂରକ୍ଷଣ କର୍ତ୍ତୃପକ୍ଷ (ଏନଟିସିଏ) ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ଦେଶରେ ୨୦୧୨ ମସିହାରୁ ୨୦୨୨ମଧ୍ୟରେ ୧୧୦୫ଟି ମହାବଳ ବାଘର ମୃତ୍ୟୁ ଘଟିଛି। ଏଥିମଧ୍ୟରୁ ବୟସାଧିକ ଏବଂ ରୋଗଗ୍ରସ୍ତ ଯୋଗୁ ଯେତିକି ବାଘର ମୃତ୍ୟୁ ଘଟିଛି, ତା’ଠାରୁ ଢେର ଅଧିକ ଶିକାରୀ ଗୁଳିରେ ମୃତ୍ୟୁ ଘଟିଛି। ଗତ ଚାରିବର୍ଷ ଅର୍ଥାତ୍‌ ୨୦୧୮ରୁ ୨୦୨୨ ମଧ୍ୟରେ ମୋଟ ୫୮୧ଟି ମହାବଳ ବାଘର ମୃତ୍ୟୁ ଘଟିଥିବାବେଳେ ଏଥିମଧ୍ୟରୁ ଦୁଇ ତୃତୀୟାଂଶରୁ ଅଧିକ ବାଘଙ୍କ ଶିକାରୀ ଗୁଳିରେ ମୃତ୍ୟୁ ଘଟିଥିବା କୁହାଯାଇଛି। ୨୦୨୧ ମସିହାରେ ଏଥିମଧ୍ୟରୁ କେବଳ ୧୨୭ଟି ବାଘଙ୍କର ମୃତ୍ୟୁ ଘଟିଥିଲା। ଚଳିତ ବର୍ଷ ଜାନୁୟାରୀ ପହିଲାରୁ ଫେବୃୟାରୀ ୧୯ ମଧ୍ୟରେ ଦେଶରେ ୩୬ଟି ମହାବଳ ଏବଂ ୯୯ଟି କଲରାପତିଆ ବାଘର ମୃତ୍ୟୁ ଘଟିଥିବା ୱାର୍ଲଡ ଲାଇଫ ପ୍ରୋଟେକଶନ ଅଫ୍‌ ଇଣ୍ଡିଆ(ଡବ୍ଲ୍ୟୁପିଏସଆଇ) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଚାଂଚ୍ଯଯକର ତ୍ଯଯ ପ୍ରକାଶ ପାଇଥିଲା। ଏଥିରୁ ମହାବଳ ବାଘ ହେଉ ବା କଲରାପତରିଆ ବାଘ ହେଉ ଯେ, ବିପଦରେ ଏହା ନିସନ୍ଦେହରେ କୁହାଯାଇପାରିବ।
ଉଲ୍ଲେଖଯୋଗ୍ୟ ଯେ, ଦେଶରେ ବିଲୁପ୍ତ ‘ଚିତା’ ବାଘ ବଂଶ ବୃଦ୍ଧି ପାଇଁ ଗତବର୍ଷ ଅଗଷ୍ଟ ମାସରେ ଦୁଇଟି ପର୍ଯ୍ୟାୟରେ ୨୦ଟି ଚିତାବାଘ ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ର ନାମିବ୍ୟାରୁ ଅଣାଯାଇଥିଲା। ୧୯୫୪ରୁ ଦେଶରୁ ବିଲୁପ୍ତ ହୋଇଯାଇଥିବା ଚିତା ବାଘ ଆଗମନକୁ ସରକାର ମହାସମାରୋହରେ ସ୍ବାଗତ କରିଥିଲେ। ମାତ୍ର ବର୍ଷେ ନ ପୂରୁଣୁ ୬ଟି ଚିତା ବାଘର ମୃତ୍ୟୁ ଘଟିଛି। ରୋଗ କି ପରିବର୍ତ୍ତିତ ଜଳବାୟୁ କାରଣରୁ ଆଫ୍ରିକାରୁ ଆସିଥିବା ୬ଟି ଚିତାର ମୃତ୍ୟୁ ଘଟିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କେବଳ ଏତିକି ନୁହେଁ, ଗୋଟିଏ ଚିତା ୪ଟି ଛୁଆ ଜନ୍ମ ଦେଇଥିବାବେଳେ ତିନୋଟିର ମଧ୍ୟ ମୃତ୍ୟୁ ଘଟିଥିଲା। ତେବେ ବିଶ୍ୱର ୭୫ଭାଗ ମହାବଳ ବାଘ ଭାରତରେ ଥିବା ରିପୋର୍ଟ ଆମ ପାଇଁ ଆଶ୍ୱସ୍ତିର ବିଷୟ ନିଶ୍ଚିତ। ଅନ୍ୟପକ୍ଷରେ ଦୁଃଖଦ ଖବରଟି ହେଉଛି, ଆମ ରାଜ୍ୟରେ ମହାବଳ ବାଘ ସଂଖ୍ୟା ହ୍ରାସ। ଗତ ୨୦୧୮ରେ ବାଘ ଗଣନା ରିପୋର୍ଟ ଅନୁଯାୟୀ ରାଜ୍ୟରେ ୨୮ଟି ମହାବଳ ଥିବାବେଳେ କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁଯାୟୀ ଏହି ସଂଖ୍ୟା ୨୦କୁ ହ୍ରାସ ପାଇଛି। ବିଗତ ୪ବର୍ଷ ମଧ୍ୟରେ ରାଜ୍ୟରେ ୮ଟି ମହାବଳ ବାଘର ମୃତ୍ୟୁ ଘଟିଛି। ତାହା ବାର୍ଦ୍ଧକ୍ୟ କିମ୍ବା ରୋଗ କିମ୍ବା ଶିକାରୀ ଦ୍ୱାରା ସ୍ପଷ୍ଟ ହୋଇନାହିଁ, ମାତ୍ର ଗତ ୧୦ବର୍ଷ ମଧ୍ୟରେ ରାଜ୍ୟରେ ୬ଟି ମହାବଳ ବାଘର ମୃତ୍ୟୁ ଘଟିଥିବା ବେଳେ ୩ଟି ଶିକାରୀଙ୍କ ଗୁଳିରେ ପ୍ରାଣ ହରାଇଥିବା ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦେଇଥିବା ତଥ୍ୟରୁ ଜଣାଯାଇଛି। ଅନ୍ୟପକ୍ଷରେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ମହାବଳ ବାଘଙ୍କ ସଂଖ୍ୟା ୮ରୁ ୧୬କୁ ବୃଦ୍ଧି ପାଇଛି, ଯାହାକି ରାଜ୍ୟବାସୀଙ୍କ ପାଇଁ ସନ୍ତୋଷ ଆଣିଦେଇଛି। ମାତ୍ର ମହାବାଘ ଓ କଳା ବାଘ ପାଇଁ ବିଶ୍ୱ ଦରବାରରେ ଶିମିଳିପାଳ ପ୍ରସିଦ୍ଧ ଲାଭ କରିଥିବା ବେଳେ ବାଘଙ୍କ ବଂଶ ଆଶାନୁରୂପ ନ ବଢ଼ିବା ଦ୍ୱାରା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉଦ୍ଦେଶ୍ୟ ଠିକ୍‌ ଭାବେ ସାଧିତ ହୋଇପାରିନଥିବା ଅଭିଯୋଗ ହୁଏ।
ଆମ ରାଜ୍ୟରେ ୨୦୦୬ ବାଘ ଗଣନା ରିପୋର୍ଟ ଅନୁଯାୟୀ ୪୫ଟି ମହାବଳ ବାଘ ଥିବାବେଳେ ୨୦୧୦ରେ ଏହି ସଂଖ୍ୟା ୩୨କୁ ଏବଂ ୨୦୧୮ରେ ପୁଣି ହ୍ରାସ ପାଇ ୨୮କୁ କମି ଆସିଥିଲା। ଅବଶ୍ୟ କେନ୍ଦ୍ର ସରକାରଙ୍କ ବାଘ ଗଣନା ସହ ରାଜ୍ୟ ସରକାର ସହମତ ନୁହନ୍ତି। ଆସନ୍ତା ଅକ୍ଟୋବରରେ ରାଜ୍ୟ ସରକାର ରାଜ୍ୟରେ ବାଘ ଗଣନା କରିବେ। କିନ୍ତୁ ଏହା ନିଶ୍ଚିତ ଯେ, ଛାଲ, ନଖ, ନିଶ ପାଇଁ ବାଘ ଯେ ଏବେ ଶିକାରୀଙ୍କ ଲୋଲୁପ ଦୃଷ୍ଟିରେ ଏହା ସ୍ବୀକାର କରିବାକୁ ହେବ। ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ଏବେ ୭୬୦ଟି କଲରାପତରିଆ ବାଘ ଥିବାବେଳେ ବର୍ଷକ ମଧ୍ୟରେ ସ୍ବତନ୍ତ୍ର ଟାସ୍କ ଫୋର୍ସ (ଏସ୍‌ଟିଏଫ) ୪୪ଟି ବାଘ ଛାଲ ଜବତ କରିବା ସହ ୫୦ରୁ ଊର୍ଦ୍ଧ୍ୱ ଶିକାରୀଙ୍କୁ ଗିରଫ କରିଥିବା କୁହାଯାଇଛି। ଏହା ସତ୍ୟ ଯେ, ବାଘ ହେଉଛି ଜଙ୍ଗଲ ସୁରକ୍ଷାର ଜାଗତ ପ୍ରହରୀ। ବ୍ୟାପକ ସଚେତନତା ସୃଷ୍ଟି କରି ବାଘ ସୁରକ୍ଷାକୁ କଡ଼ାକଡ଼ି କରାଯିବାର ଆବଶ୍ୟକତା ରହିଛି।
ଗଙ୍ଗୋତ୍ରୀ ନଗର, ଶିଶୁପାଳଗଡ଼
ମୋ- ୯୪୩୭୯୯୪୩୭୯


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri