ଅଟେଇ ସଂରକ୍ଷିତ ଜଙ୍ଗଲରେ ବାଘ ଆତଙ୍କ

ପାଟଣା,୩ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଟେଇ ସଂରକ୍ଷିତ ଶାଳ ଜଙ୍ଗଲରେ ବାଘ ଆତଙ୍କ ଦେଖାଯାଇଛି। ଗୁରୁବାର ଏକ ବିଦାରିତ ବାର୍‌ହାର ଗଳିତ ମୃତଦେହକୁ ବନ ବିଭାଗ ଠାବ କରିଛି। ବାଘ ଶିକାର କରିଥିବା କୁହାଯାଉଥିବା ବେଳେ ଘଟଣାସ୍ଥଳରେ ଏକ ଅଜଣା ବନ୍ୟପ୍ରାଣୀର ପାଦ ଚିହ୍ନ ପଟିଛି। ବନବିଭାଗ ପାଦ ଚିହ୍ନ ଉପରେ ପ୍ଲାଷ୍ଟର ପ୍ୟାରିସ ଦେଇଛି। ଚିହ୍ନର ସାମ୍ପୁଲ ପରୀକ୍ଷା ପରେ ବାର୍‌ହା ଶିକାର କରିଥିବା ବନ୍ୟପ୍ରାଣୀ ବାଘ କିମ୍ବା ଅନ୍ୟ କେଉଁ ପ୍ରାଣୀ ସ୍ପଷ୍ଟ ହେବ ବୋଲି ବନପାଳ ଚିତ୍ତରଞ୍ଜନ ପରିଡ଼ା କହିଛନ୍ତି।
ଅନୁଯାୟୀ, ବନ କର୍ମଚାରୀମାନେ ସମ୍ପୃକ୍ତ ଜଙ୍ଗଲରେ ଫାୟାର ଲାଇନ କାର୍ଯ୍ୟ କରୁଥିଲେ। ଏହି ସମୟରେ ଦୁର୍ଗନ୍ଧ ହେବାରୁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଥିଲେ। ପରେ ବନପାଳ ଚିତ୍ତରଞ୍ଜନ ପରିଡ଼ା, ଗାର୍ଡ ପ୍ରଯୁକ୍ତା ଜେନା ଓ ପାରାଷ୍ଟାଫ ଜଙ୍ଗଲରେ ଖୋଜାଖୋଜି କରିଥିଲେ। ରୋହିଣୀ ଦୁମା ଗାଁ ନିକଟବର୍ତ୍ତୀ ଅଟେଇ ସଂରକ୍ଷିତ ଜଙ୍ଗଲରୁ ଏକ ସନ୍ତସନ୍ତିଆ ଅଞ୍ଚଳ ଗଛ ମୂଳରେ ବିଦାରିତ ବାର୍‌ହାର ମୃତଦେହ ଠାବ କରିଥିଲେ। ବାଲି ଉପରେ ଏକ ବନ୍ୟପ୍ରାଣୀର ପାଦ ଚିହ୍ନ ଦେଖିଥିଲେ। ଏନେଇ ରେଞ୍ଜର ଘାସିନାଥ ପାତ୍ରଙ୍କୁ ପଚାରିବାରୁ ଅଟେଇ ସଂରକ୍ଷିତ ଜଙ୍ଗଲରେ ଏକ ବନ୍ୟପ୍ରାଣୀ ବାର୍‌ହା ଶିକାର କରିଛି। ତାହା ବାଘ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ହୁଏତ ବାଘଟି ଶିମିଳିପାଳ ଅଭୟାରଣ୍ୟରୁ ଚାଲି ଆସି ଥାଇପାରେ। ଠାବ କରିବା ପାଇଁ ଡିଏଫ୍‌ଓଙ୍କ ନିର୍ଦ୍ଦେଶରେ ଜଙ୍ଗଲରେ ୧୦ଟି ଟ୍ରାପ୍‌ କ୍ୟାମେରା ଲଗାଯିବ ବୋଲି କହିଛନ୍ତି। ଏସିଏଫ୍‌ ଅଶୋକ ଦାସଙ୍କ ଉପସ୍ଥିତିରେ ଜଙ୍ଗଲରେ ଡ୍ରୋନ୍‌ କ୍ୟାମେରା ଛଡ଼ାଯାଇଥିଲା। ଘଟଣାସ୍ଥଳରେ ରେଞ୍ଜର ପାତ୍ର, ବନପାଳ ପରିଡ଼ା, ଗାର୍ଡ ପ୍ରଯୁକ୍ତା ଜେନା ଫାୟାର ଷ୍ଟାଫ ଓ ପାରା ଷ୍ଟାଫ ଜଗି ରହିଛନ୍ତି। ସୂଚନାଯୋଗ୍ୟ, ଗତ ଜାନୁୟାରୀରେ ସୁନାଖମ୍ବ ଅଞ୍ଚଳରେ ୨ଟି ମଇଁଷିର ବିଦାରିତ ମୃତଦେହ ବନ ବିଭାଗ ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri