ଟୋକନ ମିଆଦୀ ଶେଷ ହେବାର ଭୟ ଘାରିଲା

ନୟାଗଡ଼ ଅଫିସ,୩।୨:ଧାନ କ୍ରୟ କେନ୍ଦ୍ର(ପାକ୍ସ)ରେ ଟୋକନ କ୍ରମାଙ୍କ ଅନୁଯାୟୀ ଧାନ କିଣା ଯାଉ ନାହିଁ। ଟୋକନ ମିଆଦି ଶେଷ ହେବାର ଭୟ ଘାରିଛି । କେତେଜଣ ଚାଷୀଙ୍କ ଟୋକନ୍‌ ଅବଧି ସରିବାର ସମୟ ୨ରୁ ୧୧ ଦିନ ଥିବାବେଳେ ଟାର୍ଗେଟ ନାହିଁ କହି ଧାନ କିଣା ଯାଉ ନାହିଁ । ପ୍ୟାକ୍ସ ସମ୍ପାଦକଙ୍କ ମନମାନି ଯୋଗୁ ଏଭଳି ଅବ୍ୟବସ୍ଥା ଦେଖା ଦେଇଛି। ଜିଲା ଯୋଗାଣ ବିଭାଗକୁ ଭୁଲ ତଥ୍ୟ ଦେଇ ପାକ୍ସ ସମ୍ପାଦକ ଖସି ଯିବାକୁ ଉଦ୍ୟମ କରୁଛନ୍ତି ା ଟୋକନ ଅବଧି ସରିଲେ ପାକ୍ସ ସମ୍ପାଦକଙ୍କ ବହିଷ୍କାର ଦାବିରେ ଆନ୍ଦୋଳନ କରାଯିବବୋଲି ଚାଷୀନେତାମାନେ ଚେତାବନୀ ଦେଇଛନ୍ତି।
ଓଡ଼ଗଁା ବ୍ଲକର ବରସାହି ପାକ୍ସରେ କେତେଜଣ ଚାଷୀଙ୍କ ଟୋକନ ଅବଧି ସରିବ ବୋଲି ସୂଚନା ମିଳିଛି ା ଏଠାରେ ୨ଥର ଟାର୍ଗେଟ ବଢ଼ିଥିଲେ ହେଁ ଅଧିକାଂଶ ଚାଷୀ ଧାନ ବିକ୍ରି କରିପାରିନାହାନ୍ତି । ସ୍ଥାନୀୟ ସମ୍ପାଦକ ଟୋକନ କ୍ରମାନ୍ବୟରେ ନ କିଣି ମନଇଛା ଧାନ କିଣିଥିବାରୁ ଏଭଳିଆ ଅସୁବିଧା ହୋଇଛି । ବରସାହି ପରି ଜିଲାରେ ଅନେକ ପାକ୍ସ ରହିଛି। ଯେଉଁଥିରେ ଚାଷୀଙ୍କ ଟୋକନ ଅବଧି ସରିପାରେ । ପ୍ରଶାସନ ପକ୍ଷରୁ ଏଥିପ୍ରତି ଗୁରୁତ୍ୱ ନ ଦେଲେ ଜିଲାରେ ଚାଷୀ ଆନ୍ଦୋଳନ ଦେଖା ଦେବ ବୋଲି ମତ ପ୍ରକାଶ ପାଇଛି । ଏନେଇ କୃଷକ ନେତା ରଣଜିତ୍‌ ଦଳବେହେରା କୁହନ୍ତି, ଧାନ କିଣିବାକୁ ହେଲେ ଟୋକନ କ୍ରମାନୁସାରେ କିଣିବାକୁ ପଡିବ । ଏନେଇ ସରକାରୀ ନିର୍ଦ୍ଦେଶ ଅଛି । ହେଲେ ପାକ୍ସ ସମ୍ପାଦକମାନେ ଏହି ନିୟମକୁ ମାନୁ ନ ଥିବାରୁ ସମସ୍ୟା ବଢ଼ିବାକୁ ଯାଉଛି। ଟୋକନର ଅବଧି ୧ମାସ ରହୁଛି । ହେଲେ ୨୮ ଦିନ ହେଲେ ଟୋକନ କାମ କରୁନାହିଁ ା ଏଣୁ ୨୮ ଦିନ ପୂର୍ବରୁ ଧାନ କିଣା ହେବା ଦରକାର । କେତେଜଣ ସମ୍ପାଦକ ନିଜ ଅନୁଗତମାନଙ୍କୁ ଆଗୁଆ ସୁବିଧା ଦେଉଥିବାବେଳେ ଟୋକନ ଅବଧି ସରିବାକୁ ସ୍ବଳ୍ପ ଦିନ ରହୁଥିବା ଚାଷୀ ହଇରାଣ ହେବାକୁ ଯାଉଛନ୍ତି । ଜିଲା ପ୍ରଶାସନ ଏଥିପ୍ରତି ଲଗାମ ନ ଦେଲେ ଚାଷୀ ଆନ୍ଦୋଳନକୁ ରୋକି ହେବନି । ନୟାଗଡ଼ ଜିଲା ଯୋଗାଣ ଅଧିକାରୀ ତିଳୋତ୍ତମା ପ୍ରଧାନ ବରସାହି ପାକ୍ସର ଅବ୍ୟବସ୍ଥାକୁ ସ୍ବୀକାର କରିଛନ୍ତି। ଏପରିକି ଅନ୍ୟ କେତେକ ପାକ୍ସରେ ଏପରି ଅସୁବିଧା ଦେଖା ଦେଇଛି ବୋଲି କହିଛନ୍ତି। ଏଣୁ ଟୋକନ କ୍ରମାନୁସାରେ ଧାନ କିଣିଲେ ଟୋକନ ଅବଧି ସରିବ ନାହିଁ ବୋଲି ସେ କହିଛନ୍ତି । ଏନେଇ ପ୍ୟାକ୍ସ ସମ୍ପାଦକମାନଙ୍କୁ ପୁଣି ଥରେ ଅବଗତ କରାଯାଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?