ଟୋକନ ମିଆଦୀ ଶେଷ ହେବାର ଭୟ ଘାରିଲା

ନୟାଗଡ଼ ଅଫିସ,୩।୨:ଧାନ କ୍ରୟ କେନ୍ଦ୍ର(ପାକ୍ସ)ରେ ଟୋକନ କ୍ରମାଙ୍କ ଅନୁଯାୟୀ ଧାନ କିଣା ଯାଉ ନାହିଁ। ଟୋକନ ମିଆଦି ଶେଷ ହେବାର ଭୟ ଘାରିଛି । କେତେଜଣ ଚାଷୀଙ୍କ ଟୋକନ୍‌ ଅବଧି ସରିବାର ସମୟ ୨ରୁ ୧୧ ଦିନ ଥିବାବେଳେ ଟାର୍ଗେଟ ନାହିଁ କହି ଧାନ କିଣା ଯାଉ ନାହିଁ । ପ୍ୟାକ୍ସ ସମ୍ପାଦକଙ୍କ ମନମାନି ଯୋଗୁ ଏଭଳି ଅବ୍ୟବସ୍ଥା ଦେଖା ଦେଇଛି। ଜିଲା ଯୋଗାଣ ବିଭାଗକୁ ଭୁଲ ତଥ୍ୟ ଦେଇ ପାକ୍ସ ସମ୍ପାଦକ ଖସି ଯିବାକୁ ଉଦ୍ୟମ କରୁଛନ୍ତି ା ଟୋକନ ଅବଧି ସରିଲେ ପାକ୍ସ ସମ୍ପାଦକଙ୍କ ବହିଷ୍କାର ଦାବିରେ ଆନ୍ଦୋଳନ କରାଯିବବୋଲି ଚାଷୀନେତାମାନେ ଚେତାବନୀ ଦେଇଛନ୍ତି।
ଓଡ଼ଗଁା ବ୍ଲକର ବରସାହି ପାକ୍ସରେ କେତେଜଣ ଚାଷୀଙ୍କ ଟୋକନ ଅବଧି ସରିବ ବୋଲି ସୂଚନା ମିଳିଛି ା ଏଠାରେ ୨ଥର ଟାର୍ଗେଟ ବଢ଼ିଥିଲେ ହେଁ ଅଧିକାଂଶ ଚାଷୀ ଧାନ ବିକ୍ରି କରିପାରିନାହାନ୍ତି । ସ୍ଥାନୀୟ ସମ୍ପାଦକ ଟୋକନ କ୍ରମାନ୍ବୟରେ ନ କିଣି ମନଇଛା ଧାନ କିଣିଥିବାରୁ ଏଭଳିଆ ଅସୁବିଧା ହୋଇଛି । ବରସାହି ପରି ଜିଲାରେ ଅନେକ ପାକ୍ସ ରହିଛି। ଯେଉଁଥିରେ ଚାଷୀଙ୍କ ଟୋକନ ଅବଧି ସରିପାରେ । ପ୍ରଶାସନ ପକ୍ଷରୁ ଏଥିପ୍ରତି ଗୁରୁତ୍ୱ ନ ଦେଲେ ଜିଲାରେ ଚାଷୀ ଆନ୍ଦୋଳନ ଦେଖା ଦେବ ବୋଲି ମତ ପ୍ରକାଶ ପାଇଛି । ଏନେଇ କୃଷକ ନେତା ରଣଜିତ୍‌ ଦଳବେହେରା କୁହନ୍ତି, ଧାନ କିଣିବାକୁ ହେଲେ ଟୋକନ କ୍ରମାନୁସାରେ କିଣିବାକୁ ପଡିବ । ଏନେଇ ସରକାରୀ ନିର୍ଦ୍ଦେଶ ଅଛି । ହେଲେ ପାକ୍ସ ସମ୍ପାଦକମାନେ ଏହି ନିୟମକୁ ମାନୁ ନ ଥିବାରୁ ସମସ୍ୟା ବଢ଼ିବାକୁ ଯାଉଛି। ଟୋକନର ଅବଧି ୧ମାସ ରହୁଛି । ହେଲେ ୨୮ ଦିନ ହେଲେ ଟୋକନ କାମ କରୁନାହିଁ ା ଏଣୁ ୨୮ ଦିନ ପୂର୍ବରୁ ଧାନ କିଣା ହେବା ଦରକାର । କେତେଜଣ ସମ୍ପାଦକ ନିଜ ଅନୁଗତମାନଙ୍କୁ ଆଗୁଆ ସୁବିଧା ଦେଉଥିବାବେଳେ ଟୋକନ ଅବଧି ସରିବାକୁ ସ୍ବଳ୍ପ ଦିନ ରହୁଥିବା ଚାଷୀ ହଇରାଣ ହେବାକୁ ଯାଉଛନ୍ତି । ଜିଲା ପ୍ରଶାସନ ଏଥିପ୍ରତି ଲଗାମ ନ ଦେଲେ ଚାଷୀ ଆନ୍ଦୋଳନକୁ ରୋକି ହେବନି । ନୟାଗଡ଼ ଜିଲା ଯୋଗାଣ ଅଧିକାରୀ ତିଳୋତ୍ତମା ପ୍ରଧାନ ବରସାହି ପାକ୍ସର ଅବ୍ୟବସ୍ଥାକୁ ସ୍ବୀକାର କରିଛନ୍ତି। ଏପରିକି ଅନ୍ୟ କେତେକ ପାକ୍ସରେ ଏପରି ଅସୁବିଧା ଦେଖା ଦେଇଛି ବୋଲି କହିଛନ୍ତି। ଏଣୁ ଟୋକନ କ୍ରମାନୁସାରେ ଧାନ କିଣିଲେ ଟୋକନ ଅବଧି ସରିବ ନାହିଁ ବୋଲି ସେ କହିଛନ୍ତି । ଏନେଇ ପ୍ୟାକ୍ସ ସମ୍ପାଦକମାନଙ୍କୁ ପୁଣି ଥରେ ଅବଗତ କରାଯାଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଗୋ’ ଚାଲାଣ: ପୋଲିସର ଚଢ଼ାଉ, ୩ ଅଟକ

ଚୌଦ୍ୱାର,୧୨ା୬(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ପୌରପାଳିକାର ୨ ନମ୍ବର ଓ୍ବାର୍ଡ ସୁଲତାନ ନଗରଠାରେ ବେଆଇନ ଗୋରୁଚାଲଣ ରାକେଟକୁ ଠାବ କରିଛି  ପୋଲିସ। ଆଜକୁ...

ବାଇକ୍‌କୁ ପିଟିଲା ପିକ୍‌ଅପ୍‌, ଦୁଇ ଭାଇଙ୍କ ଜୀବନ ଗଲା

ଜେକେପୁର,୧୯ା୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ଗେଟିପଡ଼ା ବ୍ରିଜ୍‌ ନିକଟରେ ପିକ୍‌ଅପ୍‌-ବାଇକ୍‌ ମଧ୍ୟରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇଜଣ ହେଲେ ବୁଲୁ...

ମୋବାଇଲ ଚୋର ର଼୍ୟାକେଟ ଠାବ ୪ ନାବାଳକ ସମେତ ୭ ଗିରଫ

ରାଜକନିକା, ୩।୧୨ (ଡି.ଏନ୍‌.ଏ): ରାଜକନିକା ବ୍ଲକ ଅଞ୍ଚଳରେ ଗତ କିଛି ଦିନ ହେବ ମୋବାଇଲ ଚୋର ର଼୍ୟାକେଟ ସକ୍ରିୟ ଥିବା ବେଳେ ସୋମବାର ରାଜକନିକା ପୋଲିସ...

ଗୋଟିଏ ରାତିରେ ୩ ଘରୁ ଚୋରି

ବଇଣ୍ଡା,୧୨।୮(ଡି.ଏନ.ଏ.)-ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ସଙ୍ଗେ ୩ଟି ଘରୁ ଟଙ୍କା, ସୁନା ଗହଣା, ରୂପା ସହ ଆସବାବପତ୍ର...

୩୫ ଶ୍ରମିକ ବସ୍‌ ଯୋଗେ କେନ୍ଦୁଝର ଫେରିଲେ

କେନ୍ଦୁଝର,୩୦ା୪(ଡି.ଏନ୍‌.ଏ): ସଂଗରୋଧ ଅବଧି ଶେଷ କରିବା ପରେ ୩୫ ଜଣ ଶ୍ରମିକଙ୍କୁ ଅନୁଗୁଳ ଜିଲା ପ୍ରଶାସନ ବସ୍‌ ଯୋଗେ କେନ୍ଦୁଝରକୁ ପଠାଇଛି। ଏହି ଶ୍ରମିକମାନେ ୧୪...

ଦକ୍ଷିଣ ମୋଡ଼ ନେଲେ ତିନି ରଥ

ପୁରୀ ଅଫିସ,୬।୭: ଦକ୍ଷିଣମୋଡ଼ କରାଗଲା ତିନି ରଥ। ମଙ୍ଗଳବାର ହେରାପଞ୍ଚମୀ ନୀତି ସମାପ୍ତ ପରେ ବୁଧବାରଠାରୁ ବାହୁଡାଯାତ୍ରା ପାଇଁ ଆରମ୍ଭ ହେବ ପ୍ରସ୍ତୁତି। ପ୍ରଥା ଓ...

ବିପଦସଙ୍କୁଳ ଅବସ୍ଥାରେ ସୋନପୁର ରାଜପ୍ରାସାଦ

ସୋନପୁର,୨୩।୧୦(ନି.ପ୍ର.): ମହାନଦୀ କୂଳରେ ଥିବା ସୋନପୁର ରାଜପ୍ରାସାଦ ରକ୍ଷଣାବେକ୍ଷଣ ଅଭାବରୁ ଏବେ ବିପଦସଙ୍କୁଳ ଅବସ୍ଥାରେ ଅଛି। ପ୍ରତିଦିନ ରାଜପ୍ରାସାଦରୁ ଇଟା ଓ କଂକ୍ରିଟ୍‌ ଖଣ୍ଡ ଖସୁଛି।...

ପଶ୍ଚିମବଙ୍ଗ ଦଲାଲଙ୍କ କବ୍‌ଜାରେ ରବିଧାନ

ଜଳେଶ୍ୱର, ୧୧।୫(ଡି.ଏନ.ଏ.) – ଗତ କିଛିବର୍ଷ ଧରି ରବି ଓ ଖରିଫ ଧାନ ଅମଳ ସମୟରେ ସରକାରୀ ମଣ୍ଡି ଖୋଲୁ ନ ଥିବାରୁ ଚାଷୀମାନେ ଅଭାବୀ...

Advertisement
Archives

Model This Week