ନୂଆପଡ଼ାରେ ବାଘ ଆତଙ୍କ

ତରବୋଡ,୭।୧: ନୂଆପଡ଼ା ଜିଲା କୋମନା ବନାଞ୍ଚଳ ଅଧୀନ ଭରୁଆମୁଣ୍ଡା ଗ୍ରାମରେ ବାଘ ଆତଙ୍କ ଦେଖାଦେଇଛି। ପ୍ରତିଦିନ ଗାଁରେ ଘୂରି ବୁଲୁଛି ବାଘ । ଗାଁର ଗାଈ, ବଳଦ, ଛେଳି, ମେଣ୍ଢା ସବୁ ଖାଇ ଦେଉଛି। ଭୟରେ ଲୋକେ ଦିନରାତି ତାଟି କବାଟ ବନ୍ଦ କରି ଠେଙ୍ଗା ବାଡି ଧରି ଜଗି ରହୁଛନ୍ତି। ପିଲାଙ୍କୁ ଘରୁ ବାହାରକୁ ଛାଡୁନାହାନ୍ତି । ବାହାରକୁ ଗଲେ ଦଳଦଳ ହୋଇ ଯାଉଥିବା ଗ୍ରାମବାସୀ କହିଛନ୍ତି।
ସୂଚନା ଯୋଗ୍ୟ, କୋମନା ବନାଞ୍ଚଳଠାରୁ ୫ କି.ମି. ଦୂର ଭରୁଆମୁଣ୍ଡା ଗ୍ରାମ। ଗତ ରବିବାର ଗ୍ରାମର ନବୀନ ମାଝି ଛେଳି, ମେଣ୍ଢା ଚରାଇବା ପାଇଁ ଚାନ୍ଦେଳ ପାହାଡ ଉପରକୁ ଯାଇଥିଲେ। ପୂର୍ବାହ୍ନ ୧୧ଟାରେ ହଠାତ୍‌ ଏକ ବାଘ ଆସି ଛେଳି, ମେଣ୍ଢା ଉପରେ ଝାମ୍ପ ମାରିଥିଲା। ଭୟଭୀତ ହୋଇ ନବୀନ ଗାଁକୁ ଆସି ଘଟଣା ସଂକ୍ରାନ୍ତରେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ଠେଙ୍ଗା, ବାଡି, ଟାଙ୍ଗିଆ, ଧନୁତୀର ଧରି ଚାନ୍ଦେଳ ପାହାଡ ଉପରକୁ ଯାଇଥିଲେ। ସେତିକିବେଳେ ବାଘଟି ଗୋଟିଏ ଛେଳି ଓ ମେଣ୍ଢାକୁ ମାରି ଦେଇଥିବା ଦେଖିବାକୁ ପାଇଥିଲେ। ଏପରି କି ଅନ୍ୟ ଏକ ମେଣ୍ଡାକୁ ଖାଇ ଅଧା ଛାଡି ଦେଇଥିବା ଦେଖିବାକୁ ପାଇଥିଲେ। ସେହିପରି ବୁଧବାର ରାତିରେ ବାଘଟି ଗାଁ ଭିତରକୁ ଚାଳିଆସି ବନବାସ ମାଝିଙ୍କ ଗୁହାଳରେ ଥିବା ବଳଦକୁ ଆକ୍ରମଣ କରିଥିଲା । ବଳଦ ବାଘ ସହ ଲଢ଼େଇ କରି ଗୁହାଳରୁ ଜୀବନ ବିକଳରେ ବାହାରକୁ ଚାଲି ଆସିଥିଲା। ହେଲେ ବାଘ ଆକ୍ରମଣରେ ବଳଦର ଶରୀରରେ କ୍ଷତ ଚିହ୍ନ ସୃଷ୍ଟି ହୋଇଛି । ଅନ୍ୟପକ୍ଷେ ବାଘଟି ମଙ୍ଗଳବାର ଡୋଳାମଣି ମାଝିଙ୍କ ଗୋଟିଏ ବଳଦକୁ ନେଇ ଖାଇ ଦେଇଥିବା ଅଭିଯୋଗ ହୋଇଛି। ବନ ବିଭାଗ ପକ୍ଷରୁ ତୁରନ୍ତ ବାଘକୁ ଧରି ଅନ୍ୟ ସ୍ଥାନକୁ ନେଲେ ଭଲ ହୁଅନ୍ତା ବୋଲି ଗ୍ରାମବାସୀ କହିଛନ୍ତି। ଉଲ୍ଲେଖନୀୟ ଯେ, ୨୦୧୮ରେ ନୂଆପଡା ହଳଦି ଗ୍ରାମରେ ଏକ ବାଘ ମା’ କୋଳରୁ ଛୁଆକୁ ନେଇ ଯାଇଥିଲା । ବନ ବିଭାଗ ବହୁ କଷ୍ଟରେ ବାଘକୁ ଧରି ନନ୍ଦନକାନନରେ ଛାଡିଥିଲେ। ଏ ସଂକ୍ରାନ୍ତରେ କୋମନା ବନାଞ୍ଚଳ ରେଞ୍ଜର ଜଗଦିଶ ଦୁରିଆଙ୍କୁ ପଚାରିବାରୁ ପ୍ରକୃତରେ ବାଘ ଛେଳି, ମେଣ୍ଢା, ଗାଈ, ବଳଦକୁ ଖାଇଛି । ତାହାର କ୍ଷତି ପୂରଣ ଦିଆଯିବ ଓ ଗାଁର ସୁରକ୍ଷା ପାଇଁ କର୍ମଚାରୀମାନେ ଜଗି ରହିଛନ୍ତି ବୋଲି ପ୍ରକାଶ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ମହାବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଧାରଣା

କେସିଙ୍ଗା,୧୬।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟ ସମ୍ମୁଖରେ ଶୁକ୍ରବାର ଛାତ୍ରୀଛାତ୍ର ଧାରଣା ଦେଇଛନ୍ତି। ମହାବିଦ୍ୟାଳୟର + ୩ ତୃତୀୟ ସେମିଷ୍ଟାରର ଛାତ୍ରୀଛାତ୍ର ମାନେ ଏକ ଶାନ୍ତିପୂଣ୍ଣ...

୬୧ରୁ ୬୦ ନମୁନା ନେଗେଟିଭ

ଭୁବନେଶ୍ୱର,୧୯।୩(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମିତଙ୍କ ଚିହ୍ନଟ ପାଇଁ ପଠାଯାଇଥିବା ୬୧ଟି ନମୁନାରୁ ୬୦ଟି ନେଗେଟିଭ୍‌ ବାହାରିଛି। ବୁଧବାର ୫ଟି ସାମ୍ପୁଲ୍‌କୁ ପରୀକ୍ଷା ପାଇଁ ପଠାଯାଇଥିଲା। ସବୁଗୁଡ଼ିକ...

ସୁନ୍ଦରଗଡ଼ରେ ପହଞ୍ଚିଲା ମୌସୁମୀ: ଜାରିରହିଛି ବର୍ଷା

ସୁନ୍ଦରଗଡ଼,୧୪ା୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ରେ ମୌସୁମୀ ପହଞ୍ଚିଛି। ଫଳରେ ଶନିବାର ରାତିରୁ ରବିବାର ପର୍ଯ୍ୟନ୍ତ ବର୍ଷା ଲାଗିରହିଛି। ଜିଲାରେ ହାରାହାରି ୬୨.୫୯ ମିମି ବର୍ଷା ହୋଇଥିବା ଜିଲା ପାଣିପାଗ...

ମଦ ବେପାରୀଙ୍କୁ ଧରି ପୋଲିସ ଜିମା ଦେଲେ ମହିଳା

ବେଗୁନିଆପଡା,୧ା୪(ଡି.ଏନ.ଏ.)- ବେଗୁନିଆପଡ଼ା ଫାଣ୍ଡି ଚନ୍ଦନପୁର ପଞ୍ଚାୟତର ମୁଣ୍ଡୁଳ ଗ୍ରାମରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦେଶୀ ମଦ ଜବତ କରି ମଦ ବେପାରୀଙ୍କୁ ପୋଲିସ ଜିମା...

ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ: ଦୁଇ ବାଇକ୍‌ ସମେତ ଗୋଟିଏ ମାରୁତି ଜାଳିଦେଲେ ଆକ୍ରମଣକାରୀ

ବାଲେଶ୍ୱର ଅଫିସ,୨୪ା୫: ବାଲେଶ୍ୱର ଜିଲା ଖଇରା ବ୍ଲକ ତୁଟ ଗ୍ରାମର କୈଳାସ ଜେନାଙ୍କ ସହିତ ସେହି ଗ୍ରାମର ଶଙ୍କର୍ଷଣ ଜେନା ଓ ବଂଶୀଧର ଜେନାଙ୍କ ସହିତ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୩୯୦ କରୋନା ଆକ୍ରାନ୍ତ: ଗଞ୍ଜାମରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୧୨। ୭(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୩୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ସୁସ୍ଥ ୧୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୭୧,...

କୃଷିଭବନକୁ ମନ୍ତ୍ରୀଙ୍କ ଅଚାନକ ଗସ୍ତ: ୫ ‘ଟି’ ସୂତ୍ର ଆଧାରରେ କାର୍ଯ୍ୟ କରିବାକୁ ଆହ୍ବାନ

ଭୁବନେଶ୍ୱର, ୨୭ା୭(ବ୍ୟୁରୋ): କୃଷିମନ୍ତ୍ରୀ ଅରୁଣ ସାହୁ ଶୁକ୍ରବାର କୃଷିଭବନକୁ ଅଚାନକ ଗସ୍ତ କରିଥିଲେ। ସେଠାରେ ପହଞ୍ଚିବା ପରେ ମୁଖ୍ୟ ଫାଟକ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।...

ସାମି…ସାମି… ଗୀତରେ ମନମୁଗ୍ଧ କଲେ ସୁନିଧି ଚୌହାନ୍‌

ଯାଜପୁର ଟାଉନ,୯ା୨(ଡି.ଏନ.ଏ.): ଯାଜପୁର ଜିଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦ୍‌ଘାଟିତ ହୋଇଯାଇଛି। ବୁଧବାର ସ୍ଥାନୀୟ ବାଳାଶ୍ରମ ପଡ଼ିଆଠାରେ ଅନୁଷ୍ଠିତ ୧୧ତମ ଯାଜପୁର ଜିଲା ମହୋତ୍ସବ...

Advertisement
Archives

Model This Week