ଦେବଗଡ ବନଖଣ୍ଡରେ କଲରାପତ୍ରିଆ ବାଘ ଛାଲ ଜବତ, ୭ ଅଭିଯୁକ୍ତ ଗିରଫ

ଦେବଗଡ,୫|୧୨(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ବନାଞ୍ଚଳ ଗୋଳାବନ୍ଧ ନିକଟରେ ଥିବା ରାଜସ୍ଥାନୀ ଢାବାରେ ବାଘ ଛାଲ ବିକ୍ରି ପାଇଁ ଲକ୍ଷାଧିକ ଟଙ୍କାର ଡିଲ ଚାଲିଥିବା ସମୟରେ ମାଡିବସିଲା ବନବିଭାଗ। ଅଭିଯୁକ୍ତଙ୍କ ଠାରୁ ଗୋଟିଏ କଲରାପତ୍ରିଆ ବାଘ ଛାଲ ସମେତ ଦୁଇଟି ବାଇକ ଏବଂ ୫ ଟି ମୋବାଇଲ ଜବତ ହୋଇଛି।

ଗିରଫ ହୋଇଥିବା ୭ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ରାଜସ୍ଥାନ ଜୋଧପୁର ଜିଲାର ଅଶୋକ ବିଶ୍ନୋଇ, ଅଜୟପାଲ ବିଶ୍ନୋଇ, ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ସାନବାଗଦର୍ହି ଗାଁର ବିରବର ନାହାକ, ଦେବଗଡ ଜିଲ୍ଲା ବାରକୋଟ ଥାନା ରଜାମୁଣ୍ଡା ଗାଁର ମାନସିଂ ବରି, ଝରବାହାଳ ଗାଁର ରମେଶ ଚନ୍ଦ୍ର ନାଏକ, ଗୁରୁସଙ୍ଗ ଗ୍ରାମର ରାଜେନ୍ଦ୍ର ରଣା, ଠିଆନାଳ ଗାଁର କର୍ମୁ ନାଏକ ରହିଥିବା ଜଣାପଡିଛି।

ତେବେ କଲରାପତ୍ରିଆ ବାଘକୁ କେଉଁ ଜଙ୍ଗଲରେ ହତ୍ୟା କରାଯାଇଥିଲା ଏବଂ ଏହା ପଛରେ ଆଉ କେଉଁ ମାନେ ସାମିଲ ଅଛନ୍ତି ସେନେଇ ଅଧିକ ଖୋଳତାଡ ଜାରି ରହିଛି। କଲରାପତ୍ରିଆ ବାଘ ଶିକାରୀ ଏବଂ ଛାଲ ବିକ୍ରି ଘଟଣାରେ ଆହୁରି ୧୦ ଜଣରୁ ଅଧିକ ଅଭିଯୁକ୍ତ ସାମିଲ ଥିବା ଅନୁମାନ କରାଯାଉଛି । ରାଜ୍ୟ ବାହାରକୁ ଏହି ରାକେଟର ଚେର ଲମ୍ବିଥିବା ବେଳେ ଖୁବଶିଘ୍ର ଅନ୍ୟ ଅଭିଯୁକ୍ତ ମଧ୍ୟ ଧରା ପଡିବେ ବୋଲି ବନବିଭାଗ ଠାରୁ ଜଣାପଡିଛି । ତଦନ୍ତ ଜାରି ରହିଥିବାରୁ ଅଧିକ ସୂଚନା ଦେବା ପାଇଁ ବନବିଭାଗ ମନା କରିଛି । ପ୍ରାୟ ୬ ମାସ ପୂର୍ବରୁ କଲରାପତ୍ରିଆ ବାଘକୁ ହତ୍ୟା କରି ଛାଲ ବିକ୍ରି ପାଇଁ ଉଦ୍ୟମ କରୁଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଡ଼ିସୂତାରେ କଟି ୨ ଜଣ ଆହତ

କଟକ,୧୪ା୧(କାର୍ତ୍ତିକ ସାହୁ) ମକରରେ ଗୁଡ଼ିଉଡ଼ାକୁ ନେଇ ପୁଣି ଘଟିଛି ଅଘଟଣ। ଗୁଡ଼ିସୂତା ଲାଗି ଦୁଇଜଣଙ୍କ ବେକ ଓ ନାକ କଟିଛି। କଟକ ନୂଆ ବଜାର ରେଲୱେ...

ରାଜ୍ୟ ପରିବହନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

ପୁରୁଷୋତ୍ତମପୁର,୧୪ା୧(ସିମାଞ୍ଚଳ ମିଶ୍ର): ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଜେନା ମଙ୍ଗଳବାର ସନ୍ଧ୍ୟାରେ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭୂତସରସିଙ୍ଗି ଗସ୍ତ କରିଛନ୍ତି। ଏହି...

ଶତୃତାକୁ କେନ୍ଦ୍ର କରି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୧୪ା୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠ ପଞ୍ଚାୟତ ଅଧିନ ମେଘଝୋଳି ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଜାଗିଲି ନାୟକଙ୍କୁ ହ୍ଯଯା ଉଦ୍ୟମ...

ସହିପାରିଲେନି ପ୍ରେମିକଙ୍କ ଆତ୍ମହତ୍ୟା ଖବର, ଶୁଣୁଶଣୁ  ହାରିଦେଲେ ଜୀବନ  

ବାଙ୍କୀ,୧୪ା୧ (ଶୁଭେନ୍ଦୁ ମହାପାତ୍ର): ସହିପାରିଲେନି ପ୍ରେମିକଙ୍କ ଆତ୍ମହତ୍ୟା ଖବର, ଶୁଣୁଶଣୁ ହାରିଦେଲେ ଜୀବନ।  ପ୍ରେମିକଙ୍କ ଆତ୍ମହତ୍ୟା ଖବର ଶୁଣି ପ୍ରେମିକା ରଶିରେ ଝୁଲିପଡ଼ିଥିବା ଚର୍ଚ୍ଚା ହେଉଛି।...

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ : ସ୍ବାମୀଙ୍କ ପରେ ଶାଶୁ,ଶ୍ୱଶୁର ଗଲେ ଜେଲ

ଦିଗପହଣ୍ଡି,୧୪।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଏସ୍‌. ଗୋପାଳପୁର ଗ୍ରାମରେ ଗତ ଡ଼ିସେମ୍ବର ୨୪ ତାରିଖ ରାତିରେ ଜଣେ ନବବଧୂଙ୍କ...

ରାଜକୋଟ୍‌ରେ ଦାଦନ ଶ୍ରମିକଙ୍କ ମୃତ୍ୟୁ: ରୋଜଗାରିଆ ପୁଅକୁ ହରାଇ ଭାଙ୍ଗିପଡ଼ିଲା ପରିବାର

କର୍ଲାମୁଣ୍ଡା,୧୪ା୧(ପ୍ରଦୀପ କୁମାର ସାହୁ): ରାଜକୋଟ୍‌ ସହରରେ ରହି ଦାଦନ ଶ୍ରମିକ (ଦିନମଜୁରିଆ) ଭାବେ କାମ କରୁଥିବା କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ ରେଗଡ଼ା ପଞ୍ଚାୟତ ଯୋଗିପଲା...

Featured Video Play Icon

ମକର ସଂକ୍ରାନ୍ତିରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ

ବାହାରୁନି ସମାଧାନର ବାଟ, ଖାଡ଼ା ଉପାସରେ ପ୍ରଭୁ ଲିଙ୍ଗରାଜ । ମକର ସଂକ୍ରାନ୍ତିରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ ରହିଛି।

ଖଣ୍ଡଗିରି ଯାତ୍ରାକୁ ନେଇ ବଡ଼ ଖବର, ନିଶା-ସାହୁ ଭାଉଜ…

ଭୁବନେଶ୍ୱର,୧୪।୧:ଏଣିକି ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ ମନା। ଆଉ ଭୁବନେଶ୍ବର ଖଣ୍ଡଗିରିରେ ନାଚି ପାରିବେନି ଆଇଟମ ଡ୍ୟାନ୍ସର। ଚଳିତବର୍ଷ ଭୁବନେଶ୍ୱର ଖଣ୍ଡଗିରି ଯାତ୍ରାରେ ହେବନି ଅଶ୍ଲୀଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri