ବାଘ ଆଇଲେ

ସମ୍ବଲପୁର ଜିଲାର ଦେବ୍ରିଗଡ଼ ଓ କେନ୍ଦୁଝର ଜିଲାର ଘଟଗାଁ ଜଙ୍ଗଲରେ ଦୁଇଟି ମହାବଳ ବାଘ ବୁଲୁଥିବାର ଦୃଶ୍ୟ ବନ ବିଭାଗ କ୍ୟାମେରାରେ କଏଦ ହୋଇଥିବା ଫଟୋରୁ ଏବେ ଦେଖିବାକୁ ମିଳିଛି। ଏହା ନିଶ୍ଚିତ ଭାବେ ଖୁସିର କଥା। ସେହିଭଳି ଅଲିଭ୍‌ ରିଡ୍‌ଲେ କଇଁଚ୍ଛ ଓଡ଼ିଶା ଉପକୂଳରେ ବହୁଳ ମାତ୍ରାରେ ସମୂହ ଅଣ୍ଡାଦାନ କରୁଥିବା ଦେଖାଯାଉଛି। ଏହା ଯେତିକି ଖୁସି ଆଣିଦେଉଛି, ସେତିକି ଦୁଃଖ ମଧ୍ୟ। ସମୁଦ୍ରରେ ଅନେକ ସଂଖ୍ୟକ ଟ୍ରଲର ଚଳପ୍ରଚଳ କରୁଥିବାରୁ ଅସଂଖ୍ୟ କଇଁଚ୍ଛଙ୍କ ମୃତ୍ୟୁ ଘଟିଆସୁଛି। ଏସବୁଥିରୁ ଓଡ଼ିଶାର ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା କେତେ ଦୁର୍ବଳ ରହିଛି ତାହା ନ କହିବା ଭଲ। ୨୮ ଫେବୃୟାରୀରେ ବିଧାନସଭାରେ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି ଯେ, ଗତ ୩ ବର୍ଷ ମଧ୍ୟରେ ୨୪୫ ହାତୀଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ ମାତ୍ର ୬ଟି ହାତୀ ଶିକାରର ସମ୍ମୁଖୀନ ହୋଇଥିବା ତଥ୍ୟ ମନ୍ତ୍ରୀ ଯାହା ଗୃହରେ ଉପସ୍ଥାପନ କରିଛନ୍ତି ତାହା ସରକାରୀ ଆକଳନ। ବାସ୍ତବରେ ଦେଖିଲେ ଏହି ସଂଖ୍ୟା ଯଥେଷ୍ଟ ଅଧିକ। କାରଣ ଗୋଟିଏ ବର୍ଷ ଭିତରେ ଆଠଗଡ଼ ବନଖଣ୍ଡରେ ଯେଉଁ ୧୧ ହାତୀଙ୍କ ମଢ଼ ଠାବ କରାଯାଇଥିଲା, ସେଥିରେ କେବଳ ଜୁନ୍‌ ୨୦୨୨ରେ ୫ଟି ହାତୀର ମୃତଦେହ ଥିବା ଜଣାପଡ଼ିଥିଲା। ତେଣୁ ସେଗୁଡ଼ିକର ମୃତ୍ୟୁ କଦାପି ସ୍ବାଭାବିକ ହୋଇ ନ ଥିବ। ମୋଟ ଉପରେ କହିଲେ ହାତୀ ବଂଶ କମିଯିବା ଦ୍ୱାରା ତାହା ପରିବେଶ ସନ୍ତୁଳନକୁ ବିଗାଡ଼ି ଦେଉଛି। ବିଶେଷଜ୍ଞଙ୍କ ମତରେ ଜଙ୍ଗଲରେ ଥିବା ବଡ଼ ଗଛର ଡାଳକୁ ହାତୀ ଖାଇଥାଏ। ତାହା ଦ୍ୱାରା ଛୋଟ ଗଛଗୁଡ଼ିକ ବଢ଼ିବାରେ ସହାୟକ ହୋଇଥାଏ। କିନ୍ତୁ ହାତୀ ବଂଶ ହ୍ରାସ ପାଇଲେ ବଡ଼ ଗଛର ଡାଳ ସେହିଭଳି ରହିଯାଇଥାଏ। ସେହି ସମୟରେ ଛୋଟ ଗଛ ଉଧେଇପାରି ନ ଥାଆନ୍ତି। ପୁଣି ଯେତେବେଳେ ସେହି ବୃହତାକାୟ ଦ୍ରୁମଗୁଡ଼ିକର ମୃତ୍ୟୁ ଘଟେ ସେତେବେଳେ ଛୋଟ ଗଛ ବଢ଼ି ନ ଥିବାରୁ ପରିବେଶଗତ ସନ୍ତୁଳନ ରକ୍ଷା ହୋଇପାରି ନ ଥାଏ।
ମହାବଳ ବାଘ ବିଷୟକୁ ଫେରିଲେ ଓଡ଼ିଶାରେ ଏମାନଙ୍କ ସଂଖ୍ୟ ରହିଛି ମାତ୍ର ୨୮। ଜନସଂଖ୍ୟା ବୃଦ୍ଧି ଯୋଗୁ ଜଙ୍ଗଲକ୍ଷୟ, ଶିକାର ଓ ବାସସ୍ଥାନ ଅଭାବଜନିତ କାରଣରୁ ବାଘ ସଂଖ୍ୟା କମିବାରେ ଲାଗିଛି। ସମସ୍ତେ ଜାଣନ୍ତି ଯେ, ଖାଦ୍ୟଶୃଙ୍ଖଳର ଯେଉଁ ସର୍ବୋଚ୍ଚ ସ୍ତର ରହିଛି ତାହା ମଧ୍ୟରେ ବାଘର ସ୍ଥାନ ଅନନ୍ୟ। ବାଘ ଗୋଟେ ଶିକାରୀ ଜନ୍ତୁ ହୋଇଥିବାରୁ ସନ୍ତୁଳନତା ବଜାୟ ରଖିବାରେ ଏହାର ଆବଶ୍ୟକତା ଯଥେଷ୍ଟ। ଓଡ଼ିଶା କଥା ଦେଖିଲେ ଏଠାରେ କଲରାପତରିଆ ବାଘ ଶିକାର ଖବର ବାରମ୍ବାର ଶୁଣିବାକୁ ମିଳୁଛି। ଅତୀତରେ ମହାବଳ ବାଘ ସଂଖ୍ୟା ବୃଦ୍ଧି ସକାଶେ ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପକୁ ଗୁରୁତ୍ୱ ଦିଆଯାଇଥିଲା। ମଧ୍ୟପ୍ରଦେଶରୁ ଯେଉଁ ଦୁଇଟି ବାଘ ଅଣାଯାଇଥିଲା ସେଥିରୁ ‘ମହାବୀର’ ନାମକ ବାଘର ୧୪ ନଭେମ୍ବର ୨୦୧୮ରେ ସାତକୋଶିଆରେ ମୃତ୍ୟୁ ଘଟିଥିବା ବେଳେ ବାଘୁଣୀ ‘ସୁନ୍ଦରୀ’କୁ ବନ ବିଭାଗ ୨୩ ମାର୍ଚ୍ଚ ୨୦୨୧ରେ ବାନ୍ଧବଗଡ଼କୁ ଫେରାଇ ଦେଇଥିଲା। ମହାବୀରର ମୃତ୍ୟୁ ଶିକାରଜନିତ ବୋଲି ଆଲୋଚନା ହୋଇଥିଲେ ମଧ୍ୟ ତାହା ସ୍ପଷ୍ଟ ହୋଇପାରି ନାହିଁ। ତେଣୁ ବାଘବଂଶ ହ୍ରାସ ସୁରକ୍ଷାଜନିତ ଅବହେଳା କାରଣରୁ ଘଟୁଛି ବୋଲି କୁହାଯାଉଛି। ସମଗ୍ର ଭାରତ କଥା ଦେଖିଲେ ଅପେକ୍ଷାକୃତ ଭାବେ ମଧ୍ୟପ୍ରଦେଶରେ ଜଙ୍ଗଲ ଓ ଜୀବଜନ୍ତୁଙ୍କ ସୁରକ୍ଷା ଭଲ ରହିଛି। ସମ୍ଭବତଃ ସେଥିପାଇଁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ନିକଟରେ ନାମ୍ବିଆ ଓ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିବା ଯଥାକ୍ରମେ ୮ ଓ ୧୨ଟି ଚିତା ବାଘକୁ ରଖାଯିବାର ବ୍ୟବସ୍ଥା କରାଯାଇଛି। ଅନେକ କୋଟି ଟଙ୍କା ଖର୍ଚ୍ଚ କରାଯାଇ ବିଦେଶରୁ ଅଣାଯାଇଥିବା ଚିତାଗୁଡ଼ିକ ଏଠାକାର ଜଳବାୟୁରେ ଖାପ ଖାଇ କିଭଳି ବଢ଼ିବେ ତାହା ଦେଖିବାର ଅଛି। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ)ର ଏକ ରିପୋର୍ଟ ଅନୁସାରେ ୨୦୧୨ରୁ ୨୦୨୦ ମଧ୍ୟରେ ୮୫୭ ବାଘଙ୍କର ମୃତ୍ୟୁ ଘଟିଛି। ୨୦୨୧ରେ ଭାରତରେ ୧୨୧ ବାଘଙ୍କ ମୃତ୍ୟୁ ଘଟିବା ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଥିଲା।
ଓଡ଼ିଶା ହେଉ ବା କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଜୀବଜନ୍ତୁଙ୍କ ଶିକାରଜନିତ ମୃତ୍ୟୁକୁ ଘୋଡ଼ାଇବାରେ ବ୍ୟସ୍ତ। ଅପାରଗତାକୁ ଲୁଚାଇବା ପାଇଁ ଯେତେ ସଫେଇ ଦିଆଗଲେ ମଧ୍ୟ ବନ୍ୟଜନ୍ତୁଙ୍କ ସଂଖ୍ୟା ହ୍ରାସ ପରିବେଶ ପାଇଁ ଏକ ବିପଦ ସୃଷ୍ଟି କରିଛି। ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ସମଗ୍ର ଜୀବସତ୍ତାକୁ କଲବଲ କରିଦେଲାଣି। ଏଭଳି ସମୟରେ ଜୈବବିବିଧତା ଅଧିକ ବିଗିଡ଼ିଗଲେ ଆଗକୁ ଭୟଙ୍କର ବିପର୍ଯ୍ୟୟ ମାଡ଼ିଆସିବା ଥୟ।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri