ଶିମିଳିପାଳକୁ ଫେରୁନାହାନ୍ତି ବନ୍ୟପ୍ରାଣୀ

ବାରିପଦା ଅଫିସ,୧।୩: ଅଧିକାରୀଙ୍କ ଅପାରଗତାରୁ ଅସୁରକ୍ଷିତ ହୋଇ ପଡ଼ିଛି ଶିମିଳିପାଳ ଅଭୟାରଣ୍ୟ। ଶତ୍ରୁ ସାଜିଛନ୍ତି ଶିକାରୀ ଓ ବନ କର୍ମଚାରୀ। ଜୀବନ ବଞ୍ଚାଇବାକୁ ଦିଗହରା ହୋଇ ପଡ଼ୁଛନ୍ତି ବନ୍ୟପ୍ରାଣୀ। କୋର୍‌ ଏରିଆ ଭଳି ସୁରକ୍ଷିତ ସ୍ଥାନରେ ବସବାସ କରୁଥିବା ମହାବଳ ବାଘ ଜନବସତି ମୁହଁା ହେବା ସହ ପଡ଼ୋଶୀ କେନ୍ଦୁଝର ଜିଲାରେ ଆତଙ୍କ ସୃଷ୍ଟି କରିବା ଚିନ୍ତାର କାରଣ ପାଲଟିଛି। ହାତୀ ଓ ଅନ୍ୟାନ୍ୟ ବନ୍ୟପ୍ରାଣୀ ଅଭୟାରଣ୍ୟ ଛାଡ଼ି ସଂରକ୍ଷିତ ଜଙ୍ଗଲରେ ରହିବାକୁ ପସନ୍ଦ କରୁଛନ୍ତି। ଶିକାରୀଙ୍କ ଗୁଳି ଶବ୍ଦରେ ଭୟଭୀତ ଅନେକ ବନ୍ୟପ୍ରାଣୀ ଶିମିଳିପାଳ ଫେରୁ ନାହାନ୍ତି। ଏଭଳି ସମସ୍ୟା ଲାଗି ରହିଲେ ଶିମିଳିପାଳ ପ୍ରାଣୀ ଶୂନ୍ୟ ହେବା ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ ବୋଲି ପ୍ରାଣୀ ପ୍ରେମୀମାନେ ମତ ଦେଇଛନ୍ତି।
ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଜେନାବିଲ ରେଞ୍ଜ ଗୁରୁଣ୍ଡିଆ ସେକ୍ସନ ଅଞ୍ଚଳରେ ଦନ୍ତାହାତୀ ଶିକାର ଓ ପୋଡ଼ି ଘଟଣାରେ ୩ ବନକର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରି ବନବିଭାଗ ଚୁପ୍‌ ରହିଛି। ହାତୀ ପୋଡ଼ିରେ ୧୫ରୁ ଊର୍ଦ୍ଧ୍ୱ କର୍ମଚାରୀ ସାମିଲ ଥିବା ବେଳେ ମାତ୍ର ୩ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଅନ୍ୟ କର୍ମଚାରୀମାନଙ୍କୁ ବନବିଭାଗ ଘଣ୍ଟ ଘୋଡ଼ାଇ ଦୋଷମୁକ୍ତ କରିବାକୁ ପ୍ରୟାସ କରୁଥିବା ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି ା ସେହିପରି ଉକ୍ତ ଡିଭିଜନର ପିଠାବଟା ରେଞ୍ଜ ବାଲିଖାଇ ସେକ୍ସନ ଗୋପୀନାଥପୁର ବିଟ୍‌ ଅଞ୍ଚଳରେ ଏକ ଦନ୍ତାହାତୀର ଶୁଣ୍ଢ ଓ ଦାନ୍ତ ଲୁଟ୍‌ ଘଟଣାରେ ବନବିଭାଗର ନିଷ୍କ୍ରିୟତା ପଦାରେ ପଡ଼ିଛି। ୨୦ଦିନ ବିତିବା ପରେ ମଧ୍ୟ ଶିକାରୀଙ୍କୁ ଧରିବାରେ ବନବିଭାଗ ଫେଲ୍‌ ମାରିଛି। ବିଭାଗୀୟ ରିପୋର୍ଟ ଅନୁଯାୟୀ କର୍ମଚାରୀମାନେ ଜଙ୍ଗଲ ମଧ୍ୟରେ ହଜାର ହଜାର କି.ମି ଚାଲି ଚାଲି ଡ୍ୟୁଟି କରୁଥିବା ବେଳେ ଶିକାରୀମାନେ ଅଭୟାରଣ୍ୟରେ ପଶି କିପରି ହରିଣ, ଶମ୍ବର, ବାଘ ଓ ହାତୀ ଶିକାର କରୁଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି ା
ସେହିପରି ୨ମାସ ମଧ୍ୟରେ ତିନୋଟି ବାଘ ଛାଲ ଜବତ ଘଟଣା ପରେ ବନ୍ୟପ୍ରାଣୀଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଅସୁରକ୍ଷିତ ହୋଇ ପଡ଼ିଥିବା ସ୍ପଷ୍ଟ ହୋଇଛି। କୋର ଅଞ୍ଚଳରେ ବସବାସ କରୁଥିବା ମହାବଳ ବାଘ ଗଁା ମୁହଁା ହେବା ବନ ବିଭାଗର ଚିନ୍ତା ବଢ଼ାଇଛି। ଶିକାରୀମାନେ ବାଘର ଗତିବିଧିକୁ ନଜର କରି କୋର ଅଞ୍ଚଳରେ ପ୍ରବେଶ କରୁଥିବାରୁ ହିଂସ୍ର ଜନ୍ତୁମାନେ ଜୀବନ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରୁଥିବା ଭଞ୍ଜସେନାର ଜିଲା ସଭାପତି ପିଣ୍ଟୁୁ ମାଇତି କହିଛନ୍ତି। ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀ ମୁହଁ ଖୋଲୁ ନ ଥିବା ପରିତାପର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ଧାରରେ ପାଙ୍ଗାଲି ଗ୍ରାମବାସୀ, ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇ କହିଲେ…

ଦାରିଙ୍ଗବାଡ଼ି,୩ା୭(ଅରୁଣ ସାହୁ): ଦିନେ କି ଦୁଇ ଦିନ ନୁହଁ ଗତ ୪ ଦିନ ବିତିଲା ଏକ ଅନୁସୂଚିତ ଜନଜାତି ବସବାସ କରୁଥିବା ଦୁର୍ଗମ ଗ୍ରାମ ଅନ୍ଧାରରେ ରହିଛି…

ଦୁଇ ବାଇକ୍‌ ମୁହାଁମୁହିଁ, ଜଣଙ୍କ ଜୀବନ ଗଲା, ୨ ଗୁରୁତରଙ୍କୁ…

ମୋହନା,୩ା୭(ମନ୍ମଥ ମିଶ୍ର): ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗଜପତି ଜିଲା ମୋହନା ଥାନା ୩୨୬ ଜାତୀୟ…

ପିଲାଦିନର ବନ୍ଧୁଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଲେ ବାଚସ୍ପତି: ପରିବାର ଲୋକଙ୍କୁ ଭେଟି କହିଲେ…

ନୂଆଦିଲ୍ଲୀ,୩।୭: କୋଟା-ବୁନ୍ଦିର ଏମ୍‌ପି ତଥା ଲୋକ ସଭା ବାଚସ୍ପତି ଓମ ବିର୍ଲା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସେ…

ପ୍ରଧାନମନ୍ତ୍ରୀ ମୋଦି ଅମରନାଥ ଯାତ୍ରୀଙ୍କୁ ଲେଖିଲେ ଚିଠି, ୫ ପ୍ରତିଜ୍ଞା ନେବାକୁ କଲେ ଅନୁରୋଧ

ନୂଆଦିଲ୍ଲୀ,୩।୭: ଶୁକ୍ରବାର ଅମରନାଥ ଯାତ୍ରା ଆରମ୍ଭ ହୋଇଛି। ପ୍ରଥମ ଦଳରେ ଶହ ଶହ ତୀର୍ଥଯାତ୍ରୀ ‘ବାବା ବର୍ଫାନୀ’ଙ୍କ ଆଶୀର୍ବାଦ ନେବାକୁ ବାହାରିଛନ୍ତି। ଏହି ଅବସରରେ, ପ୍ରଧାନମନ୍ତ୍ରୀ ମୋଦି…

EPF ଖାତାଧାରୀଙ୍କ ପାଇଁ ବଡ଼ ଖବର! ୧୮୦୦ରୁ ଅଧିକ ଜମା ଆଉ ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ,୩।୭: ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ନୂତନ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (EPF) ଯୋଜନା-୨୦୨୬ ଅଧୀନରେ ୧୫,୦୦୦ ମାସିକ ମଜୁରୀ ସୀମା ଅତିକ୍ରମ କରିବାକୁ ସ୍ୱେଚ୍ଛାକୃତ କରିଛି।…

ଛାତିଥରା ଦୁର୍ଘଟଣା; ଭାରସାମ୍ୟ ହରାଇ ଘାଇକୁ ଖସିଲା ବସ୍, ୪୦ମୃତ

ଇସଲାମବାଦ୍,୩ା୭: ଶୁକ୍ରବାର ସକାଳେ ପାକିସ୍ତାନର ଦକ୍ଷିଣ-ପଶ୍ଚିମ ଭାଗରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ଅତି କମରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ…

ପୋଷ୍ଟ ଅଫିସ୍‌ର ଏହି ସ୍କିମ୍‌ରେ ନିବେଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି: କେବଳ ସୁଧରେ ହିଁ ହୋଇଯାଏ ଲକ୍ଷ ଲକ୍ଷ ଟଙ୍କା ରୋଜଗାର

ନୂଆଦିଲ୍ଲୀ,୩।୭: ସୁରକ୍ଷିତ ଭବିଷ୍ୟତ ପାଇଁ ସଠିକ ସମୟରେ ସଠିକ ସ୍ଥାନରେ ଟଙ୍କା ନିବେଶ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ନିଶ୍ଚିତ କରେ ଯେ, ଆପଣଙ୍କୁ ଆର୍ଥିକ ଜରୁରୀକାଳୀନ…

ପୁଣି ବଢ଼ିଲା ନବୀନ-ପାଣ୍ଡିଆନଙ୍କ ଅଡୁଆ, ହେଲିକପ୍ଟରରେ ବୁଲିଛନ୍ତି ଏତିକି ଥର, କୋର୍ଟଙ୍କ ସମନ ପରେ…

ଭୁବନେଶ୍ୱର,୩ା୭: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ କାର୍ତ୍ତିକ ପାଣ୍ଡିଆନଙ୍କ ଅଡୁଆ ପୁଣି ବଢ଼ିଛି। ହେଲିକପ୍ଟରରେ ବୁଲା ଖର୍ଚ୍ଚ ମାମଲାରେ ଖୋର୍ଦ୍ଧା ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri