ଶିମିଳିପାଳକୁ ଫେରୁନାହାନ୍ତି ବନ୍ୟପ୍ରାଣୀ

ବାରିପଦା ଅଫିସ,୧।୩: ଅଧିକାରୀଙ୍କ ଅପାରଗତାରୁ ଅସୁରକ୍ଷିତ ହୋଇ ପଡ଼ିଛି ଶିମିଳିପାଳ ଅଭୟାରଣ୍ୟ। ଶତ୍ରୁ ସାଜିଛନ୍ତି ଶିକାରୀ ଓ ବନ କର୍ମଚାରୀ। ଜୀବନ ବଞ୍ଚାଇବାକୁ ଦିଗହରା ହୋଇ ପଡ଼ୁଛନ୍ତି ବନ୍ୟପ୍ରାଣୀ। କୋର୍‌ ଏରିଆ ଭଳି ସୁରକ୍ଷିତ ସ୍ଥାନରେ ବସବାସ କରୁଥିବା ମହାବଳ ବାଘ ଜନବସତି ମୁହଁା ହେବା ସହ ପଡ଼ୋଶୀ କେନ୍ଦୁଝର ଜିଲାରେ ଆତଙ୍କ ସୃଷ୍ଟି କରିବା ଚିନ୍ତାର କାରଣ ପାଲଟିଛି। ହାତୀ ଓ ଅନ୍ୟାନ୍ୟ ବନ୍ୟପ୍ରାଣୀ ଅଭୟାରଣ୍ୟ ଛାଡ଼ି ସଂରକ୍ଷିତ ଜଙ୍ଗଲରେ ରହିବାକୁ ପସନ୍ଦ କରୁଛନ୍ତି। ଶିକାରୀଙ୍କ ଗୁଳି ଶବ୍ଦରେ ଭୟଭୀତ ଅନେକ ବନ୍ୟପ୍ରାଣୀ ଶିମିଳିପାଳ ଫେରୁ ନାହାନ୍ତି। ଏଭଳି ସମସ୍ୟା ଲାଗି ରହିଲେ ଶିମିଳିପାଳ ପ୍ରାଣୀ ଶୂନ୍ୟ ହେବା ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ ବୋଲି ପ୍ରାଣୀ ପ୍ରେମୀମାନେ ମତ ଦେଇଛନ୍ତି।
ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଜେନାବିଲ ରେଞ୍ଜ ଗୁରୁଣ୍ଡିଆ ସେକ୍ସନ ଅଞ୍ଚଳରେ ଦନ୍ତାହାତୀ ଶିକାର ଓ ପୋଡ଼ି ଘଟଣାରେ ୩ ବନକର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରି ବନବିଭାଗ ଚୁପ୍‌ ରହିଛି। ହାତୀ ପୋଡ଼ିରେ ୧୫ରୁ ଊର୍ଦ୍ଧ୍ୱ କର୍ମଚାରୀ ସାମିଲ ଥିବା ବେଳେ ମାତ୍ର ୩ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଅନ୍ୟ କର୍ମଚାରୀମାନଙ୍କୁ ବନବିଭାଗ ଘଣ୍ଟ ଘୋଡ଼ାଇ ଦୋଷମୁକ୍ତ କରିବାକୁ ପ୍ରୟାସ କରୁଥିବା ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି ା ସେହିପରି ଉକ୍ତ ଡିଭିଜନର ପିଠାବଟା ରେଞ୍ଜ ବାଲିଖାଇ ସେକ୍ସନ ଗୋପୀନାଥପୁର ବିଟ୍‌ ଅଞ୍ଚଳରେ ଏକ ଦନ୍ତାହାତୀର ଶୁଣ୍ଢ ଓ ଦାନ୍ତ ଲୁଟ୍‌ ଘଟଣାରେ ବନବିଭାଗର ନିଷ୍କ୍ରିୟତା ପଦାରେ ପଡ଼ିଛି। ୨୦ଦିନ ବିତିବା ପରେ ମଧ୍ୟ ଶିକାରୀଙ୍କୁ ଧରିବାରେ ବନବିଭାଗ ଫେଲ୍‌ ମାରିଛି। ବିଭାଗୀୟ ରିପୋର୍ଟ ଅନୁଯାୟୀ କର୍ମଚାରୀମାନେ ଜଙ୍ଗଲ ମଧ୍ୟରେ ହଜାର ହଜାର କି.ମି ଚାଲି ଚାଲି ଡ୍ୟୁଟି କରୁଥିବା ବେଳେ ଶିକାରୀମାନେ ଅଭୟାରଣ୍ୟରେ ପଶି କିପରି ହରିଣ, ଶମ୍ବର, ବାଘ ଓ ହାତୀ ଶିକାର କରୁଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି ା
ସେହିପରି ୨ମାସ ମଧ୍ୟରେ ତିନୋଟି ବାଘ ଛାଲ ଜବତ ଘଟଣା ପରେ ବନ୍ୟପ୍ରାଣୀଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଅସୁରକ୍ଷିତ ହୋଇ ପଡ଼ିଥିବା ସ୍ପଷ୍ଟ ହୋଇଛି। କୋର ଅଞ୍ଚଳରେ ବସବାସ କରୁଥିବା ମହାବଳ ବାଘ ଗଁା ମୁହଁା ହେବା ବନ ବିଭାଗର ଚିନ୍ତା ବଢ଼ାଇଛି। ଶିକାରୀମାନେ ବାଘର ଗତିବିଧିକୁ ନଜର କରି କୋର ଅଞ୍ଚଳରେ ପ୍ରବେଶ କରୁଥିବାରୁ ହିଂସ୍ର ଜନ୍ତୁମାନେ ଜୀବନ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରୁଥିବା ଭଞ୍ଜସେନାର ଜିଲା ସଭାପତି ପିଣ୍ଟୁୁ ମାଇତି କହିଛନ୍ତି। ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀ ମୁହଁ ଖୋଲୁ ନ ଥିବା ପରିତାପର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri