ପ୍ରଥମ ଦିନରେ ଟିକେଟ ଶେଷ

କଟକ ଅଫିସ, ୧୦ା୬: ବାରବାଟୀ ଷ୍ଟାଡିୟମରେ ଆସନ୍ତା ୧୨ ତାରିଖରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ ଟି୨୦ମ୍ୟାଚ୍‌ ପାଇଁ ପ୍ରଥମ ଦିନରେ ଟିକେଟ ବିକ୍ରି ଶେଷ ହୋଇଛି। ଗୁରୁବାର ସକାଳ ୯ଟାରୁ କାଉଣ୍ଟରରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଥିଲା। ଏଥିପାଇଁ ମୋଟ୍‌ ୯ଟି କାଉଣ୍ଟର କରାଯାଇଥିଲା। ପୁରୁଷଙ୍କ ପାଇଁ ୭ଟି କାଉଣ୍ଟର ବ୍ୟବସ୍ଥା କରାଯାଇଥିବାବେଳେ ମହିଳାଙ୍କ ଲାଗି ୨ଟି ସ୍ବତନ୍ତ୍ର କାଉଣ୍ଟର କରାଯାଇଥିଲା। କେବଳ କଟକ ନୁହେଁ ପୁରୀ, ବଲାଙ୍ଗୀର, ମାଲକାନଗିରି ଆଦି ସ୍ଥାନରୁ ଲୋକେ ଆସି ଏଠାରେ ଧାଡ଼ିରେ ଛିଡ଼ା ହୋଇଥିଲେ। ବୁଧବାର ରାତିରୁ ଷ୍ଟାଡିୟମ ଟିକେଟ କାଉଣ୍ଟର ସମ୍ମୁଖରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଗୁରୁବାର ସକାଳୁ ଟିକେଟ ପାଇଁ ଲୋକଙ୍କ ଏତେ ଲମ୍ବା ଧାଡ଼ି ଲାଗିଥିଲା ଯେ ସ୍ଥିତି ନିୟନ୍ତ୍ରଣ କରିବା ପୋଲିସ ପାଇଁ କାଠିକର ପାଠ ହୋଇଥିଲା। ବିଶେଷ କରି ୩ନଂ. କାଉଣ୍ଟର ସମ୍ମୁଖରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ମଧ୍ୟାହ୍ନରେ ମହିଳାଙ୍କ ପାଇଁ ହୋଇଥିବା ଧାଡ଼ିରେ ଠେଲାପେଲା ସହ ମାଡ଼ ମରାମରି ସ୍ଥିତି ଉପୁଜିବାରୁ ପୋଲିସ କିଛି ସମୟ ପାଇଁ ଲାଠି ଚାର୍ଜ କରିଥିଲା। ଘଣ୍ଟା ଘଣ୍ଟା ଧରି ଟିକେଟ ପାଇଁ ଅପେକ୍ଷା କରିଥିଲେ ମଧ୍ୟ ଅନେକଙ୍କୁ ଖାଲି ହାତରେ ନିରାଶ ହୋଇ ଫେରିଥିବା ଦେଖିବା ମିଳିଥିଲା।
ଗୁରୁବାର ଟିକେଟ୍‌ ବିକ୍ରି ପାଇଁ କାଉଣ୍ଟର ଆଗରେ ବ୍ୟାରିକେଡର ବ୍ୟବସ୍ଥା କରାଯାଇଥିଲା। ୧୨ହଜାର ଟିକେଟ ବିକ୍ରି ହେବାକୁ ଥିବାବେଳେ ପ୍ରାୟ ୩୫ରୁ ୪୦ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ପ୍ରବଳ ଗରମ ସହ ଅସହ୍ୟ ଗୁଳୁଗୁଳି ଅନୁଭୂତି ହେଉ ଥିବାବେଳେ ଲୋକଙ୍କ ସୁବିଧା ପାଇଁ ପାଣି ସ୍ପ୍ରେ କରାଯାଇଥିଲା। ସେହିପରି ଦୀର୍ଘ ସମୟ ହେବ ଧାଡ଼ିରେ ଛିଡ଼ା ହେବାରୁ ଲୋକମାନେ ପାଣି ପାଇଁ ଡହଳବିକଳ ହୋଇଥିଲେ। ତେବେ ଡିସିପି ପିନାକ ମିଶ୍ର ବୁଲି ବୁଲି ଲୋକଙ୍କୁ ପାଣି ଦେଇଥିବା ଦେଖିବାକୁ ମିଳିଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଗୁରୁବାର ସମସ୍ତ ଟିକେଟ ଶେଷ ହୋଇଥିବା ବେଳେ ଅନ୍‌ଲାଇନରେ ଟିକେଟ ୧୨ ତାରିଖ ପର୍ଯ୍ୟନ୍ତ ମିଳିବ। କେମ୍ବ୍ରିଜ ସ୍କୁଲ ଓ ଖ୍ରୀଷ୍ଟ କଲେଜରେ ନିଜ ଟିକଟ ନେଇ ପାରିବେ ଦର୍ଶକ।

ମହିଳାଙ୍କ ମାଧ୍ୟମରେ ଟିକେଟ କଳାବଜାର
ସହରରେ ଥିବା ବିଭିନ୍ନ ବସ୍ତିରୁ ମହିଳାମାନେ ଆସି ଟିକେଟ କିଣିବାକୁ ଲମ୍ବା ଧାଡି ଲଗାଇଥିବା ଦେଖିବାକୁ ମିଳିଥିଲା। ଏପରିକି ଗାଡ଼ିରେ ବୋଝେଇ ହୋଇ ଆଠଗଡ଼, ବାଙ୍କୀ ଆଦି ଅଞ୍ଚଳରୁ ଆସି ମହିଳାମାନେ ଲାଇନରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ହେଲେ ଆଶ୍ଚର୍ଯ୍ୟର ବିଷୟ ଯେ ଲାଇନରେ ଛିଡ଼ା ହୋଇଥିବା ମହିଳାଙ୍କୁ ଖେଳ ସମ୍ବନ୍ଧରେ ପଚାରିବାରୁ ସେମାନେ କିଛି ଜାଣି ନ ଥିବା କହୁଥିବା ଦେଖିବାକୁ ମିଳିଥିଲା। ଏପରି କି କେବେ ଖେଳ ହେଉଛି, କାହା କାହା ମଧ୍ୟରେ ହେଉଛି ଏନେଇ ପ୍ରଶ୍ନ ପଚାରିବାରୁ ତାଙ୍କ ନିକଟରେ କୌଣସି ଉତ୍ତର ନ ଥିଲା।
୩ନଂ. କାଉଣ୍ଟରରେ ଅସମ୍ଭାଳ ଭିଡ଼
ଟିକେଟ ବିକ୍ରି ପାଇଁ ୯ଟି କାଉଣ୍ଟର କରାଯାଇଥିବାବେଳେ ୧ନଂ. କାଉଣ୍ଟରରେ ଏସି ବକ୍ସ, ସ୍ପେଶିଆଲ ଏନକ୍ଲୋଜର, ନିୟୁ ପାଭିଲିଅନ ଏବଂ କର୍ପୋରେଟ ବକ୍ସ ପାଇଁ ଟିକେଟ ବିକ୍ରି ହୋଇଥିବାବେଳେ ୩ ନଂ କାଉଣ୍ଟରରେ ୧,୨,୩, ୫, ୭ ଗ୍ୟାଲେରି ପାଇଁ ଟିକେଟ ବିକ୍ରି କରାଯାଉଥିଲା। ୩ ନଂ. କାଉଣ୍ଟରରେ ମହିଳାଙ୍କ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା। ଏହି ଭିଡ଼ ମଧ୍ୟରେ ଟିକେଟ କଳା ବଜାର କରିବା ପାଇଁ ମହିଳାଙ୍କୁ ମାଧ୍ୟମ କରାଯାଇଥିଲା। ମହିଳାମାନେ ଟିକେଟ କିଣି କାଉଣ୍ଟର ବାହାରେ ଛିଡ଼ା ହେଇଥିବା ନିଜ ସମ୍ପର୍କୀୟମାନଙ୍କୁ ଦେଇ ପୁଣି ଆସି ଲାଇନ ଲଗାଉଥିଲେ। ଉକ୍ତ ସମ୍ପର୍କୀୟମାନେ ସେ ଟିକେଟ ନେଇ ନିର୍ଦ୍ଧାରିତ ଦରର ବହୁ ଅଧିକରେ ବିକ୍ରି କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।
ଭିନ୍ନକ୍ଷମ କିଣିଲେ ଟିକେଟ
ବାରବାଟୀରେ ଅନୁଷ୍ଠିତ ହେବାକୁଥିବା ମ୍ୟାଚ୍‌ ନେଇ ପିଲାଙ୍କ ଠାରୁ ବୃଦ୍ଧା ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଉସତ୍ାହ ଦେଖିବାକୁ ମିଳିଛି। ତେବେ ଏଥିରୁ ବାଦ୍‌ ପଡ଼ି ନାହାନ୍ତି ଭିନ୍ନକ୍ଷମ। ଦୃଷ୍ଟିହୀନ, ଶାରୀରିକ ଭିନ୍ନକ୍ଷମମାନେ ମା୍ୟଚ ଦେଖିବା ଏବଂ ଶୁଣିବା ପାଇଁ ଟିକେଟ କିଣିଛନ୍ତି। ଦୃଷ୍ଟିହୀନ ଯଶୋବନ୍ତ ସାହୁ କହିଛନ୍ତି, ଖେଳ ଦେଖି ନ ପାରିଲେ ବି ଗ୍ୟାଲେରି ବସି ଏହାର ଅନୁଭୁତି ନେଇ ପାରିବି। ଏହା ମୋର ପ୍ରଥମ ମ୍ୟାଚ୍‌, ଯାହା ପାଇଁ ମୁଁ ବେଶ୍‌ ଉସତ୍ାହିତ। ତେବେ ପ୍ରାୟ ୨୦ରୁ ୩୦ ଭିନ୍ନକ୍ଷମ ଟିକେଟ କିଣିଛନ୍ତି।

ଟିକେଟ ନେଇ ମହିଳାଙ୍କ ମଧ୍ୟରେ ଧସ୍ତାଧସ୍ତି
୨ବର୍ଷ ପରେ ବାରବାଟୀରେ ଖେଳ ହେଉଥିବାରୁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ବେଶ୍‌ ଉସତ୍ାହ ଦେଖିବାକୁ ମିଳିଛି। ଟିକେଟ କିଣିବା ପାଇଁ ବେଶ ଭିଡ ପରିଲକ୍ଷିତ ହୋଇଥିଲା। ସେହିପରି ଧାଡ଼ିରେ ଛିଡ଼ା ହେବାକୁ ନେଇ କେତେଜଣ ଯୁବତୀ ହାତାହାତି ମଧ୍ୟ ହୋଇଥିଲେ। ଠେଲାପେଲା, ପାଟିତୁଣ୍ଡ ସହ ଲୋକଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା ା ଏଥିପାଇଁ ପୋଲିସକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ଉପସ୍ଥିତ ମହିଳା ପୋଲିସ୍‌ କର୍ମୀ ସେମାନଙ୍କୁ ବୁଝାଇ ଛିଡ଼ା କରାଇଥିଲେ ା ତେବେ ପରିସ୍ଥିତି ଜଟିଳ ହେବାରୁ ମହିଳାଙ୍କ ଉପରେ ଲାଠି ଚାର୍ଚ୍ଚ କରାଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?