ପ୍ରଥମ ଦିନରେ ଟିକେଟ ଶେଷ

କଟକ ଅଫିସ, ୧୦ା୬: ବାରବାଟୀ ଷ୍ଟାଡିୟମରେ ଆସନ୍ତା ୧୨ ତାରିଖରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ ଟି୨୦ମ୍ୟାଚ୍‌ ପାଇଁ ପ୍ରଥମ ଦିନରେ ଟିକେଟ ବିକ୍ରି ଶେଷ ହୋଇଛି। ଗୁରୁବାର ସକାଳ ୯ଟାରୁ କାଉଣ୍ଟରରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଥିଲା। ଏଥିପାଇଁ ମୋଟ୍‌ ୯ଟି କାଉଣ୍ଟର କରାଯାଇଥିଲା। ପୁରୁଷଙ୍କ ପାଇଁ ୭ଟି କାଉଣ୍ଟର ବ୍ୟବସ୍ଥା କରାଯାଇଥିବାବେଳେ ମହିଳାଙ୍କ ଲାଗି ୨ଟି ସ୍ବତନ୍ତ୍ର କାଉଣ୍ଟର କରାଯାଇଥିଲା। କେବଳ କଟକ ନୁହେଁ ପୁରୀ, ବଲାଙ୍ଗୀର, ମାଲକାନଗିରି ଆଦି ସ୍ଥାନରୁ ଲୋକେ ଆସି ଏଠାରେ ଧାଡ଼ିରେ ଛିଡ଼ା ହୋଇଥିଲେ। ବୁଧବାର ରାତିରୁ ଷ୍ଟାଡିୟମ ଟିକେଟ କାଉଣ୍ଟର ସମ୍ମୁଖରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଗୁରୁବାର ସକାଳୁ ଟିକେଟ ପାଇଁ ଲୋକଙ୍କ ଏତେ ଲମ୍ବା ଧାଡ଼ି ଲାଗିଥିଲା ଯେ ସ୍ଥିତି ନିୟନ୍ତ୍ରଣ କରିବା ପୋଲିସ ପାଇଁ କାଠିକର ପାଠ ହୋଇଥିଲା। ବିଶେଷ କରି ୩ନଂ. କାଉଣ୍ଟର ସମ୍ମୁଖରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ମଧ୍ୟାହ୍ନରେ ମହିଳାଙ୍କ ପାଇଁ ହୋଇଥିବା ଧାଡ଼ିରେ ଠେଲାପେଲା ସହ ମାଡ଼ ମରାମରି ସ୍ଥିତି ଉପୁଜିବାରୁ ପୋଲିସ କିଛି ସମୟ ପାଇଁ ଲାଠି ଚାର୍ଜ କରିଥିଲା। ଘଣ୍ଟା ଘଣ୍ଟା ଧରି ଟିକେଟ ପାଇଁ ଅପେକ୍ଷା କରିଥିଲେ ମଧ୍ୟ ଅନେକଙ୍କୁ ଖାଲି ହାତରେ ନିରାଶ ହୋଇ ଫେରିଥିବା ଦେଖିବା ମିଳିଥିଲା।
ଗୁରୁବାର ଟିକେଟ୍‌ ବିକ୍ରି ପାଇଁ କାଉଣ୍ଟର ଆଗରେ ବ୍ୟାରିକେଡର ବ୍ୟବସ୍ଥା କରାଯାଇଥିଲା। ୧୨ହଜାର ଟିକେଟ ବିକ୍ରି ହେବାକୁ ଥିବାବେଳେ ପ୍ରାୟ ୩୫ରୁ ୪୦ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ପ୍ରବଳ ଗରମ ସହ ଅସହ୍ୟ ଗୁଳୁଗୁଳି ଅନୁଭୂତି ହେଉ ଥିବାବେଳେ ଲୋକଙ୍କ ସୁବିଧା ପାଇଁ ପାଣି ସ୍ପ୍ରେ କରାଯାଇଥିଲା। ସେହିପରି ଦୀର୍ଘ ସମୟ ହେବ ଧାଡ଼ିରେ ଛିଡ଼ା ହେବାରୁ ଲୋକମାନେ ପାଣି ପାଇଁ ଡହଳବିକଳ ହୋଇଥିଲେ। ତେବେ ଡିସିପି ପିନାକ ମିଶ୍ର ବୁଲି ବୁଲି ଲୋକଙ୍କୁ ପାଣି ଦେଇଥିବା ଦେଖିବାକୁ ମିଳିଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଗୁରୁବାର ସମସ୍ତ ଟିକେଟ ଶେଷ ହୋଇଥିବା ବେଳେ ଅନ୍‌ଲାଇନରେ ଟିକେଟ ୧୨ ତାରିଖ ପର୍ଯ୍ୟନ୍ତ ମିଳିବ। କେମ୍ବ୍ରିଜ ସ୍କୁଲ ଓ ଖ୍ରୀଷ୍ଟ କଲେଜରେ ନିଜ ଟିକଟ ନେଇ ପାରିବେ ଦର୍ଶକ।

ମହିଳାଙ୍କ ମାଧ୍ୟମରେ ଟିକେଟ କଳାବଜାର
ସହରରେ ଥିବା ବିଭିନ୍ନ ବସ୍ତିରୁ ମହିଳାମାନେ ଆସି ଟିକେଟ କିଣିବାକୁ ଲମ୍ବା ଧାଡି ଲଗାଇଥିବା ଦେଖିବାକୁ ମିଳିଥିଲା। ଏପରିକି ଗାଡ଼ିରେ ବୋଝେଇ ହୋଇ ଆଠଗଡ଼, ବାଙ୍କୀ ଆଦି ଅଞ୍ଚଳରୁ ଆସି ମହିଳାମାନେ ଲାଇନରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ହେଲେ ଆଶ୍ଚର୍ଯ୍ୟର ବିଷୟ ଯେ ଲାଇନରେ ଛିଡ଼ା ହୋଇଥିବା ମହିଳାଙ୍କୁ ଖେଳ ସମ୍ବନ୍ଧରେ ପଚାରିବାରୁ ସେମାନେ କିଛି ଜାଣି ନ ଥିବା କହୁଥିବା ଦେଖିବାକୁ ମିଳିଥିଲା। ଏପରି କି କେବେ ଖେଳ ହେଉଛି, କାହା କାହା ମଧ୍ୟରେ ହେଉଛି ଏନେଇ ପ୍ରଶ୍ନ ପଚାରିବାରୁ ତାଙ୍କ ନିକଟରେ କୌଣସି ଉତ୍ତର ନ ଥିଲା।
୩ନଂ. କାଉଣ୍ଟରରେ ଅସମ୍ଭାଳ ଭିଡ଼
ଟିକେଟ ବିକ୍ରି ପାଇଁ ୯ଟି କାଉଣ୍ଟର କରାଯାଇଥିବାବେଳେ ୧ନଂ. କାଉଣ୍ଟରରେ ଏସି ବକ୍ସ, ସ୍ପେଶିଆଲ ଏନକ୍ଲୋଜର, ନିୟୁ ପାଭିଲିଅନ ଏବଂ କର୍ପୋରେଟ ବକ୍ସ ପାଇଁ ଟିକେଟ ବିକ୍ରି ହୋଇଥିବାବେଳେ ୩ ନଂ କାଉଣ୍ଟରରେ ୧,୨,୩, ୫, ୭ ଗ୍ୟାଲେରି ପାଇଁ ଟିକେଟ ବିକ୍ରି କରାଯାଉଥିଲା। ୩ ନଂ. କାଉଣ୍ଟରରେ ମହିଳାଙ୍କ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା। ଏହି ଭିଡ଼ ମଧ୍ୟରେ ଟିକେଟ କଳା ବଜାର କରିବା ପାଇଁ ମହିଳାଙ୍କୁ ମାଧ୍ୟମ କରାଯାଇଥିଲା। ମହିଳାମାନେ ଟିକେଟ କିଣି କାଉଣ୍ଟର ବାହାରେ ଛିଡ଼ା ହେଇଥିବା ନିଜ ସମ୍ପର୍କୀୟମାନଙ୍କୁ ଦେଇ ପୁଣି ଆସି ଲାଇନ ଲଗାଉଥିଲେ। ଉକ୍ତ ସମ୍ପର୍କୀୟମାନେ ସେ ଟିକେଟ ନେଇ ନିର୍ଦ୍ଧାରିତ ଦରର ବହୁ ଅଧିକରେ ବିକ୍ରି କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।
ଭିନ୍ନକ୍ଷମ କିଣିଲେ ଟିକେଟ
ବାରବାଟୀରେ ଅନୁଷ୍ଠିତ ହେବାକୁଥିବା ମ୍ୟାଚ୍‌ ନେଇ ପିଲାଙ୍କ ଠାରୁ ବୃଦ୍ଧା ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଉସତ୍ାହ ଦେଖିବାକୁ ମିଳିଛି। ତେବେ ଏଥିରୁ ବାଦ୍‌ ପଡ଼ି ନାହାନ୍ତି ଭିନ୍ନକ୍ଷମ। ଦୃଷ୍ଟିହୀନ, ଶାରୀରିକ ଭିନ୍ନକ୍ଷମମାନେ ମା୍ୟଚ ଦେଖିବା ଏବଂ ଶୁଣିବା ପାଇଁ ଟିକେଟ କିଣିଛନ୍ତି। ଦୃଷ୍ଟିହୀନ ଯଶୋବନ୍ତ ସାହୁ କହିଛନ୍ତି, ଖେଳ ଦେଖି ନ ପାରିଲେ ବି ଗ୍ୟାଲେରି ବସି ଏହାର ଅନୁଭୁତି ନେଇ ପାରିବି। ଏହା ମୋର ପ୍ରଥମ ମ୍ୟାଚ୍‌, ଯାହା ପାଇଁ ମୁଁ ବେଶ୍‌ ଉସତ୍ାହିତ। ତେବେ ପ୍ରାୟ ୨୦ରୁ ୩୦ ଭିନ୍ନକ୍ଷମ ଟିକେଟ କିଣିଛନ୍ତି।

ଟିକେଟ ନେଇ ମହିଳାଙ୍କ ମଧ୍ୟରେ ଧସ୍ତାଧସ୍ତି
୨ବର୍ଷ ପରେ ବାରବାଟୀରେ ଖେଳ ହେଉଥିବାରୁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ବେଶ୍‌ ଉସତ୍ାହ ଦେଖିବାକୁ ମିଳିଛି। ଟିକେଟ କିଣିବା ପାଇଁ ବେଶ ଭିଡ ପରିଲକ୍ଷିତ ହୋଇଥିଲା। ସେହିପରି ଧାଡ଼ିରେ ଛିଡ଼ା ହେବାକୁ ନେଇ କେତେଜଣ ଯୁବତୀ ହାତାହାତି ମଧ୍ୟ ହୋଇଥିଲେ। ଠେଲାପେଲା, ପାଟିତୁଣ୍ଡ ସହ ଲୋକଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା ା ଏଥିପାଇଁ ପୋଲିସକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ଉପସ୍ଥିତ ମହିଳା ପୋଲିସ୍‌ କର୍ମୀ ସେମାନଙ୍କୁ ବୁଝାଇ ଛିଡ଼ା କରାଇଥିଲେ ା ତେବେ ପରିସ୍ଥିତି ଜଟିଳ ହେବାରୁ ମହିଳାଙ୍କ ଉପରେ ଲାଠି ଚାର୍ଚ୍ଚ କରାଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri