ଜମିଦାର ପରିବାରରେ ରକ୍ତର ଛିଟା: ୪ ଦିନର ଶିଶୁକନ୍ୟା କଥା ଭାବିଲେନି, ସ୍ତ୍ରୀଙ୍କୁ ମାରିଦେଲେ

ଭୁବନେଶ୍ୱର,୧୦।୬(ବ୍ୟୁରୋ): ପାରିବାରିକ କଳହକୁ ନେଇ ରାଜଧାନୀରେ ଗୋଟିଏ ପରେ ଗୋଟିଏ ଅଭାବନୀୟ ଘଟଣା ଘଟିବାରେ ଲାଗିଛି । କେଉଁଠି ବାପା ପୁଅକୁ ହତ୍ୟା କରୁଛି ତ ପୁଣି କେଉଁଠି ସ୍ବାମୀ ସ୍ତ୍ରୀକୁ , ଆଉ କେଉଁଠି ଭାଇ ଭାଇକୁ ହତ୍ୟା କରୁଛି। ଘରୋଇ କଳହରୁ ରାଗ ଏତେମାତ୍ରାରେ ବଢ଼ିଯାଉଛି ଯେ, ସବୁ ପ୍ରକାର ସମ୍ପର୍କ ତୁଚ୍ଛ ହୋଇଯାଉଛି। ଏଭଳି ଏକ ଘଟଣାକ୍ରମରେ ଭରତପୁର ଥାନା ଅନ୍ତର୍ଗତ ଘାଟିକିଆ ଗ୍ରାମରେ ଜଣେ ବ୍ୟକ୍ତି ୪ଦିନର ଶିଶୁ କନ୍ୟା କଥା ଚିନ୍ତା ନ କରି ସ୍ତ୍ରୀଙ୍କୁ ଧାରୁଆ ଛୁରିରେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଏପରି କି ୬ବର୍ଷର ଶିଶୁ କନ୍ୟାର ଗଳା କାଟି ହତ୍ୟା ଉଦ୍ୟମ କରିଛନ୍ତି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନ ଥିବାବେଳେ ନିଶା ପାଇଁ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ଅଭିଯୁକ୍ତ ସଞ୍ଜିତ ଦାସଙ୍କୁ କାବୁ କରି ବିଭିନ୍ନ ଦିଗକୁ ନେଇ ପଚରାଉଚରା କରୁଛି ପୋଲିସ ।

ନିଶା ଉଜାଡ଼ିଦେଲା ପରିବାର
ବର୍ତ୍ତମାନ ଘଟୁଥିବା ବିଭିନ୍ନ ଆପରାଧିକ କାର୍ଯ୍ୟକଳାପର ପ୍ରମୁଖ କାରଣ ହେଉଛି ନିଶା ସେବନ। ଯାହାର ଜ୍ୱଳନ୍ତ ଉଦାହରଣ ରାଜଧାନୀ ଭୁବନେଶ୍ୱର ଘାଟିିକିଆ ଅଞ୍ଚଳରେ ଦେଖିବାକୁ ମିଳିଛି। ନିଶାକୁ ଜୀବନର ସବୁ କିଛି ଭାବି ନିଜ ହସ ଖୁସିର ପରିବାରକୁ କ୍ଷଣିକରେ ସର୍ବନାଶ କରିଦେଇଛି । ସ୍ତ୍ରୀଙ୍କୁ ଛୁରିରେ ତଣ୍ଟି କାଟି ହତ୍ୟା କରିବା ପରେ ନିଜର ୬ ବର୍ଷର ଝିଅକୁ ମଧ୍ୟ ମାରିବାକୁ ଉଦ୍ୟମ କରିଛନ୍ତି ଅଭିଯୁକ୍ତ ସଞ୍ଜିତ ଦାସ।

ଜମିଦାର ପରିବାରରେ ରକ୍ତର ଛିଟା
ସ୍ତ୍ରୀ ହତ୍ୟାକାରୀ ସଞ୍ଜିତ ଏକ ଜମିଦାର ପରିବାରର। ପରିବାରରେ ଧନସମ୍ପତ୍ତିରେ ଅଭାବ ନ ଥିବାରୁ ସଞ୍ଜିତ ଟଙ୍କାର ଦୁରୁପୋଯୋଗ କରିଆସୁଥିଲେ। ଘରେ ଥିବା ଟଙ୍କା କିମ୍ବା ଗହଣାକୁ ବିକ୍ରି କରି ନିଶା ସେବନରେ ଉଡ଼ାଇ ଥିଲେ। ନିଶା ଖାଉଥିବାରୁ ପରିବାର ଲୋକେ ତାଙ୍କ ହାତରେ କେବେବି ଟଙ୍କା ଦେଉ ନ ଥିଲେ । ଫଳରେ ସଞ୍ଜିତ ପ୍ରତିଶୋଧ ପରାୟଣ ହେବା ସହ ପ୍ରାୟ ସମୟରେ ସ୍ତ୍ରୀ ସରସ୍ବତୀଙ୍କୁ ମାରଧର କରୁଥିଲେ। ଏପରିକି ସରସ୍ବତୀ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ସିନିୟର ନର୍ସ ଭାବେ ଚାକିରି କରି ଯାହା ଟଙ୍କା ରୋଜଗାର କରୁଥିଲେ ଉକ୍ତ ଟଙ୍କା ମଧ୍ୟ ନିଶାରେ ଉଡାଇ ଦେଉଥିଲେ ସଞ୍ଜିତ। ବୁଧବାର ବିଳମ୍ବିତ ରାତିରେ କୌଣସି କାରଣଙ୍କୁ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସଞ୍ଜିତ ସ୍ତ୍ରୀ ସରସ୍ବତୀଙ୍କୁ ଅତି ନିମର୍ମ ଭାବେ ହତ୍ୟା କରିଥିଲେ, ଯାହାକି ଜମିଦାର ପରିବାରରେ ରକ୍ତର ଛିଟା ଲାଗିଛି ବୋଲି ଗ୍ରାମବାସୀଙ୍କ ମୁହଁରୁ ଶୁଣିବାକୁ ମିଳୁଛି।

ହତ୍ୟାକାଣ୍ଡ ଭିଆଇବା ପରେ ବଖାଣିଲେ
ପାରିବାରିକ କଳହକୁ ନେଇ ଘର ଭିତରେ ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ୬ ବର୍ଷର ଝିଅର ତଣ୍ଟି ମଧ୍ୟ କାଟି ଦେଇ ଫେରାର ନହୋଇ ଘଟଣା ବିଷୟରେ ନିଜ ମା’କୁ ନିର୍ଭୟରେ କହିଲେ ଯା ଘର ଭିତରେ ବୋହୂକୁ ମାରି ଦେଇଛି। ଆଉ ନାତୁଣୀର ତଣ୍ଟି କାଟି ଦେଇଛି। ମରିନି ବରଂ ବଞ୍ଚିଛି । ତେବେ ପୁଅ ମୁହଁରୁ ଏଭଳି କଥା ଶୁଣି ଧୈର୍ଯ୍ୟହରା ହୋଇଯାଇଥିଲେ ମା କନକଲତା ଦାସ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୪ରେ ନିର୍ବାଚନ ଲଢ଼ିବିନି: ବର୍ଷାଙ୍କୁ ଟିକେଟ୍‌ ମିଳିବା ପରେ ଏମିତି କହିଲେ ଅମର

ଭୁବନେଶ୍ୱର,୨୩।୪: ୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ। ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ୍‌ ମିଳିବା ପରେ ଅମର ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,...

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୨୩।୪: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌। ORHDC ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ୍‌ ଦେଇଛନ୍ତି। ମୋକିମଙ୍କ ଆବେଦନକୁ ଗ୍ରହଣ କରି...

କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ…

ଭୁବନେଶ୍ୱର,୨୩।୪: ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ ଆଶାୟୀ ଥିବା ୨ ଥର ବିଧାୟିକା...

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୩।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri