ଜମିଦାର ପରିବାରରେ ରକ୍ତର ଛିଟା: ୪ ଦିନର ଶିଶୁକନ୍ୟା କଥା ଭାବିଲେନି, ସ୍ତ୍ରୀଙ୍କୁ ମାରିଦେଲେ

ଭୁବନେଶ୍ୱର,୧୦।୬(ବ୍ୟୁରୋ): ପାରିବାରିକ କଳହକୁ ନେଇ ରାଜଧାନୀରେ ଗୋଟିଏ ପରେ ଗୋଟିଏ ଅଭାବନୀୟ ଘଟଣା ଘଟିବାରେ ଲାଗିଛି । କେଉଁଠି ବାପା ପୁଅକୁ ହତ୍ୟା କରୁଛି ତ ପୁଣି କେଉଁଠି ସ୍ବାମୀ ସ୍ତ୍ରୀକୁ , ଆଉ କେଉଁଠି ଭାଇ ଭାଇକୁ ହତ୍ୟା କରୁଛି। ଘରୋଇ କଳହରୁ ରାଗ ଏତେମାତ୍ରାରେ ବଢ଼ିଯାଉଛି ଯେ, ସବୁ ପ୍ରକାର ସମ୍ପର୍କ ତୁଚ୍ଛ ହୋଇଯାଉଛି। ଏଭଳି ଏକ ଘଟଣାକ୍ରମରେ ଭରତପୁର ଥାନା ଅନ୍ତର୍ଗତ ଘାଟିକିଆ ଗ୍ରାମରେ ଜଣେ ବ୍ୟକ୍ତି ୪ଦିନର ଶିଶୁ କନ୍ୟା କଥା ଚିନ୍ତା ନ କରି ସ୍ତ୍ରୀଙ୍କୁ ଧାରୁଆ ଛୁରିରେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଏପରି କି ୬ବର୍ଷର ଶିଶୁ କନ୍ୟାର ଗଳା କାଟି ହତ୍ୟା ଉଦ୍ୟମ କରିଛନ୍ତି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନ ଥିବାବେଳେ ନିଶା ପାଇଁ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ଅଭିଯୁକ୍ତ ସଞ୍ଜିତ ଦାସଙ୍କୁ କାବୁ କରି ବିଭିନ୍ନ ଦିଗକୁ ନେଇ ପଚରାଉଚରା କରୁଛି ପୋଲିସ ।

ନିଶା ଉଜାଡ଼ିଦେଲା ପରିବାର
ବର୍ତ୍ତମାନ ଘଟୁଥିବା ବିଭିନ୍ନ ଆପରାଧିକ କାର୍ଯ୍ୟକଳାପର ପ୍ରମୁଖ କାରଣ ହେଉଛି ନିଶା ସେବନ। ଯାହାର ଜ୍ୱଳନ୍ତ ଉଦାହରଣ ରାଜଧାନୀ ଭୁବନେଶ୍ୱର ଘାଟିିକିଆ ଅଞ୍ଚଳରେ ଦେଖିବାକୁ ମିଳିଛି। ନିଶାକୁ ଜୀବନର ସବୁ କିଛି ଭାବି ନିଜ ହସ ଖୁସିର ପରିବାରକୁ କ୍ଷଣିକରେ ସର୍ବନାଶ କରିଦେଇଛି । ସ୍ତ୍ରୀଙ୍କୁ ଛୁରିରେ ତଣ୍ଟି କାଟି ହତ୍ୟା କରିବା ପରେ ନିଜର ୬ ବର୍ଷର ଝିଅକୁ ମଧ୍ୟ ମାରିବାକୁ ଉଦ୍ୟମ କରିଛନ୍ତି ଅଭିଯୁକ୍ତ ସଞ୍ଜିତ ଦାସ।

ଜମିଦାର ପରିବାରରେ ରକ୍ତର ଛିଟା
ସ୍ତ୍ରୀ ହତ୍ୟାକାରୀ ସଞ୍ଜିତ ଏକ ଜମିଦାର ପରିବାରର। ପରିବାରରେ ଧନସମ୍ପତ୍ତିରେ ଅଭାବ ନ ଥିବାରୁ ସଞ୍ଜିତ ଟଙ୍କାର ଦୁରୁପୋଯୋଗ କରିଆସୁଥିଲେ। ଘରେ ଥିବା ଟଙ୍କା କିମ୍ବା ଗହଣାକୁ ବିକ୍ରି କରି ନିଶା ସେବନରେ ଉଡ଼ାଇ ଥିଲେ। ନିଶା ଖାଉଥିବାରୁ ପରିବାର ଲୋକେ ତାଙ୍କ ହାତରେ କେବେବି ଟଙ୍କା ଦେଉ ନ ଥିଲେ । ଫଳରେ ସଞ୍ଜିତ ପ୍ରତିଶୋଧ ପରାୟଣ ହେବା ସହ ପ୍ରାୟ ସମୟରେ ସ୍ତ୍ରୀ ସରସ୍ବତୀଙ୍କୁ ମାରଧର କରୁଥିଲେ। ଏପରିକି ସରସ୍ବତୀ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ସିନିୟର ନର୍ସ ଭାବେ ଚାକିରି କରି ଯାହା ଟଙ୍କା ରୋଜଗାର କରୁଥିଲେ ଉକ୍ତ ଟଙ୍କା ମଧ୍ୟ ନିଶାରେ ଉଡାଇ ଦେଉଥିଲେ ସଞ୍ଜିତ। ବୁଧବାର ବିଳମ୍ବିତ ରାତିରେ କୌଣସି କାରଣଙ୍କୁ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସଞ୍ଜିତ ସ୍ତ୍ରୀ ସରସ୍ବତୀଙ୍କୁ ଅତି ନିମର୍ମ ଭାବେ ହତ୍ୟା କରିଥିଲେ, ଯାହାକି ଜମିଦାର ପରିବାରରେ ରକ୍ତର ଛିଟା ଲାଗିଛି ବୋଲି ଗ୍ରାମବାସୀଙ୍କ ମୁହଁରୁ ଶୁଣିବାକୁ ମିଳୁଛି।

ହତ୍ୟାକାଣ୍ଡ ଭିଆଇବା ପରେ ବଖାଣିଲେ
ପାରିବାରିକ କଳହକୁ ନେଇ ଘର ଭିତରେ ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ୬ ବର୍ଷର ଝିଅର ତଣ୍ଟି ମଧ୍ୟ କାଟି ଦେଇ ଫେରାର ନହୋଇ ଘଟଣା ବିଷୟରେ ନିଜ ମା’କୁ ନିର୍ଭୟରେ କହିଲେ ଯା ଘର ଭିତରେ ବୋହୂକୁ ମାରି ଦେଇଛି। ଆଉ ନାତୁଣୀର ତଣ୍ଟି କାଟି ଦେଇଛି। ମରିନି ବରଂ ବଞ୍ଚିଛି । ତେବେ ପୁଅ ମୁହଁରୁ ଏଭଳି କଥା ଶୁଣି ଧୈର୍ଯ୍ୟହରା ହୋଇଯାଇଥିଲେ ମା କନକଲତା ଦାସ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?