ଟିକେଟ ଦେୟକୁ ବଳିଯାଉଛି ଟ୍ରେନ୍‌ ଧରିବା ଖର୍ଚ୍ଚ

ବଇଣ୍ଡା,୧୬ା୧: ଅନୁଗୋଳ ଜିଲା କିଶୋରନଗର ବ୍ଲକର ବଇଣ୍ଡା ରେଳଷ୍ଟେଶନ ସର୍ବଦା ବ୍ୟସ୍ତବହୁଳ। ଆଠମଲ୍ଲିକ ଉପଖଣ୍ଡର ବଇଣ୍ଡା ଏକ ବ୍ୟବସାୟିକ କେନ୍ଦ୍ର ହୋଇଥିବାବେଳେ ଏହି ଷ୍ଟେଶନ ଉପରେ ୪୧ଟି ପଞ୍ଚାୟତର ଯାତ୍ରୀ ନିର୍ଭର କରନ୍ତି। କିନ୍ତୁ ଜିଲାର ଏହି ପ୍ରମୁଖ ଷ୍ଟେଶନ ଦେଇ ରାଜ୍ୟ ବାହାରକୁ ଚଳପ୍ରଚଳ କରୁଥିବା ଏକ୍ସପ୍ରେସ୍‌ ଟ୍ରେନ୍‌ଗୁଡ଼ିକ ଏଠାରେ ରହଣି କରୁନାହିଁ। ଫଳରେ ଜିଲା ବାହାରର ବ୍ୟବସାୟୀଙ୍କ ସହ ଶ୍ରମିକ, ଯାତ୍ରୀ, କର୍ମଚାରୀମାନେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ରାଜ୍ୟ ବାହାରେ କାମ କରୁଥିବା ଉପଖଣ୍ଡର ହଜାର ହଜାର ଯୁବତୀ ଯୁବକ ଟ୍ରେନ୍‌ ଧରିବା ପାଇଁ ୪୫ କିଲୋମିଟର ଦୂର ଅନୁଗୋଳ ନଚେତ୍‌ ୧୫୦ କିଲୋମିଟର ଦୂରରେ ଥିବା ସମ୍ବଲପୁର ଷ୍ଟେଶନକୁ ଗାଡ଼ି ଭଡ଼ା କରି ଯିବାକୁ ବାଧ୍ୟ ହେଉଛନ୍ତି। ଏଥିଯୋଗୁ ଟ୍ରେନ୍‌ ଟିକେଟ୍‌ ବାବଦ ଦେୟକୁ ଭଡ଼ା ଗାଡ଼ି ଖର୍ଚ୍ଚ ବଳିଯାଉଥିବା ସେମାନେ ଅଭିଯୋଗ କରିଛନ୍ତି।
୫୫ ନମ୍ବର ଜାତୀୟ ରାଜପଥର ବଇଣ୍ଡା ଛକରୁ ୫୦୦ ମିଟର ଦୂରରେ ରହିଛି ଏହି ଷ୍ଟେଶନ। ଜିଲାର କିଶୋରନଗର, ଛେଣ୍ଡିପଦା ଓ ଆଠମଲିକ ବ୍ଲକର ୪୧ ପଞ୍ଚାୟତବାସୀ ଏଠାରୁ ହିଁ ଟ୍ରେନ୍‌ ଧରିଥାନ୍ତି। ଜିଲା ବାହାର ବ୍ୟବସାୟୀଙ୍କ ସହ ଦିଲ୍ଲୀ, ଗୁଜରାଟ, ମହାରାଷ୍ଟ୍ର ଆଦି ରାଜ୍ୟରେ କାମ କରୁଥିବା ଆଠମଲ୍ଲିକ ଉପଖଣ୍ଡର ହଜାର ହଜାର ଯୁବତୀଯୁବକଙ୍କ ଏହା ନିକଟତମ ଷ୍ଟେଶନ। ଭୁବନେଶ୍ବର ଇଷ୍ଟକୋଷ୍ଟ ତଥା ସମ୍ବଲପୁର ଡିଭିଜନ ଅଧୀନରେ ଏହା ରହିଛି। ପୂର୍ବରୁ ୨୨ଟି ଏକ୍ସପ୍ରେସ୍‌ ଓ ୨ଟି ପାସେଞ୍ଜର ଟ୍ରେନ୍‌ ଏହି ଷ୍ଟେଶନ ଦେଇ ଯାତାୟାତ କରୁଥିଲେ ହେଁ ସେଥିରୁ ୧୧ଟି ରହଣି କରୁ ନ ଥିଲା। ଏବେ କରୋନା କାରଣରୁ ଏକ୍ସପ୍ରେସ୍‌ ସଂଖ୍ୟା ୬ରେ ସୀମିତ ଥିବାବେଳେ ସେଥିରୁ ୩ଟି ରହୁନାହିଁ। ଭୁବନେଶ୍ବର-ରାଉରକେଲା ଏକ୍ସପ୍ରେସ୍‌, ବଲାଙ୍ଗୀର-ଭୁବନେଶ୍ବର ଏକ୍ସପ୍ରେସ୍‌ ଓ କୋରାପୁଟ-ଭୁବନେଶ୍ୱର ଏକ୍ସପ୍ରେସ୍‌ ଏଠାରେ ଅଟକୁଛି। କିନ୍ତୁ ବାହାର ରାଜ୍ୟକୁ ଯାଉଥିବା ପୁରୀ-ଅହମଦାବାଦ, ସମ୍ବଲପୁର-ହାଓଡ଼ା, ଦୁର୍ଗ-ପୁରୀ ଏକ୍ସପ୍ରେସ୍‌ ରହଣି କରୁ ନ ଥିବାରୁ ଅଧିକ ସମସ୍ୟା ସୃଷ୍ଟି ହେଉଛି। ଏହି ଟ୍ରେନ୍‌ ଉପରେ ହିଁ ଅଧିକାଂଶ ଯାତ୍ରୀ ନିର୍ଭର କରନ୍ତି। କରୋନା ପାଇଁ ବାହାର ରାଜ୍ୟରୁ ଘରକୁ ପଳାଇ ଆସିଥିବା ଯୁବତୀ ଯୁବକମାନେ କର୍ମନିଯୁକ୍ତି ପାଇଁ ଉପରୋକ୍ତ ରାଜ୍ୟଗୁଡ଼ିକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ଏବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନୁଗୋଳ କିମ୍ବା ସମ୍ବଲପୁର ଷ୍ଟେଶନ ଯିବାକୁ ସେମାନଙ୍କୁ ବହୁ ଅର୍ଥ ଗାଡ଼ି ଭଡ଼ା ବାବଦରେ ଦେବାକୁ ପଡ଼ୁଛି। ପୂର୍ବରୁ ଏହି ଷ୍ଟେଶନରୁ ମାସିକ ୫ ଲକ୍ଷ ଟଙ୍କା ରାଜସ୍ବ ଆଦାୟ ହେଉଥିବାବେଳେ ଏବେ ଦେଢ ଲକ୍ଷ ଟଙ୍କା ଆୟ ହେଉଛି। କିନ୍ତୁ ଠିକ୍‌ ଭାବେ ସେବା ମିଳୁ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ପୂର୍ବରୁ ମଧ୍ୟ ଏଠାରେ ଏକ୍ସପ୍ରେସ୍‌ ଟ୍ରେନ୍‌ର ରହଣି ପାଇଁ ବଇଣ୍ଡା ବିକାଶ ପରିଷଦ ପକ୍ଷରୁ ରେଳ ମନ୍ତ୍ରୀଙ୍କ ନିକଟରେ ବାରମ୍ବାର ଦାବି କରାଯାଇ ଆସୁଛି। କିନ୍ତୁ ଏ ଦିଗରେ କୌଣସି ସୁଫଳ ମିଳୁନାହି। ତୁରନ୍ତ ରେଳ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

କର୍ମକ୍ଷେତ୍ରକୁ ଯିବାରେ ଅସୁବିଧା ଭୋଗୁଛନ୍ତି
ବଇଣ୍ଡା ରେଳ ଷ୍ଟେଶନ ଉପରେ ଆଠମଲ୍ଲିକ ଉପଖଣ୍ଡର ହଜାର ହଜାର ଯାତ୍ରୀ ନିର୍ଭର କରିଥାନ୍ତି। କରୋନା ପାଇଁ ବାହାର ରାଜ୍ୟରୁ ଘରକୁ ଆସିଥିବା ଯୁବଗୋଷ୍ଠୀ ପୁଣି କର୍ମକ୍ଷେତ୍ରକୁ ଫେରିବାକୁ ପ୍ରସ୍ତୁତ ଥିବାବେଳେ ବାହାର ରାଜ୍ୟକୁ ଯାତାୟାତ କରୁଥିବା ଟ୍ରେନ୍‌ଗୁଡିକ ରହୁ ନ ଥିବା ଯୋଗୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
-ରମାକାନ୍ତ ବେହେରା, ବଇଣ୍ଡା
ରାଜସ୍ବ ଅନୁଯାୟୀ ବିକାଶ ହେଉନି
ଏହି ଷ୍ଟେଶନରୁ ଯେତିକି ରାଜସ୍ବ ଆଦାୟ ହେଉଛି, ସେହି ଅନୁଯାୟୀ ବିକାଶ ହେଉନାହିଁ। ଏହି ଷ୍ଟେଶନ ଉପରେ ୪୧ ପଞ୍ଚାୟତବାସୀ ନିର୍ଭର କରୁଥିବାବେଳେ ଏକ୍ସପ୍ରେସ୍‌ଗୁଡ଼ିକ ନ ଅଟକିବା ସମସ୍ୟା ସୃଷ୍ଟି କରୁଛି। ରେଳ ବିଭାଗକୁ ବାରମ୍ବାର ଦାବିପତ୍ର ଦିଆଯାଉଥିଲେ ମଧ୍ୟ ଦୃଷ୍ଟି ଦିଆଯାଉ ନାହିଁ।
-ମିଟୁ ଶତପଥୀ, ନୁନୁକାପଶି
ଏକ୍ସପ୍ରେସ୍‌ ଅଟକିବା ଜରୁରୀ
ଆଠମଲ୍ଲିକ ଉପଖଣ୍ଡର ଏକ ପରିଚିତ ତଥା ବ୍ୟସ୍ତବହୁଳ ଷ୍ଟେଶନ ହେଉଛି ବଇଣ୍ଡା। ତେଣୁ ଏଠାରେ ସମସ୍ତ ପାସେଞ୍ଜର ଓ ଏକ୍ସପ୍ରେସ୍‌ ଅଟକିବା ଜରୁରୀ। ଉପଖଣ୍ଡରୁ ବହୁ ଲୋକ ବାହାର ରାଜ୍ୟକୁ କାମ କରିବା ପାଇଁ ଯାଉଥିବା ବେଳେ ସେମାନଙ୍କ ଯାତାୟାତ ପାଇଁ ଟ୍ରେନ୍‌ ରହଣି କରିବା ଅତ୍ୟନ୍ତ ଆବଶ୍ୟକ।
-ଅର୍ଜୁନ କୁମାର ସାହୁ, ସାମାଜିକ କର୍ମୀ, ଆଠମଲ୍ଲିକ
ସର୍ବଦା ଅଣଦେଖା କରାଯାଉଛି
ବଇଣ୍ଡା ରେଳ ଷ୍ଟେଶନ ପ୍ରତି ରେଳ ବିଭାଗ ସବୁବେଳେ ଅଣଦେଖା କରୁଛି। ଯେତିକି ରାଜସ୍ବ ବିଭାଗ ନେଉଛି, ସେତିକି ବିକାଶ କରୁନାହିଁ। ସମସ୍ତ ଏକ୍ସପ୍ରେସ୍‌ ଟ୍ରେନ୍‌ ଏହି ଷ୍ଟେଶନରେ ରହିଲେ ବଇଣ୍ଡାର ବିକାଶ ହେବା ସହ ବହୁ ଲୋକ ସୁବିଧା ପାଇବେ। ତୁରନ୍ତ ବିଭାଗୀୟ ଅଧିକାରୀ ଏ ଦିଗରେ ପଦକ୍ଷେପ ନିଅନ୍ତୁ।
-ସୁନୀଲ କୁମାର ସାହୁ, ଠାକୁରଗଡ
ଅଯଥା ଅର୍ଥ ଖର୍ଚ୍ଚ ହେଉଛି
ରେଳ ଷ୍ଟେଶନ ପାଇଁ ବଇଣ୍ଡାର ବିକାଶ ହୋଇଛି। ହେଲେ ଷ୍ଟେଶନର ବିକାଶ ହୋଇପାରୁନି। ଏକ୍ସପ୍ରେସ୍‌ଗୁଡ଼ିକ ଏଠାରେ ରହଣି କରୁ ନ ଥିବାରୁ ଉପଖଣ୍ଡର ବହୁ ଯାତ୍ରୀ ଗାଡ଼ି ଭଡ଼ା କରି ଅନୁଗୋଳ ଷ୍ଟେଶନକୁ ଯାଉଛନ୍ତି। ଫଳରେ ଟ୍ରେନ୍‌ଟିଏ ଧରିବା ପାଇଁ ସେମାନଙ୍କୁ ଶହ ଶହ ଟଙ୍କା ଅଯଥାରେ ଖର୍ଚ୍ଚ କରିବାକୁ ପଡ଼ୁଛି।
-ଅଜିତ ପଟ୍ଟନାୟକ, କଦଳୀମୁଣ୍ଡା


Enter your email to get our daily news in your inbox.

All Right Reserved By Dharitri.Com

ଡବ୍ଲ୍ୟୁଏଚ୍‌ଓ-ୟୁନିସେଫ୍‌ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ, ଭାରତର ୫ କୋଟି ସ୍କୁଲ ପିଲାଙ୍କୁ ମିଳୁନି…

ନୂଆଦିଲ୍ଲୀ,୨୯।୯(ପି.ଟି.): ଭାରତର ବିଦ୍ୟାଳୟଗୁଡ଼ିକରେ ପାଖାପାଖି ଏକ-ପଞ୍ଚମାଂଶ ପିଲାଙ୍କୁ ପରିମଳ ସେବା ଉପଲବ୍ଧ ହେଉନାହିଁ, ଯାହାକି ବିଶ୍ୱରେ ସର୍ବାଧିକ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏବଂ ୟୁନିସେଫ୍‌ର ଯୁଗ୍ମ…

ମହାନଦୀ ସହ ସଂଯୋଗ ହେବ ଗଞ୍ଜାମ ଜିଲାର ୨ ନଦୀ: ଚାଲିଛି ଅନୁଧ୍ୟାନ

ଭଞ୍ଜନଗର, ୨୯।୯ (ବାବୁଲା ପ୍ରଧାନ): ଗ୍ରୀଷ୍ମ ଋତୁରେ ଗଞ୍ଜାମ ଜିଲାର ଅନେକ ନଦୀ ଶୁଖିଯିବା ସହ ବର୍ଷା ଋତୁରେ ମଧ୍ୟ କେତେକ ସମୟରେ ଜଳପ୍ରବାହ ହ୍ରାସ ପାଉଥିବାରୁ…

ଇରାନ ସହ ଡିଲ ପାଇଁ ଟ୍ରମ୍ପ ରାଜି, ହେଲେ ରଖିଦେଲେ ବଡ଼ ସର୍ତ୍ତ

ୱାଶିଂଟନ,୨୯।୯: ଇରାନ ସହ ଏକ ଚୂଡ଼ାନ୍ତ ଚୁକ୍ତିରେ ପହଞ୍ଚିବା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଲାଗିଥିବା କିଛି କଟକଣା କୋହଳ କରିବା ସହ…

ଏମଏମଡିଆର୍‌ ଆଇନ ପ୍ରତ୍ୟାହାର ଦାବିରେ ଗର୍ଜିଲା ବିଜେଡି: ୧୦ ହଜାରରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ କଲେ ବିଶାଳ ପ୍ରତିବାଦ

କେସିଙ୍ଗା, ୨୯।୯(ତୁମେଶ୍ୱର ସାହୁ):ଏମଏମଡିଆର୍‌ ଆଇନର ପ୍ରତିବାଦ ଓ ଏହାକୁ ପ୍ରତ୍ୟାହାର ଦାବିରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଭୁବନେଶ୍ୱରଠାରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜିତ…

ରୋହିତ,ସେହୱାଗ, ଇଶାନଙ୍କୁ ପଛରେ ପକାଇଲେ କୋହଲି, ନିଜ ନାଁରେ କଲେ ଅନନ୍ୟ ରେକର୍ଡ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୯: ଦିନିକିଆ କ୍ରିକେଟରେ ବିରାଟ କୋହଲିଙ୍କ ନାମ ପୁଣିଥରେ ଏକ ବିଶେଷ ରେକର୍ଡ ସହ ଚର୍ଚ୍ଚାରେ ରହିଛି। ନିଜ ବ୍ୟାଟିଂ ଦ୍ୱାରା ଦୀର୍ଘଦିନ ଧରି ରେକର୍ଡ ପରେ…

ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା; ଟଙ୍କା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ, ଅଞ୍ଚଳରେ ଚାଞ୍ଚଲ୍ୟ

ପାଟଣା,୨୯।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା କେନ୍ଦେଇପୋଷି-ପାଟଣା ରାସ୍ତାର ଭୀମାପଡ଼ା ଜଙ୍ଗଲ ନିକଟରେ ସୋମବାର ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ରାତି ୧୦ଟା…

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?