ଟିକେଟ କେନ୍ଦ୍ରରେ ତାଲା, ଯାତ୍ରୀ ହଇରାଣ

ରାଉରକେଲା,୩।୭(ଦିନେଶ ମିଶ୍ର): ରାଉରକେଲା ରେଲଓ୍ବେ ଷ୍ଟେଶନର ଦ୍ୱିତୀୟ ପ୍ରବେଶପଥରେ ଟିକେଟ୍‌ କାଉଣ୍ଟର ବନ୍ଦ ଯୋଗୁ ଯାତ୍ରୀମାନେ ଅସୁବିଧା ଭୋଗୁଛନ୍ତି। ଅଧିକାଂଶ ସମୟରେ ଯାତ୍ରୀମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ଟିକେଟ ନ ପାଇ ଟ୍ରେନ୍‌ ଯାତ୍ରାରୁ ବଞ୍ଚତ୍ତ ହେଉଛନ୍ତି। ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।
ଷ୍ଟିଲସିଟି ରାଉରକେଲା ଏକ ଶିଳ୍ପସମୃଦ୍ଧ ସହର ହୋଇଥିବାବେଳେ ଏଠାରେ ଆରଏସ୍‌ପି, ବିର୍ସା ମୁଣ୍ଡା ହକି ଷ୍ଟାଡିୟମ, ଏନ୍‌ଆଇଟି ଭଳି ଅନୁଷ୍ଠାନ ରହିଛି। ସହରରେ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ସବୁ ସ୍ଥାନକୁ ଅତି ସହଜରେ ଗମନାଗମନ କରିବା ପାଇଁ ସ୍ବତନ୍ତ୍ର ବିମାନ ବନ୍ଦର, ରେଳ ଷ୍ଟେଶନ ରହିଛି। ରାଉରକେଲା ରେଳ ଷ୍ଟେଶନରେ ୫ଟି ପ୍ଲାଟଫର୍ମ ଥିବାବେଳେ ଏଠାରୁ ହାୱଡା, ବାଙ୍ଗାଲୋର, ଦିଲ୍ଲୀ, ଚେନାଇ, କଲିକତା, ଜମ୍ମୁ କଶ୍ମୀର ଆଦି ରାଜ୍ୟକୁ ଲୋକେ ଟ୍ରେନ ଯୋଗେ ଯାତାୟାତ କରନ୍ତି। ରାଉରକେଲା ରେଳ ଷ୍ଟେଶନରେ ଯାତ୍ରୀଙ୍କ ଭିଡକୁ ଦେଖି ଦକ୍ଷିଣ-ପୂର୍ବ ରେଲୱେ ପକ୍ଷରୁ ୨୦୧୫ ମାର୍ଚ୍ଚ ୧୩ ରେ ଏଠାରେ ଦ୍ୱିତୀୟ ପ୍ରବେଶ ପଥ ଓ ଟିକେଟ ବୁକିଂ କେନ୍ଦ୍ର ଖୋଲାଯାଇଥିଲା। ଦ୍ୱିତୀୟ ପ୍ରବେଶ ପଥ ଦେଇ ଯେଉଁ ଯାତ୍ରୀ ଆସିବେ ସେମାନେ ସହଜରେ ଏହି ବୁକିଂ କେନ୍ଦ୍ରରୁ ଟିକେଟ ନେଇପାରିବେ। ଏଥିପାଇଁ ଟିକେଟ କେନ୍ଦ୍ରରେ ସମୁଦାୟ ୪ଟି କାଉଣ୍ଟର ଖୋଲା ଯାଇଥିଲା। ଏଥିସହ ସାଧାରଣ ଟିକେଟ ଓ ପାର୍ସଲ ପାଇଁ ଦିନ ୧୨ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଦୁଇଟି ଟିକେଟ କାଉଣ୍ଟର ଖୋଲିଥିଲା। ପ୍ରଥମେ ଏହି ଟିକେଟ କେନ୍ଦ୍ର ଖୋଲିବା ଦ୍ୱାରା ବିଶେଷ କରି କୋଏଲନଗର, ବାସନ୍ତୀ କଲୋନୀ, ଛେଣ୍ଡ, ସେକ୍ଟରର ବିଭିନ୍ନ ଅଞ୍ଚଳ ଲୋକେ ସୁବିଧା ପାଉଥିଲେ। ସେହିପରି ଟିକେଟ୍‌ ବୁକିଂ କେନ୍ଦ୍ରରେ ଏକ ଉଚ୍ଚ ଶ୍ରେଣୀ ଯାତ୍ରୀ ପ୍ରତୀକ୍ଷାଳୟ ମଧ୍ୟ ଖୋଲାଯାଇଥିଲା। କିନ୍ତୁ କରୋନା ମହାମାରୀ ଯୋଗୁ ଉକ୍ତ ଟିକେଟ କାଉଣ୍ଟର ବନ୍ଦ ହୋଇଗଲା। ତେବେ ଇତିମଧ୍ୟରେ ୩ ବର୍ଷ ବିତିଯାଇଥିଲେ ମଧ୍ୟ ଆଜିଯାଏ ଡି ବୁକିଂ କାଉଣ୍ଟର ଖୋଲାଯାଇ ନ ଥିବା ଅଭିଯୋଗ ହୋଇଛି। ଫଳରେ ଯାତ୍ରୀମାନେ ଟ୍ରେନରେ ଯିବା ପାଇଁ ଦ୍ୱିତୀୟ ପ୍ରବେଶ ପଥରେ ଷ୍ଟେଶନକୁ ଆସୁଥିଲେ ମଧ୍ୟ ଟିକେଟ ନ ପାଇ ହଇରାଣ ହେଉଛନ୍ତି। ଅନ୍ୟପକ୍ଷେ ଟିକେଟ କାଉଣ୍ଟର ବନ୍ଦ ରହିଥିବା ବେଳେ ପ୍ରେବେଶ ପଥରେ କୌଣସି ସୂଚନା ଫଳକ ଲଗାଯାଇନାହିଁ। ତେଣୁ ଯାତ୍ରୀମାନେ ଟିକେଟ ପାଇଁ ପ୍ରଥମ ପ୍ରବେଶ ପଥକୁ ଯାଇ ଲମ୍ବା ଲାଇନରେ ଛିଡା ହେଉଛନ୍ତି। ଏଭଳି ସ୍ଥିତିରେ ବହୁ ଯାତ୍ରୀ ଅଧିକାଂଶ ସମୟ ଟ୍ରେନ ମିସ୍‌ କରିଥିବା ଦେଖିବାକୁ ମିଳିଛି। ଦ୍ୱିତୀୟ ପ୍ରବେଶ ପଥରେ ନିର୍ମିତ ଟିକେଟ ବୁକିଂ କେନ୍ଦ୍ରକୁ ଯଥାଶୀଘ୍ର ଖୋଲିବା ପାଇଁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ଷ୍ଟେଶନ ମାଷ୍ଟର ପ୍ରଭାସ ଦାଶଙ୍କୁ ପଚାରିବାରୁ ସେ କହିଥଲେ, ଦ୍ୱିତୀୟ ପ୍ରବେଶ ପଥରେ ଟିକେଟ କେନ୍ଦ୍ର ବନ୍ଦ ହେବା ପରେ ବହୁ ଲୋକ ଆମ ପାଖରେ ଅଭିଯୋଗ କରିଛନ୍ତି। ମାତ୍ର ଉକ୍ତ ଟିକେଟ କେନ୍ଦ୍ର ପରିଚାଳନା କରିବା ପାଇଁ ଆମ ପାଖରେ ଆବଶ୍ୟକ କର୍ମଚାରୀ ନାହାନ୍ତି। ଫଳରେ ଆମେ ଜରୁରୀକାଳୀନ ପରିସ୍ଥିତିରେ କେତେବେଳେ କେମିତି ୨ ଘଣ୍ଟା ପାଇଁ ଉକ୍ତ କାଉଣ୍ଟର ଖୋଲି ଦେଉଛୁ। ଏହା ସ୍ଥାୟୀ ସମାଧାନ ନୁହଁ। ତେବେ ଏହି ଟିକେଟ କେନ୍ଦ୍ର ପରିଚାଳନା ପାଇଁ ଖୁବ୍‌ଶୀଘ୍ର କୌଣସି ଘରୋଇ ସଂସ୍ଥାକୁ ଦିଆଯିବ ବୋଲି ରେଲଓ୍ବେ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆଗାମୀ ଏକ ମାସ ଭିତରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ସେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

ତିନି ଦିନ ପରେ ପୁଣି ଫେରିଲା ହାଡ଼ଭଙ୍ଗା ଶୀତ: ଜି.ଉଦୟଗିରିରେ ୩.୫ ଡିଗ୍ରୀ ତାପମାତ୍ରା

ଜି.ଉଦୟଗିରି,୨୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଓଡ଼ିଶାର ସବୁଠାରୁ ଶୀତ ପ୍ରବଣ ଅଞ୍ଚଳ ଜି.ଉଦୟଗିରିରେ ୨/୩ ଦିନ ଶୀତ ଲୁଚକାଳି ଖେଳୁଥିବା ବେଳେ ହଠାତ୍‌ ଶନିବାର ଠାରୁ...

ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ଜୀଅନ୍ତା ପୋଡ଼ି ହତ୍ୟା ନେଇ ବଜରଙ୍ଗ ଦଳର ପ୍ରତିବାଦ

ଜି.ଉଦୟଗିରି,୨୭।୧୨(ଚିନ୍ମୟ କୁମାର ସେଠୀ): ବାଂଲାଦେଶର ଢାକାଠାରେ ୧୮ ଡିସେମ୍ବରରେ ଇସଲାମ କଟରବାଦୀମାନେ ବାଂଲାଦେଶର ହିନ୍ଦୁ ଯୁବକ ଦୀପୁ ଦାସଙ୍କୁ ନିର୍ମମ ଭାବେ ମାରି ଜୀଅନ୍ତା ଅବସ୍ଥାରେ...

ମା’ ହେଲା ବାଘୁଣୀ ‘ଜୟଶ୍ରୀ’: ୨ ଛୁଆ ମୃତ, ୧ ଜୀବିତ

ବାରଙ୍ଗ,୨୮ା୧୨: ନନ୍ଦନକାନନରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’। ଜନ୍ମ ଦେଇଥିବା ୩ ଛୁଆ ମଧ୍ୟରୁ ୨ଟି ମୃତ୍ୟୁବରଣ କରିଥିବାବେଳେ ଗୋଟିଏ ଜୀବିତ ରହିଛି। ୩ ବର୍ଷୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri