ଆତଙ୍କବାଦୀ ଆକ୍ରମଣ ନିଆଁରେ ଜଳୁଛି ପାକିସ୍ତାନ, ବର୍ଷକରେ ୩୮୯ ଲୋକଙ୍କ ମୃତ୍ୟୁ…

ଇସଲାମାବାଦ,୩।୭ : ଆତଙ୍କବାଦୀ ତଥା ଆତ୍ମଘାତୀ ଆକ୍ରମଣ ଘଟଣା ଚଳିତ ବର୍ଷ ପାକିସ୍ତାନରେ ବୃଦ୍ଧି ପାଇବାରେ ଲାଗିଛି। ଅବସ୍ଥା ଏତେ ଖରାପ ଏପର୍ଯ୍ୟନ୍ତ ଏହି ଆକ୍ରମଣ ଯୋଗୁଁ ଦେଶରେ ୩୮୯ ଜଣ ଲୋକଙ୍କ ମୃତ୍ୟୁ ଘଟିଲାଣି।

ପାକିସ୍ତାନ ଇନଷ୍ଟିଚ୍ୟୁଟ ଫର୍‌ କନ୍ଫ୍ଲାଇଟ ଆଣ୍ଡ ସିକ୍ୟୁରିଟି ଷ୍ଟଡିଜ (ପିଆଇସିଏସଏସ) ର ରିପୋର୍ଟ ଆଧାରରେ ଖବର କାଗଜ ଡନ ପକ୍ଷରୁ ଏହି ସୂଚନା ଶେୟାର କରାଯାଇଛି। ରିପୋର୍ଟରେ ଦିଆଯାଇଥିବା ଆକଳନ ଅନୁଯାୟୀ, ପାକିସ୍ତାନରେ ବର୍ଷକରେ ମୋଟ ୨୭୧ ଆକ୍ରମଣ ହୋଇଥିଲା ଯେଉଁଥିରେ ୩୮୯ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୬୫୬ ଜଣ ଆହତ ହୋଇଥିଲେ।

ଗତ ବର୍ଷ ପାକିସ୍ତାନରେ ୧୫୧ ଟି ଆକ୍ରମଣ ହୋଇଥିଲା ଯେଉଁଥିରେ ୨୯୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୮୭ ଜଣ ଆହତ ହୋଇଥିଲେ। ପୂର୍ବ ବର୍ଷ ତୁଳନାରେ ୨୦୨୩ର ପ୍ରଥମାର୍ଦ୍ଧରେ ଆକ୍ରମଣରେ ୭୯ ପ୍ରତିଶତ ବୃଦ୍ଧି ହୋଇଥିବା ଏହି ଆକଳନରୁ ଜଣାପଡିଛି। ୨୦୨୨ର ଦ୍ୱିତୀୟାର୍ଦ୍ଧରେ ୨୨୮ ଆକ୍ରମଣ ରେକର୍ଡ କରାଯାଇଥିଲା। ଫଳସ୍ବରୂପ ୨୪୬ ଜଣଙ୍କର ମୃତ୍ୟୁ ଏବଂ ୩୪୯ ଜଣ ଆହତ ହୋଇଥିଲେ।

ଚଳିତ ବର୍ଷ ୨୦୨୩ର ପ୍ରଥମ ଛଅ ମାସରେ ୨୦୨୨ର ଦ୍ୱିତୀୟାର୍ଦ୍ଧ ତୁଳନାରେ ଆକ୍ରମଣରେ ୧୮ ପ୍ରତିଶତ ବୃଦ୍ଧି ଘଟିଛି। ଏଥିସହ ମୃତ୍ୟୁ ହାର ୫୮ ପ୍ରତିଶତ ଏବଂ ଆହତ ହାର ୮୮ ପ୍ରତିଶତ ବୃଦ୍ଧି ପାଇଛି।

ଏହି ତଥ୍ୟରୁ ଜଣାପଡିଛି ପାକିସ୍ତାନରେ ସୁରକ୍ଷା ବାହିନୀ ଦ୍ୱାରା ୨୩୬ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଡନ ରିପୋର୍ଟ କରିଛି ଯେ ପାକିସ୍ତାନର ଖାଇବର ପାସ୍ତୁନଖ୍ବାରେ ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ୧୭୪ ଟି ଆତଙ୍କବାଦୀ ଆକ୍ରମଣ ଘଟିଥିଲା। ଯେଉଁଥିରେ ୨୬୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୮୩ ଜଣ ଆହତ ହୋଇଥିଲେ।

୨୦୨୩ର ପ୍ରଥମାର୍ଦ୍ଧରେ ବାଲୁଚିସ୍ତାନରେ ୭୫ଟି ଆତଙ୍କବାଦୀ ଘଟଣା ଘଟିଥିଲା ଯେଉଁଥିରେ ୧୦୦ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୧୬୩ ଜଣ ଆହତ ହୋଇଥିଲେ। ତଥ୍ୟ ଦର୍ଶାଉଛି ଗତ ବର୍ଷ ସମାନ ସମୟ ତୁଳନାରେ ଆତଙ୍କବାଦୀ ଆକ୍ରମଣରେ ୧୦୩ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୩ର ପ୍ରଥମ ଛଅ ମାସ ମଧ୍ୟରେ ଆତଙ୍କବାଦୀ ସମ୍ବନ୍ଧୀୟ ଘଟଣା ପଞ୍ଜାବ ପ୍ରଦେଶରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?