ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅନାସ୍ଥା ପ୍ରସ୍ତାବ: କୋରମ୍ ଅଭାବରୁ ଭୋଟିଂ ସ୍ଥଗିତ

ଥୁଆମୂଳ ରାମପୁର,୮।୧୧(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକର ରାଜନୀତି ଗତ ୩ ମାସ ହେଲା ସରଗରମ ହେବା ସହ ବେଶ ଉଷ୍ମ ହୋଇପଡିଛି। ଏକଦା ବିଜେଡି ଦୀର୍ଘ ବର୍ଷ ଧରି ବ୍ଲକ ଅଧ୍ୟକ୍ଷ ପଦବୀକୁ ବାରମ୍ବାର ନିଜେ ଅକ୍ତିଆର କରିଆସୁଥିବା ବେଳେ ବିରୋଧୀଙ୍କୁ ସର୍ବଦା ଚକମା ଦେଇଚାଲିଛନ୍ତି। ଠିକ ନିର୍ବାଚନ ପୂର୍ବରୁ ବିରୋଧୀ ଦଳ କଂଗ୍ରେସର ଜିଲା ପରିଷଦ ସଭ୍ୟ ଥିବା ଦୟାନିଧି ମାଝୀ ବିଜେଡିରେ ସାମିଲ କରାଇ ପଞ୍ଚାୟତ ସମିତି ଅଧ୍ୟକ୍ଷ କରେଇବା କିଛି ଲୋକଙ୍କ ତଣ୍ଟିକୁ ପାଣି ଗଲା ନାହିଁ।

ଯେବେଠାରୁ ପଞ୍ଚାୟତ ନିର୍ବାଚନ ହୋଇ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ହେଲା ସେହି ଦିନ ଠାରୁ ଅଣ କଂଗ୍ରେସର ଅଧ୍ଯକ୍ଷ ହୋଇଥିବା ଦେଖିବାକୁ ମିଳିଛି। ଲକ୍ଷଣ ମୁଣ୍ଡଚିନା, ପରୀକ୍ଷିତ ବିଶୋଇ, ବନମାଳୀ ନାଏକ, ନରସିଂହ ନାଏକ, ମମତା ମାଝୀ, ରାଇଦାସ ନାଏକ, କିଆଁମଣୀ ନାଏକ, ଦ୍ରୌପଦୀ ମାଝୀ, ଶାନ୍ତି ମାଝୀ ଓ ଦୟାନିଧି ମାଝୀ ଇତି ମଧ୍ୟରେ ଦୁଇ ଜଣ କଂଗ୍ରେସର ସମର୍ଥନରେ ଅଧ୍ୟକ୍ଷ ହୋଇଥିବା ବେଳେ ଏହି ବ୍ଲକରେ ଅଣ କଂଗ୍ରେସ ହିଁ ଶାସନ କରିଛି। ଏପରିସ୍ଥଳେ ବ୍ଲକରେ ଶାସକ ଦଳର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଚାଲିଛି ବଳ କଷାକସି।

ବିରୋଧୀ କାଁ ଭାଁ ଦୁଇ ତିନି ଜଣ ସମିତି ସଭ୍ୟ ସଭ୍ୟା ଥିବା ବେଳେ ଶାସକ ଦଳ ପୁଣି କଂଗ୍ରେସକୁ ଆକ୍ଷେପ କରୁଥିବା ଘଟଣା ଆଶ୍ଚର୍ଯ୍ୟ ଓ ହାସ୍ଯକର ପରିବେଶ ସୃଷ୍ଟି କରୁଥିବା ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଆଲୋଚନା ଜୋର୍ ଧରିଛି। ଗୋଟିଏ ପଟେ ବିଧାୟକ ପ୍ରଦୀପ ଦିଶାରୀ ଥିବା ବେଳେ ଆଉ ଗୋଟେ ପଟେ ନିଜେ ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ ମଧ୍ୟରେ ସିଧା ନିଶନା କରୁଥିବା ଦେଖିବାକୁ ମିଳିଛି, ଯାହାଫଳରେ ଏଥିରେ କେବଳ ସାଧାରଣ ଜନତା ହିଁ ପେଷି ହେଉଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘ ଦୁଇ ବର୍ଷ ହେବ ସମିତି ବୈଠକ ନ ହେବା ସହ ଡିଏମଏଫ ଫଣ୍ଡକୁ ମନ ମୁତାବକ କୌଣସି ବୈଠକ ନ କରି ଅଫିସର ଓ ବ୍ଲକ ଅଧ୍ୟକ୍ଷ ମନ ମାନିର ଖିଲାପରେ ଅସନ୍ତୋଷ ପ୍ରକାଶ କରି ବ୍ଲକ ଉପାଧ୍ୟକ୍ଷା ଗତ ସେପ୍ଟେମ୍ବର ମାସ ୨୭ ତାରିଖରେ ପ୍ରଥମ ଅନାସ୍ଥା ପ୍ରସ୍ତାବ ପାଇଁ ୧୪ ଜଣ ସମିତି ସଭ୍ୟ ସଭ୍ୟାଙ୍କୁ ନେଇ ଜିଲାପାଳଙ୍କ ଦ୍ଵାରସ୍ତ ହୋଇଥିଲେ।

ଗତ ମାସ ୮ ତାରିଖରେ ସମୁଦାୟ ୨୬ ଜଣ ସରପଞ୍ଚ ସମିତି ସଭ୍ୟ ସଭ୍ୟା ପୁଣିଥରେ ଜିଲାପାଳଙ୍କ ଦ୍ବାରସ୍ଥ ହେଲେ। ଶେଷରେ ଗତ ୩୦ ତାରିଖ ରେ ଅସ୍ଥା ଓ ଅନାସ୍ଥାକୁ ଉପଜିଲାପାଳଙ୍କ ଉପସ୍ଥିତରେ ବୈଠକ ହେବାର ଥିଲା ହେଲେ ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ ଉଚ୍ଚ ନ୍ୟାୟାଳୟ ଓଡିଶାର ଦ୍ଵାରସ୍ଥ ହୋଇ ସ୍ଥଗିତ କରିଥିଲେ ଓ ତାହା ଘଞ୍ଚାଇ ଦିଆଯାଇ ପୁଣି ଆଜି ଅର୍ଥାତ୍ ଶୁକ୍ରବାର ଅନାସ୍ଥା ପ୍ରସ୍ତାବ ଭୋଟ ହେବାକୁ ଥିଲା।

ସେଥିପାଇଁ ଜିଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲାପାଳ ଜୟଦେବ ଦାସ, ପଞ୍ଚାୟତ ରାଜ ଶବ୍ ଡିଭିଜନାଲ ଜି.ପି.ଡି.ଓ ବିଘ୍ନ ମହାପାତ୍ର ସମେତ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି, ତହସିଲଦାର ନିରୋଜ କୁମାର ଭତ୍ରା, ଅତିରିକ୍ତ ଗ୍ରାମପଞ୍ଚାୟତ ଅଧିକାରୀ (ଜି.ପି.ଓ) ତ୍ରିଲୋଚନ ନାଏକ, ଗ୍ରାମୀଣ ଆବାସ ଗୃହବିଭାଗର କର୍ମଚାରୀ ରଘୁ ନାଏକ, ନରେଗା ବିଭାଗର କର୍ମଚାରୀ ଟୁନୁ ସାହୁ, ବ୍ଲକ୍ କ୍ଯାସିଅର ସାବିତ୍ରୀ ଶବର, ବ୍ଲକ୍ ପିଅନ ସୁଜିତ୍ ଦଣ୍ଡସେନା ପ୍ରମୁଖ ପ୍ରମୁଖ ବ୍ଲକ ବୈଠକ ଗୃହ ଠାରେ ସମୟ ୧୦ ଘଣ୍ଟା ଠାରୁ ଉପସ୍ଥିତ ରହି ଥିଲେ, ହେଲେ କୌଣସି ସମିତି କିମ୍ବା ସରପଞ୍ଚଙ୍କର ଦେଖା ନ ଥିଲା କେବଳ ଜଣେ ମାତ୍ର ଡ଼ୁମେର ପଦର ସମିତି ସଭ୍ୟ ରାଇଦାସ ନାଏକ ଉପସ୍ଥିତ ରହିଥିଲେ। ସପକ୍ଷ କି ବିରୋଧୀ ଆଉ କୌଣସି ସଭ୍ୟ ସଭ୍ୟା ଉପସ୍ଥିତ ନ ହେବା ଯୋଗୁଁ ଭୋଟ ହୋଇପାରିଲା ନାହିଁ।

ଶେଷରେ ଜିଲାସ୍ଥରରୁ ଆସିଥିବା ଅଧିକାରୀ ସମୟ ୨ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରି ଜିଲା ମୁଖ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏ ନେଇ ଆମେ ନିର୍ବାଚନ ପରିଚାଳନା ଅଧିକାରୀ ଜୟଦେବ ଦାସଙ୍କୁ ପଚାରିବାରୁ ସେ କହିଥିଲେ ଯେ ଓଡ଼ିଶା ପଞ୍ଚାୟତ ରାଜ ସମିତି ଧାରା ୧୯୫୯ ଅନୁସାରେ ଆମେ ଭୋଟିଂ ପ୍ରୋସେସ ଫଲୋ କରିଥିଲୁ ହେଲେ ଦୁଇ ତୃତୀୟାଂଶ ସଭ୍ୟ ଉପସ୍ଥିତ ରହିବା କଥା ହେଲେ ରହିଲେ ନାହିଁ ସେଥିପାଇଁ ଭୋଟିଂ ହେଲା ନାହିଁ ଆଉ ବାକି ଉପରିସ୍ଥ ଉପ ଜିଲାପାଳଙ୍କୁ ଜଣେଇବୁ ଯାହା ବିଧି ବ୍ୟବସ୍ଥା ଅଛି ତାହା ଆସିଲେ ସେ ଅନୁସାରେ ଆଗାମୀ କାର୍ଯ୍ୟକ୍ରମ କରାଯିବ ବୋଲି ମନ୍ତବ୍ୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?