ଲୋମହର୍ଷଣକାରୀ ହତ୍ୟା, ଲୁଟ୍ ଘଟଣା: ହତ୍ୟାକାରୀଙ୍କ ଗାଡି ଦୁର୍ଘଟଣା, ଯେ ପାଞ୍ଚେ ପରର ମନ୍ଦ ତା ମନ୍ଦ…

ସୁନ୍ଦରଗଡ଼, ୩୦।୬ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲାରେ ଘଟିଥିବା ଏକ ଲୋମହର୍ଷଣକାରୀ ହତ୍ୟା ଓ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଏନେଇ ମଙ୍ଗଳବାର ସୁନ୍ଦରଗଡ଼ ଜିଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲାପୋଲିସ ଅଧୀକ୍ଷକ (ଏସ୍‌ପି) ଅମ୍ରିତ ପାଲ କୌର ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି।

ଏସ୍‌ପିଙ୍କ ସୂଚନା ଅନୁଯାୟୀ, ତଲସରା ଅଞ୍ଚଳର ଅନମୋଲ ମଲ୍ଲିକ ଓ ତାଙ୍କ ବନ୍ଧୁ ଶିବଧନ ଲୋହାର ଜଣେ ରୋଗୀଙ୍କୁ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ (GMCH)ରେ ଭର୍ତ୍ତି କରାଇ ଗତ ଜୁନ୍ ୨୮ ତାରିଖ ରାତିରେ ନିଜ ନିଜ ଗାଡ଼ିରେ ଘରକୁ ଫେରୁଥିଲେ। ସେହି ସମୟରେ ସବଡେଗା ଓ ତଲସରା ମଧ୍ୟରେ ତିନିଜଣ ଦୁର୍ବୃତ୍ତ ବାଇକ୍‌ରେ ସେମାନଙ୍କୁ ପିଛା କରିଥିଲେ।

ଦୁର୍ବୃତ୍ତମାନେ ପ୍ରଥମେ ଅନମୋଲଙ୍କ ସ୍କର୍ପିଓ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ସେଥିରେ ବିଫଳ ହେବା ପରେ ସେମାନେ ଶିବଧନ ଲୋହାରଙ୍କ ଆଲ୍ଟୋ କାରକୁ ଅଟକାଇ ତାଙ୍କୁ ଗାଡ଼ିରୁ ଟାଣି ବାହାରକୁ ଆଣିଥିଲେ। ତାଙ୍କଠାରୁ ନଗଦ ଟଙ୍କା ଥିବା ପର୍ସ ଓ ମୋବାଇଲ ଫୋନ୍ ଲୁଟି ନେବା ସହ ଛୁରିରେ ଆକ୍ରମଣ କରିଥିଲେ।

ପରେ ଦୁର୍ବୃତ୍ତମାନେ ଶିବଧନଙ୍କୁ ପୁଣି ତାଙ୍କ କାର ଭିତରକୁ ନେଇ ଡୁଡୁକା ରେଳ ଓଭରବ୍ରିଜ୍‌ ନିକଟକୁ ଯାଇ ବାରମ୍ବାର ଛୁରି ଭୁସି ହତ୍ୟା କରିଥିଲେ। ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତଦେହକୁ ରେଳ ଓଭରବ୍ରିଜ୍‌ ନିକଟସ୍ଥ ଏକ ଜଳସ୍ରୋତରେ ଫିଙ୍ଗି ଦେଇଥିଲେ।ଏହାପରେ ଲୁଟ୍ ହୋଇଥିବା ଆଲ୍ଟୋ କାରରେ ଫେରାର ହେଉଥିବା ବେଳେ ଜୁନ୍ ୨୯ ତାରିଖ ଭୋର ପ୍ରାୟ ୫ଟା ସମୟରେ ଭଷ୍ମା ଥାନା ଅନ୍ତର୍ଗତ ଖମାରବାହାଲ ନିକଟ କୋଇଲା କରିଡର ରାସ୍ତାରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଖବର ପାଇ ଭଷ୍ମା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ସୁନ୍ଦରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଦୁର୍ଘଟଣାରେ ଅଭିଯୁକ୍ତ ଶୁଭେନ୍ଦୁ ଶେଖର ମାଝୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଅଭିଯୁକ୍ତ ଭୁମେଶ୍ୱର ବେହେରା ରାଉରକେଲାର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଜଣେ ନାବାଳକଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି।

ତଦନ୍ତ ବେଳେ ପୋଲିସ ହତ୍ୟାରେ ବ୍ୟବହୃତ ଛୁରି, ଲୁଟ୍ ହୋଇଥିବା ଆଲ୍ଟୋ କାର ଓ ମୃତକଙ୍କ ପର୍ସ ଜବତ କରିଛି। ସାଇଣ୍ଟିଫିକ୍‌ ଟିମ୍‌ର ସହାୟତାରେ ଘଟଣାସ୍ଥଳରୁ ବିଭିନ୍ନ ପ୍ରମାଣ ସଂଗ୍ରହ କରାଯାଇଥିବା  ଏସ୍‌ପି ଅମ୍ରିତ ପାଲ କୌର  ସୂଚନା ଦେଇଛନ୍ତି। ସୁନ୍ଦରଗଡ଼ ଏସ୍‌ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗଠିତ ଏକ ସ୍ୱତନ୍ତ୍ର ପୋଲିସ ଟିମ୍‌ ମାମଲାର ତଦନ୍ତ କରୁଛି। ଏହି ହତ୍ୟା ଓ ଲୁଟ୍ ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ମଧ୍ୟ ତଦନ୍ତ ଜାରି ରହିଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?