ତିନିରଥ ଚକ, ପ୍ରଭାରେ ଫାଟ

ପୁରୀ ଅଫିସ,୧୬ା୭:ତିନି ରଥର ଚକ ଓ ପ୍ରଭାରେ ଫାଟ ହୋଇଛି। ତାଳଧ୍ୱଜ ରଥ ଆଗପାର୍ଶ୍ୱ ଚକରେ ବଡ଼ ଫାଟ ହୋଇ ଚକଟି ଗୋଟିଏ ପାର୍ଶ୍ୱକୁ ମୋଡ଼ିଯାଇଥିବାବେଳେ ଦର୍ପଦଳନ ଓ ନନ୍ଦିଘୋଷରେ ସାମାନ୍ୟ ଫାଟ ହୋଇଥିବା ଦେଖିବାକୁ ମିଳିଛି। ଦକ୍ଷିଣମୋଡ଼ ପୂର୍ବରୁ ତିନି ରଥର ଯାଞ୍ଚ ପ୍ରକ୍ରିୟା ସମୟରେ ଏହା ଜଣାପଡ଼ିଛି। ଏ ନେଇ ରଥନିର୍ମାଣ କମିଟିର ତତ୍ତ୍ବାବଧାରକ ସୁଦର୍ଶନ ମେକାପ କହିଛନ୍ତି, ସବୁବର୍ଷ ରଥ ଦକ୍ଷିଣମୋଡ଼ ଲାଗି ନାକଚଣା ଦ୍ୱାରକୁ ଯିବା ପୂର୍ବରୁ ଯାଞ୍ଚ କରାଯାଇଥାଏ। ସେହିଭଳି ରଥ ଦକ୍ଷିଣମୋଡ଼ ନେବା ପରେ ମଧ୍ୟ ଚକ, ପ୍ରଭା ଇତ୍ୟାଦି ଯାଞ୍ଚ ହୁଏ। ଚଳିତବର୍ଷ ବାରମ୍ବାର ବ୍ରେକ୍‌ ଦିଆଯିବାରୁ ଚାପରେ ଏଭଳି ଫାଟ ହୋଇଛି। ଗୁରୁବାର ଏହି ଯାଞ୍ଚ ପ୍ରକ୍ରିୟାରେ ପୂର୍ବତଟ ରେଲ୍‌ଓ୍ବେର ୪୫ଜଣିଆ ଟେକ୍ନିସିଆନଙ୍କ ସମେତ ୧୦ ମହାରଣା, ୬ ଭୋଇସେବାୟତ ଓ ୩ଜଣ କମାରସେବକ ସାମିଲ ଥିଲେ। ଏମାନେ ରଥଗୁଡ଼ିକୁ ତନ୍ନତନ୍ନ କରି ଯାଞ୍ଚ କରିଥିଲେ। ନନ୍ଦିଘୋଷ ଓ ଦର୍ପଦଳନ ରଥରେ ଥିବା ସମସ୍ୟା ମଧ୍ୟ ସମାଧାନ କରାଯାଇଛି। ରେଲଓ୍ବେ ଟେକ୍ନିସିଆନ୍‌ ରବିନାରାୟଣ ପାଣିଗ୍ରାହୀ କହିଛନ୍ତି, ସବୁ ଫାଟକୁ ମରାମତି କରାଯାଇଛି। ୧୭ତାରିଖରେ ରଥ ଦକ୍ଷିଣ ମୋଡ଼ ହେବ। ତେଣୁ ପରେ ରଥ ଯାଞ୍ଚ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଲଘୁଚାପରୁ ବନ୍ୟା ଆଶଙ୍କା

ଭୁବନେଶ୍ୱର,୨୭ା୭(ଅନୁରାଧା ମହାରଣା): ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ ବିଲବାଡ଼ି ଜଳାର୍ଣ୍ଣବ...

ବଢ଼ିପାରେ ମଧ୍ୟାହ୍ନଭୋଜନ ମୁଣ୍ଡ ପିଛା ଖର୍ଚ୍ଚ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ମୁଣ୍ଡପିଛା ମୂଲ୍ୟ ବଢ଼ିପାରେ। ଏ ନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ...

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ...

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠାକରି ଭାଜପା ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିଛି। ଭାଜପା ସରକାରର ପ୍ରଥମ ବଜେଟ ଓଡ଼ିଶା...

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri