ତିନିରଥ ଚକ, ପ୍ରଭାରେ ଫାଟ

ପୁରୀ ଅଫିସ,୧୬ା୭:ତିନି ରଥର ଚକ ଓ ପ୍ରଭାରେ ଫାଟ ହୋଇଛି। ତାଳଧ୍ୱଜ ରଥ ଆଗପାର୍ଶ୍ୱ ଚକରେ ବଡ଼ ଫାଟ ହୋଇ ଚକଟି ଗୋଟିଏ ପାର୍ଶ୍ୱକୁ ମୋଡ଼ିଯାଇଥିବାବେଳେ ଦର୍ପଦଳନ ଓ ନନ୍ଦିଘୋଷରେ ସାମାନ୍ୟ ଫାଟ ହୋଇଥିବା ଦେଖିବାକୁ ମିଳିଛି। ଦକ୍ଷିଣମୋଡ଼ ପୂର୍ବରୁ ତିନି ରଥର ଯାଞ୍ଚ ପ୍ରକ୍ରିୟା ସମୟରେ ଏହା ଜଣାପଡ଼ିଛି। ଏ ନେଇ ରଥନିର୍ମାଣ କମିଟିର ତତ୍ତ୍ବାବଧାରକ ସୁଦର୍ଶନ ମେକାପ କହିଛନ୍ତି, ସବୁବର୍ଷ ରଥ ଦକ୍ଷିଣମୋଡ଼ ଲାଗି ନାକଚଣା ଦ୍ୱାରକୁ ଯିବା ପୂର୍ବରୁ ଯାଞ୍ଚ କରାଯାଇଥାଏ। ସେହିଭଳି ରଥ ଦକ୍ଷିଣମୋଡ଼ ନେବା ପରେ ମଧ୍ୟ ଚକ, ପ୍ରଭା ଇତ୍ୟାଦି ଯାଞ୍ଚ ହୁଏ। ଚଳିତବର୍ଷ ବାରମ୍ବାର ବ୍ରେକ୍‌ ଦିଆଯିବାରୁ ଚାପରେ ଏଭଳି ଫାଟ ହୋଇଛି। ଗୁରୁବାର ଏହି ଯାଞ୍ଚ ପ୍ରକ୍ରିୟାରେ ପୂର୍ବତଟ ରେଲ୍‌ଓ୍ବେର ୪୫ଜଣିଆ ଟେକ୍ନିସିଆନଙ୍କ ସମେତ ୧୦ ମହାରଣା, ୬ ଭୋଇସେବାୟତ ଓ ୩ଜଣ କମାରସେବକ ସାମିଲ ଥିଲେ। ଏମାନେ ରଥଗୁଡ଼ିକୁ ତନ୍ନତନ୍ନ କରି ଯାଞ୍ଚ କରିଥିଲେ। ନନ୍ଦିଘୋଷ ଓ ଦର୍ପଦଳନ ରଥରେ ଥିବା ସମସ୍ୟା ମଧ୍ୟ ସମାଧାନ କରାଯାଇଛି। ରେଲଓ୍ବେ ଟେକ୍ନିସିଆନ୍‌ ରବିନାରାୟଣ ପାଣିଗ୍ରାହୀ କହିଛନ୍ତି, ସବୁ ଫାଟକୁ ମରାମତି କରାଯାଇଛି। ୧୭ତାରିଖରେ ରଥ ଦକ୍ଷିଣ ମୋଡ଼ ହେବ। ତେଣୁ ପରେ ରଥ ଯାଞ୍ଚ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ମିଶିଲେ ଶତାଧିକ ମହିଳା, ଯୁବକ

ଝାରସୁଗୁଡ଼ା, ୧୬ା୭(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ବିଟିଏମ୍‌ସ୍ଥିତ ଭାଜପା କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଲଇକେରା ଏବଂ ନିକ୍ତିମାଲ…

ଅନୁମତି ଆବାସିକ, ଚାଲିଛି ବେପାର

ଭୁବନେଶ୍ୱର,୧୬ା୭(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଆଧୁନିକ ସହର ସ୍ବପ୍ନ ଦେଖୁଛି। ରାଜଧାନୀବାସୀଙ୍କୁ ଉନ୍ନତ ଜୀବନଶୈଳୀ ଯୋଗାଇଦେବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଉଛି। ହେଲେ ବିଏମ୍‌ସି…

ଏସ୍‌ଆଇଆର୍‌ରେ ୨୭ ଲକ୍ଷ ଭୋଟରଙ୍କ ନାମ କଟିଛି: ବିଜେଡି

ଭୁବନେଶ୍ୱର,୧୬।୭(ସୁନିତ୍‌ ମିଶ୍ର): ଏସ୍‌ଆଇଆର ପ୍ରକ୍ରିୟାକୁ ନେଇ ବିଜେଡି ପକ୍ଷରୁ ଏକ ପ୍ରତିନିଧିମଣ୍ଡଳୀ ବୁଧବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଏଥିରେ ନୂତନ ଭୋଟର…

ସୃଷ୍ଟି ହେଲା ଲଘୁଚାପ: ପ୍ରବଳ ବର୍ଷା ହେବା ନେଇ ପୁରୀକୁ ହାଇ ଆଲର୍ଟ

ଭୁବନେଶ୍ୱର, ୧୬ା୭(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟି ହେଲା ବର୍ଷର ଦ୍ୱିତୀୟ ଲଘୁଚାପ। ସକ୍ରିୟ ଥିବା ଘୂର୍ଣ୍ଣିବଳୟଟି ବୁଧବାର ସକାଳ ୫ଟା ୩୦ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର…

ସିଏମ୍‌ଓରୁ ୨ ଫାଇଲ ହଜିବା ଘଟଣା: ମନୋଜ ମିଶ୍ର, ରାଜେଶ ବର୍ମାଙ୍କୁ ସମନ

ଭୁବନେଶ୍ୱର,୧୬।୭(ସୁନିତ୍‌ ମିଶ୍ର): ଓଡ଼ିଶା ସରକାରରେ କାର୍ଯ୍ୟରତ ଥିବା ପୂର୍ୱତନ ଆଇଟି ସଚିବ ମନୋଜ ମିଶ୍ର ଏବଂ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ତଥା ବର୍ତ୍ତମାନ କମିଶନ ଫର୍‌ ଏୟାର…

ଆଜି ଭକ୍ତ-ଭଗବାନ ଭେଟ: ଆଜି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା

ପୁରୀ,୧୬ା୭(ଅଜିତ୍‌ କୁମାର ମହାନ୍ତି): ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଅର୍ଥାତ ଗୁରୁବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାୟତ ସମସ୍ତେ ପ୍ରସ୍ତୁତ…

‘ମହାପ୍ରଭୁ ଜଗନ୍ନାଥ’ ଚଳଚ୍ଚିତ୍ର ଉପରେ ଅଙ୍କୁଶ ଲଗାଇଲେ କୋର୍ଟ, ଅନ୍ୟାଦେଶ ପର୍ଯ୍ୟନ୍ତ…

କଟକ,୧୫l୭(ପ୍ରଭୁକଲ୍ୟାଣ ପାଲ): ଆନିମେଟେଡ୍ ଚଳଚ୍ଚିତ୍ର (ମହାପ୍ରଭୁ ଜଗନ୍ନାଥ) ମୁକ୍ତିଲାଭ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ। ଅନ୍ୟାଦେଶ ପର୍ଯ୍ୟନ୍ତ ଚଳଚ୍ଚିତ୍ର ପ୍ରଦର୍ଶନ ନ କରିବାକୁ ହାଇକୋର୍ଟଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri