Odisha Elections 2024

ସାଧାରଣତନ୍ତ୍ର ଦିବସ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ରାଜଧାନୀରେ ୩୦ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର,୨୫।୧(ସୂର୍ଯ୍ୟକାନ୍ତ ବେହେରା): ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ଶୁକ୍ରବାର ରାଜ୍ୟସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ସହରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିବାବେଳେ ବୁଧବାର ଫୁଲ୍‌ଡ୍ରେସ୍‌ ପରେଡ୍‌ କରାଯାଇଥିଲା। ସକାଳେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଉପସ୍ଥିତିରେ ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ଯୋଗଦେଇ ଏହାକୁ ନିରୀକ୍ଷଣ କରିଥିଲେ। ତେବେ ଏଥର ପରେଡର ନେତୃତ୍ୱ ନେଇଛନ୍ତି ଆଇପିଏସ୍‌ ଅଫିସର ଏ.ବି. ଶିଳ୍ପା। ପରେଡ୍‌ରେ ୬୪ଟି ଗ୍ରୁପ୍‌ (କଣ୍ଟିଜେଣ୍ଟ୍‌) ଅଂଶଗ୍ରହଣ କରିବେ। ସେହିପରି ଏହି ଉତ୍ସବରେ ଝାଡଖଣ୍ଡ ପୋଲିସ ମଧ୍ୟ ଯୋଗଦେବ। ଆର୍ମି, ନ୍ୟାଭି, ପୋଲିସର ବିଭିନ୍ନ ଓ୍ବିଙ୍ଗ୍‌, ସ୍କୁଲ ଛାତ୍ରୀଛାତ୍ରଙ୍କ ସମେତ ବିଭିନ୍ନ ଗ୍ରୁପ୍‌ର ଚିତ୍ତାକର୍ଷକ ପରେଡ୍‌ ଦେଖିବାକୁ ମିଳିବ। ଏସବୁ ଗ୍ରୁପ୍‌ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବାଘନାଚ, ମୟୂର ନାଚ ଆଦି ଗ୍ରୁପ୍‌ର ଅଭ୍ୟାସ କରାଯାଇଥିଲା। ଏଥିସହ ଛାତ୍ରୀଛାତ୍ରଙ୍କ ଦ୍ୱାରା ଡେୟାରଡେଭିଲ ବାଇକ ଶୋ ଦର୍ଶକଙ୍କୁ ଅଧିକ ଆକର୍ଷିତ କରିଥିଲା। ଏହି ଶୋ’ରେ ୩୫ଜଣ ବାଳକ ଓ ୩୦ଜଣ ବାଳିକା ଭାଗ ନେଇଥିଲେ। ଅପରପକ୍ଷେ କଣ୍ଟିଜେଣ୍ଟ ମଧ୍ୟରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌), ଓଡ଼ିଶା ରାଜ୍ୟ ସଶସ୍ତ୍ର ପୋଲିସ (ସପ୍ତମ ବାଟାଲିଅନ), ସ୍ବତନ୍ତ୍ର ସୁରକ୍ଷା ବାଟାଲିଅନ (ଏସ୍‌ଏସ୍‌ଜି), ସ୍ପେଶାଲ ଅପରେଶନ୍‌ ଗ୍ରୁପ୍‌ (ଏସ୍‌ଓଜି), ସିଆର୍‌ପିଏଫ୍‌, ଅଗ୍ନିଶମ ଏବଂ ଓଡ୍ରାଫ୍‌, ଆର୍ମି, ନ୍ୟାଭି ଓ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ଗ୍ରୁପ୍‌ ରହିଛି। ଏନେଇ ପୋଲିସ ଡିଜି କେହିଛନ୍ତି, ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସକୁ ଉତ୍ସାହର ସହ ପାଳନ କରିବାକୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୩୦ ପ୍ଲାଟୁନ ଫୋର୍ସ ଓ ୨୦୦ ଜଣରୁ ଊର୍ଦ୍ଧ୍ୱ ଅଧିକାରୀଙ୍କୁ ନିୟୋଜିତ କରାଯିବ। ତେବେ ପରେଡ ସମୟରେ ମହାତ୍ମାଗାନ୍ଧୀ ମାର୍ଗ ଓ ଏହାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସର୍ବସାଧାରଣଙ୍କ ଯାତାୟାତ ପାଇଁ ବନ୍ଦ କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନବୀନ, ଭିଡିଓ ଜାରି କରି ବର୍ଷିଲେ

ଭୁବନେଶ୍ୱର,୧୮।୫: ପୁଣି ଏକ ଭିଡିଓ ଜାରି କରି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ଓଡ଼ିଶା ପ୍ରସଙ୍ଗରେ କହିବା ଆଗରୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ...

ମୁଁ ଦଳରେ ନାହିଁ, ମୋତେ କିଭଳି ବହିଷ୍କାର କରାଗଲା: ବିଜୟ

ଭୁବନେଶ୍ୱର,୧୮।୫: ମୁଁ ଦଳରେ ନାହିଁ। ହେଲେ ମୋତେ କିପରି ବହିଷ୍କାର କରାଗଲା। ଏଭଳି ନିଷ୍ପତ୍ତି ନେଇ ଭାଜପା ଲୋକହସା ହୋଇଛି ବୋଲି ବରିଷ୍ଠ ନେତା ବିଜୟ...

ତୃତୀୟ ପର୍ଯ୍ୟାୟରେ ୪ ପ୍ରାର୍ଥୀଙ୍କ ନାମରେ ହତ୍ୟା, ଜଣଙ୍କ ନାମରେ ବଳାତ୍କାର ମାମଲା

ଭୁବନେଶ୍ୱର,୧୮।୫: ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୪୨ ବିଧାନସଭା ନିର୍ବାଚନମଣ୍ଡଳୀର ୩୮୩ ବିଧାୟକ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୦ଜଣ ଅର୍ଥାତ ୨୬%ଙ୍କ ନାମରେ...

ପାଣ୍ଡିଆନ ଦେଲେ ବଡ଼ ପ୍ରତିଶ୍ରୁତି, ମିଶନ ଶକ୍ତି ମା’ମାନଙ୍କୁ ମିଳିବ ପେନସନ

ପୁରୀ,୧୮।୫: ପୁରୀ କୃଷ୍ଣପ୍ରସାଦରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କ୍ରମରେ ବଡ଼ ଘୋଷଣା କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସେ ମୁଖ୍ୟମନ୍ତ୍ରୀଙ୍କ ୩ଟି ଦସ୍ତଖତ କଥା...

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ସବୁଠୁ ଧନୀ ପ୍ରାର୍ଥୀ କିଏ ଜାଣନ୍ତି? ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର,୧୮।୫: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୩୩% ବିଧାୟକ ପ୍ରାର୍ଥୀ କୋଟିପତି ବୋଲି ଜଣାପଡିଛି। ଚମ୍ପୁଆ ବିଜେଡି ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ ସବୁଠୁ ଧନୀ ପ୍ରାର୍ଥୀ...

ମହାପ୍ରଭୁଙ୍କ ଦର୍ଶନ ସାରି ମେଗା ରୋଡ ଶୋ’ କରିବେ ମୋଦି

ଭୁବନେଶ୍ୱର,୧୮ା୫:୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

୨୨ରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ୨୪ ଅବପାତ!

ଭୁବନେଶ୍ୱର,୧୮।୫: ତାତିରୁ ମିଳିବ ଆଶ୍ୱସ୍ତି। ଆସନ୍ତା ୨୨ ତାରିଖରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ...

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୨୦ ପ୍ରତିଶତ ମତଦାନ କେନ୍ଦ୍ର ସମ୍ବେଦନଶୀଳ: ସିଇଓ

ଭୁବନେଶ୍ୱର,୧୮।୫: ଦ୍ବିତୀୟ ପର୍ଯ୍ୟାୟ ଭୋଟ ପ୍ରସ୍ତୁତି ନେଇ ସିଇଓ ନିକୁଞ୍ଜ ଧଳ ଶନିବାର ପ୍ରେସମିଟ କରିଛନ୍ତି। ୨ୟ ପର୍ଯ୍ୟାୟରେ ମୋଟ ୭୯ ଲକ୍ଷ ୬୯ ହଜାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri