ବିଦେଶ ଗସ୍ତ ତଦନ୍ତ ନିର୍ଦ୍ଦେଶକୁ ନେଇ ନବୀନଙ୍କ ଜବାବ, କହିଲେ ଉଚିତ୍ ଜବାବ….

ଭୁବନେଶ୍ୱର,୨୩ା୧୧: ବିଦେଶ ଗସ୍ତକୁ ନେଇ ତଦନ୍ତ ନିର୍ଦ୍ଦେଶ ପ୍ରସଙ୍ଗରେ ଆଜି ମୁହଁ ଖୋଲିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ମୋର ବିଦେଶ ଗସ୍ତ ବହୁତ ସୀମିତ, କେବଳ ଓଡ଼ିଶା ସ୍ବାର୍ଥ ପାଇଁ ଯାଇଛି ବୋଲି ସେ କହିଛନ୍ତି ।

ନବୀନ ପଟ୍ଟନାୟକଙ୍କ କହିବା ଅନୁସାରେ, ମୁଁ ଓ ମୋ ଅଫିସରଙ୍କ ବିଦେଶ ଗସ୍ତକୁ ନେଇ ମିଥ୍ୟା ଅଭିଯୋଗ ଅଣାଯାଇଛି । ସେମାନଙ୍କୁ ଉଚିତ୍ ଜବାବ ଦିଆଯିବ । ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ ବିରୋଧୀ ବହୁତ ଭଲ ପ୍ରଦର୍ଶନ କରିଛନ୍ତି । ଏଥିପାଇଁ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ବିଳମ୍ବ କରିବାର ଆଶଙ୍କା ରହିଛି ବୋଲି କହିଛନ୍ତି ନବୀନ ।

କହିରଖୁଛୁ କି, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନ ଏବଂ ଆଇପିଏସ୍‌ ଅଫିସର ରବି କାନ୍ତଙ୍କ ୨୦୨୨-୨୩ ଏବଂ ୨୦୨୩-୨୪ରେ ବିଦେଶ ଗସ୍ତ ସମ୍ପର୍କରେ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ନିର୍ଦ୍ଦେଶ ଦେଇଥିଲେ । ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଏହାର ତଦନ୍ତ କରିବେ ବୋଲି କୁହାଯାଇଥିଲା । କେତେକ ସାମାଜିକ କର୍ମୀଙ୍କ ଅଭିଯୋଗ ଅନୁଯାୟୀ ପୂର୍ୱତନ ମୁଖ୍ୟମନ୍ତ୍ରୀ, ପାଣ୍ଡିଆନ ଏବଂ ରବି କାନ୍ତ ୨୦୨୨-୨୩ ଏବଂ ୨୦୨୩-୨୪ରେ ଅନେକ ଥର ବିଦେଶ ଗସ୍ତ କରିଛନ୍ତି। ବିଭିନ୍ନ ସୂଚନା ଅଧିକାର(ଆର୍‌ଟିଆଇ) ଆଇନ ଆଧାରିତ ପ୍ରଶ୍ନରୁ ମିଳିଥିବା ତଥ୍ୟ ଅନୁଯାୟୀ ସେମାନଙ୍କ ଜାପାନ ଓ ଇଟାଲୀ ଗସ୍ତର ଖର୍ଚ୍ଚ ବିବରଣୀ ସନ୍ଦେହଜନକ, ଅସ୍ୱଚ୍ଛ ଏବଂ ଅସମ୍ପୂର୍ଣ୍ଣ ବୋଲି ସାମାଜିକ କର୍ମୀମାନେ ଅଭିଯୋଗ କରିଛନ୍ତି। ଏହି ଗସ୍ତ ତଥ୍ୟକୁ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଗୋପନୀୟ ରଖାଯାଇଛି। ତେଣୁ ତଥ୍ୟଗୁଡିକର ତାଳମେଳ ରହୁନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହିସବୁକୁ ଦୃଷ୍ଟିରେ ରଖି ଏହାର ତଦନ୍ତ କରାଯାଇ ପ୍ରକୃତ ସତ୍ୟ ପଦାକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ଅପହଞ୍ଚ ହୋଇ ରହିବାରୁ, ଏମିତି ଦୋଷ ଦେଲେ ଶୁବମନ ଗିଲ; କହିଲେ ଦଳ କାହିଁକି ସମୟ ପୂର୍ବରୁ ହିଁ ହାର ମାନି ନେଇଥିଲା

ନୂଆଦିଲ୍ଲୀ,୨୩।୧୧: ୱେଲିଂଟନର ବେସିନ ରିଜର୍ଭ ଠାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚର ପଞ୍ଚମ ଦିନ, ଅର୍ଥାତ ସୋମବାର ଯେତେବେଳେ ଭାରତୀୟ କ୍ରିକେଟ ଦଳ ପଡ଼ିଆକୁ ଓହ୍ଲାଇଲା,…

IND-NZ ଟେଷ୍ଟ ମ୍ୟାଚ ଡ୍ର’ ପରେ WTC ପଏଣ୍ଟ ତାଲିକାରେ ବଡ଼ ପରିବର୍ତ୍ତନ, ଭାରତକୁ ଲାଗିଛି ବଡ଼ ଝଟକା, ଜାଣନ୍ତୁ ନ୍ୟୁଜିଲ୍ୟାଣ୍ଡର ସ୍ଥିତି

ନୂଆଦିଲ୍ଲୀ,୨୩।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ ଡ୍ର’ରେ ଶେଷ ହୋଇଛି। ଏହି ଫଳାଫଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ପଏଣ୍ଟ ତାଲିକା ଉପରେ…

ନିର୍ବାଚନରେ ହଇଚଇ ସୃଷ୍ଟି କରିବ CJP! ଆଶୁତୋଷ ରଙ୍କା କହିଲେ ‘ବହୁତ ହେଲା, ଆଉ ନୁହେଁ…’

ନୂଆଦିଲ୍ଲୀ,୨୩।୧୧: ‘କକରୋଚ ଜନତା ପାର୍ଟି’ (CJP) ରବିବାର (ନଭେମ୍ବର ୨୨, ୨୦୨୬) ଘୋଷଣା କରିଛି ଯେ, ଦଳୀୟ କର୍ମୀ ଏବଂ ସାଧାରଣ ଜନତାଙ୍କ ସହଯୋଗରେ ଏହା ଗୋଆ…

ଗଞ୍ଜାମରେ ବାତ୍ୟା-ବନ୍ୟା କ୍ଷୟକ୍ଷତି ଦେଖିଲେ ମୁଖ୍ୟମନ୍ତ୍ରୀ, ଫସଲ ନଷ୍ଟର କଲେ ଅନୁଧ୍ୟାନ

ଛତ୍ରପୁର,୨୩।୧୧(ଦିଲୀପ ସାମଲ): ଗଞ୍ଜାମ ଜିଲାରେ ବାତ୍ୟା ଓ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବାକୁ ଆଜି ଜିଲା ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ବିବାହ ପୂର୍ବରୁ ଲୁହରେ ଭିଜିଲା ପୂରା ପରିବାର: ଯେଉଁ ବେଦୀରେ ପଡ଼ିଥାନ୍ତା ହାତଗଣ୍ଠି, ସେଇଠି ପଡ଼ି ଚାଲିଗଲା ସଂଗ୍ରାମଙ୍କ ଜୀବନ

ବନ୍ତଳା,୨୩।୧୧(ସୁଶିତ ସାହୁ): ଆସନ୍ତା ୨ ତାରିଖରେ ହୋଇଥାନ୍ତା ବାହାଘର। ବାହାବେଦୀ ତିଆରି ହୋଇଥିଲାବେଳେ ସମସ୍ତ ଆୟୋଜନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା। ହେଲେ ଅଘଟଣ ଘଟି ଯେଉଁ ବେଦୀରେ…

ପାକିସ୍ତାନ ଖେଳାଳିଙ୍କ ଅଶୋଭନୀୟ ଆଚରଣ: ହର୍ଷିତ ରାଣାଙ୍କ ସହ କ’ଣ କଲେ ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୩।୧୧: ରବିବାର ଭାରତ ବିପକ୍ଷ ମ୍ୟାଚରେ ପାକିସ୍ତାନୀ ଖେଳାଳିମାନେ ଅତ୍ୟନ୍ତ ଖରାପ ଆଚରଣ ପ୍ରଦର୍ଶନ କରିଥିଲେ। ‘ଇମର୍ଜିଂ ଟିମ୍ସ ଏସିଆ କପ’ (Emerging Teams Asia Cup)…

ଭାରତ ହାତରୁ ବିଜୟ ଛଡ଼ାଇ ନେଲା ନ୍ୟୁଜିଲ୍ୟାଣ୍ଡ; ପ୍ରଥମ ଟେଷ୍ଟ ମ୍ୟାଚ ଏମିତି ଶେଷ ହେଲା, ଅବ୍ୟାହତ ରହିଲା୧୨ ବର୍ଷର ଅପେକ୍ଷା

ନୂଆଦିଲ୍ଲୀ,୨୩।୧୧: ୱେଲିଂଟନର ବେସିନ ରିଜର୍ଭରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ ପଞ୍ଚମ ଦିନରେ (ନଭେମ୍ବର ୨୩) ଡ୍ର’ରେ ଶେଷ ହୋଇଛି। ଏକ…

ବାତ୍ୟା ପ୍ରଭାବିତଙ୍କ ଦୁଃଖ ବୁଝିବାକୁ ଗଞ୍ଜାମରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ସ୍ଥିତି ସମୀକ୍ଷା କରି…

ଗଞ୍ଜାମ,୨୩ା୧୧: ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତିର ତଦାରଖ ଓ ସ୍ଥିତି ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଗଞ୍ଜାମରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ବିମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?