ବିଏମ୍‌ସି ପକ୍ଷରୁ ଥ୍ରୀ ଆର୍‌ ଅଭିଯାନ ଆରମ୍ଭ

ଭୁବନେଶ୍ୱର, ୧୬।୫ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଆରମ୍ଭ ହୋଇଛି ଥ୍ରୀ ଆର୍‌ (R) ବା ରିଡ୍ୟୁସ୍‌, ରି-ୟୁଜ୍‌ ଓ ରିସାଇକେଲ। ଅର୍ଥାତ୍‌ କମ୍‌ ଉପଯୋଗ କରିବା, ତା’ର ପୁନଃ ବ୍ୟବହାର କରିବା ଏବଂ ପୁନଃ ଚକ୍ରଣ କରିବା। ଏହାଦ୍ୱାରା କୌଣସି ଜିନିଷ ଅଯଥାରେ ନଷ୍ଟ ହେବ ନାହିଁ କି ମହାନଗର ନିଗମ ଅପରିଷ୍କାର ହେବ ନାହିଁ। ପ୍ରତ୍ୟେକଙ୍କ ଘରେ ବ୍ୟବହାର ହେଉ ନ ଥିବା ପୁରୁଣା ଲୁଗା, ଡ୍ରେସ, ପୁରୁଣା ବହି, ରେନ୍‌କୋଟ୍‌, ଛତା, ପୁରୁଣା ଖେଳଣା, ଛୋଟ ପିଲାଙ୍କ ସାଇକେଲ, ଘର କରଣା ଜିନିଷ ଆଦିକୁ ଏଣେତେଣେ ନ ପିଙ୍ଗି ତାହାକୁ ବିଏମ୍‌ସି ଦ୍ୱାରା ନିଯୁକ୍ତ ତଥା ନିର୍ଦ୍ଧାରିତ କେନ୍ଦ୍ରରେ ପ୍ରଦାନ କଲେ ସେଗୁଡିକ ଅନ୍ୟମାନଙ୍କ କାମରେ ଆସିପାରିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଥିଲା। ସୋମବାର କଳ୍ପନା ଛକ ନିକଟରେ ଥିବା ଉତ୍କଳ ଗ୍ୟାଲେରିଆ ପରିସରରେ ଏ ସମ୍ପର୍କିତ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମେୟର ସୁଲୋଚନା ଦାସ, କମିଶନର ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ଡେପୁଟି କମିଶନର ମନୋରଞ୍ଜନ ସାହୁ, ଜୋନାଲ ଡେପୁଟି କମିଶନର ରବି ନାରାୟଣ ଜେଠୀ, ପ୍ରିୟବ୍ରତ ପାଢ଼ୀ, ପୁରନ୍ଦର ନନ୍ଦ, ସ୍ଥାନୀୟ କର୍ପୋରେଟର ନୃପେଶ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଯେତେ କମ୍‌ ଉପେଯାଗ କରିବା, ସେତେ ଅଳିଆ ଭାରାକ୍ରାନ୍ତରୁ ରକ୍ଷା ପାଇବା। ଏହି ଅଭିଯାନ ନିଜ ନିଜ ଘରୁ ଆରମ୍ଭ କରିବା ଦରକାର। ଆମେ ଘରେ ଯେତେ କମ୍‌ ଲୁଗାପଟା ବା ଡ୍ରେସ, ପ୍ଲାଷ୍ଟିକ, ଖେଳଣା ଇତ୍ୟାଦି କମ୍‌ ବ୍ୟବହାର କରିବା ସେତେ ଭଲ। ଯେତେବେଳେ ସେଗୁଡିକ ବ୍ୟବହାର ଅନୁପଯୋଗୀ ହେବ ସେତେବେଳେ ତାକୁ ରିସାଇକେଲ ବା ପୁନଃ ଚକ୍ରଣ କରାଯାଇ ପାରିବ। ଏହି ଅଭିଯାନ ସହରର ବିଭିନ୍ନ ୱାର୍ଡରେ କିପରି କରାଯିବ ଏବଂ ଏଥିରେ ଗୋଷ୍ଠୀ ସହଯୋଗ କିପରି ମିଳିବ ତାହାର ନକ୍‌ସା ପ୍ରସ୍ତୁତ ହୋଇଥିବା ନେଇ ମେୟର ସୂଚନା ଦେଇଥିଲେ। ଭୁବନେଶ୍ୱର ମହାନଗର ନିଗମକୁ ସ୍ବଚ୍ଛ, ସବୁଜ ଓ ସୁନ୍ଦର କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ ପ୍ରତ୍ୟେକ ନାଗରିକ ସାମିଲ ହେବା ସହ ଏହାକୁ ମିଶନ ମୋଡରେ କାର୍ଯ୍ୟକାରୀ କରିବା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ କମିଶନର ‘ଥିଲେ ଦିଅ, ନଥିଲେ ନିଅ’ ଆହ୍ବାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri