ଦୁର୍ଘଟଣାରେ ୩ ପୋଲିସ ମୃତ

ନବରଙ୍ଗପୁର/ପାପଡାହାଣ୍ଡି, ୧୮।୨(ବି.ପ୍ର./ଡି.ଏନ୍‌.ଏ.) : ନବରଙ୍ଗପୁର ଜିଲା ପାପଡାହାଣ୍ଡି ଥାନା ଅଧୀନ ସୋରିଷପଦରଠାରେ ଶୁକ୍ରବାର ରାତିରେ ପୋଲିଂ ପାର୍ଟିଙ୍କୁ ନେଇ ଯାଉଥିବା ଏକ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ୩ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ପ୍ରାୟ ୨୦ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ପାପଡାହାଣ୍ଡି ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।
ସୂଚନାନୁଯୟୀ, ୨୦ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୋଟିଏ ବସ୍‌ (ଓଡ଼ି-୦୫କେ-୦୧୦୫)ରେ ନବରଙ୍ଗପୁର ରିଜର୍ଭ ଅଫିସରୁ ପ୍ରାୟ ୩୬ ଜଣ ପୋଲିସ (ଗ୍ରାମରକ୍ଷୀ ଓ ଗୃହରକ୍ଷୀ) କୋଷାଗୁମୁଡାକୁ ଯାଉଥିଲେ। ଏହି ସମୟରେ ପାପଡାହାଣ୍ଡି ସୋରିଷପଦର ନିକଟ ବୁଲାଣିଆ ରାସ୍ତାରେ ବସ୍‌ଟି ଓଲଟି ପଡିଥିଲା। ସମସ୍ତ ପୋଲିସ କର୍ମଚାରୀ ବସ୍‌ ତଳେ ଚାପି ହୋଇ ଯାଇଥିଲେ। ଏଥିରେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଯାଇଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍‌କୁ ଉଠାଯାଇଛି। ପାପଡାହାଣ୍ଡି ଥାନାଧିକାରୀ ପୋଲିସ ଓ ଦମକଳ ବାହିନୀ ସହ ଘଟଣାସ୍ଥଳରେ ପହଞ୍ଚତ୍ ଆହତଙ୍କୁ ଉଦ୍ଧାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: ପଡ଼ିଆରେ ଏହି କ୍ରିକେଟରଙ୍କ ମୁଣ୍ଡରେ ଲାଗିଲା ଶକ୍ତ ଆଘାତ

ଇସଲାମାବାଦ,୧୫।୬: ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଶନିବାର (୧୬ ମଇ) ଠାରୁ ଆରମ୍ଭ ହୋଇଛି। ସିଲହଟରେ ଖେଳାଯାଉଥିବା ଏହି ମ୍ୟାଚର ପ୍ରଥମ ଦିନରେ,…

ଠାକୁରାଣୀ ଯାତ୍ରାର ଆକର୍ଷଣ ବଢ଼ାଉଛନ୍ତି ମାନସିକ ବେଶଧାରୀ, ଆଜି ସାବିତ୍ରୀ ଅମାବାସ୍ୟାରେ…

ଭଞ୍ଜନଗର,୧୬ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଶନିବାର ୨୧ ଦିନରେ ପହଞ୍ଚିଛି। ଆଉ ୪ ଦିନ ପରେ ଯାତ୍ରା ଉଦ୍‌ଯାପିତ ହେବ। ଆଜି ଅର୍ଥାତ୍‌…

ଖବରଦାତାଙ୍କ ଉପରେ ବର୍ଷିଲେ ଟ୍ରମ୍ପ, କହିଲେ ତୁମର ରିପୋର୍ଟିଂ ଦେଶଦ୍ରୋହ…

ଓ୍ବାଶିଂଟନ,୧୬।୫ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହା ମଧ୍ୟରେ, ଇରାନ ସମ୍ପର୍କରେ ଏକ ପ୍ରଶ୍ନ ପଚରାଯିବା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

ଅଲିମ୍ପିକ୍ସ ଆୟୋଜନ, ବିଶ୍ୱ ବିକାଶର ଇଞ୍ଜିନ, … ନେଦରଲ୍ୟାଣ୍ଡସ ଗସ୍ତ ସମୟରେ ଭାରତର ଏଜେଣ୍ଡା ସ୍ଥିର କଲେ ପ୍ରଧାନମନ୍ତ୍ରୀ ମୋଦି

ଆମଷ୍ଟରଡମ,୧୬।୫: ନେଦରଲ୍ୟାଣ୍ଡସ୍‌ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ସମ୍ମୁଖରେ ‘ନୂତନ ଭାରତ’ର ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ। ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ…

ତରଭୁଜ ଖାଇ ନାବାଳକଙ୍କ ଜୀବନ ଗଲା, ପରିବାରର ଆଉ ୩ ଅସୁସ୍ଥ

ପଟ୍ଟାମୁଣ୍ଡାଇ,୧୬ା୫(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଞ୍ଚଳର କୁପୁଣି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ତରଭୁଜ ଖାଇ ଗୋଟିଏ ପରିବାରର ଜଣେ ନାବାଳକଙ୍କର…

ଭାରତ ଆସିବେ ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ! ପ୍ରଧାନମନ୍ତ୍ରୀଙ୍କୁ ମାଗିଲେ..

ନୂଆଦିଲ୍ଲୀ,୧୬।୫: ୨୦୨୬ ଆଇପିଏଲ ଫାଇନାଲ ଦିନ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ମୋହସିନ ନକଭି ଅହମଦାବାଦରେ ଉପସ୍ଥିତ ରହିପାରନ୍ତି। ପ୍ରକୃତରେ, ଅହମଦାବାଦରେ ଏକ ଆଇସିସି (ଆନ୍ତର୍ଜାତୀୟ…

ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ

ନୂଆଦିଲ୍ଲୀ,୧୬।୫: ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ଆଜମ ଖାନଙ୍କୁ କୋର୍ଟରେ ଏକ ବଡ଼ ଝଟକା ଲାଗିଛି। ୨୦୧୯ ଲୋକ ସଭା ନିର୍ବାଚନ ସମୟରେ ଦେଇଥିବା ଏକ ବିବାଦୀୟ…

ରାସ୍ତା ଉପରେ ସାମଗ୍ରୀ ରଖି କରୁଥିଲେ ବ୍ୟବସାୟ: ହଠାତ୍ ଚଢ଼ାଉ କଲା ପୋଲିସ

ନନ୍ଦପୁର, ୧୬।୫ (ତୁଷାର କାନ୍ତ ମହାନ୍ତି): ନନ୍ଦପୁର ବ୍ଲକ ସଦର ମହକୁମାର ମୁଖ୍ୟ ରାସ୍ତା ଓ ରାଜଦାଣ୍ଡ ଉପରେ ବିଭିନ୍ନ ଦୋକାନୀମାନେ ସାମଗ୍ରୀ ରଖି ରାସ୍ତାକୁ ଅବୈଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri