ଦୁର୍ଘଟଣାରେ ୩ ପୋଲିସ ମୃତ

ନବରଙ୍ଗପୁର/ପାପଡାହାଣ୍ଡି, ୧୮।୨(ବି.ପ୍ର./ଡି.ଏନ୍‌.ଏ.) : ନବରଙ୍ଗପୁର ଜିଲା ପାପଡାହାଣ୍ଡି ଥାନା ଅଧୀନ ସୋରିଷପଦରଠାରେ ଶୁକ୍ରବାର ରାତିରେ ପୋଲିଂ ପାର୍ଟିଙ୍କୁ ନେଇ ଯାଉଥିବା ଏକ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ୩ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ପ୍ରାୟ ୨୦ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ପାପଡାହାଣ୍ଡି ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।
ସୂଚନାନୁଯୟୀ, ୨୦ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୋଟିଏ ବସ୍‌ (ଓଡ଼ି-୦୫କେ-୦୧୦୫)ରେ ନବରଙ୍ଗପୁର ରିଜର୍ଭ ଅଫିସରୁ ପ୍ରାୟ ୩୬ ଜଣ ପୋଲିସ (ଗ୍ରାମରକ୍ଷୀ ଓ ଗୃହରକ୍ଷୀ) କୋଷାଗୁମୁଡାକୁ ଯାଉଥିଲେ। ଏହି ସମୟରେ ପାପଡାହାଣ୍ଡି ସୋରିଷପଦର ନିକଟ ବୁଲାଣିଆ ରାସ୍ତାରେ ବସ୍‌ଟି ଓଲଟି ପଡିଥିଲା। ସମସ୍ତ ପୋଲିସ କର୍ମଚାରୀ ବସ୍‌ ତଳେ ଚାପି ହୋଇ ଯାଇଥିଲେ। ଏଥିରେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଯାଇଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍‌କୁ ଉଠାଯାଇଛି। ପାପଡାହାଣ୍ଡି ଥାନାଧିକାରୀ ପୋଲିସ ଓ ଦମକଳ ବାହିନୀ ସହ ଘଟଣାସ୍ଥଳରେ ପହଞ୍ଚତ୍ ଆହତଙ୍କୁ ଉଦ୍ଧାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟମନ୍ଦିର ସ୍ଥିତି ଅନୁଧ୍ୟାନ କଲେ ଆମିକସ୍‌କ୍ୟୁରି

କୋଣାର୍କ,୧୬।୯(ଡି.ଏନ୍‌.ଏ.)- ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରେ ଦୀର୍ଘ ବର୍ଷ ଧରି ଭର୍ତ୍ତି ହୋଇଥିବା ବାଲିକୁ ବାହାର କରିବା ପାଇଁ ନିକଟରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ...

ବେଆଇନ ଇଟାଭାଟିକୁ ପ୍ରଶାସନର ଲଗାମ ନାହିଁ

କୋରେଇ,୯ା୨(ଡି.ଏନ.ଏ.): ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ କୋରେଇ ଅଞ୍ଚଳରେ ଗଢ଼ିଉଠିଥିବା ବେଆଇନ ଇଟାଭାଟିଗୁଡ଼ିକ ଉପରେ ପ୍ରଶାସନର ଲଗାମ ନାହିଁ। କୋରେଇ ବ୍ଲକର ମୂଳାପାଳ, ପଥରପଦା,...

ଅଧିକାରୀ ଦେଖିଲେ, ସ୍ଥିତି ସୁଧୁରୁନି

ଲୋଇସିଂହା,୧୬।୧(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା କୃଷି ସମବାୟ ସମିତିରେ ଖରିଫ ଧାନକିଣା ଚର୍ଚ୍ଚାରେ ରହିଛି। ଜାଲିଆତି କରି ଭାଗଚାଷୀ ସାଜି ଧାନ କିଣିବା...

୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟକ୍ଷମ ଉପରେ ଗୁରୁତ୍ୱ

କେନ୍ଦୁଝର, ୩୦ା୫(ଡି.ଏନ.ଏ.)-ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଶୁକ୍ରବାର ଜିଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଦରବାର ହଲ୍‌ଠାରେ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ...

ଯୁବତୀଙ୍କୁ ଗଣ ବଳାତ୍କାର: ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ୍‌

ଝାରସୁଗୁଡ଼ା ଅଫିସ,୮।୫: ଝାରସୁଗୁଡ଼ା ବସ୍‌ଷ୍ଟାଣ୍ଡ ଆଖପାଖ ଅଞ୍ଚଳ ରେଲଓ୍ବେ ପୋଲିସ ଓ ଓଡ଼ିଶା ପୋଲିସ ଅଧୀନରେ ରହିଛି। ଅନେକ ସମୟରେ ଉଭୟ ପୋଲିସ ମଧ୍ୟରେ ସମନ୍ବୟ...

ପୁରୀରେ ଗଡ଼ିବନି ଘରୋଇ ଗାଡ଼ି: କଡ଼ାକଡ଼ି ହେବ ଯାଞ୍ଚ

ପୁରୀ ଅଫିସ,୨୦ା୪: କରୋନା ମୁକାବିଲା ନେଇ ଦେଶବ୍ୟାପୀ ଚାଲିଛି ଲକ୍‌ଡାଉନ। ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ଏହାର ଅବଧି ରହିଥିବାବେଳେ ସରକାର କେତେକ କ୍ଷେତ୍ରରେ...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ବନ୍ତଳା, ୩୦ା୩(ଡି.ଏନ.ଏ.)- ଅନୁଗୋଳ ଜିଲା ପୁରୁଣାକୋଟ ଥାନା କରତପଟା ବିଟ ଅଧୀନ କରଡ଼ାଶିଙ୍ଗ ଗ୍ରାମରେ ସୋମବାର ସକାଳେ ଭାଲୁ ଆକ୍ରମଣରେ ଜିତୁ ଦେହୁରୀ (୨୫) ଗୁରୁତର...

ଘରେ ପଶିଲା ଡ୍ରେନ୍‌ ପାଣି,ପ୍ରତିବାଦରେ ରାସ୍ତାରୋକୋ

ବାରିପଦା ଅଫିସ, ୨୧ା୩- ଗୁରୁବାର ରାତିରେ ହୋଇଥିବା ବର୍ଷାରେ ବାରିପଦା ପୌରପରିଷଦର ୨୭ନଂ. ୱାର୍ଡ଼ ତୁଳସୀଚଉରା ଅଞ୍ଚଳରେ ବସବାସ କରୁଥିବା ବିଭିିନ୍ନ ବ୍ୟକ୍ତିଙ୍କ ଘରେ ଡ୍ରେନ...

Advertisement
Archives

Model This Week