Posted inଜାତୀୟ

ପେଚକସ୍‌ରେ ଆକ୍ରମଣ କରି ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା, ଲହୁ ଲୁହାଣ ଅବସ୍ଥାରେ ମିଳିଲା ମୃତଦେହ

ବିଜନୌର,୧୦।୧୧: ଉତ୍ତର ପ୍ରଦେଶ ବିଜନୋରର ଖାଲିଫା କଲୋନୀରେ ହୋଇଥିବା ଟ୍ରିପଲ ମର୍ଡର ଘଟଣାରେ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ସ୍ବାମୀ, ସ୍ତ୍ରୀ ଏବଂ ପୁଅକୁ ଏକ ସ୍କ୍ର୍ରିଡ୍ରାଇଭର ବା ପେଚକସ୍‌ରେ ଭୂଷି ହତ୍ୟା କରାଯାଇଥିଲା। ପୋଲିସ ଏବଂ ଫୋରେନସିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଏହି ସମୟରେ ଏକ ବିରାଟ ଜନସମାଗମ ହୋଇଥିଲା।
ତିନି ହତ୍ୟାକାଣ୍ଡ ସମ୍ପର୍କରେ ପୋଲିସ ରବିବାର ଖଲିଫା କଲୋନୀରେ ପହଞ୍ଚିଛି। ପ୍ରକାଶ ଯେ, ଭୁରା (୫୦), ତାଙ୍କ ପତ୍ନୀ ଉବୈଦା (୪୫) ଏବଂ ୧୮ବର୍ଷର ପୁଅ ୟାକୁବଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲା। ଏହି ତିନିଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା।
ଟ୍ରିପଲ ମର୍ଡର ବିଷୟରେ ସୂଚନା ପାଇବା ମାତ୍ରେ ଏସପି ଅଭିଷେକ ଝା, ଏସପି ସିଟି ସଞ୍ଜୀବ ବାଜପେୟୀ ଏବଂ କିଛି ପୋଲିସ ଷ୍ଟେଶନରୁ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଧିକାରୀମାନେ ନିକଟସ୍ଥ ଲୋକ ଏବଂ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ପଚରାଉଚରା କରିଥିଲେ। ଏସପି ସିଟି କହିଛି ଯେ ଘଟଣାର ତଦନ୍ତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ୟୁଟିରେ ଥିବା ବେଳେ ଟଳିପଡ଼ିଲେ ଯବାନ

ନୂଆଦିଲ୍ଲୀ,୬ା୧୨: ଜମ୍ମୁ-କଶ୍ମୀରର ଶ୍ରୀନଗର ଅଧୀନ ଏକ ଜଙ୍ଗଲ ଅଞ୍ଚଳରେ ଶୁକ୍ରବାର ତଲାସି ଅଭିଯାନ ବେଳେ ଜଣେ ସେନା ଯବାନଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ମୃତକ ହେଲେ...

ପାକିସ୍ତାନରେ ଭଗତ ସିଂଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ: ଦୃଢ଼ ପ୍ରତିବାଦ ଜଣାଇଲା ଭାରତ

ନୂଆଦିଲ୍ଲୀ,୬ା୧୨: ପାକିସ୍ତାନରେ ଶହୀଦ ଭଗତ ସିଂଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟକୁ ନେଇ ଭାରତ ଇସ୍‌ଲାମାବାଦ ନିକଟରେ ଦୃଢ଼ ପ୍ରତିବାଦ ଜଣାଇଛି। ଲୋକ ସଭାରେ ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ...

ପ୍ରିନ୍ସିପାଲ୍‌ଙ୍କୁ ଗୁଳି କରି ହତ୍ୟାକଲେ ଦ୍ୱାଦଶ ଶ୍ରେଣୀ ଛାତ୍ର

ଛତରପୁର,୬ା୧୨: ମଧ୍ୟପ୍ରଦେଶର ଛତରପୁର ଜିଲାରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର ସ୍କୁଲ ପ୍ରିନ୍ସିପାଲ୍‌ଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଏଥିସହିତ ଛାତ୍ର ଜଣକ ତାଙ୍କ ସହଯୋଗୀଙ୍କ ସହ...

ସୀମାରେ ତୁର୍କୀ ଡ୍ରୋନ୍ ମୁତୟନ କଲା ବାଂଲାଦେଶ: ହାଇ ଆଲର୍ଟରେ ଭାରତ

ନୂଆଦିଲ୍ଲୀ,୬।୧୨: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଦେଶର ସେନା କ୍ଷମତାଚ୍ୟୁତ କରିବା ପରେ ଭାରତ ସହିତ ବାଂଲାଦେଶର ସମ୍ପର୍କ ଖରାପ ହୋଇଛି। ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ...

କୃଷକଙ୍କ ପାଇଁ ଖୁସିଖବର: ଜାଣନ୍ତୁ କେବେ ଜାରି ହେବ ପିଏମ କିସାନ ଯୋଜନାର ପରବର୍ତ୍ତୀ କିସ୍ତି

ନୂଆଦିଲ୍ଲୀ,୬।୧୨: ଭାରତ ସରକାର ଦେଶର ଲୋକଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି। ଦେଶର କୋଟି ଲୋକ ଏହି ସରକାରୀ ଯୋଜନାର ଲାଭ ପାଇଛନ୍ତି। ଭାରତ ଏକ...

ଗାଳି ଦେବାର ଗୋଟିଏ ଦିନ ପରେ ଶିବରାଜଙ୍କୁ ପ୍ରଶଂସା କଲେ ଧନଖର

ନୂଆଦିଲ୍ଲୀ,୬।୧୨: ଉପରାଷ୍ଟ୍ରପତି ଜଗଦୀପ ଧନଖର କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ପ୍ରଥମେ ଗାଳି ଦେବା ପରେ ଏବେ ତାଙ୍କୁ ପ୍ରଶଂସା କରିଛନ୍ତି। ଧନଖର...

କଂଗ୍ରେସ ଏମ୍‌ପି ବସିବା ସିଟ୍‌ରୁ ମିଳିଲା ନୋଟ ବିଡା: ରାଜ୍ୟ ସଭାରେ ହଙ୍ଗାମା

ନୂଆଦିଲ୍ଲୀ,୬।୧୨: କଂଗ୍ରେସ ବେଞ୍ଚରେ ନୋଟ ବିଡା ମିଳିବା ନେଇ ରାଜ୍ୟ ସଭାରେ ହଙ୍ଗାମା ଆରମ୍ଭ ହୋଇଛି। ଅଧ୍ୟକ୍ଷ ଜଗଦୀପ ଧନଖର ଏହି ସୂଚନା ଦେଇଛନ୍ତି। ପରେ...

ସୁନା ଭଣ୍ଡାର ବଢାଇଲା ଭାରତ: ବିଶ୍ୱରେ ଆରବିଆଇ ୧ ନମ୍ବର

ନୂଆଦିଲ୍ଲୀ,୬।୧୨:ଅକ୍ଟୋବରରେ ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ୬୦ ଟନ ସୁନା କିଣିଛନ୍ତି। ବିଶ୍ୱ ଗୋଲ୍ଡ କାଉନସିଲ (ଡବ୍ଲୁଜିସି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଥିରେ ରିଜର୍ଭ ବ୍ୟାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri