ତିନି ଲଫାପା ଉପାଖ୍ୟାନ

ସାଧାରଣତଃ ବିଭିନ୍ନ କଲେଜସ୍ତରରେ ନେତୃତ୍ୱ ନେଉଥିବା ଛାତ୍ରୀଛାତ୍ରମାନଙ୍କ ମଧ୍ୟରୁ ରାଜନେତାମାନେ ଆସିଥାନ୍ତି। ତାହା ବ୍ୟତୀତ ସମାଜରେ କିଛି ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ପିଲାମାନେ ହେଉ ବା ପ୍ରକୃତ ସମାଜସେବୀ ପରିବାର ପୃଷ୍ଠଭୂମିରୁ ଆସି ରାଜନୀତିରେ ଯୋଗଦେଇଥାନ୍ତି। ଆହୁରି ମଧ୍ୟ ଦେଶର ପ୍ରାୟ ସମସ୍ତ ରାଜରାଜୁଡ଼ା ପରିବାରର କିଛି ବୁଦ୍ଧିଆ ଲୋକ ରାଜଗାଦି ଚାଲିଯିବା ପରେ, ରାଜାରୁ ମନ୍ତ୍ରୀ ହୋଇ ଶାସନ କରିବା ଶ୍ରେୟ ମଣିଲେ; ଯେହେତୁ ଆଜିକାଲି ରାଜନୀତି କରିବା ହେଉଛି ଦେଶର ସବୁଠାରୁ ଲାଭଜନକ ବେପାର, ତେଣୁ ସେଥିରେ ପ୍ରତିଯୋଗିତା ବୃଦ୍ଧିପାଇଛି। ରାଜନୀତିରେ ଆସିବାକୁ ଆଉ କୌଣସି ପୃଷ୍ଠଭୂମିର ମାନଦଣ୍ଡ ଖୋଜିବାକୁ ଦରକାର ପଡୁନାହିଁ । ପାଖରେ ଗୁଡ଼ାଏ ପଇସା ଥିବା ନିହାତି ଦରକାର, କାରଣ ସର୍ବନିମ୍ନ ବିନିଯୋଗ ଅର୍ଥ ନ ଥିଲେ ରାଜନୀତିରେ ସ୍ଥାନ ପାଇବା ଅସମ୍ଭବ। ଜନତା ବି ପଇସା ନ ଥିବା କୌଣସି ଭଦ୍ରଲୋକ ପ୍ରାର୍ଥୀଙ୍କୁ ଆଡ଼ ଆଖିରେ ଚାହାନ୍ତି ନାହିଁ, ଭୋଟଦେବା ତ ଦୂରର କଥା।
କେତେକେ ମାଷ୍ଟର, ଠିକାଦାର, ବିଦ୍ୟା ବେପାରୀ, କିରାଣି , ମାଛ ବେପାରୀ, ମଦ ବେପାରୀ ଓ କିଛି ପୂଜାପାଠ କରୁଥିବା ତଥା ବିପୁଳ ଅର୍ଥ ବିନିଯୋଗ କରିବାକୁ ସକ୍ଷମ ବ୍ୟକ୍ତି ନିର୍ବାଚନ ଲଢ଼ି ଅନାୟାସରେ ଜିତି ସରକାର ଗଠନ କରିପାରୁଛନ୍ତି। ଅନେକଙ୍କର ପ୍ରଶାସନର କାର୍ଯ୍ୟକାରିଣୀ ସମ୍ପର୍କରେ ଜ୍ଞାନ ଶୂନ୍ୟ। ଏମାନଙ୍କ ଅବସ୍ଥା ଦେଖି ଗୋଟିଏ ରାଜନୀତି ଗପ ମନେପଡୁଛି: ନିର୍ବାଚନରେ କୌଣସି ପରିସ୍ଥିତିରେ ଜିତି ସରକାର ଗଠନ କରିଥିବା ଗୋଟିଏ ଦଳର ମୁଖିଆ ଦିନେ ସୀତାବଲ୍ଲଭ ବାବୁଙ୍କ ପରି ଜଣେ ଦକ୍ଷ ରାଜନେତାଙ୍କ ପାଖକୁ ଯାଇ କିଛି ପରାମର୍ଶ ଭିକ୍ଷା କଲେ। ଏତେ ଅସଜଡ଼ା ଅମଲାମାନଙ୍କୁ ନେଇ କେମିତି ରାଜ୍ୟ ଚଳେଇବେ ସେ ନେଇ ଉପଦେଶ ମାଗିଲେ । କହିଲେ, କେତେଦିନ ଏ ଅମଲାଙ୍କୁ ବାପରେ ଧନରେ କହି ରାଜ୍ୟ ଶାସନ ଚଳେଇବେ? ସୀତାବଲ୍ଲଭ ବାବୁ କହିଲେ, ପୃଥିବୀର ସବୁ ଜନସାଧାରଣ ପ୍ରାୟତଃ ଗୋଟିଏ ପ୍ରକାରର! ତେଣୁ ତାଙ୍କୁ ନିୟନ୍ତ୍ରଣ କରିବା ଭାରି ସହଜ, ସେମାନେ ବେଶି କିଛି ମନେରଖନ୍ତି ନାହିଁ, ଯାହା ବି କିଛି ମନେଥାଏ ମଦ ମାଂସ ଟିକେରେ ସମ୍ପୂର୍ଣ୍ଣ ଭୁଲିଯାଆନ୍ତି! ଆସିଛ ଯେତେବେଳେ ମୁଁ ଗୋଟିଏ ସିକ୍ରେଟ ଉପାୟ କହିବି, କାହାରିକୁ କିଛି ନ କହି ଆରାମରେ ପାଞ୍ଚବର୍ଷ ଚଲେଇଦେବ, ପୁଣି ପରେ ଦେଖିବା! ଏତିକି କହି ପୂର୍ବରୁ ରଖିଥିବା ତିନୋଟି ସିଲ୍‌ଦିଆ ଲଫାପାକୁ ଗୋଟିଏ ବଡ଼ ଲଫାପାରେ ବନ୍ଦ କରି ତାଙ୍କ ହାତକୁ ବଢ଼େଇଦେଇ କହିଲେ, ”ଯେତେବେଳେ କ’ଣ କରିବେ, କିଛି ବୁଦ୍ଧି ବାଟ ଦିଶିବ ନାହିଁ, ସେତିକିବେଳେ ପ୍ରଥମଟିକୁ ଖୋଲି ପଢ଼ିବେ ଓ ସେହି ଅନୁସାରେ କାର୍ଯ୍ୟ ଆରମ୍ଭ କରିବେ“! ଯାହାହେଉ ଗୁରୁମନ୍ତ୍ର ପାଇ ବଡ଼ ଆନନ୍ଦରେ ଫେରିଲେ ମୁଖିଆ ।
ନିର୍ବାଚନ ଜିତିବା ପରେ କିଛିଦିନ ଚାଲିଗଲା। କେଉଁ କାମ କରିବେ, କେମିତି କରିବେ ବୁଝିବା କଷ୍ଟ ହେଉଥାଏ। ବଡ ଚିନ୍ତାରେ ଥାନ୍ତି ନେତାଙ୍କ ନେତା। ମନେପଡ଼ିଲା ସୀତାବଲ୍ଲଭ ବାବୁ ଦେଇଥିବା ଲଫାପା, ସାଙ୍ଗେ ସାଙ୍ଗେ ଆଲମୀରାରୁ ବାହାର କରି ସେ ବଡ଼ ଲଫାପାଟିକୁ ଖୋଲି ଦେଖିଲେ ସେଥିରେ ସମୁଦାୟ ତିନୋଟି ଲଫାପା ଅଛି। ପ୍ରଥମ ଲଫାପା ଉପରେ ଲେଖା ଅଛି, ‘ଓପନ ଓଁଲି ୱେନ ୟୁ ଆର୍‌ କନଫ୍ୟୁଜ୍ଡ’ , ଅର୍ଥାତ ଯେତେବେଳେ କ’ଣ କରିବେ, କ’ଣ ନ କରିବେ ଏବଂ ଦ୍ୱନ୍ଦ୍ୱରେ ପଡ଼ିବେ, ସେତିକିବେଳେ ପ୍ରଥମ ଲଫାପାଟି ଖୋଲି ପଢ଼ିବେ ଏବଂ ସେଥିରେ ଲେଖାଥିବା ନିର୍ଦ୍ଦେଶାବଳୀ ଅନୁସରଣ କରି ସେହି ଅନୁସାରେ କାମ ଆରମ୍ଭ କରିବେ। ଖୁସିରେ କେବଳ ସେହି ଲଫାପାଟି ଖୋଲି ପଢ଼ିଲେ, ସେଥିରେ ଲେଖାଥିଲା, ‘ବ୍ଲେମ ୟୋର୍‌ ପ୍ରେଡିସେସର’ ଅର୍ଥାତ୍‌ ସରକାରୀ କଳର ସମସ୍ତ ଦୋଷ ତ୍ରୁଟି ପୂର୍ବ ସରକାର ଉପରେ ଲଦି ଦିଆଯାଉ।
ଏହାପରେ ଆଉ କିଏ ସମ୍ଭାଳେ, ଶହେ ସିଂହର ବଳ ନେଇ ଚିତ୍କାର କରିବାକୁ ଆରମ୍ଭ କରିଦେଲେ, ଖଣି ଦୁର୍ନୀତି, ପାଣି ଦୁର୍ନୀତି, ଚିଟ୍‌ଫଣ୍ଡ ଦୁର୍ନୀତି, ତାମିଲି ଦୁର୍ନୀତି, ତେଲୁଗୁ ଦୁର୍ନୀତି ସବୁର ଗୋଟି ଗୋଟି କରି ପର୍ଦ୍ଦାଫାଶ ହେବ, ଆମ ସରକାରରେ ଦୁର୍ନୀତିର ସ୍ଥାନ ନାହିଁ, ଦୁର୍ନୀତିରେ ବୁଡ଼ିଥିବା ମନ୍ତ୍ରୀ ଯନ୍ତ୍ରୀ ତନ୍ତ୍ରୀ ସମସ୍ତଙ୍କୁ ଜେଲରେ ଭର୍ତ୍ତି କରାଯିବ। ସବୁ ଖବରକାଗଜର ପ୍ରଥମ ପୃଷ୍ଠା ଭର୍ତ୍ତି ହୋଇଗଲା ଏମିତି ଖବର ସବୁ। ଜନସାଧାରଣରେ ଉତ୍ସାହ ଖେଳିଗଲା, ଭାବିଲେ ଏଥର ପ୍ରଥମ ଥର କରି ଠିକ ଦଳକୁ କ୍ଷମତା ଦେଇଛନ୍ତି, କେହି ଦୁର୍ନୀତିଗ୍ରସ୍ତ ଆଉ ତ୍ରାହି ପାଇବେ ନାହିଁ ଏଥର! କିଛି କିଛି ପିଅନ, ଚପରାସୀ, କିରାଣି ଓ ବନରକ୍ଷୀମାନଙ୍କୁ ଗିରଫ କରି ଉଦାହରଣ ମଧ୍ୟ ସୃଷ୍ଟି କରିଦେଲେ, କାରଣ ଚୂନାମାଛ ସବୁବେଳେ ସୁଆଦିଆ। ସରକାର ଖୁସ, ଖବର ସରବରାହ ସଂସ୍ଥା ଖୁସ ଓ ଜନତା ବି ଖୁସ!! ଏମିତିରେ ଚାଲିଗଲା ବର୍ଷେ ଦେଢ଼ବର୍ଷ।
ପରେ କିଛି ବୁଦ୍ଧିଜୀବୀ ପ୍ରଶ୍ନ କଲେ, ସବୁତ ସେମାନେ ନଷ୍ଟ ଭ୍ରଷ୍ଟ କରି ଚାଲିଗଲେ କିନ୍ତୁ ଏମାନେ କ’ଣଟା ଉପାଡ଼ି ଦେଲେ? ଏମିତି ସମାଲୋଚନାର ସ୍ବର ଉତ୍ତୋଳନ ବି ହେଲାଣି!! ବ୍ୟସ୍ତ ହୋଇପଡ଼ିଲେ ମୁଖିଆ, ସତରେ ତ କିଛି କାମ କାହିଁକି ହୋଇପାରୁନି? କ’ଣ କରାଯାଇପାରିବ ଭାବୁ ଭାବୁ ସୀତାବଲ୍ଲଭ ବାବୁଙ୍କ କଥା ମନେପଡ଼ିଗଲା। ଆଲମୀରା ଖୋଲି ଦ୍ୱିତୀୟ ଲଫାପାଟି ଦେଖିଲେ, ତା’ ଉପରେ ଲେଖାଥିଲା, ଟେଲ ଟଲ ଟକ୍ସ, ଅର୍ଥାତ୍‌ ବଡ଼ ବଡ଼ କଥା ପ୍ରତିଜ୍ଞା କରାଯାଉ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକ ଘୋଷଣା କରାଯାଉ ଏବଂ ସେସବୁ ସମସ୍ତ ଖବରକାଗଜର ପ୍ରଥମ ପୃଷ୍ଠା ବଡ଼ ବଡ଼ ବିଜ୍ଞାପନରେ ଭରିଦିଆଯାଉ। ଆଡ଼ମ୍ବର ପର୍ବ ଆରମ୍ଭ ହୋଇଗଲା, ରାସ୍ତା ଘାଟରେ ବିରାଟ ବିରାଟ ହୋର୍ଡିଂରେ ଲାଗିଗଲା,ଅନେକ ହଜାର ‘ଏମ୍‌ଓୟୁ’ ଦସ୍ତଖତ ହୋଇଗଲା, ଜାଗା ଜାଗାରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଫଳକ ଲାଗିଗଲା। ଭକୁଆ ଜନତା ଆନନ୍ଦରେ ବିଭୋର ହୋଇଗଲେ, କିଛି ପୁରୁଣା ବନ୍ଦ ପଡ଼ିଥିବା କଳକାରଖାନାର ଚିମିନିରେ କାଠ ଜଳେଇ ଧୂଆଁ ବାହାର କରି ଲୋକମାନଙ୍କୁ ଦେଖେଇଦେଲେ। ଜନତା ଖୁସ୍‌, ମୁଁ ଖୁସ୍‌, ସରକାର ବି ଖୁସ୍‌!!
ଏମିତିରେ ପୁଣି ଦୁଇବର୍ଷ ଖାଲି ଭାଗ ଦୌଡ଼ରେ ଚାଲିଗଲା। ସରକାର ଆସିବାର ପ୍ରାୟ ସାଢ଼େ ତିନିବର୍ଷ ବିତିଗଲା କିନ୍ତୁ କେବଳ ଘୋଷଣାରେ ସବୁ ସୀମିତ ରହିଗଲା। ଆଉ ମାତ୍ର ଦେଢ଼ବର୍ଷ ସମୟ ଭିତରେ କରିବେ କ’ଣ। କାମଦାମ ହୋଇଥିଲେ ସିନା କର୍ମୀମାନେ କିଛି ରୋଜଗାର କରିଥାନ୍ତେ!
କର୍ମୀମାନେ ବିଦ୍ରୋହ ଆରମ୍ଭ କରିଦେଲେ। ସମାଲୋଚନା ହେଲା ଯେ କେବଳ କିଛି ମାଗଣା ଭତ୍ତା ଘୋଷଣା ବ୍ୟତୀତ ଏ ସରକାର କଲେ କ’ଣ ? ହୋ ହଲ୍ଲା ଆରମ୍ଭ ହୋଇଗଲା । ମୁଖିଆ ପୁଣିଥରେ ଚିନ୍ତାରେ ପଡ଼ି ସାଇତି ରଖିଥିବା ଶେଷ ତିନି ନମ୍ବର ଲଫାପା ମନେପଡ଼ିଗଲା। ଅବିଳମ୍ବେ ଆଲମୀରା ଖୋଲି ଦେଖିଲେ, ସେଥିରେ ଲେଖା ଥିଲା, ଇଟ୍ସ ହାଇ ଟାଇମ, ୟୁ ମଷ୍ଟ ପ୍ରିପେୟାର ଥ୍ରୀ ଏନ୍‌ଭେଲୋପ ଲାଇକ ଦିସ୍‌ ଆଣ୍ଡ ଫଲୋ ଦି ଡିଟେଲ ଇନଷ୍ଟ୍ରକଷ୍ଟଶନ ଇନ୍‌ସାଇଡ୍‌। ଅର୍ଥାତ, ସମୟ ଆସିଗଲା ଏମିତି ଆଉ ତିନୋଟି ଲଫାପା ପ୍ରସ୍ତୁତ କରି ରଖିଦିଅ, ଆଉ କାହା କାମରେ କେତେବେଳେ ଆସିପାରେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେତେଶୀଘ୍ର ବିଭିନ୍ନ ଟେଣ୍ଡର ଆରମ୍ଭ କରି ଯଥାସମ୍ଭବ ଅର୍ଥ ଠୁଳ କରାଯାଇ ଆସନ୍ତା ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ। ଗଣତନ୍ତ୍ରରେ ପରିମାଣ ଗୁରୁତ୍ୱପୂର୍ଣ୍ଣ, ଗୁଣାତ୍ମକ ନୁହେଁ। ଯେହେତୁ ଆମ ଦେଶରେ ଭକୁଆଙ୍କ ସଂଖ୍ୟା ମାତ୍ରାଧିକ ଓ ଯେହେତୁ ‘ଅତ୍ୟଧିକ ଗଣତନ୍ତ୍ର’ ବ୍ୟବସ୍ଥା ପ୍ରଚଳନ ହୋଇଆସୁଛି ତେଣୁ ପ୍ରାୟ ସମସ୍ତ ରାଜନୈତିକ ଦଳମାନେ ସରକାର ଚଳେଇବାର ଏହି ତିନିଟି ଲିଫାପା ଫର୍ମୁଲାକୁ ଆପଣେଇ ନେଇଛନ୍ତି, ଏଥିରୁ ମୁକ୍ତି ନାହିଁ!!
ଆଡ୍‌ଭୋକେଟ୍‌, ଓଡ଼ିଶା ହାଇକୋର୍ଟ
ମୋ: ୭୦୦୮୮୧୦୧୧୨


Enter your email to get our daily news in your inbox.

All Right Reserved By Dharitri.Com

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଶନିଙ୍କ ଚାଲିବ ଦିଗ ବଦଳ: ୨୦୨୭ରେ କାହା ଉପରେ ଚଢ଼ିବ ସାଢେସାତୀ? କେଉଁ ରାଶି ପାଇବେ ମୁକ୍ତି, ପଢନ୍ତୁ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢେସାତୀକୁ ଏକ କଠିନ ସମୟ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଏହି ସମୟରେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ, ବ୍ୟବସାୟ, ଚାକିରି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

୧୨ ବର୍ଷ ପରେ ସିଂହ ରାଶିରେ ଘଟୁଛି ଅଦ୍ଭୁତ ଘଟଣା: ୨୦୨୭ ଯାଏ ୩ ରାଶି ପାଇଁ ସୁବର୍ଣ୍ଣ ସମୟ, ମାଲାମାଲ ସହ ନୂଆ ଚାକିରି…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ୩୧ ଅକ୍ଟୋବର ୨୦୨୬ରେ ଗୁରୁ ଗ୍ରହ ଏକ ବଡ଼ ରାଶି ପରିବର୍ତ୍ତନ କରିବେ। ଦିନ ୧୨ଟା ୦୧ ମିନିଟରେ ଗୁରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ବିଳମ୍ବିତ ରାତିରେ ନିଖୋଜ ହୋଇଗଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ଆଉ ତା’ପରେ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ମେରାଇନ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଫିସେରୀ ଜେଟିରୁ ଏକ ମତ୍ସ୍ୟଜୀବୀଙ୍କ ଡଙ୍ଗା ନିଖୋଜ ହୋଇଯାଇଥିବା ଖବର ସାମନାକୁ ଆସିଛି। ମେରାଇନ…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?